ଭାରତ ନିଜର ସୁନା ଇଂଲଣ୍ଡରେ କାହିଁକି ରଖିଥାଏ? ଦେଶର ରାଜକୋଷରେ ଅଛି ଏତିକି ଟନ୍‌ ସୁନା…

ନୂଆଦିଲ୍ଲୀ,୨୩।୫: ଦେଶକୁ ସଙ୍କଟରୁ ମୁକ୍ତ କରିବାର ସବୁଠାରୁ ବଡ ମାଧ୍ୟମ ହେଉଛି ସୁନା। ଏଥିପାଇଁ ଗୋଲ୍ଡ ରିଜର୍ଭ(ସୁନା ସଂରକ୍ଷଣ) ପ୍ରସ୍ତୁତ କରାଯାଇଥାଏ। ଭାରତରେ ମଧ୍ୟ ସୁନା ସଂରକ୍ଷିତ ହୋଇ ରହିଛି, ଯାହା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ନିୟନ୍ତ୍ରିତ। ବର୍ତ୍ତମାନ ବଡ ପ୍ରଶ୍ନ ଉଠୁଛି ଯେ ଏହି ସୁନା କେଉଁଠାରେ ରଖାଯାଇଛି? ଭାରତର ଅଧିକାଂଶ ସୁନା ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ବ୍ୟାଙ୍କ ଅଫ ଇଂଲଣ୍ଡରେ ରଖାଯାଇଛି। କେବଳ ଭାରତ ନୁହେଁ, ଅନ୍ୟାନ୍ୟ ଦେଶର ସୁନା ମଧ୍ୟ ଲଣ୍ଡନରେ ରଖାଯାଏ। ଏହାର କାରଣ ଆସନ୍ତୁ ଜାଣିବା।
କେବଳ ସାଧାରଣ ଲୋକଙ୍କ  ପାଇଁ ନୁହେଁ ବରଂ ରିଜର୍ଭ ବ୍ୟାଙ୍କ ଆଖିରେ ସୁନା ଏକ ଗୁରୁତ୍ୱପୂର୍ଣ୍ଣ ଧାତୁ। ଏହାର ଏକ ପ୍ରମୁଖ କାରଣ ହେଉଛି ଯେକୌଣସି ଦେଶର ଖରାପ ଆର୍ଥିକ ସ୍ଥିତିକୁ ମୁକାବିଲା କରିବାରେ ସୁନା ବହୁତ ସହାୟକ ହୋଇଥାଏ। ଏହି କାରଣରୁ, ଆର୍‌ବିଆଇ ନିର୍ଦ୍ଧିିଷ୍ଟ ଭାବରେ ସୁନା କ୍ରୟ କରେ।
ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଶହ ଶହ ଟନ ସୁନା ରହିଛି। ଏହା ବ୍ୟତୀତ ବ୍ୟାଙ୍କ ପ୍ରତିବର୍ଷ ନିଜର ସୁନା ଭଣ୍ଡାର ବୃଦ୍ଧି କରିଆସୁଛି। ରିଜର୍ଭ ବ୍ୟାଙ୍କ ସୁନା କିଣୁଛି ଏବଂ ଯେପରି ଆମେ ଆମର ମୂଲ୍ୟବାନ ଜିନିଷକୁ ଏକ ସୁରକ୍ଷିତ ସ୍ଥାନରେ ରଖୁ, ସେହିପରି ବ୍ୟାଙ୍କ ମଧ୍ୟ ଏହାକୁ ସୁରକ୍ଷିତ ରଖୁଛି। ସେଥିପାଇଁ ରିଜର୍ଭ ବ୍ୟାଙ୍କ ଦେଶରେ ରଖିଥିବା ସୁନା ତୁଳନାରେ ଅନ୍ୟ ଦେଶରେ ଅଧିକ ସୁନା ଭଣ୍ଡାର ସୁରକ୍ଷିତ ଭାବେ ରଖିଛି। ଭାରତରେ ବର୍ତ୍ତମାନ ୮୨୨ ଟନ୍‌ରୁ ଅଧିକ ସୁନା ସଂରକ୍ଷଣ ହୋଇ ରହିଛି। ଫଳରେ ସର୍ବାଧିକ ସୁନା ରିଜର୍ଭ ଥିବା ୧୦ ଟି ଦେଶର ତାଲିକାରେ ଏହା ନବମ ସ୍ଥାନରେ ପହଞ୍ଚିଛି। ଗତ ଦୁଇ ବର୍ଷ ମଧ୍ୟରେ ରିଜର୍ଭ ବ୍ୟାଙ୍କ ପ୍ରାୟ ୧୦୦ ଟନ ସୁନା କିଣିଛି।
ପୂର୍ବରୁ ୨୦୨୨ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଭାରତରେ ପ୍ରାୟ ୭୫୪ ଟନ ସୁନା ଅଛି। ବ୍ୟାଙ୍କ ଏପ୍ରିଲ ୨୦୨୨ ରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ ୧୩୨.୩୪ ଟନ ସୁନା କିଣିଛି। ଏହି କାରଣରୁ, ୨୦୨୨ ମସିହାରେ ରିଜର୍ଭ ବ୍ୟାଙ୍କ ଦୁନିଆର ସର୍ବାଧିକ ସୁନା କ୍ରୟ କରିଥିବା କେନ୍ଦ୍ରୀୟ ବ୍ୟାଙ୍କ ହୋଇଥିଲା। ୨୦୨୧ରେ ରିଜର୍ଭ ବ୍ୟାଙ୍କ ଏହି ମାମଲାରେ ତୃତୀୟ ସ୍ଥାନରେ ରହିଥିଲା। ୨୦୨୦ ରେ କେବଳ ୪୧.୬୮ ଟନ ସୁନା କ୍ରୟ କରାଯାଇଥିଲା।
ଭାରତର ରିଜର୍ଭ ବ୍ୟାଙ୍କ ଅଧିକାଂଶ ସୁନାକୁ ବିଦେଶରେ ରଖିଥାଏ। କେନ୍ଦ୍ରୀୟ ବ୍ୟାଙ୍କ ନିଜେ କହିଛି ଯେ ଦେଶର ମୋଟ ସୁନା ଭଣ୍ଡାର ମଧ୍ୟରୁ କେବଳ ୨୯୬.୪୮ ଟନ ସୁନା ଦେଶରେ ସୁରକ୍ଷିତ ରଖାଯାଇଛି। ଏହା ସହିତ ବିଦେଶୀ ବ୍ୟାଙ୍କଗୁଡ଼ିକରେ ୪୪୭.୩୦ ଟନ ସୁନା ସୁରକ୍ଷିତ ରଖାଯାଇଛି। ଅଧିକାଂଶ ସୁନା ବ୍ୟାଙ୍କ ଅଫ ଇଂଲଣ୍ଡରେ ରଖାଯାଏ। ଏହାଛଡ଼ା ସ୍ବିିଜରଲ୍ୟାଣ୍ଡର ବ୍ୟାଙ୍କ ଅଫ୍‌ ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟ (ବିଏସ୍‌) ରେ  କିଛି ସୁନା ମଧ୍ୟ ସୁରକ୍ଷିତ ରଖାଯାଇଛି।
ତେବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବିଦେଶରେ ସୁନା ରଖିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ଦିଆଯାଇଛି। ପ୍ରଥମ କାରଣ ହେଉଛି ବହୁ ପରିମାଣରେ ସୁନା କିଣିବା ଏବଂ ଏହାକୁ ସୁରକ୍ଷିତ ଭାବେ ଦେଶକୁ ଆଣିବା ସହଜ ନୁହେଁ। ଏଥିପାଇଁ ପରିବହନ ଏବଂ ସୁରକ୍ଷା ପାଇଁ ବହୁ ଖର୍ଚ୍ଚ କରିବାକୁ ପଡିବ। ଏଥିସହ ଯଦି କୌଣସି ଆର୍ଥିକ ସଙ୍କଟ ସମୟରେ ଏହି ସୁନାକୁ ବନ୍ଧକ ଦେବାର ଆବଶ୍ୟକତା ପଡେ, ତେବେ ଏହାକୁ ପୁଣି ବିଦେଶ ପଠାଇବାକୁ ପଡିବ ଏବଂ ଏଥିପାଇଁ ବହୁତ ଖର୍ଚ୍ଚ ହେବ।  ଭାରି ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିବାକୁ ପଡ଼ିବ।
୧୯୯୦-୯୧ ମସିହାରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେତେବେଳେ ଅର୍ଥନୈତିକ ସଙ୍କଟ ସମୟରେ ଭାରତକୁ ୬୭ ଟନ୍‌ ସୁନା ବ୍ୟାଙ୍କ ଅଫ ଇଂଲଣ୍ଡ ଏବଂ ୟୁନିଅନ ବ୍ୟାଙ୍କ ଅଫ ସ୍ବିିଜରଲ୍ୟାଣ୍ଡରେ ବନ୍ଧକ ରଖିବାକୁ ପଡିଥିଲା। ସେଥିପାଇଁ ଭାରତର ରିଜର୍ଭ ବ୍ୟାଙ୍କ ସୁନାକୁ ବିଦେଶରେ ସୁରକ୍ଷିତ ରଖିଥାଏ।
ବର୍ତ୍ତମାନ ମନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଙ୍କି ମାରୁଥାଇପାରେ ଯେ କେଉଁ ଦେଶରେ ସର୍ବାଧିକ ସୁନା ଅଛି। ତେବେ ଉତ୍ତର ହେଉଛି ଆମେରିକା। ବିଶ୍ୱରର ଦେଶଗୁଡିକ ରଖିଥିବା ମୋଟ ସୁନାର ପ୍ରାୟ ୭୫ ପ୍ରତିଶତ କେବଳ ଆମେରିକାରେ ଅଛି। ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାରେ ୮,୧୩୩ ଟନ ସୁନା ଅଛି। ଏହା ପରେ ଜର୍ମାନୀରେ ୩,୩୫୯ ଟନ ସୁନା ଭଣ୍ଡାର ଅଛି।

Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?