କାହା ଇସାରାରେ ଶ୍ରୀମୟୀ କରୁଛନ୍ତି ଟାର୍ଗେଟ? ଜଣାପଡିଗଲା…

ଭୁବନେଶ୍ୱର, ୧୮।୯: ଓଡ଼ିଶା ରାଜନୀତିରେ ବଡ଼ ହଲଚଲ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ । କେତେବେଳେ ଅନ୍ଧ ଧୃତରାଷ୍ଟ୍ର ତ କେତେବେଳେ ଭଣ୍ଡ ସନ୍ୟାସୀ; ଏମିତି କହି ତେରେଚ୍ଛା ବାଣ ମାରୁଛନ୍ତି ଶ୍ରୀମୟୀ। ନାଁ ନ ନେଇ କେବଳ ଗୋଟିଏ ପରେ ଗୋଟିଏ ତୀରରେ ବିଜେଡିକୁ ଘାଇଲା କରୁଛନ୍ତି ବିଜେଡି ନେତ୍ରୀ। ଯାହାକୁ ନେଇ ବିଜେଡିରେ ସୃଷ୍ଟି ହୋଇଛି ଭୂକମ୍ପ। ବିଜେଡି ଶ୍ରୀମୟୀଙ୍କୁ ଦେଇଛି ଚେତାବନୀ। ଆଗକୁ ଏମିତି କହିଲେ ନିଆଯିବ କଡ଼ା ଆକ୍ସନ। ଧମାକାଇବା ବନ୍ଦ କରନ୍ତୁ, ନ ହେଲେ ଜବାବ ଦିଆଯିବ । ବିଜେଡିର ଏହି ଚେତାବନୀ ପରେ କୁହାଯାଉଛି, କ’ଣ ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ଶ୍ରୀମୟୀଙ୍କ ଉପରେ ହେବ କି ଆକ୍ସନ? ସେପଟେ ତାରାପ୍ରସାଦ କହିଲେ, ଶ୍ରୀମୟୀ କଂଗ୍ରେସକୁ ଆସିଲେ ସ୍ବାଗତ କରାଯିବ ।

ଶ୍ରୀମୟୀ ମିଶ୍ର, ଯିଏ ବିଜୁ ମହିଳା ଜାନତା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ଅଛନ୍ତି ସେ କିଛିଦିନ ତଳେ ସୋସିଆଲ ମିଡିଆରେ ‘ଭଣ୍ଡ ସନ୍ନ୍ୟାସୀ’ ନାମକ ଉପାଖ୍ୟାନ ଲେଖିଛନ୍ତି। କୁହାଯାଉଛି ଯେ ସେ ଭିକେ.କେ. ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ଟାର୍ଗେଟ କରୁଛନ୍ତି।

ଏହା ଶ୍ରୀମୟୀଙ୍କ ପ୍ରଥମ ଏଭଳି ପୋଷ୍ଟ ନୁହେଁ। କିଛି ଦିନ ପୂର୍ବେ ସେ ମହାଭାରତର ‘ଧୃତରାଷ୍ଟ୍ର’ର ଉଦାହରଣ ଦେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଥିବା କୁହାଯାଉଥିଲା। ଏହି ’ଧୃତରାଷ୍ଟ୍ର’ର ପୋଷ୍ଟ ପରେ ବିଜୁ ମହିଳା ଜନତା ଦଳର ଅଧ୍ୟକ୍ଷା ସ୍ନେହାଙ୍ଗିନୀ ଛୁରୀଆ କହିଥିଲେ ଯେ, ଶ୍ରୀମୟୀଙ୍କ ପୋଷ୍ଟ ବ୍ୟକ୍ତିଗତ ମତାମତ ମାତ୍ର, ପାର୍ଟିର ଆନୁଷ୍ଠାନିକ ସ୍ଥିତି ନୁହେଁ।

ତେବେ ଶ୍ରୀମୟୀଙ୍କ ଏହି ପୋଷ୍ଟ ପରେ ବିଜେଡି ନେତ୍ରୀ ଅଂଶୁ ତ୍ରୀପାଠୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଶ୍ରୀମୟୀ ବୋଧେ କୁରୁସଭାକୁ ଯାଉଛନ୍ତି। ସେଠାରେ ସେ ବହୁ ଭଣ୍ଡ ବାବାଙ୍କ ସଂସ୍ପର୍ଶରେ ଆସୁଛନ୍ତି।

ସେହିପରି ମଙ୍ଗଳବାର ଶଙ୍ଖ ଭବନରେ ବସିଥିବା ଶୃଙ୍ଖଳା କମିଟି ବୈଠକରେ ଶ୍ରୀମୟଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ଆଲୋଚନା ହୋଇଛି। ଗଣମାଧ୍ୟମରେ ଦଳ ବିରୋଧୀ ବୟାନ ଦେଇଥିବା ନେତାଙ୍କ ବି ତାଲିକା ହୋଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କ ପାଖକୁ ତାଲିକା ଯାଇଛି ବୋଲି ସୂଚନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କାର ଦୁର୍ଘଟଣାରେ ଆଖିବୁଜିଲେ ବନ ବିଭାଗ ଅଧିକାରୀ

କଲ୍ୟାଣସିଂହପୁର,୧୬।୧(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବନ ବିଭାଗ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ଶୁକ୍ରବାର ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ କଲ୍ୟାଣସିଂହପୁରରୁ ରାୟଗଡା...

ନୂଆପଡ଼ାରେ ଥମୁନି ଦାଦନ ଦୁଃଖ: ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୧୬ା୧ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନି। ସପ୍ତାହକ ଭିତରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିର୍ଯାତନାର ଶିକାର ହୋଇ...

ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗ ଉପସଚିବଙ୍କ ଅଚାନକ ଗସ୍ତ

ଗଜପତି,୧୬।୧(ଗିରିଧାରୀ ପରିଛା): ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ଥିବା ଖାଉଟି...

ଦିବ୍ୟାଙ୍ଗ ପୁଅକୁ କାଠଫାଳିଆରେ ମାରୁଥିଲେ, ବାପା ବଞ୍ଚେଇବାକୁ ଯାଇ…

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗାଁର ପ୍ରକାଶ ଗୌଡ଼(୬୫) ନାମକ ଜଣେ ବୃଦ୍ଧଙ୍କୁ ଗାଁର...

ଝିଅଙ୍କୁ ବଳାତ୍କାର ଅଭିଯୋଗରେ ଯାଇଥିଲେ ଜେଲ, ଜାମିନରେ ଫେରି ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ; ପୁଣି ଥରେ ଅଭିଯୁକ୍ତ ସ୍ବାମୀ… 

ଦିଗପହଣ୍ଡି, ୧୬।୧(ଅଶେଷ ନାଥ ମିଶ୍ର): ୬ ମାସ ପୂର୍ବେ ବଡ଼ ଝିଅଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜେଲ ଯାଇଥିଲେ। ଜେଲରୁ ଫେରି ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ।...

ଜାତୀୟ ପ୍ରତିଯୋଗିତାରେ ଭାଗନେବେ ଗଞ୍ଜାମ ଝିଅ:  ସାଉଣ୍ଟୁଛନ୍ତି ଗୋଟିଏ ପରେ ଗୋଟିଏ ସମ୍ମାନ

ଛତ୍ରପୁର,୧୬।୧(ଦିଲ୍ଲୀପ ସାମଲ): ଭୁବନେଶ୍ବରସ୍ଥିତ କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୩୫ତମ ଓଡ଼ିଶା ମାଷ୍ଟର୍ସ ଦୌଡରେ ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାର୍ଯ୍ୟାଳୟର ସୁପ୍ରକାଶ  ପ୍ରଧାନ କୃତିତ୍ୱ...

ଫେବୃୟାରୀରୁ ଡିସେମ୍ୱର ମଧ୍ୟରେ ବଦଳିବ ୪ରାଶିଙ୍କ ଭାଗ୍ୟ, ଅଚାନକ କୋଟିପତି ହେବେ; ତାଲିକାରେ ଅଛି କି ଆପଣଙ୍କ ରାଶି…

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ...

ଜଳିଗଲା ୫୦ ବସ୍ତା ଧାନ: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ପାରଳାଖେମୁଣ୍ଡି,୧୬ା୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରାବନ୍ଧ ପଞ୍ଚାୟତ ଅକୋୟାକୋଣ୍ଡା ଗ୍ରାମର ଭେଙ୍କେଟେଶ୍ବର ଶବରଙ୍କ ଖଳାରେ ନିଆଁ ଲାଗି ୫୦ ବସ୍ତାରୁ ଊର୍ଦ୍ଧ୍ୱ ଅମଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri