ନୂଆଦିଲ୍ଲୀ,୬।୧୧: ସମ୍ବିଧାନ ଦିବସ ଅବସରରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯିବ। ନଭେମ୍ବର ୨୬ ତାରିଖରେ ହେବାକୁ ଥିବା ଏହି ପଦଯାତ୍ରାର ନାମ ‘ସମ୍ବିଧାନ ବଞ୍ଚାଅ ମାର୍ଚ୍ଚ’ ରଖାଯାଇଛି। ଏହି ପଦଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳର ସମସ୍ତ ସାଂସଦ ସାମିଲ ହେବେ। ଏଥିସହ ବିରୋଧୀ ଦଳର ସାଂସଦମାନଙ୍କ ସହ ମଧ୍ୟ ଆଲୋଚନା ଚାଲିଛି। ‘ସମ୍ବିଧାନ ବଞ୍ଚାଅ ମାର୍ଚ୍ଚ’ରେ ବିରୋଧୀ ଦଳର ସାଂସଦମାନେ ମଧ୍ୟ ଯୋଗ ଦେଇପାରନ୍ତି।

