Posted inଜାତୀୟ

ଭାରତରେ ଇସ୍ରାଏଲ ଦୂତାବାସରେ ବିସ୍ପୋରଣରେ କାହାର ହାତ? ଇରାନର ନୁହେଁ ତ !…

ନୂଆଦିଲ୍ଲୀ,୨୬।୧୨ : ଭାରତର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର  ଥିବା ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାନୁସାରେ, ଏହି ବିସ୍ଫୋରଣ ଇସ୍ରାଏଲ ଦୂତାବାସ ପଛରେ ଥିବା ଏକ ଖାଲି ପ୍ଲଟରେ ଘଟିଛି। ବର୍ତ୍ତମାନ ଏହି ବିସ୍ଫୋରଣ ପଛରେ କିଏ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି। ସ୍ପେଶାଲ ସେଲର ଟିମ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପଏଣ୍ଟ ଅନୁଯାୟୀ ଅନୁସନ୍ଧାନରେ ନିୟୋଜିତ ଅଛନ୍ତି।

ଇସ୍ରାଏଲ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ ଇରାନ ଜଡିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ବାସ୍ତବରେ, କିଛି ବର୍ଷ ପୂର୍ବେ ଇରାନର ଜଣେ ବରିଷ୍ଠ କମାଣ୍ଡର ସେୟଦ ରଜୀ ମୋସାଭି ସିରିଆରେ ଇସ୍ରାଏଲର ସନ୍ଦେହଜନକ ଆକ୍ରମଣରେ ନିହତ ହୋଇଥିଲେ। ଏଭଳି ପରିସ୍ଥିତିରେ ମଧ୍ୟ ଆଶଙ୍କା କରାଯାଉଛି ଏହି ଆକ୍ରମଣ ଏହି ଘଟଣାର ପ୍ରତିଶୋଧ ହୋଇପାରେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୟିଦ ରଜୀ ମୋସାଭି ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ଜଣେ ଅଭିଜ୍ଞ ସାମରିକ ପରାମର୍ଶଦାତା ଥିଲେ। ଦମ୍ମିସକର ଦକ୍ଷିଣ-ପୂର୍ବରେ ଥିବା ସୟିଦା ଜେନାବ ଅଞ୍ଚଳରେ ହୋଇଥିବା ଏୟାର ଷ୍ଟ୍ରାଇକରେ ତାଙ୍କର ମୃତ୍ୟୁ ଘଟିଛି। ମୋସାଭି ଆଇଆରଜିସି କମାଣ୍ଡର କାସୀମ ସୁଲେମାନୀଙ୍କ ଜଣେ ସହଯୋଗୀ ବୋଲି କୁହାଯାଉଛି। ତାଙ୍କୁ ୨୦୨୦ ରେ ଆମେରିକା ଦ୍ୱାରା ହତ୍ୟା କରାଯାଇଥିଲା।

ମୁସାଭି ସିରିଆର ଅନ୍ୟତମ ବରିଷ୍ଠ ଆଇଆରଜିସି ଅପରେଟିଭ ବୋଲି କୁହାଯାଉଥିଲା । ତେହେରାନ ଏବଂ ଦମ୍ମିସକ ମଧ୍ୟରେ ସମ୍ପର୍କକୁ ସମନୟ କରିବାରେ ସେ ସାହାଯ୍ୟ କରିଥିଲେ। ଏହି ପରିପ୍ରେକ୍ଷୀରେ ଇରାନ କହିଥିଲା ଯେ ଇସ୍ରାଏଲକୁ ଏହି ଅପରାଧର ମୂଲ୍ୟ ଦେବାକୁ ପଡିବ। ତେବେ ଇସ୍ରାଏଲ ସେନା ପକ୍ଷରୁ କୌଣସି ମନ୍ତବ୍ୟ ପ୍ରକାଶ ପାଇନାହିଁ।

ନୂଆଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ମଧ୍ୟ ଏହି ବିସ୍ଫୋରଣକୁ ନିଶ୍ଚିତ କରିଛି। ଦୂତାବାସ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ଆମେ ନିଶ୍ଚିତ କରୁଛୁ ଅପରାହ୍ନ ପ୍ରାୟ ୫ଟା ୧୦ସମୟରେ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଛି। ଦିଲ୍ଲୀ ପୋଲିସ ଏବଂ ସୁରକ୍ଷା ଦଳ ଘଟଣାର ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?