Posted inଜାତୀୟ

ଯିଏ ଯିବ ଯାଅ: ଭାଜପାମୁହାଁ ନେତାଙ୍କୁ ମମତାଙ୍କ ଜବାବ

ପ୍ରଥମେ ମୁକୁଲ ରାୟ, ଏବେ ଶୁଭେନ୍ଦୁ ଅଧିକାରୀ ଓ ଆଗକୁ ଅନେକ। ପଶ୍ଚିମବଙ୍ଗରେ ଏପରି ଭାବେ ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଦଳତ୍ୟାଗ କରିବାରେ ଲାଗିଛନ୍ତି। ସେମାନେ ଭାଜପାମୁହଁା ହେଉଥିବା କୁହାଯାଉଛି। ରାଜ୍ୟରେ ୨୦୨୧ ଏପ୍ରିଲ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଭାଜପା ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ ଚଳାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ତୁହାକୁ ତୁହା ଗସ୍ତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟିଏମ୍‌ସି ଗଡ଼ରେ ଚ୍ୟାଲେଞ୍ଜ କରୁଛନ୍ତି। ଏଭଳି ସମୟରେ ଦିଦିଙ୍କ ରାଇଟ୍‌ ହ୍ୟାଣ୍ଡ୍‌ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ ଓ ବିଦ୍ରୋହୀ ବିଧାୟକ ଜିତେନ୍ଦ୍ର ତିଓ୍ବାରୀଙ୍କ ଆଚରଣ ରାଜ୍ୟ ତଥା ଜାତୀୟ ରାଜନୀତିର ଥଣ୍ଡା ପାଗରେ ଉଷ୍ମତା ଭରିଦେଇଛି। ହେଲେ ବାମପନ୍ଥୀଙ୍କ ୩୪ ବର୍ଷ ଶାସନର ଅବସାନ ଘଟାଇ ୯ ବର୍ଷ ହେଲା କ୍ଷମତାସୀନ ଥିବା ମମତା ଏସବୁକୁ ନେଇ ଚିନ୍ତିତ ଥିବା ଭଳି ମନେହେଉ ନାହିଁ। ତାଙ୍କ ମତରେ ଯିଏ ଦଳ ଛାଡ଼ି ଯୁଆଡ଼େ ଯିବାକୁ ଚାହୁଁଛନ୍ତି ଯାଆନ୍ତୁ। କିଛି ଫରକ୍‌ ପଡ଼ିବନି।

