Advertisement
Posted inଖେଳ

ଉର୍ବଶୀଙ୍କୁ ଏହି କାରଣ ଲାଗି ବ୍ଲକ୍‌ କରିଥିଲେ ରିଷଭ ପନ୍ତ

ନୂଆଦିଲ୍ଲୀ, ୪।୭- କ୍ରିକେଟ୍‌ ଓ ବଲିଉଡ୍‌ ମଧ୍ୟରେ ସମ୍ପର୍କ ଅତି ପୁରୁଣା। ପୂର୍ବରୁ ବହୁ ଭାରତୀୟ କ୍ରିକେଟର୍‌ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ଦେଖାଯାଇଛି। ନିକଟ ଅତୀତରେ ଭାରତୀୟ ଦଳର ଯୁବ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ପ୍ରେମ ସମ୍ପର୍କକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଚଳିତ ବର୍ଷ ପ୍ରାରମ୍ଭରେ ଏହି ଯୋଡ଼ି ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ରିପୋର୍ଟ ମୁତାବକ, ଉର୍ବଶୀଙ୍କ ସହ କଥା ହେବାକୁ ଚାହୁଁ ନ ଥିଲେ ୨୨ ବର୍ଷୀୟ ପନ୍ତ। ଏହି କାରଣରୁ ସେ ଉଭୟ ହ୍ବାଟ୍ସଆପ୍‌ ଓ ଫୋନରୁ ଉର୍ବଶୀଙ୍କୁ ବ୍ଲକ କରିଦେଇଥିଲେ। ପନ୍ତ ଯେଉଁ ସମୟରେ ଉର୍ବଶୀଙ୍କୁ ବ୍ଲକ୍‌ କରିଥିଲେ ସେହି ସମୟରେ ସେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଖେଳୁଥିଲେ। ସିରିଜର ୩ୟ ଟି୨୦ ମ୍ୟାଚ୍‌ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା। ସେହିଭଳି ସେ ଖରାପ ଫର୍ମ ଦେଇ ଗତି କରୁଥିଲେ। ଏହାକୁ ନେଇ ବେଶ୍‌ ଚିନ୍ତିତ ଥିବା ରିଷଭ ଫୋନ ଓ ହ୍ବାଟସଆପ୍‌ରୁ ୨୬ ବର୍ଷୀୟା ଉର୍ବଶୀଙ୍କୁ ବ୍ଲକ କରି ଦେଇଥିଲେ। ପନ୍ତଙ୍କ ଅତି ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଉର୍ବଶୀ ବାରମ୍ବାର ପନ୍ତଙ୍କ ସହ କଥା ହେବାକୁ ଚାହୁଁଥିଲେ। ଯାହା ଫଳରେ ବାଧ୍ୟ ହୋଇ ପନ୍ତ ଏଭଳି ପଦକ୍ଷେପ ନେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଉର୍ବଶୀ ଓ ଅନ୍ୟତମ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଲମ୍ବା ସମୟ ପର୍ଯ୍ୟନ୍ତ ଆଫେୟାର୍ସ ରହିଥିଲା। କିନ୍ତୁ ନତାଶା ଷ୍ଟେନକୋଭିକଙ୍କୁ ପାଣ୍ଡ୍ୟା ଜୀବନ ସାଥୀ ବାଛିବା ପରେ ଉର୍ବଶୀ ତାଙ୍କଠାରୁ ଦୂରେଇ ଯାଇଥିଲେ। ଏହାପରେ ରିଷଭଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୯ କୋଟି ଟଙ୍କାର କ୍ରିକେଟର୍‌ ସାଜିଲେ ଚେନ୍ନାଇ ପାଇଁ ବଡ ଶତ୍ରୁ

ଦୁବାଇ,୫।୧୦: ଆଇପିଏଲ ୨୦୨୧ର ଏକ ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ...

ପ୍ରଥମ ଦଳ ଭାବେ ଟ୍ରେନିଂ ଆରମ୍ଭ କରିପାରେ ଚେନ୍ନାଇ ସୁପରକିଙ୍ଗ୍ସ

ନୂଆଦିଲ୍ଲୀ, ୧।୮- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ଆୟୋଜନକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଛି। କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି...

ଅଷ୍ଟ୍ରେଲିଆ ଜିତିଲା, ଭାରତକୁ କ୍ଷତି

ବ୍ରିସବେନ୍‌,୧୨।୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜର ପ୍ରଥମ ଟେଷ୍ଟରେ ୯ ଉଇକେଟରେ ଏକପାଖିଆ ବିଜୟ ହାସଲ କରି ଅଷ୍ଟ୍ରେଲିଆ ଏକ ଭଲ ଆରମ୍ଭ କରିଛି। ଏହା...

ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ପୃଥ୍ବୀ ଶ’

ଭାରତୀୟ ଦଳର ଯୁବ ବ୍ୟାଟ୍ସ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ଶ ନିଜର ୨୧ତମ ଜନ୍ମଦିନ ପାଳନ କରିଛନ୍ତି। ଏବେ ୟୁଏଇରେ ଆଇପିଏଲରେ ବ୍ୟସ୍ତ ଥିବା ଶ’ଙ୍କୁ ଅନେକ...

‘ଖେଳାଳିଙ୍କ ଜୀବନଶୈଳୀ ବଦଳାଇବ ଅଲ୍‌ଟିମେଟ ଖୋ ଖୋ’

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଆସିଥିବା...

ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ବିକାଶ

ଅମାନ (ଜୋର୍ଡାନ),୧୦।୩- ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ବିକାଶ କ୍ରିଷ୍ଣନ ଏଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ଫାଇନାଲରେ ପ୍ରବେଶ କିରଛନ୍ତି। କିନ୍ତୁ ୫୨ କେଜି ଓଜନ...

ବିଶ୍ୱ ଚାମ୍ପିୟନଶିପ୍‌: ଭାରତୀୟ ମିକ୍ସଡ ରିଲେ ଦଳକୁ ଅଲିମ୍ପିକ ଯୋଗ୍ୟତା

ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟଶିପ୍‌ର ଦ୍ୱିତୀୟ ଦିନରେ ମିକ୍ସଡ ୪ ଗୁଣା ୪୦୦ ରିଲେ ଦଳ ଭାରତୀୟ ଶିବିରରେ ଖୁସି ଆଣିଦେଇଛନ୍ତି। ଭାରତୀୟ ମିକ୍ସଡ ରିଲେ...

ବିଶ୍ୱକପ୍‌ ଖେଳି ନ ଥିବା ମହାନ ଟେଷ୍ଟ ବ୍ୟାଟ୍ସମ୍ୟାନ

କ୍ରିକେଟରଙ୍କ ପାଇଁ ବିଶ୍ୱକପ୍‌ ଖେଳିବା ଏକ ସମ୍ମାନର ବିଷୟ। କ୍ରିକେଟ ଇତିହାସରେ କିଛି ଏଭଳି ମହାନ ଖେଳାଳି ଅଛନ୍ତି, ଯେଉଁମାନେ ଲମ୍ବା ସମୟ ଧରି ଦଳରେ...

Advertisement
Archives

Model This Week