Posted inଫୁରସତ

ପ୍ରତି ୪ ବର୍ଷରେ ଫେବୃଆରୀ ୨୮ କାହିଁକି ହୁଏ ୨୯, ଜାଣନ୍ତୁ ଏହା ପଛର ରହସ୍ୟ

ପୂର୍ବ ହେଉ କି ପଶ୍ଚିମ, ଜ୍ୟୋତିର୍ବିଜ୍ଞାନୀମାନେ କ୍ୟାଲେଣ୍ଡରର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରନ୍ତି। ଭାରତର ହିନ୍ଦୁ ପାଞ୍ଜି କିମ୍ବା କ୍ୟାଲେଣ୍ଡରରେ ଏହା ଦାବି କରାଯାଇଛି ଯେ, ଏଥିରେ କୌଣସି ସଂସ୍କାରର ଆବଶ୍ୟକତା ନାହିଁ ଏବଂ ଆଗାମୀ ଅନେକ ହଜାର ବର୍ଷ ପାଇଁ କୌଣସି ସଂସ୍କାରର ଆବଶ୍ୟକତା ପଡ଼ିବ ବି ନାହିଁ। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକରେ, ବିଶେଷକରି ୟୁରୋପରେ କ୍ୟାଲେଣ୍ଡରର ଏକ ଭିନ୍ନ ଇତିହାସ ଅଛି।

ଏହା ପୂର୍ବରୁ ବହୁଳ ଭାବରେ ବିଶ୍ୱାସ କରାଯାଉଥିଲା ଯେ, ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବା ପାଇଁ ୩୬୫ ଦିନ ସମୟ ନେଇଥାଏ ଏବଂ ତେଣୁ ବର୍ଷର ବ୍ୟବଧାନ ମଧ୍ୟ ୩୬୫ ଦିନରେ ରଖାଯାଇଥିଲା। କିନ୍ତୁ ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲିବା ପାଇଁ ୩୬୫ ଏବଂ ଏକ ଚତୁର୍ଥାଂଶ ଦିନ ନେଇଥାଏ। ଏହି ଅତିରିକ୍ତ ସମୟ ପ୍ରତି ଚାରି ବର୍ଷରେ ଆଉ ଗୋଟିଏ ଦିନ ଯୋଗ କହୁଏ। ଏହି ବର୍ଷକୁ ଲିପ୍‌ ଇୟର ବା ଅଧିବର୍ଷ କୁହାଯାଏ।

ଏହାର କାରଣ ହେଉଛି ଏହି ବର୍ଷ ଫେବୃଆରୀ ମାସ ୨୮ ଦିନିଆ ନ ହୋଇ ୨୯ ଦିନିଆ ହୋଇଥାଏ। କ୍ୟାଲେଣ୍ଡରର ସଂସ୍କାରର ଆବଶ୍ୟକତା ପ୍ରାଚୀନ ରୋମ୍‌ରେ ପ୍ରଥମେ ଅନୁଭବ କରାଯାଇଥିଲା। ସେହି ସମୟରେ ଚନ୍ଦ୍ର ଉପରେ ଆଧାରିତ ଏକ କ୍ୟାଲେଣ୍ଡର ବର୍ଷ ୩୫୫ ଦିନ ଥିଲା। ରୋମୀୟମାନେ ଦେଖିଲେ ଯେ, ସେମାନଙ୍କର କ୍ୟାଲେଣ୍ଡରରେ ତାଳମେଳ କିଛି ଅଲଗା ରହିଛି। ଏଥିରେ ସୁଧାର ଆଣିବା ପାଇଁ ସେ ପ୍ରଥମେ ଦୁଇ ବର୍ଷରେ କ୍ୟାଲେଣ୍ଡରରେ ମର୍ସିଡୋନିୟସ ନାମକ ଅନ୍ୟ ଏକ ମାସ ଯୋଡ଼ିଥିଲେ।

ଖ୍ରୀଷ୍ଟପୂର୍ବ ୪୫ରେ ରୋମାନ ସମ୍ରାଟ ଜୁଲିୟସ ସିଜର କ୍ୟାଲେଣ୍ଡରର ପରିଚୟ ଦେଇଥିଲେ, ଯାହା ଇଜିପ୍ଟରେ ସୃଷ୍ଟି ହୋଇଥିବା କ୍ୟାଲେଣ୍ଡର ଉପରେ ଆଧାରିତ ଥିଲା। ପ୍ରତି ଚାରି ବର୍ଷରେ ଗୋଟିଏ ଦିନ ଏଥିରେ ଯୋଗ କରାଯାଉଥିଲା। ସମୟ ସହିତ ଲୋକମାନେ ହୃଦୟଙ୍ଗମ କଲେ ଯେ, ପୃଥିବୀ ୩୬୫.୨୫ଦିନରେ ସୂର୍ଯ୍ୟ ଚାରିପଟେ ଘୂରିବ ନାହିଁ କିନ୍ତୁ ଏହା ୩୬୫.୨୪୨୧୯ଦିନ ନେଇଥାଏ। ଏହାର ଅର୍ଥ ଅଧିକ ଉନ୍ନତି ବା ସୁଧାର ଆବଶ୍ୟକ ଥିଲା।

୧୫୮୨ରେ ପୋପ ଗ୍ରେଗୋରୀ ‘XIII’ ଏକ ଛୋଟ ପରିବର୍ତ୍ତନ କରିଥିଲେ। ସେ କହିଥିଲେ, ପ୍ରତି ଚାରି ବର୍ଷରେ, ଫେବୃଆରୀରେ ଗୋଟିଏ ଦିନ ଯୋଡ଼ାଯିବ, କିନ୍ତୁ ୧୭୦୦, ୨୧୦୦ ଇତ୍ୟାଦି ପ୍ରତ୍ୟେକ ଶତାବ୍ଦୀରେ ଲିପ୍‌ ଇୟର ନିୟମ ଲାଗୁ ହେବ ନାହିଁ। କିନ୍ତୁ ସେହି ବର୍ଷକୁ ୪୦୦ ଦ୍ୱାରା ବିଭକ୍ତ କରାଯିବା ଉଚିତ ନୁହେଁ। ଏହି କ୍ୟାଲେଣ୍ଡରର ଉନ୍ନତି ଯଥେଷ୍ଟ ପ୍ରଭାବଶାଳୀ ଥିଲା ଏବଂ ଆଜି ମଧ୍ୟ ଏହାକୁ ଗ୍ରେଗୋରିଆନ କ୍ୟାଲେଣ୍ଡର ଭାବରେ ବ୍ୟବହାର କରାଯାଏ।

କିନ୍ତୁ ଯଦି କୌଣସି ଲିପ୍‌ ଇୟର ନ ଥାନ୍ତା କ’ଣ ଘଟିଥାନ୍ତା? ଏହି କାରଣରୁ ପୃଥିବୀର ସବୁଠାରୁ କମ୍‌ ଦିନ ଏବଂ ଦୀର୍ଘତମ ଦିନ ହୋଇଥାନ୍ତା। କୃଷକମାନେ ବିହନ ବୁଣିବା ପାଇଁ ଉପଯୁକ୍ତ ସମୟ ଅନୁମାନ କରିବାରେ ଅସମର୍ଥ ହୁଅନ୍ତି ଏବଂ ସବୁଠାରୁ ବଡ଼ କଥା ହେଉଛି ପାଗ ଏବଂ ସୂର୍ଯ୍ୟଙ୍କ ଗତିବିଧି ଅନୁଯାୟୀ ଦିନ ବଦଳିଥାନ୍ତା। ତାରିଖଗୁଡ଼ିକ ବି ବଦଳିଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri