Posted inଜାତୀୟ

ଦେଶ ପାଇଁ କାହିଁକି ଦାନ ମାଗୁଛି କଂଗ୍ରେସ, କ’ଣ ଏହି କ୍ରାଉଡ ଫଣ୍ଡିଂ

ନୂଆଦିଲ୍ଲୀ,୧୮।୧୨: କିଛିଦିନ ତଳେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ସେମାନଙ୍କ ଇଚ୍ଛା ଅନୁଯାୟୀ ହୋଇ ନ ଥିଲେ ମଧ୍ୟ କଂଗ୍ରେସର ଉତ୍ସାହରେ କୌଣସି ହ୍ରାସ ଘଟିନାହିଁ। ଗୋଟିଏ ପଟେ ଭାରତ ଯୋଡୋ ଯାତ୍ରାର ଭାଗ -୨ ଆରମ୍ଭ କରିବାକୁ ଦଳ କହୁଛି, ଅନ୍ୟପକ୍ଷରେ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଅନଲାଇନ ଦାନ ସଂଗ୍ରହ ପାଇଁ ‘ଦେଶ ପାଇଁ ଦାନ’ ନାମକ ଏକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ଦଳର ଏହି ଅଭିଯାନର ଟ୍ୟାଗଲାଇନ ହେବ – କଂଗ୍ରେସ ଆପଣଙ୍କୁ ଆବଶ୍ୟକ କରେ, ଏକ ଭଲ ଦେଶ ପାଇଁ ଭାରତ ଆପଣଙ୍କୁ ଆବଶ୍ୟକ କରେ।
ଏହି ପ୍ରସଙ୍ଗରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ କହିଛନ୍ତି ଯେ ‘ଦେଶ ପାଇଁ ଦାନ’ ଆରମ୍ଭ କରିବାକୁ ସେ ଗର୍ବିତ। ଏହା କୌଣସି ଦଳ ଦ୍ୱାରା କରାଯାଇଥିବା ସବୁଠାରୁ ବଡକ୍ରାଉଡ ଫଣ୍ଡିଂ ହେବ। ବର୍ତ୍ତମାନ ବୁଝନ୍ତୁ, କଂଗ୍ରେସର ସାଧାରଣ ସମ୍ପାଦକ ଯେଉଁ କ୍ରାଉଡ ଫଣ୍ଡିଂ କଥା କହୁଛନ୍ତି, ବାସ୍ତବରେ ଏହା କ’ଣ ଆଉ କଂଗ୍ରେସକୁ କାହିଁକି ଚାନ୍ଦାର ଆବଶ୍ୟକତା ପଡିଲା।
ଏକ ର୍ନିଦ୍ଦିଷ୍ଟ ପ୍ରକଳ୍ପ, ବ୍ୟବସାୟିକ ଉଦ୍ୟୋଗ କିମ୍ବା ସାମାଜିକ କଲ୍ୟାଣ ପାଇଁ ସାଧାରଣ ଜନତାଙ୍କଠାରୁ ଅଳ୍ପ ପରିମାଣର ଅର୍ଥ ସଂଗ୍ରହ କରିବାର ପ୍ରକ୍ରିୟା ହେଉଛି କ୍ରାଉଡ ଫଣ୍ଡିଂ। ଏଥିରେ ଯେକୌଣସି ୱେବସାଇଟ, ଆପ କିମ୍ବା ୱେବ ଆଧାରିତ ପ୍ଲାଟଫର୍ମ କିମ୍ବା ସୋସିଆଲ ନେଟୱାର୍କିଂ ବ୍ୟବହୃତ ହୁଏ। ଏହି ମାଧ୍ୟମରେ, ପାଣ୍ଠି ସଂଗ୍ରହ କରୁଥିବା ବ୍ୟକ୍ତି ବା ସଂଗଠନ ସମ୍ଭାବ୍ୟ ଦାତା କିମ୍ବା ନିବେଶକମାନଙ୍କୁ ପାଣ୍ଠି ସଂଗ୍ରହର କାରଣ ଏବଂ ସାଧାରଣ ଜନତା କିପରି ଏହି ଅଭିଯାନରେ ସହଯୋଗ କରିପାରିବେ ତାହା କହିଥାଏ। ଏ ସମ୍ପର୍କରେ ଏଥିରେ ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ଦିଆଯାଇଛି।
କ୍ରାଉଡ ଫଣ୍ଡିଂ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଏହାର ୱେବସାଇଟରେ ସମ୍ପୂର୍ଣ୍ଣ ବିବରଣୀ ଦେଇଛି। ୧୮ ବର୍ଷରୁ ଅଧିକ ଭାରତୀୟମାନେ ଏହି ଅଭିଯାନ ମାଧ୍ୟମରେ ୧୩୮, ୧୩୮୦ ଟଙ୍କା, ୧୩,୮୦୦ଟଙ୍କା କିମ୍ବା ଏହାଠାରୁ ୧୦ଗୁଣ ଦାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri