Posted inଫୁରସତ

କାହିଁକି ମରୁଛନ୍ତି ଏତେ ସଂଖ୍ୟକ ହାତୀ, ଜାଣନ୍ତୁ କ’ଣ ରହିଛି କାରଣ

ଆଫ୍ରିକାର ବୋସ୍‌ଓ୍ବାନାଠାରେ ଗତ ଦୁଇ ମାସ ମଧ୍ୟରେ ଶହ ଶହ ହାତୀଙ୍କର ମୃତ୍ୟୁ ଘଟିସାରିଲାଣି। ବ୍ରିଟେନସ୍ଥିତ ନ୍ୟାସନାଲ ପାର୍କ ରେସ୍‌କ୍ୟୁର ଡ. ଡକ୍ଟର ନିଅଲ ମାଚେନ କୁହନ୍ତି, ତାଙ୍କ ସହକର୍ମୀମାନେ ମେ’ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ଏହି ଦେଶର ଓକାଭାଙ୍ଗୋ ଡେଲ୍‌ଟାରେ ୩୫୦ରୁ ଅଧିକ ମୃତ ହାତୀ ଚିହ୍ନଟ କରିଛନ୍ତି। ଏହି ହାତୀମାନଙ୍କର ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ କେହି ସଠିକ୍‌ ଜାଣି ନାହାନ୍ତି। ଯଦିଓ ସରକାର ସେମାନଙ୍କର ପରୀକ୍ଷା କରାଇ ସାରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ।

ଆଫ୍ରିକାରେ ହ୍ରାସ ପାଉଥିବା ହାତୀ ଜନସଂଖ୍ୟାର ଏକ ତୃତୀୟାଂଶ ବୋସ୍‌ଓ୍ବାନାରେ ଅଛନ୍ତି। ଡ.ମାଚେନ କୁହନ୍ତି, ବନ୍ୟଜନ୍ତୁ ସଂରକ୍ଷଣ ସହ ଜଡ଼ିତ ବିଶେଷଜ୍ଞମାନେ ମେ’ ଆରମ୍ଭରେ ଏହି ବିଷୟରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଡେଲ୍‌ଟା ଉପରେ ୩ ଘଣ୍ଟା ଉଡ଼ାଣ ସମୟରେ ସେ ଯାହା କିଛି ଦେଖିଲେ ତାହା ଅତ୍ୟନ୍ତ ଚିନ୍ତାଜନକ ଥିଲା।

ଏହି ଉଡ଼ାଣ ସମୟରେ ୧୬୯ଟି ହାତୀର ମୃତଦେହ ପଡ଼ିଥିବା ସଂରକ୍ଷଣ କାର୍ଯ୍ୟକର୍ତ୍ତାଙ୍କୁ ଦେଖାଯାଇଥିଲା। ଏକ ମାସ ପରେ, ଯେତେବେଳେ ପରୀକ୍ଷା ସଂଖ୍ୟା ପୁନରାବୃତ୍ତି ହେଲା, ସେତେବେଳେ ଏହି ସଂଖ୍ୟା ୩୫୦କୁ ବୃଦ୍ଧି ପାଇଥିଲା। ତାଙ୍କ କହିବାନୁସାରେ, ଖାଦ୍ୟାଭାବରୁ ଯଦି ଏହି ହାତୀମାନଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଏ ତେବେ ଏହା ବଡ଼ ବିଚିତ୍ର। ଆନ୍ଥ୍ରାକ୍ସ କାରଣରୁ ମୃତ୍ୟୁ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।
ପ୍ରକାଶ ଥାଉକି, ଗତବର୍ଷ ବୋସ୍‌ୱାନାଠାରେ ଅତି କମରେ ୧୦୦ ହାତୀଙ୍କର ମୃତ୍ୟୁ ଘଟିଥିଲା। ଅଧିକାଂଶ ହାତୀ ମୁହଁ ତଳକୁ କରି ପଡ଼ିଥିବା ଦେଖିବାକୁ ମିଳିଛି। ଯେ ପର୍ଯ୍ୟନ୍ତ ଠୋସ୍‌ କିଛି ପ୍ରମାଣ ବା ମୃତ୍ୟୁର ସତ୍ୟତା ଜଣା ନ ପଡ଼ିଛି ସେ ପର୍ଯ୍ୟନ୍ତ ଆଉ କିଛି ଅନୁମାନ କରିବା ଭୁଲ ହେବ। ତେଣୁ ରିପୋର୍ଟକୁ ଅପେକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?