Posted inଜାତୀୟ

ଅହମଦାବାଦ ବିମାନ ଦୁର୍ଘଟଣାର ୨ ମାସ ପରେ କାହିଁକି ଏମିତି କହିଲେ ପୀଡ଼ିତ? ଜାଣନ୍ତୁ କ’ଣ ତାଙ୍କର ଦୁଃଖ

ନୂଆଦିଲ୍ଲୀ,୧୧।୮: ଜୁନ ୨ ତାରିଖରେ ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଦୁଇ ମାସ ବିତିଗଲାଣି, କିନ୍ତୁ ପୀଡିତମାନେ ଏପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପାଇନାହାଁନ୍ତି। ପୀଡିତଙ୍କ ପ୍ରତିନିଧିତ୍ୱ କରୁଥିବା ଆମେରିକୀୟ ଓକିଲ ଆଣ୍ଡ୍ରୁଜ କହିଛନ୍ତି ଯେ ଯଦି ରତନ ଟାଟା ବଞ୍ଚିଥାନ୍ତେ, ତେବେ କ୍ଷତିପୂରଣ ଦେବାରେ ଏତେ ବିଳମ୍ବ ହୋଇନଥାନ୍ତା ନାହିଁ।
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ୬୫ ପୀଡିତ ପରିବାର ପକ୍ଷରୁ ମାଇକ ଆଣ୍ଡ୍ରୁ କହିଛନ୍ତି ଯେ ଯଦି ଟାଟା କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ବଞ୍ଚିଥାନ୍ତେ, ତେବେ ପୀଡିତ ପରିବାର ଏବେ ପର୍ଯ୍ୟନ୍ତ କ୍ଷତିପୂରଣ ନ ପାଇ ରହି ନ ଥାନ୍ତେ।
ସମାଚାର ଏଜେନ୍ସି ANI ସହିତ କଥାବାର୍ତ୍ତା ସମୟରେ ଆଣ୍ଡ୍ରୁ କହିଛନ୍ତି ଯେ ରତନ ଟାଟା କେବେ କ୍ଷତିପୂରଣ ବିଳମ୍ବ କରିନଥାନ୍ତେ। ଏହା ଦର୍ଶାଉଛି ଯେ ଯଦି ସେ ବଞ୍ଚିଥାନ୍ତେ, ତେବେ AI171 ବିମାନ ଦୁର୍ଘଟଣାରେ ସେମାନଙ୍କ ପ୍ରିୟଜନଙ୍କୁ ହରାଇବା ପରେ ପୀଡିତ ପରିବାରକୁ ଏତେ ସଂଘର୍ଷ କରିବାକୁ ପଡ଼ିନଥାନ୍ତା।
ମାଇକ ଆଣ୍ଡ୍ରୁଙ୍କ ଅନୁଯାୟୀ,
ଆମେରିକାରେ ମଧ୍ୟ, ଆମେ ଜାଣୁ ଯେ ରତନ ଟାଟା କିଏ ଥିଲେ? ସମସ୍ତେ ତାଙ୍କ କାର୍ଯ୍ୟ କରିବାର ଶୈଳୀ ଏବଂ ତାଙ୍କ କର୍ମଚାରୀମାନଙ୍କ ପ୍ରତି ତାଙ୍କର ଯତ୍ନବାନ ସ୍ବଭାବ ବିଷୟରେ ଜାଣନ୍ତି। AI171 ର ପୀଡିତଙ୍କୁ କ୍ଷତିପୂରଣ ଦେବାରେ କେଉଁ ଅମଲାତାନ୍ତ୍ରିକ ପ୍ରକ୍ରିୟା ବାଧା ସୃଷ୍ଟି କରୁଛି ତାହା ଆମେ ନିଶ୍ଚିତ ନୁହେଁ, ଯାହା କାରଣରୁ କ୍ଷତିପୂରଣରେ ଏତେ ବିଳମ୍ବ ହେଉଛି?
ମାଇକ ଆଣ୍ଡ୍ରୁ କହିଛନ୍ତି, ‘ଆମେ ଜଣେ ପୀଡିତଙ୍କ ପରିବାରକୁ ଭେଟିଥିଲୁ। ଜଣେ ବୃଦ୍ଧା ମାଆ ଶଯ୍ୟାଶାୟୀ। ସେ ତାଙ୍କ ସ୍ବାସ୍ଥ୍ୟସେବା ପାଇଁ ତାଙ୍କ ପୁଅ ଉପରେ ନିର୍ଭର କରୁଥିଲେ। ଏବେ ସେ ଆଉ ଏହି ଦୁନିଆରେ ନାହାନ୍ତି। ସେମାନେ କୌଣସି କ୍ଷତିପୂରଣ ପାଉନାହାଁନ୍ତି। ସେମାନେ ଏବେ କ’ଣ କରିବା ଉଚିତ?’

ଜୁନ ୧୨ରେ ଅହମଦାବାଦ ବିମାନ ଦୁର୍ଘଟଣା ପରେ, ଏୟାର ଇଣ୍ଡିଆ ସମସ୍ତ ପୀଡିତଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲା। ପରେ, ଅତିରିକ୍ତ ୨୫ ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା। ଜୁଲାଇ ୨୬ ରେ, ଏୟାର ଇଣ୍ଡିଆ ୨୬ଲକ୍ଷ ଟଙ୍କା ରାଶି ଜାରି କରିଥିଲା। ଏହି ରାଶି ୨୨୯ଯାତ୍ରୀଙ୍କ ୧୪୭ପରିବାରକୁ ଦିଆଯାଇଛି। ତଥାପି, ପୀଡିତମାନଙ୍କୁ ୧କୋଟି ଟଙ୍କା କ୍ଷତିପୂରଣ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?