Posted inଫୁରସତ

କୁତୁକୁତୁ ଲାଗେ କାହିଁକି? କେବେ ଭାବିଛନ୍ତି କି…

ସାଙ୍ଗସାଥୀ, ଭାଇଭଉଣୀ ମଜାମସ୍ତୀରେ କୁତୁକୁତୁ କରିଥାନ୍ତି। ହେଲେ ଯଦି କେବେ ନିଜେ ନିଜକୁ କରନ୍ତି କୁତୁକୁତୁ ଜମା ଲାଗେନା। ଏମିତି କାହିଁକି ହୁଏ ଏହାକୁ ନେଇ ଅନେକ ଗବେଷଣା ହୋଇଛି। ଏହି ଅଧ୍ୟୟନଗୁଡିକରେ ଜାଣିବାକୁ ଚେଷ୍ଟା କରାଯାଇଛି ଯେ, ନିଜେ ନିଜକୁ ଓ ଅନ୍ୟ କେହି କୁତୁକୁତୁ କଲେ ମସ୍ତିସ୍କ ଉପରେ କ’ଣ ପ୍ରଭାବ ପଡ଼ିଥାଏ। ଆଉ ତାହା କେଉଁଭଳି ପ୍ରତିକ୍ରିୟା ସୃଷ୍ଟି କରେ। ଆଉ ଜଣାପଡ଼ିଛି ଯେ, ଅନ୍ୟ କେହି କୁତୁକୁତୁ କଲେ ସଙ୍ଗେ ସଙ୍ଗେ କୁତୁକୁତୁ ଲାଗିବା ପଛରେ ମଣିଷର ମସ୍ତିସ୍କ ଦାୟୀ। ୟୁନିଭର୍ସିଟି ଅଫ୍‌ ଲଣ୍ଡନର ସାରା ଜୈନ ବ୍ଲାକମୋର ଏହା ଉପରେ ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ଯେ, ମସ୍ତିସ୍କ ନିଜର ଓ ଅନ୍ୟ ହାତର ଅନ୍ତର ବିଷୟରେ ଧ୍ୱନିର ଗତି ସହ ନିଷ୍ପତ୍ତି ନେଇଥାଏ। କୁତୁକୁତୁର ଅନୁଭବ ସାଧାରଣତଃ ମସ୍ତିଷ୍କର ଦୁଇ ଭାଗ ସକ୍ରିୟ ହେବାଦ୍ୱାରା ହୋଇଥାଏ। ଯେବେ କେହି ଆମକୁ ସ୍ପର୍ଶ କରନ୍ତି ଆମ ଉପର ଚର୍ମର ତଳଭାଗରେ ଥିବା ସୂକ୍ଷ୍ମ ଶୀରାର ଶେଷଭାଗ ବା ଏପିଡର୍ମିଗୁଡିକ ମସ୍ତିସ୍କକୁ ବୈଦ୍ୟୁତିକ ସିଗ୍ନାଲ ପଠାଇଥାଏ। ସୋମାଟୋସେନ୍ସେରୀ କୋର୍ଟେକ୍ସ ସିଗ୍ନାଲକୁ ଗ୍ରହଣ କରେ, ଆଉ ଆଣ୍ଟେରିୟର ସିଙ୍ଗୁଲେଟେଡ କର୍ଟେକ୍ସ ସିଗ୍ନାଲକୁ ବିଶ୍ଲେଷଣ କରେ। ସୋମେଟୋସେନ୍ସରୀ କାର୍ଟେକ୍ସ ସ୍ପର୍ଶକୁ ବୁଝେ। ଆଉ ଆଣ୍ଟେରିୟର ସିଙ୍ଗୁଲେଟ କାର୍ଟେକ୍ସ, ଖୁସି ଓ ଅନ୍ୟ କିଛି ମଜାଦାର ଅନୁଭବକୁ ଚିହ୍ନେ। ଯେବେ ଆମେ ନିଜେ ନିଜକୁ କୁତୁକୁତୁ କରିବାକୁ ଚେଷ୍ଟା କରୁ ମସ୍ତିଷ୍କର ପଛଭାଗରେ ଥିବା ସେରିବେଲମ ଆଗୁଆ ଏହାକୁ ଠଉରେଇନିଏ। ଆଉ କାର୍ଟେକ୍ସକୁ ଏହା ସମ୍ପର୍କରେ ସଙ୍କେତ ପଠାଏ। ଏମିତିରେ କୁତୁକୁତୁ ପାଇଁ କାର୍ଟେକ୍ସ ଆଗୁଆ ସଚେତନ ହୋଇଯାଏ। ମସ୍ତିଷ୍କ ଜାଣିଯାଏ ଯେ ନିଜେ କୁତୁକୁତୁ କଲେ କିଛି କ୍ଷତି ହେବ ନାହିଁ। ସେଥିପାଇଁ ସତର୍କ ହୁଏନା। ଆଉ ସେନ୍ସରୀ ଅର୍ଗାନ କିଛି ପ୍ରତିକ୍ରିୟା ଦିଏ ନାହିଁ; ଯଦ୍ଦ୍ବାରା ଆମେ ନିଜେ କଲେ କୁତୁକୁତୁ ଲାଗେ ନାହିଁ। ଅନ୍ୟପକ୍ଷେ ଅନ୍ୟ କେହି କୁତୁକୁତୁ କଲେ ଆମ ମସ୍ତିଷ୍କ ତୁରନ୍ତ ଆଲର୍ଟ ବା ସତର୍କ ହୋଇଯାଏ ଓ ପ୍ରତିକ୍ରିୟା ହସ ଓ ହସ ରୋକିବା ପ୍ରୟାସରେ ଦେଖାଯାଏ।

କୁତୁକୁତୁର ପ୍ରକାର: ବୈଜ୍ଞାନିକଙ୍କ ମତରେ କୁତୁକୁତୁ ଦୁଇ ପ୍ରକାରର । ପ୍ରଥମ ହେଉଛି ନିସମେସିସ୍‌, ଯେଉଁଥିରେ ଶରୀରକୁ ହାଲ୍‌କା ସ୍ପର୍ଶ କଲେ ସେହି ସ୍ଥାନର ପତଳା ଚର୍ମ ପରସ୍ତ ତଥା ଏପିଡର୍ମିସରେ ଥିବା ଶୀରା ମସ୍ତିଷ୍କକୁ ଖବର ପଠାଇଥାଏ। ଫଳରେ ଆମକୁ ହାଲ୍‌କା କୁଣ୍ଡାଇ ହେବାପରି ଅନୁଭୂତ ହୁଏ। ଅନ୍ୟଟି ହେଉଛି ଗାର୍ଗାଲେସିସ୍‌, ଯେଉଁଥିରେ ପେଟ, ବେକ, କାଖକୁ ଛୁଇଁଲେ ଆମେ ଖୁବ୍‌ ଜୋର୍‌ରେ ହସିଥାଉ। ବୈଜ୍ଞାନିକ କହନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରର ଭିନ୍ନ ଭିନ୍ନ ଭାଗ ସମ୍ବେଦନଶୀଳ ହୋଇଥାଏ। ତେବେ ଖାସ୍‌କରି ଏମିତି ସ୍ଥାନରେ ବେଶି କୁତୁକୁତୁ ଲାଗେ, ଯେଉଁ ସ୍ଥାନ ହାଡ଼ଦ୍ୱାରା କମ୍‌ ଘେରେଇ ହୋଇ ରହିଥାଏ। ଯେମିତି କି ପେଟ ଓ ତଳିପାଦ।

ଦଣ୍ଡ ଥିଲା କୁତୁକୁତୁ: ଆମେ ଜାଣୁ ଯେ, ସାଙ୍ଗସାଥୀ, ପରିବାରର ପ୍ରିୟ ସଦସ୍ୟଙ୍କୁ ମଜାମସ୍ତିରେ କୁତୁକୁତୁ କରାଯାଇଥାଏ। ହେଲେ ପୂର୍ବେ କୁତୁକୁତୁକୁ ଦଣ୍ଡଭାବେ ବି ବ୍ୟବହାର କରାଯାଉଥିଲା। ବ୍ରିଟିଶ ମେଡିକାଲ ଜର୍ନାଲରେ ଛପାଯାଇଥିବା ଏକ ଆଲେଖ୍ୟ ଅନୁସାରେ ଚାଇନାର ହାନ ଶାସକଙ୍କ ଶାସନ କାଳରେ ବଡ଼ ବଡ଼ ପଦବୀରେ ଥିବା ବ୍ୟକ୍ତିଙ୍କ ଛୋଟମୋଟ ଭୁଲ ପାଇଁ ‘ଚାଇନିଜ ଟିକଲ୍‌’ ଉପାୟରେ ଅର୍ଥାତ୍‌ କୁତୁକୁତୁ କରି ଦଣ୍ଡ ଦିଆଯାଉଥିଲା। ସେମାନଙ୍କୁ ସେ ପର୍ଯ୍ୟନ୍ତ କତୁକୁତୁ କରାଯାଉଥିଲା ଯେପର୍ଯ୍ୟନ୍ତ ସେମାନେ ହସି ହସି ଅଣନିଃଶ୍ୱାସୀ ନ ହୋଇଛନ୍ତି । ପ୍ରାଚୀନ ରୋମରେ ବି କୁତୁକୁତୁ ଦଣ୍ଡ ଥିଲା, ଯାହାକି ବହୁତ କଷ୍ଟଦାୟକ ଥିଲା। ଏଥିରେ ଦୋଷୀର ପାଦକୁ ଲୁଣ ପାଣିରେ ଧୁଆ ଯାଉଥିଲା ଓ ପାଦକୁ ଛେଳି ଦ୍ୱାରା ଚଟାଇ ସଫା କରାଯାଉଥିଲା। ଛେଳି ସେ ପର୍ଯ୍ୟନ୍ତ ପାଦ ଚାଟୁଥିଲା ଯେ ପର୍ଯ୍ୟନ୍ତ ପାଦ ଖଣ୍ଡିଆ ନ ହୁଏ। ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ଏକ ନାଜି କ୍ୟାମ୍ପରେ ଜର୍ମାନୀ ସେନା, ଲୋକଙ୍କୁ ସେ ପର୍ଯ୍ୟନ୍ତ କୁତୁକୁତୁ ଦଣ୍ଡ ଦେଉଥିଲା ଯେ ପର୍ଯ୍ୟନ୍ତ ସେମାନଙ୍କର ମୃତ୍ୟୁ ନ ହୋଇଛି। ଜାପାନରେ ବି ପୂର୍ବେ କ୍ରିମିନାଲ କୋଡ୍‌ ଅନ୍ତର୍ଭୁକ୍ତ ହେଉ ନ ଥିବା ଭୁଲ୍‌ ପାଇଁ ମଧ୍ୟ ‘ମର୍ସିଲେସ୍‌ ଟିକଲିଂ’ର ଦଣ୍ଡ ଦିଆଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପରିବାର ସହ ଅମ୍ବାନୀଙ୍କ ଗଣପତି ଉତ୍ସବରେ ପହଞ୍ଚିଲେ ସଚିନ ତେନ୍ଦୁଲକର; ଶାଢ଼ୀ ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ସାରା

ମୁମ୍ବାଇ: ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ବେଶ ଧୁମଧାମରେ ଗଣପତି ବାପ୍ପାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୧୪ ରେ ‘ଆଣ୍ଟିଲିଆ’ (Antilia) ଠାରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?