Posted inଖେଳ

କାହିଁକି ଓଜନ କମାଉଛନ୍ତି ହିଟମ୍ୟାନ? ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୬।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଘରୋଇ ସିରିଜ ପୂର୍ବରୁ ରୋହିତ ଶର୍ମା ଅଧିକ ଓଜନ ହ୍ରାସ କରିପାରନ୍ତି। ଗତ ତିନି ମାସରେ ରୋହିତ ୧୧ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ସମୟରେ ତାଙ୍କର ପରିବର୍ତ୍ତନ ସ୍ପଷ୍ଟ ହୋଇଥିଲା। ସେ ପୂର୍ବ ଅପେକ୍ଷା ପତଳା ହୋଇଯାଇଛନ୍ତି। ରୋହିତ ଅଷ୍ଟ୍ରେଲିଆରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ହାସଲ କରି ଏହା ପ୍ରମାଣିତ କରିଛନ୍ତି ଯେ ଯଦିଓ ସେ ଶେଷ ଥର ପାଇଁ ପ୍ରତିଯୋଗିତାମୂଳକ କ୍ରିକେଟ ଖେଳିବାର ସାତ ମାସରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ତାଙ୍କର ଲୟ ଅକ୍ଷୁର୍ଣ୍ଣ ରହିଛି। ସେ ତାଙ୍କ ଫିଟନେସରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ଏବଂ ରୋହିତଙ୍କ ଦୀର୍ଘକାଳୀନ ବନ୍ଧୁ ଅଭିଷେକ ନାୟାର କହିଛନ୍ତି ଯେ ଭାରତର ପରବର୍ତ୍ତୀ ଘରୋଇ ଦିନିକିଆ ସିରିଜ ପୂର୍ବରୁ ୩୮ ବର୍ଷୀୟ ଖେଳାଳିଙ୍କ ଓଜନ ହ୍ରାସ ଯାତ୍ରା ଜାରି ରହିପାରେ। ମ୍ୟାଚ ପରେ ଜିଓଷ୍ଟାର ସହିତ କଥାବାର୍ତ୍ତାରେ ଅଭିଷେକ ନାୟାର କହିଛନ୍ତି ଯେ ଅଷ୍ଟ୍ରେଲିଆରେ ତାଙ୍କ ପ୍ରଦର୍ଶନରେ ରୋହିତ ଶର୍ମା ଆଶ୍ୱସ୍ତ ଅନୁଭବ କରିପାରନ୍ତି, କିନ୍ତୁ ତାଙ୍କ ଫିଟନେସ ପରିବର୍ତ୍ତନ ବନ୍ଦ ହେବାର ସମ୍ଭାବନା କମ। ନାୟାରଙ୍କ ମତ ଯେ ନଭେମ୍ବର ୧୪ରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜ ପୂର୍ବରୁ ୩୮ ବର୍ଷୀୟ ଖେଳାଳି ଆଉ କିଛି କିଲୋଗ୍ରାମ ଓଜନ ହ୍ରାସ କରିପାରନ୍ତି। ନାୟାର କହିଛନ୍ତି, ‘ରୋହିତ ଶର୍ମା ଭାରତ ଫେରିବା ସମୟରେ ନିଶ୍ଚିତ ଭାବରେ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ସେ ତାଙ୍କର ପ୍ରିୟ ଖାଦ୍ୟ ଛାଡ଼ି ଦେଇଛନ୍ତି। ଫଳାଫଳ ଦେଖାଯାଉଛି। ପରବର୍ତ୍ତୀ ସିରିଜ ଗୋଟିଏ ମାସ ପରେ, ତେଣୁ ସେତେବେଳକୁ ଯଦି ସେ ଆଉ କିଛି କିଲୋ ଓଜନ ହ୍ରାସ କରନ୍ତି ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ।’

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ବଡ଼ ଘୋଷଣା: ନଭେମ୍ବର ୨୬ରେ…ସରକାରଙ୍କ ବଢିଲା ମୁଣ୍ଡବିନ୍ଧା

