Posted inଫୁରସତ

ଜାଣନ୍ତି ଗୋଟିଏ ଆଖିରେ କାହିଁକି ପଟି ବାନ୍ଧନ୍ତି ଜଳଦସ୍ୟୁ

ସମସ୍ତେ ପ୍ରାୟ ଜଳଦସ୍ୟୁ ବା ସମୁଦ୍ର ଲୁଟେରାଙ୍କ ସହିତ ଜଡ଼ିତ କାହାଣୀ ଶୁଣିଥିବେ। ନଚେତ୍‌ ସେମାନଙ୍କୁ ଫିଲ୍ମ କିମ୍ବା କାର୍ଟୁନରେ ଦେଖିଥିବେ। ଏହି ଡକାୟତମାନଙ୍କ ପୋଷାକ ପରିଚ୍ଛଦ ଭିନ୍ନ ଅଟେ। ମୁଣ୍ଡରେ ଏକ ବଡ଼ ଟୋପି, ଅଜବ ପୋଷାକ ଏବଂ ଆଖିରେ ପଟି ବାନ୍ଧିଥାନ୍ତି। ହଲିଉଡ୍‌ର ଏକ ପ୍ରସିଦ୍ଧ ଫିଲ୍ମ ହେଉଛି ‘ପାଇରେଟ୍ସ ଅଫ୍‌ ଦ କ୍ୟାରିବିୟାନ’ ହଲିଉଡ୍‌ର ଜଣାଶୁଣା ଅଭିନେତା ଜନି ଡେପ୍‌ ଏହି ଫିଲ୍ମରେ ଡକାୟତ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ଜାଣନ୍ତି କି ଜଳଦସ୍ୟୁମାନେ ଗୋଟିଏ ଆଖିରେ କାହିଁକି ପଟି ବାନ୍ଧିଥାନ୍ତି।

ଆଖି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ସାହାଯ୍ୟରେ ଆମେ ପୂରା ଦୁନିଆକୁ ଦେଖିପାରୁ। ଏପରି ସ୍ଥିତିରେ ଯେତେବେଳେ ଜାହାଜ ଆଲୋକରୁ ଅନ୍ଧାରକୁ ଯାଏ, ସେତେବେଳେ ଜଳଦସ୍ୟୁମାନେ ଗୋଟିଏ ଆଖି ବୁଜି ଦିଅନ୍ତି। ଯାହାଦ୍ୱାରା ସେମାନେ ସେହି ଅନ୍ଧକାରରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯିବେ। କିନ୍ତୁ ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଯେତେବେଳେ ମଣିଷ ଆଲୋକରୁ ଅନ୍ଧାରକୁ ଯାଏ ସେତେବେଳେ ଆମର ଆଖି ସାଧାରଣ ତୁଳନାରେ ଅଧିକ ବିସ୍ତାର କରେ। ଫଳରେ ଅନ୍ଧାରରେ ସବୁକିଛି ସହଜରେ ଦେଖାଯିବ। କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଅନ୍ଧାରରୁ ଆଲୋକକୁ ଆସେ ସେତେବେଳେ କିଛି ଦେଖାଯାଏ ନାହିଁ ନାହିଁ। ସେହି ସମୟରେ ଆଖି ସ୍ବାଭାବିକ ହୋଇଯାଏ।

ଏଭଳି ପରିସ୍ଥିତିରେ ଡକାୟତମାନଙ୍କୁ ସମୁଦ୍ର ମଧ୍ୟରେ ଜାହାଜରେ ମାସ ମାସ ଧରି ଯାତ୍ରା କରିବାକୁ ପଡ଼ିଥାଏ। ଏହି ସମୟରେ ସେମାନଙ୍କୁ ବାରମ୍ବାର ଡେକ୍‌ ଯିବାକୁ ପଡ଼ିଥାଏ। ଯେଉଁଠାରେ ସାମଗ୍ରୀ ଜାହାଜରେ ରଖାଯାଏ, ଏହା ଅତ୍ୟନ୍ତ ଅନ୍ଧକାର ସ୍ଥାନ। ସେହି ସମୟରେ ଡକାୟତମାନେ ଡେକ୍‌ରେ ପ୍ରବେଶ କରନ୍ତି, ସେମାନେ ଆଖିରେ ନାଲି କିମ୍ବା କଳା ପଟି ବ୍ୟବହାର କରିଥାନ୍ତି। ସେମାନେ ଏପରି କରିଥାନ୍ତି କି ଯାହାଦ୍ୱାରା ସାମଗ୍ରୀ ଦେଖିବାରେ କୌଣସି ଅସୁବିଧା ହୋଇ ନ ଥାଏ। ପଟି ବାନ୍ଧିବା ଅର୍ଥ ହେଉଛି ଯେତେବେଳେ ସେମାନେ ଆଲୋକରୁ ଅନ୍ଧାରକୁ ଯାଆନ୍ତି ସେମାନଙ୍କ ଆଖିର ତେଜ ବିସ୍ତାର କରିବାକୁ ଅଧିକ ସମୟ ଲାଗେ ନାହିଁ। କାରଣ ସେମାନଙ୍କର ଗୋଟିଏ ଆଖି ଅନ୍ଧକାରରେ ଅଛି।

ସମୁଦ୍ରରେ ଯିବା ସମୟରେ ଆଖି ବୁଜିବାର ନିୟମ ବହୁତ ପୁରୁଣା। ଏହି ନିୟମ ହେତୁ ଡକାୟତମାନଙ୍କୁ ଶତ୍ରୁ ସହିତ ଲଢ଼ିବା ପାଇଁ ଉଭୟ ଆଖି ଅନ୍ଧକାର ଏବଂ ଆଲୋକ ପାଇଁ ପ୍ରସ୍ତୁତ ରଖିବାକୁ ପଡ଼ିଥାଏ। ଏହି କାରଣରୁ ଜଳଦସ୍ୟୁମାନେ ଗୋଟିଏ ଆଖିରେ ପଟି ବାନ୍ଧି ଲୁଟିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଟ୍‌ରେ ତାଲା, ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଛାତ୍ରୀଛାତ୍ର: ଧ୍ୟକ୍ଷଙ୍କ ନିରବତାକୁ ନେଇ ଅସନ୍ତୋଷ

ମୋହନା, ୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ୍‌ରେ ଥିବା ଏକମାତ୍ର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣାକୁ ନେଇ…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେଡିର କାର୍ଯ୍ୟାନୁଷ୍ଠାନ: ୩ ଜଣ ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ…

ନାମ ଫଳକରେ ନ ଥିଲା ନାଁ, ମୁହାଁମୁହିଁ ହେଲେ ମେୟର-ବିଡିଏ ଭିସି

ଭୁବନେଶ୍ବର,୧୩।୧୦: ନାମ ଫଳକରେ ନାଁ ନ ଥିବା ନେଇ ମେୟର ସୁଲୋଚନା ଦାସ ଏବଂ ବିଡିଏ ଭିସି ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି। ଘାଟିକିଆ ବଜରଙ୍ଗୀ ଖେଳ…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?