Posted inଜାତୀୟ

ଆଶିଷଙ୍କ ଜାମିନକୁ କାହିଁକି କରାଯାଇ ନାହିଁ ବିରୋଧ, ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ସମାଲୋଚନା…

ନୂଆଦିଲ୍ଲୀ, ୩୦।୩ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଉପରେ ପୁଣି ଖଣ୍ଡା ଝୁଲିବାରେ ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟ ଏପ୍ରିଲ ୪ରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ଅକ୍ଟୋବର ୩ ରେ ଲଖୀମପୁର ଖେରୀରେ ଏହି ଘଟଣା ଘଟିଥିଲା।

ବୁଧବାର କୋର୍ଟ କହିଛନ୍ତି ଯେ ଏହା ଦ୍ୱାରା ଗଠିତ କମିଟି ଆଶିଷ ମିଶ୍ରଙ୍କ ଜାମିନ ଖାରଜ କରିବାକୁ ମଧ୍ୟ ସୁପାରିଶ କରିଛନ୍ତି। ଲଖୀମପୁର ଖେରୀ ଘଟଣା ଉପରେ ନଜର ରଖିବା ପାଇଁ ଏହି କମିଟି ଗଠନ କରାଯାଇଥିଲା।
ଏଥିସହ ସୁପ୍ରିମକୋର୍ଟ ମଧ୍ୟ ଆଶିଷ ମିଶ୍ରଙ୍କ ଜାମିନ ଖାରଜ ନକରି ଥିବାରୁ ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି।

ମୃତ କୃଷକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଆଇନଜୀବୀ ଦୁଶାନ୍ତ ଦୁବେ କହିଛନ୍ତି ଯେ ମନ୍ତ୍ରୀ ଅଜୟ ମିଶ୍ର ପ୍ରଭାବଶାଳୀ ।

ପ୍ରଧାନ ବିଚାରପତି ଏନ.ଭି ରମନା ୟୁପି ସରକାରଙ୍କ ଆଇନଜୀବୀଙ୍କୁ କହିଛନ୍ତି, ଲଖୀମପୁର ମାମଲାର ଯାଞ୍ଚ କରୁଥିବା ବିଚାରପତି ଜାମିନ ନାମଞ୍ଜୁର କରିବାକୁ ପରାମର୍ଶ ଦେଇଛନ୍ତି। ଏହା ପରେ ମଧ୍ୟ କାହିଁକି ଏପରି କରାଯାଇ ନ ଥିଲା ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି ଯେ ଜାମିନ ବାତିଲ କରିବାକୁ ସୁପାରିଶ କରି ୟୁପି ମୁଖ୍ୟ ଗୃହ ସଚିବଙ୍କୁ ଏସଆଇଟି ଏକ ଚିଠି ଲେଖିଛି। ମାମଲାର ତଦାରଖ କରୁଥିବା ବିଚାରପତି ମଧ୍ୟ ସମାନ କଥା କହିଥିଲେ।

ଏନେଇ ୟୁପି ସରକାରଙ୍କ ଆଇନଜୀବୀ କହିଛନ୍ତି ଯେ ଏ ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ମୁଁ ସେହି ରିପୋର୍ଟ ଦେଖି ନାହିଁ ।

ଏହାପୂର୍ବରୁ ମଙ୍ଗଳବାର ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ବିଜ୍ଞପ୍ତିର ଉତ୍ତର ଦେଇଛନ୍ତି। ୟୁପି ସରକାରଙ୍କୁ ସୁପ୍ରିମକୋର୍ଟ ପଚାରିଥିଲେ ଯେ ଆଶିଷ ମିଶ୍ରଙ୍କ ଜାମିନକୁ ହାଇକୋର୍ଟରେ ବିରୋଧ କରିଛନ୍ତି କି? ଏହା ଉପରେ ୟୁପି ସରକାର କହିଛନ୍ତି ଯେ ଲଖମୀପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ତୀବ୍ର ବିରୋଧ କରାଯାଇଛି। ଆଶିଷ ମିଶ୍ରଙ୍କ ଜାମିନକୁ ବିରୋଧ କରି ମୃତ କୃଷକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଏହା ଉପରେ କୋର୍ଟ ୟୁପି ସରକାରଙ୍କୁ ଏକ ନୋଟିସ ଜାରି କରିଥିଲେ ଯାହାର ଉତ୍ତରରେ ୟୁପି ସରକାର ଏହା କହିଛନ୍ତି।

ଏହା ବ୍ୟତୀତ ୟୁପି ସରକାର କୃଷକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ଭିଭିଆଇପି ଯିବାକୁ ଅନୁମତି ଦିଆଯାଇଛି ଏବଂ ସାକ୍ଷୀଙ୍କୁ ସୁରକ୍ଷା ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?