ନୂଆଦିଲ୍ଲୀ,୬।୧୧: ସମ୍ବିଧାନ ଦିବସ ଅବସରରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯିବ। ନଭେମ୍ବର ୨୬ ତାରିଖରେ ହେବାକୁ ଥିବା ଏହି ପଦଯାତ୍ରାର ନାମ ‘ସମ୍ବିଧାନ ବଞ୍ଚାଅ…

ବସ ଭଡ଼ା ବୃଦ୍ଧି ପରେ ଶିବକୁମାରଙ୍କୁ ଶିଶୁ ଭାବରେ ଚିତ୍ରଣ କଲା ଭାଜପା, ଶେୟାର କଲା AI-ନିର୍ମିତ ଭିଡିଓ, ଦେଖନ୍ତୁ…

ବେଙ୍ଗାଲୁରୁ,୬।୧୧: ସାଧାରଣ ପରିବହନ ଭଡ଼ା ଏବଂ କ୍ଷୀର ଦର ବୃଦ୍ଧିକୁ ନେଇ କର୍ନାଟକ ଭାଜପା କଂଗ୍ରେସ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି। ଭାଜପା ମୁଖ୍ୟମନ୍ତ୍ରୀ ଡିକେ…

ନଭେମ୍ବର ୭ରେ ତୁଳା ରାଶିକୁ ଚନ୍ଦ୍ରମାଙ୍କ ଗୋଚର: କର୍କଟ-ତୁଳା ସମେତ ୪ ରାଶିଙ୍କ ଭାଗ୍ୟ ଚମକିବ, ଚାକିରିରେ ବଡ଼ ପଦୋନ୍ନତି

ନୂଆଦିଲ୍ଲୀ,୬।୧୧: ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ଚନ୍ଦ୍ରମା ନିଜ ରାଶି ପରିବର୍ତ୍ତନ କରିବେ। ନଭେମ୍ବର ୭ ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟରେ ଚନ୍ଦ୍ରମା କନ୍ୟା…

‘ଘର ଖାଲି ଖାଲି ଲାଗୁଛି,’ଦୀପାବଳି ପୂର୍ବରୁ ନିଜ ମନ ତଳର କଷ୍ଟ ବଖାଣିଲେ ଗୋବିନ୍ଦାଙ୍କ ପତ୍ନୀ ସୁନିତା, କହିଲେ…

ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା ନିକଟରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୩୯ ବର୍ଷର…

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ, ୮ ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର/ପୁରୀ,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି…

ବିବାହକୁ ୪ ମାସ ନ ପୂରୁଣୁ ଘର ଛାଡ଼ିଲେ ଅମିର ଖାନ: ତୃତୀୟ ସ୍ତ୍ରୀଙ୍କ ସହ….

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ମିର ଖାନ ପୁଣି ଚର୍ଚ୍ଚାରେ। ପ୍ରଥମ ଦୁଇଟି ବିବାହରେ ବିଚ୍ଛେଦ ପରେ ଅଭିନେତା ନିଜ ଜୀବନର ତୃତୀୟ ଅଧ୍ୟାୟ ଆରମ୍ଭ କରିଛନ୍ତି। ପ୍ରେମିକା…

ଏତିକି ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ସବ୍‌-ରେଜିଷ୍ଟ୍ରାର, ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି ପଙ୍କରେ…

ବାଲିଆପାଳ,୬ା୧୧: ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ…

ବଡ଼ ଟ୍ରେନ ଦୁର୍ଘଟଣା: ‘କର୍ମଭୂମି ଏକ୍ସପ୍ରେସ’ର ୪ ବଗିରେ ଭୟଙ୍କର ନିଆଁ, ଅନେକ ଯାତ୍ରୀ ଆହତ ହୋଇଥିବା ଆଶଙ୍କା

ଚଣ୍ଡିଗଡ଼,୬।୧୧: ପଞ୍ଜାବରେ ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ପଞ୍ଜାବର ରାଜପୁରା ଠାରେ ‘କର୍ମଭୂମି ଏକ୍ସପ୍ରେସ’ରେ ନିଆଁ ଲାଗିଯାଇଥିଲା, ଯାହା ଟ୍ରେନର ଚାରୋଟି ବଗିକୁ ବ୍ୟାପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?