କୋଲକାତା/ନୂଆଦିଲ୍ଲୀ,୧୮।୧୨:ଟିଏମ୍‌ସି ଶାସିତ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳବଦଳ ସେତିକି ବଢ଼ିବାରେ ଲାଗିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଶନିବାର ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। କେନ୍ଦ୍ରର ବିବାଦୀୟ କୃଷି ଆଇନ ବିରୋଧରେ ୨୨ ଦିନ ଧରି ଆନ୍ଦୋଳନ ଚାଲିଥିବାବେଳେ ଶାହା ପୂର୍ବ ମେଦିନାପୁର ଜିଲାର ଜଣେ ଚାଷୀଙ୍କ ଘରେ ଭୋଜନ କରିବେ। ଏହାର ରାଜନୈତିକ ସଙ୍କେତ ହେଉଛି କେନ୍ଦ୍ର ସରକାର କୃଷକଙ୍କ ସହ ଅଛନ୍ତି। ତେବେ ଶାହାଙ୍କ ଏହି ଗସ୍ତ ବେଳେ ୬୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ଭାଜପାରେ ଯୋଗଦେବେ ବୋଲି କୁହାଯାଉଛି। ଏହି ମିଶ୍ରଣ ପର୍ବ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ଯେଉଁ ନେତା ଓ କର୍ମୀ ପଦ୍ମ ଧରିବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷମତାସୀନ ଦଳ ଟିଏମ୍‌ସିର ବୋଲି ଜଣାପଡ଼ିଛି। ଏହି ଆୟୋଜନ ପଛରେ ବରିଷ୍ଠ ଭାଜପା ନେତା ମୁକୁଲ ରୟ ଓ ଗୈରିକ ଦଳରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବା ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଚ୍ଛନ୍ନ ଭୂମିକା ରହିଥିବା ବିଶ୍ଳେଷକମାନେ କହୁଛନ୍ତି।
ଶାରଧା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ପଡ଼ି ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟ ଅଣନିଃଶ୍ୱାସୀ ହୋଇଯାଇଥିଲେ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଇଡି ତାଙ୍କୁ ଘାଣ୍ଟିଚକଟି ଦେଇଥିବାବେଳେ ୨୦୧୭ ସେପ୍ଟେମ୍ବରରେ ସେ ଟିଏମ୍‌ସି ଛାଡ଼ିଥିଲେ। ସେହିବର୍ଷ ନଭେମ୍ବର ୩ରେ ମୁକୁଲ ଭାଜପାରେ ମିଶିଥିଲେ। ଭାଜପାରେ ସାମିଲ ହେବା ପରେ ମୁକୁଲ ଅଧୁଆ ମୂଳାରୁ ଧୁଆ ମୂଳା ପାଲଟିଯାଇଥିଲେ। ପଶ୍ଚିମବଙ୍ଗରେ ମମତାଙ୍କୁ ଘେରିବା ପାଇଁ ଭାଜପା ତାଙ୍କୁ ଯେତିକି ପୁରସ୍କୃତ କରିଥିଲା ସେତିକି ବ୍ୟବହାର ମଧ୍ୟ କରିଥିଲା। ମୁକୁଲଙ୍କ ଯୋଗୁ ପରବର୍ତ୍ତୀ ସମୟରେ ଭାଜପା ସେଠାରେ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିପାରିଥିଲା। ଆଗକୁ ନିର୍ବାଚନ ଥିବାରୁ ପଶ୍ଚିମବଙ୍ଗ ରାଜନୀତି ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚତ୍ଛି।
ଶୁଭେନ୍ଦୁ ଅଧିକାରୀ ବୁଧବାର ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏଥିରେ ଏମ୍‌ପି ସୁନୀଲ ମଣ୍ଡଳ ଓ ବିଧାୟକ ଜିତେନ୍ଦ୍ର ତିଓ୍ବାରୀଙ୍କ ସମେତ ଶାସକ ଦଳର ଅନେକ ବିଦ୍ରୋହୀ ନେତା ଯୋଗଦେଇଥିଲେ। ସୁନୀଲଙ୍କ ପଶ୍ଚିମ ବର୍ଦ୍ଧମାନ ଜିଲାସ୍ଥିତ କଙ୍କସା ବାସଭବନରେ ହୋଇଥିବା ଉକ୍ତ ବୈଠକକୁ ନେଇ ଅନେକ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଆହୁରି ଅନେକ ନେତା ଟିଏମ୍‌ସି ଛାଡ଼ି ଭାଜପାରେ ମିଶିବା ଚର୍ଚ୍ଚା ହେଉଛି। ବୀରଭୂମ, ବର୍ଦ୍ଧମାନ ଓ ଅନ୍ୟ କେତେକ ଜିଲାର ନେତା ମଧ୍ୟ ସେଥିରେ ଯୋଗଦେଇଥିଲେ। ସେମାନେ ଟିଏମ୍‌ସି ସରକାରକୁ ଖୋଲାଖୋଲି ସମାଲୋଚନା କରି ନନ୍ଦିଗ୍ରାମ ହେଭିଓ୍ବେଟ୍‌ ଶୁଭେନ୍ଦୁଙ୍କ ସମର୍ଥନରେ ବାହାରିଛନ୍ତି। ତେଣୁ ମମତାଙ୍କ ବିରୋଧରେ ଶୁଭେନ୍ଦୁଙ୍କୁ ଭାଜପା ବ୍ୟବହାର କରିପାରେ। ଇତିମଧ୍ୟରେ ପାଣ୍ଡବେଶ୍ୱର ନିର୍ବାଚନମଣ୍ଡଳୀର ବିଦ୍ରୋହୀ ବିଧାୟକ ଜିତେନ୍ଦ୍ର ତିଓ୍ବାରୀ ମଧ୍ୟ ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି। କହିଛନ୍ତି, ତାଙ୍କ ପାଖରେ ପର୍ଯ୍ୟାପ୍ତ ରାଜନୈତିକ ଇଚ୍ଛାଶକ୍ତି ରହିଛି। ତେଣୁ ସେ ନିଜ ଦମ୍‌ରେ ନିର୍ବାଚନ ଜିତିପାରିବେ। ଏହି ପରିବର୍ତ୍ତନଶୀଳ ପାଣିପାଗକୁ ଦେଖି ଟିଏମ୍‌ସି ମୁଖ୍ୟ ମମତା କହିଛନ୍ତି, ବିରୋଧୀ ଦଳ ସହ ଯୋଗସୂତ୍ର ରଖିଥିବା ନେତାମାନେ ଟିଏମ୍‌ସି ଛାଡ଼ିପାରନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯାଇ ପାରିବ ନାହିଁ। ଦଳ ଭିତରେ ଥାଇ ଅନ୍ତର୍ଘାତୀ କାର୍ଯ୍ୟ କରିବା ଅପେକ୍ଷା ସେମାନେ ଅନ୍ୟ ଦଳକୁ ଚାଲିଯିବା ଭଲ। ସେ ଏପରି ଲକ୍ଷେ ନେତା ତିଆରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ,୧୧ା୭: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ…

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri