Posted inଫୁରସତ

ପ୍ରତି ୪ ବର୍ଷରେ ଫେବୃଆରୀ ୨୮ କାହିଁକି ହୁଏ ୨୯, ଜାଣନ୍ତୁ ଏହା ପଛର ରହସ୍ୟ

ପୂର୍ବ ହେଉ କି ପଶ୍ଚିମ, ଜ୍ୟୋତିର୍ବିଜ୍ଞାନୀମାନେ କ୍ୟାଲେଣ୍ଡରର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରନ୍ତି। ଭାରତର ହିନ୍ଦୁ ପାଞ୍ଜି କିମ୍ବା କ୍ୟାଲେଣ୍ଡରରେ ଏହା ଦାବି କରାଯାଇଛି ଯେ, ଏଥିରେ କୌଣସି ସଂସ୍କାରର ଆବଶ୍ୟକତା ନାହିଁ ଏବଂ ଆଗାମୀ ଅନେକ ହଜାର ବର୍ଷ ପାଇଁ କୌଣସି ସଂସ୍କାରର ଆବଶ୍ୟକତା ପଡ଼ିବ ବି ନାହିଁ। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକରେ, ବିଶେଷକରି ୟୁରୋପରେ କ୍ୟାଲେଣ୍ଡରର ଏକ ଭିନ୍ନ ଇତିହାସ ଅଛି।

ଏହା ପୂର୍ବରୁ ବହୁଳ ଭାବରେ ବିଶ୍ୱାସ କରାଯାଉଥିଲା ଯେ, ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବା ପାଇଁ ୩୬୫ ଦିନ ସମୟ ନେଇଥାଏ ଏବଂ ତେଣୁ ବର୍ଷର ବ୍ୟବଧାନ ମଧ୍ୟ ୩୬୫ ଦିନରେ ରଖାଯାଇଥିଲା। କିନ୍ତୁ ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲିବା ପାଇଁ ୩୬୫ ଏବଂ ଏକ ଚତୁର୍ଥାଂଶ ଦିନ ନେଇଥାଏ। ଏହି ଅତିରିକ୍ତ ସମୟ ପ୍ରତି ଚାରି ବର୍ଷରେ ଆଉ ଗୋଟିଏ ଦିନ ଯୋଗ କହୁଏ। ଏହି ବର୍ଷକୁ ଲିପ୍‌ ଇୟର ବା ଅଧିବର୍ଷ କୁହାଯାଏ।

ଏହାର କାରଣ ହେଉଛି ଏହି ବର୍ଷ ଫେବୃଆରୀ ମାସ ୨୮ ଦିନିଆ ନ ହୋଇ ୨୯ ଦିନିଆ ହୋଇଥାଏ। କ୍ୟାଲେଣ୍ଡରର ସଂସ୍କାରର ଆବଶ୍ୟକତା ପ୍ରାଚୀନ ରୋମ୍‌ରେ ପ୍ରଥମେ ଅନୁଭବ କରାଯାଇଥିଲା। ସେହି ସମୟରେ ଚନ୍ଦ୍ର ଉପରେ ଆଧାରିତ ଏକ କ୍ୟାଲେଣ୍ଡର ବର୍ଷ ୩୫୫ ଦିନ ଥିଲା। ରୋମୀୟମାନେ ଦେଖିଲେ ଯେ, ସେମାନଙ୍କର କ୍ୟାଲେଣ୍ଡରରେ ତାଳମେଳ କିଛି ଅଲଗା ରହିଛି। ଏଥିରେ ସୁଧାର ଆଣିବା ପାଇଁ ସେ ପ୍ରଥମେ ଦୁଇ ବର୍ଷରେ କ୍ୟାଲେଣ୍ଡରରେ ମର୍ସିଡୋନିୟସ ନାମକ ଅନ୍ୟ ଏକ ମାସ ଯୋଡ଼ିଥିଲେ।

ଖ୍ରୀଷ୍ଟପୂର୍ବ ୪୫ରେ ରୋମାନ ସମ୍ରାଟ ଜୁଲିୟସ ସିଜର କ୍ୟାଲେଣ୍ଡରର ପରିଚୟ ଦେଇଥିଲେ, ଯାହା ଇଜିପ୍ଟରେ ସୃଷ୍ଟି ହୋଇଥିବା କ୍ୟାଲେଣ୍ଡର ଉପରେ ଆଧାରିତ ଥିଲା। ପ୍ରତି ଚାରି ବର୍ଷରେ ଗୋଟିଏ ଦିନ ଏଥିରେ ଯୋଗ କରାଯାଉଥିଲା। ସମୟ ସହିତ ଲୋକମାନେ ହୃଦୟଙ୍ଗମ କଲେ ଯେ, ପୃଥିବୀ ୩୬୫.୨୫ଦିନରେ ସୂର୍ଯ୍ୟ ଚାରିପଟେ ଘୂରିବ ନାହିଁ କିନ୍ତୁ ଏହା ୩୬୫.୨୪୨୧୯ଦିନ ନେଇଥାଏ। ଏହାର ଅର୍ଥ ଅଧିକ ଉନ୍ନତି ବା ସୁଧାର ଆବଶ୍ୟକ ଥିଲା।

୧୫୮୨ରେ ପୋପ ଗ୍ରେଗୋରୀ ‘XIII’ ଏକ ଛୋଟ ପରିବର୍ତ୍ତନ କରିଥିଲେ। ସେ କହିଥିଲେ, ପ୍ରତି ଚାରି ବର୍ଷରେ, ଫେବୃଆରୀରେ ଗୋଟିଏ ଦିନ ଯୋଡ଼ାଯିବ, କିନ୍ତୁ ୧୭୦୦, ୨୧୦୦ ଇତ୍ୟାଦି ପ୍ରତ୍ୟେକ ଶତାବ୍ଦୀରେ ଲିପ୍‌ ଇୟର ନିୟମ ଲାଗୁ ହେବ ନାହିଁ। କିନ୍ତୁ ସେହି ବର୍ଷକୁ ୪୦୦ ଦ୍ୱାରା ବିଭକ୍ତ କରାଯିବା ଉଚିତ ନୁହେଁ। ଏହି କ୍ୟାଲେଣ୍ଡରର ଉନ୍ନତି ଯଥେଷ୍ଟ ପ୍ରଭାବଶାଳୀ ଥିଲା ଏବଂ ଆଜି ମଧ୍ୟ ଏହାକୁ ଗ୍ରେଗୋରିଆନ କ୍ୟାଲେଣ୍ଡର ଭାବରେ ବ୍ୟବହାର କରାଯାଏ।

କିନ୍ତୁ ଯଦି କୌଣସି ଲିପ୍‌ ଇୟର ନ ଥାନ୍ତା କ’ଣ ଘଟିଥାନ୍ତା? ଏହି କାରଣରୁ ପୃଥିବୀର ସବୁଠାରୁ କମ୍‌ ଦିନ ଏବଂ ଦୀର୍ଘତମ ଦିନ ହୋଇଥାନ୍ତା। କୃଷକମାନେ ବିହନ ବୁଣିବା ପାଇଁ ଉପଯୁକ୍ତ ସମୟ ଅନୁମାନ କରିବାରେ ଅସମର୍ଥ ହୁଅନ୍ତି ଏବଂ ସବୁଠାରୁ ବଡ଼ କଥା ହେଉଛି ପାଗ ଏବଂ ସୂର୍ଯ୍ୟଙ୍କ ଗତିବିଧି ଅନୁଯାୟୀ ଦିନ ବଦଳିଥାନ୍ତା। ତାରିଖଗୁଡ଼ିକ ବି ବଦଳିଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?