Posted inଫୁରସତ

ରିଲେଶନକୁ ଆସିବା ପରେ ଝିଅମାନେ କାହିଁକି ମୋଟା ହୋଇଯାଆନ୍ତି? ଭିତିରି କଥା ଜାଣିଲେ…

ଅନେକ ଝିଅ ରିଲେସନଶିପ ବା ବିବାହ ପରେ ଓଜନ ବୃଦ୍ଧି ହେବାର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏହା ଏକ ସାଧାରଣ ଘଟଣା ହେଲେ ମଧ୍ୟ ଏହାର ପଛରେ ଥାଏ କିଛି ବୈଜ୍ଞାନିକ ଓ ଜୀବନଶୈଳୀ ସମ୍ବନ୍ଧୀୟ କାରଣ। ଆସନ୍ତୁ ଜାଣିବା ଏହାର ପ୍ରମୁଖ କାରଣଗୁଡିକ କ’ଣ?

ଜୀବନଶୈଳୀରେ ପରିବର୍ତ୍ତନ:
ରିଲେସନଶିପ ବା ବିବାହ ପରେ ଝିଅମାନଙ୍କ ଜୀବନଶୈଳୀରେ ବ ପରିବର୍ତ୍ତନ ହୁଏ। ପୂର୍ବରୁ ସେମାନେ ନିଜର ଫିଟନେସ ଓ ରୂପ ପ୍ରତି ଅଧିକ ଧ୍ୟାନ ଦେଉଥିଲେ, କିନ୍ତୁ ବିବାହ ପରେ ନୂଆ ଦାୟିତ୍ୱ ଓ ପରିବାର ପ୍ରତି ଧ୍ୟାନ ଯୋଗୁଁ ନିଜ ଯତ୍ନ ନେବା ପାଇଁ ସମୟ କମିଯାଏ। ଏହା ଓଜନ ବୃଦ୍ଧିର ଏକ ପ୍ରମୁଖ କାରଣ।

ହରମୋନ ପରିବର୍ତ୍ତନ:
ବିବାହ ବା ରିଲେସନଶିପ ପରେ ଶାରୀରିକ ଓ ମାନସିକ ପରିବର୍ତ୍ତନ ଯୋଗୁଁ ହରମୋନରେ ଅସ୍ଥିରତା ଦେଖାଦିଏ। ଏହା ମେଟାବୋଲିଜମକୁ ପ୍ରଭାବିତ କରି ଓଜନ ବାଇପାରେ। ବିଶେଷକରି ୩୦ ବର୍ଷ ବୟସ ପରେ ମେଟାବୋଲିକ ରେଟ କମିଯାଏ, ଯାହା ଓଜନ ବୃଦ୍ଧିରେ ସହାୟକ ହୁଏ।

ଖାଦ୍ୟାଭ୍ୟାସରେ ପରିବର୍ତ୍ତନ:
ରିଲେସନଶିପରେ ଥିବା ଝିଅମାନେ ପ୍ରାୟତଃ ପାର୍ଟନରଙ୍କ ସହିତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହା ସହିତ ପାର୍ଟି, ଉତ୍ସବ ଓ ପାରିବାରିକ ଜମାହେଳାରେ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖିଆଯାଏ, ଯାହା ଓଜନ ବଢାଇଥାଏ।

ମାନସିକ ଚାପ:
ନୂଆ ସମ୍ପର୍କ ବା ବିବାହ ପରେ ଝିଅମାନେ ନୂଆ ଦାୟିତ୍ୱ ଓ ପରିବାରର ଆଶା ପୂରଣ କରିବାକୁ ଚାପରେ ରହିଥାନ୍ତି। ଏହି ମାନସିକ ଚାପ ଅନିୟମିତ ଖାଦ୍ୟାଭ୍ୟାସ ଓ ଅସୁସ୍ଥ ଖାଦ୍ୟ ସେବନକୁ ପ୍ରୋତ୍ସାହିତ କରିଥାଏ, ଯାହା ଓଜନ ବୃଦ୍ଧିର କାରଣ ହୁଏ।

ଅନିୟମିତ ନିଦ୍ରା:
ରିଲେସନଶିପ ବା ବିବାହ ପରେ ଝିଅମାନଙ୍କ ନିଦ୍ରା ଅନିୟମିତ ହୋଇପାରେ। ପର୍ଯ୍ୟାପ୍ତ ନିଦ୍ରାର ଅଭାବ ମେଟାବୋଲିଜମକୁ ଧୀମା କରି ଓଜନ ବାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?