କାହା ଇସାରାରେ ଶ୍ରୀମୟୀ କରୁଛନ୍ତି ଟାର୍ଗେଟ? ଜଣାପଡିଗଲା…

ଭୁବନେଶ୍ୱର, ୧୮।୯: ଓଡ଼ିଶା ରାଜନୀତିରେ ବଡ଼ ହଲଚଲ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ । କେତେବେଳେ ଅନ୍ଧ ଧୃତରାଷ୍ଟ୍ର ତ କେତେବେଳେ ଭଣ୍ଡ ସନ୍ୟାସୀ; ଏମିତି କହି ତେରେଚ୍ଛା ବାଣ ମାରୁଛନ୍ତି ଶ୍ରୀମୟୀ। ନାଁ ନ ନେଇ କେବଳ ଗୋଟିଏ ପରେ ଗୋଟିଏ ତୀରରେ ବିଜେଡିକୁ ଘାଇଲା କରୁଛନ୍ତି ବିଜେଡି ନେତ୍ରୀ। ଯାହାକୁ ନେଇ ବିଜେଡିରେ ସୃଷ୍ଟି ହୋଇଛି ଭୂକମ୍ପ। ବିଜେଡି ଶ୍ରୀମୟୀଙ୍କୁ ଦେଇଛି ଚେତାବନୀ। ଆଗକୁ ଏମିତି କହିଲେ ନିଆଯିବ କଡ଼ା ଆକ୍ସନ। ଧମାକାଇବା ବନ୍ଦ କରନ୍ତୁ, ନ ହେଲେ ଜବାବ ଦିଆଯିବ । ବିଜେଡିର ଏହି ଚେତାବନୀ ପରେ କୁହାଯାଉଛି, କ’ଣ ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ଶ୍ରୀମୟୀଙ୍କ ଉପରେ ହେବ କି ଆକ୍ସନ? ସେପଟେ ତାରାପ୍ରସାଦ କହିଲେ, ଶ୍ରୀମୟୀ କଂଗ୍ରେସକୁ ଆସିଲେ ସ୍ବାଗତ କରାଯିବ ।

ଶ୍ରୀମୟୀ ମିଶ୍ର, ଯିଏ ବିଜୁ ମହିଳା ଜାନତା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ଅଛନ୍ତି ସେ କିଛିଦିନ ତଳେ ସୋସିଆଲ ମିଡିଆରେ ‘ଭଣ୍ଡ ସନ୍ନ୍ୟାସୀ’ ନାମକ ଉପାଖ୍ୟାନ ଲେଖିଛନ୍ତି। କୁହାଯାଉଛି ଯେ ସେ ଭିକେ.କେ. ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ଟାର୍ଗେଟ କରୁଛନ୍ତି।

ଏହା ଶ୍ରୀମୟୀଙ୍କ ପ୍ରଥମ ଏଭଳି ପୋଷ୍ଟ ନୁହେଁ। କିଛି ଦିନ ପୂର୍ବେ ସେ ମହାଭାରତର ‘ଧୃତରାଷ୍ଟ୍ର’ର ଉଦାହରଣ ଦେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଥିବା କୁହାଯାଉଥିଲା। ଏହି ’ଧୃତରାଷ୍ଟ୍ର’ର ପୋଷ୍ଟ ପରେ ବିଜୁ ମହିଳା ଜନତା ଦଳର ଅଧ୍ୟକ୍ଷା ସ୍ନେହାଙ୍ଗିନୀ ଛୁରୀଆ କହିଥିଲେ ଯେ, ଶ୍ରୀମୟୀଙ୍କ ପୋଷ୍ଟ ବ୍ୟକ୍ତିଗତ ମତାମତ ମାତ୍ର, ପାର୍ଟିର ଆନୁଷ୍ଠାନିକ ସ୍ଥିତି ନୁହେଁ।

ତେବେ ଶ୍ରୀମୟୀଙ୍କ ଏହି ପୋଷ୍ଟ ପରେ ବିଜେଡି ନେତ୍ରୀ ଅଂଶୁ ତ୍ରୀପାଠୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଶ୍ରୀମୟୀ ବୋଧେ କୁରୁସଭାକୁ ଯାଉଛନ୍ତି। ସେଠାରେ ସେ ବହୁ ଭଣ୍ଡ ବାବାଙ୍କ ସଂସ୍ପର୍ଶରେ ଆସୁଛନ୍ତି।

ସେହିପରି ମଙ୍ଗଳବାର ଶଙ୍ଖ ଭବନରେ ବସିଥିବା ଶୃଙ୍ଖଳା କମିଟି ବୈଠକରେ ଶ୍ରୀମୟଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ଆଲୋଚନା ହୋଇଛି। ଗଣମାଧ୍ୟମରେ ଦଳ ବିରୋଧୀ ବୟାନ ଦେଇଥିବା ନେତାଙ୍କ ବି ତାଲିକା ହୋଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କ ପାଖକୁ ତାଲିକା ଯାଇଛି ବୋଲି ସୂଚନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ସମାଜ, ମଜଭୁତ ହେବ ପୋଲିସ-ଜନସାଧାରଣ ସମ୍ପର୍କ

କେସିଙ୍ଗା,୩୧ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଜାତୀୟ ଏକତା ଦିବସ ଏବଂ ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ନେଇ…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ରାସ୍ତା ଉପରେ ପଡ଼ିଛି ବିରାଟ ପଥର, ଏଣେ ଡରାଇଲାଣି ବର୍ଷା

ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁ ଶହଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବର୍ଷବର୍ଷର ପରିଶ୍ରମ ଓ ରୋଜଗାରରେ ଗଢ଼ିଥିବା ସମ୍ପତ୍ତି…

ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି, ପ୍ରତିଶ୍ରୁତି ଦେଇ କହିଲେ…

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟ ଓ ଛେନାପଦୀ ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଶନିବାର କେନ୍ଦୁଝର ଏମ୍‌ପି ଅନନ୍ତ…

ଭୂତ ଟିପ ମାରି ଭତ୍ତା ନେବା ଘଟଣାର ତଦନ୍ତ ଆରମ୍ଭ

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାଁରେ (ଭୂତ ଟିପ ମାରି) ଭତ୍ତା ଉଠାଯାଇଥିବା ଅଭିଯୋଗ ଘଟଣାରେ…

ସାର୍ବଜନୀନ ମହାଭିଯୋଗ ସଭାରେ ରାହୁଲଙ୍କ ବଡ଼ ଦାବି: ଜ୍ଞାନେଶ କୁମାର CEC ଭାବେ ତିଷ୍ଠି ପାରିବେ ନାହିଁ

ନୂଆଦିଲ୍ଲୀ,୩୧ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଶନିବାର ପ୍ରତୀକାତ୍ମକ ସାର୍ବଜନୀନ ମହାଭିଯୋଗ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ…

ମହାରାଷ୍ଟ୍ରରେ ଫୁଲବାଣୀ ଗଞ୍ଜେଇର ଚାହିଦା: ସମ୍ମୁଖରୁ ୫ ନିଶା ମାଫିଆଙ୍କୁ ଧରିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା, ୩୧ା୧୦ (ପ୍ରଭାତ ପାଣିଗ୍ରାହୀ): ଫୁଲବାଣୀରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ପାଇଁ ଚାଲିଥିଲା ଯୋଜନାବଦ୍ଧ କାରବାର। ଦୁଇଟି ଦାମୀ କାର୍‌ରେ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ନେଇ…

ପୁଣି ସମ୍ଭାବ୍ୟ ଲଘୁଚାପକୁ ନେଇ ଆତଙ୍କିତ ଲୋକେ: ବନ୍ୟାରେ ଘରଦ୍ୱାର, ଚାଷଜମି କ୍ଷତିଗ୍ରସ୍ତ; ଜୀବିକା ହରାଇଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ, ୩୧ା୧୦ (ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ମହାବାତ୍ୟାର ରୂପ ନେଇ ଲୋକଙ୍କ ଜୀବନଜୀବିକାକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ପୁଣି ଏକ ସାମୁଦ୍ରିକ ଝଡ଼ ସୃଷ୍ଟି…

ବନ୍ୟାଞ୍ଚଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍: କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ, ନବୀନଙ୍କୁ ଦିଆଯିବ ରିପୋର୍ଟ

ପାତ୍ରପୁର, ୩୧ା୧୦ (ଉମା ଚରଣ ନେପାକ): ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପାତ୍ରପୁର ଅଞ୍ଚଳର କ୍ଷତିଗ୍ରସ୍ତ ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?