ଭାରତ ନିଜର ସୁନା ଇଂଲଣ୍ଡରେ କାହିଁକି ରଖିଥାଏ? ଦେଶର ରାଜକୋଷରେ ଅଛି ଏତିକି ଟନ୍‌ ସୁନା…

ନୂଆଦିଲ୍ଲୀ,୨୩।୫: ଦେଶକୁ ସଙ୍କଟରୁ ମୁକ୍ତ କରିବାର ସବୁଠାରୁ ବଡ ମାଧ୍ୟମ ହେଉଛି ସୁନା। ଏଥିପାଇଁ ଗୋଲ୍ଡ ରିଜର୍ଭ(ସୁନା ସଂରକ୍ଷଣ) ପ୍ରସ୍ତୁତ କରାଯାଇଥାଏ। ଭାରତରେ ମଧ୍ୟ ସୁନା ସଂରକ୍ଷିତ ହୋଇ ରହିଛି, ଯାହା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ନିୟନ୍ତ୍ରିତ। ବର୍ତ୍ତମାନ ବଡ ପ୍ରଶ୍ନ ଉଠୁଛି ଯେ ଏହି ସୁନା କେଉଁଠାରେ ରଖାଯାଇଛି? ଭାରତର ଅଧିକାଂଶ ସୁନା ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ବ୍ୟାଙ୍କ ଅଫ ଇଂଲଣ୍ଡରେ ରଖାଯାଇଛି। କେବଳ ଭାରତ ନୁହେଁ, ଅନ୍ୟାନ୍ୟ ଦେଶର ସୁନା ମଧ୍ୟ ଲଣ୍ଡନରେ ରଖାଯାଏ। ଏହାର କାରଣ ଆସନ୍ତୁ ଜାଣିବା।
କେବଳ ସାଧାରଣ ଲୋକଙ୍କ  ପାଇଁ ନୁହେଁ ବରଂ ରିଜର୍ଭ ବ୍ୟାଙ୍କ ଆଖିରେ ସୁନା ଏକ ଗୁରୁତ୍ୱପୂର୍ଣ୍ଣ ଧାତୁ। ଏହାର ଏକ ପ୍ରମୁଖ କାରଣ ହେଉଛି ଯେକୌଣସି ଦେଶର ଖରାପ ଆର୍ଥିକ ସ୍ଥିତିକୁ ମୁକାବିଲା କରିବାରେ ସୁନା ବହୁତ ସହାୟକ ହୋଇଥାଏ। ଏହି କାରଣରୁ, ଆର୍‌ବିଆଇ ନିର୍ଦ୍ଧିିଷ୍ଟ ଭାବରେ ସୁନା କ୍ରୟ କରେ।
ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଶହ ଶହ ଟନ ସୁନା ରହିଛି। ଏହା ବ୍ୟତୀତ ବ୍ୟାଙ୍କ ପ୍ରତିବର୍ଷ ନିଜର ସୁନା ଭଣ୍ଡାର ବୃଦ୍ଧି କରିଆସୁଛି। ରିଜର୍ଭ ବ୍ୟାଙ୍କ ସୁନା କିଣୁଛି ଏବଂ ଯେପରି ଆମେ ଆମର ମୂଲ୍ୟବାନ ଜିନିଷକୁ ଏକ ସୁରକ୍ଷିତ ସ୍ଥାନରେ ରଖୁ, ସେହିପରି ବ୍ୟାଙ୍କ ମଧ୍ୟ ଏହାକୁ ସୁରକ୍ଷିତ ରଖୁଛି। ସେଥିପାଇଁ ରିଜର୍ଭ ବ୍ୟାଙ୍କ ଦେଶରେ ରଖିଥିବା ସୁନା ତୁଳନାରେ ଅନ୍ୟ ଦେଶରେ ଅଧିକ ସୁନା ଭଣ୍ଡାର ସୁରକ୍ଷିତ ଭାବେ ରଖିଛି। ଭାରତରେ ବର୍ତ୍ତମାନ ୮୨୨ ଟନ୍‌ରୁ ଅଧିକ ସୁନା ସଂରକ୍ଷଣ ହୋଇ ରହିଛି। ଫଳରେ ସର୍ବାଧିକ ସୁନା ରିଜର୍ଭ ଥିବା ୧୦ ଟି ଦେଶର ତାଲିକାରେ ଏହା ନବମ ସ୍ଥାନରେ ପହଞ୍ଚିଛି। ଗତ ଦୁଇ ବର୍ଷ ମଧ୍ୟରେ ରିଜର୍ଭ ବ୍ୟାଙ୍କ ପ୍ରାୟ ୧୦୦ ଟନ ସୁନା କିଣିଛି।
ପୂର୍ବରୁ ୨୦୨୨ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଭାରତରେ ପ୍ରାୟ ୭୫୪ ଟନ ସୁନା ଅଛି। ବ୍ୟାଙ୍କ ଏପ୍ରିଲ ୨୦୨୨ ରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ ୧୩୨.୩୪ ଟନ ସୁନା କିଣିଛି। ଏହି କାରଣରୁ, ୨୦୨୨ ମସିହାରେ ରିଜର୍ଭ ବ୍ୟାଙ୍କ ଦୁନିଆର ସର୍ବାଧିକ ସୁନା କ୍ରୟ କରିଥିବା କେନ୍ଦ୍ରୀୟ ବ୍ୟାଙ୍କ ହୋଇଥିଲା। ୨୦୨୧ରେ ରିଜର୍ଭ ବ୍ୟାଙ୍କ ଏହି ମାମଲାରେ ତୃତୀୟ ସ୍ଥାନରେ ରହିଥିଲା। ୨୦୨୦ ରେ କେବଳ ୪୧.୬୮ ଟନ ସୁନା କ୍ରୟ କରାଯାଇଥିଲା।
ଭାରତର ରିଜର୍ଭ ବ୍ୟାଙ୍କ ଅଧିକାଂଶ ସୁନାକୁ ବିଦେଶରେ ରଖିଥାଏ। କେନ୍ଦ୍ରୀୟ ବ୍ୟାଙ୍କ ନିଜେ କହିଛି ଯେ ଦେଶର ମୋଟ ସୁନା ଭଣ୍ଡାର ମଧ୍ୟରୁ କେବଳ ୨୯୬.୪୮ ଟନ ସୁନା ଦେଶରେ ସୁରକ୍ଷିତ ରଖାଯାଇଛି। ଏହା ସହିତ ବିଦେଶୀ ବ୍ୟାଙ୍କଗୁଡ଼ିକରେ ୪୪୭.୩୦ ଟନ ସୁନା ସୁରକ୍ଷିତ ରଖାଯାଇଛି। ଅଧିକାଂଶ ସୁନା ବ୍ୟାଙ୍କ ଅଫ ଇଂଲଣ୍ଡରେ ରଖାଯାଏ। ଏହାଛଡ଼ା ସ୍ବିିଜରଲ୍ୟାଣ୍ଡର ବ୍ୟାଙ୍କ ଅଫ୍‌ ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟ (ବିଏସ୍‌) ରେ  କିଛି ସୁନା ମଧ୍ୟ ସୁରକ୍ଷିତ ରଖାଯାଇଛି।
ତେବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବିଦେଶରେ ସୁନା ରଖିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ଦିଆଯାଇଛି। ପ୍ରଥମ କାରଣ ହେଉଛି ବହୁ ପରିମାଣରେ ସୁନା କିଣିବା ଏବଂ ଏହାକୁ ସୁରକ୍ଷିତ ଭାବେ ଦେଶକୁ ଆଣିବା ସହଜ ନୁହେଁ। ଏଥିପାଇଁ ପରିବହନ ଏବଂ ସୁରକ୍ଷା ପାଇଁ ବହୁ ଖର୍ଚ୍ଚ କରିବାକୁ ପଡିବ। ଏଥିସହ ଯଦି କୌଣସି ଆର୍ଥିକ ସଙ୍କଟ ସମୟରେ ଏହି ସୁନାକୁ ବନ୍ଧକ ଦେବାର ଆବଶ୍ୟକତା ପଡେ, ତେବେ ଏହାକୁ ପୁଣି ବିଦେଶ ପଠାଇବାକୁ ପଡିବ ଏବଂ ଏଥିପାଇଁ ବହୁତ ଖର୍ଚ୍ଚ ହେବ।  ଭାରି ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିବାକୁ ପଡ଼ିବ।
୧୯୯୦-୯୧ ମସିହାରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେତେବେଳେ ଅର୍ଥନୈତିକ ସଙ୍କଟ ସମୟରେ ଭାରତକୁ ୬୭ ଟନ୍‌ ସୁନା ବ୍ୟାଙ୍କ ଅଫ ଇଂଲଣ୍ଡ ଏବଂ ୟୁନିଅନ ବ୍ୟାଙ୍କ ଅଫ ସ୍ବିିଜରଲ୍ୟାଣ୍ଡରେ ବନ୍ଧକ ରଖିବାକୁ ପଡିଥିଲା। ସେଥିପାଇଁ ଭାରତର ରିଜର୍ଭ ବ୍ୟାଙ୍କ ସୁନାକୁ ବିଦେଶରେ ସୁରକ୍ଷିତ ରଖିଥାଏ।
ବର୍ତ୍ତମାନ ମନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଙ୍କି ମାରୁଥାଇପାରେ ଯେ କେଉଁ ଦେଶରେ ସର୍ବାଧିକ ସୁନା ଅଛି। ତେବେ ଉତ୍ତର ହେଉଛି ଆମେରିକା। ବିଶ୍ୱରର ଦେଶଗୁଡିକ ରଖିଥିବା ମୋଟ ସୁନାର ପ୍ରାୟ ୭୫ ପ୍ରତିଶତ କେବଳ ଆମେରିକାରେ ଅଛି। ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାରେ ୮,୧୩୩ ଟନ ସୁନା ଅଛି। ଏହା ପରେ ଜର୍ମାନୀରେ ୩,୩୫୯ ଟନ ସୁନା ଭଣ୍ଡାର ଅଛି।

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri