Posted inଜାତୀୟ

ଯିଏ ଯିବ ଯାଅ: ଭାଜପାମୁହାଁ ନେତାଙ୍କୁ ମମତାଙ୍କ ଜବାବ

ପ୍ରଥମେ ମୁକୁଲ ରାୟ, ଏବେ ଶୁଭେନ୍ଦୁ ଅଧିକାରୀ ଓ ଆଗକୁ ଅନେକ। ପଶ୍ଚିମବଙ୍ଗରେ ଏପରି ଭାବେ ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଦଳତ୍ୟାଗ କରିବାରେ ଲାଗିଛନ୍ତି। ସେମାନେ ଭାଜପାମୁହଁା ହେଉଥିବା କୁହାଯାଉଛି। ରାଜ୍ୟରେ ୨୦୨୧ ଏପ୍ରିଲ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଭାଜପା ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ ଚଳାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ତୁହାକୁ ତୁହା ଗସ୍ତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟିଏମ୍‌ସି ଗଡ଼ରେ ଚ୍ୟାଲେଞ୍ଜ କରୁଛନ୍ତି। ଏଭଳି ସମୟରେ ଦିଦିଙ୍କ ରାଇଟ୍‌ ହ୍ୟାଣ୍ଡ୍‌ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ ଓ ବିଦ୍ରୋହୀ ବିଧାୟକ ଜିତେନ୍ଦ୍ର ତିଓ୍ବାରୀଙ୍କ ଆଚରଣ ରାଜ୍ୟ ତଥା ଜାତୀୟ ରାଜନୀତିର ଥଣ୍ଡା ପାଗରେ ଉଷ୍ମତା ଭରିଦେଇଛି। ହେଲେ ବାମପନ୍ଥୀଙ୍କ ୩୪ ବର୍ଷ ଶାସନର ଅବସାନ ଘଟାଇ ୯ ବର୍ଷ ହେଲା କ୍ଷମତାସୀନ ଥିବା ମମତା ଏସବୁକୁ ନେଇ ଚିନ୍ତିତ ଥିବା ଭଳି ମନେହେଉ ନାହିଁ। ତାଙ୍କ ମତରେ ଯିଏ ଦଳ ଛାଡ଼ି ଯୁଆଡ଼େ ଯିବାକୁ ଚାହୁଁଛନ୍ତି ଯାଆନ୍ତୁ। କିଛି ଫରକ୍‌ ପଡ଼ିବନି।

କୋଲକାତା/ନୂଆଦିଲ୍ଲୀ,୧୮।୧୨:ଟିଏମ୍‌ସି ଶାସିତ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳବଦଳ ସେତିକି ବଢ଼ିବାରେ ଲାଗିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଶନିବାର ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। କେନ୍ଦ୍ରର ବିବାଦୀୟ କୃଷି ଆଇନ ବିରୋଧରେ ୨୨ ଦିନ ଧରି ଆନ୍ଦୋଳନ ଚାଲିଥିବାବେଳେ ଶାହା ପୂର୍ବ ମେଦିନାପୁର ଜିଲାର ଜଣେ ଚାଷୀଙ୍କ ଘରେ ଭୋଜନ କରିବେ। ଏହାର ରାଜନୈତିକ ସଙ୍କେତ ହେଉଛି କେନ୍ଦ୍ର ସରକାର କୃଷକଙ୍କ ସହ ଅଛନ୍ତି। ତେବେ ଶାହାଙ୍କ ଏହି ଗସ୍ତ ବେଳେ ୬୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ଭାଜପାରେ ଯୋଗଦେବେ ବୋଲି କୁହାଯାଉଛି। ଏହି ମିଶ୍ରଣ ପର୍ବ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ତେବେ ଯେଉଁ ନେତା ଓ କର୍ମୀ ପଦ୍ମ ଧରିବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷମତାସୀନ ଦଳ ଟିଏମ୍‌ସିର ବୋଲି ଜଣାପଡ଼ିଛି। ଏହି ଆୟୋଜନ ପଛରେ ବରିଷ୍ଠ ଭାଜପା ନେତା ମୁକୁଲ ରୟ ଓ ଗୈରିକ ଦଳରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବା ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଚ୍ଛନ୍ନ ଭୂମିକା ରହିଥିବା ବିଶ୍ଳେଷକମାନେ କହୁଛନ୍ତି।
ଶାରଧା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ପଡ଼ି ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟ ଅଣନିଃଶ୍ୱାସୀ ହୋଇଯାଇଥିଲେ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଇଡି ତାଙ୍କୁ ଘାଣ୍ଟିଚକଟି ଦେଇଥିବାବେଳେ ୨୦୧୭ ସେପ୍ଟେମ୍ବରରେ ସେ ଟିଏମ୍‌ସି ଛାଡ଼ିଥିଲେ। ସେହିବର୍ଷ ନଭେମ୍ବର ୩ରେ ମୁକୁଲ ଭାଜପାରେ ମିଶିଥିଲେ। ଭାଜପାରେ ସାମିଲ ହେବା ପରେ ମୁକୁଲ ଅଧୁଆ ମୂଳାରୁ ଧୁଆ ମୂଳା ପାଲଟିଯାଇଥିଲେ। ପଶ୍ଚିମବଙ୍ଗରେ ମମତାଙ୍କୁ ଘେରିବା ପାଇଁ ଭାଜପା ତାଙ୍କୁ ଯେତିକି ପୁରସ୍କୃତ କରିଥିଲା ସେତିକି ବ୍ୟବହାର ମଧ୍ୟ କରିଥିଲା। ମୁକୁଲଙ୍କ ଯୋଗୁ ପରବର୍ତ୍ତୀ ସମୟରେ ଭାଜପା ସେଠାରେ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିପାରିଥିଲା। ଆଗକୁ ନିର୍ବାଚନ ଥିବାରୁ ପଶ୍ଚିମବଙ୍ଗ ରାଜନୀତି ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚତ୍ଛି।
ଶୁଭେନ୍ଦୁ ଅଧିକାରୀ ବୁଧବାର ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏଥିରେ ଏମ୍‌ପି ସୁନୀଲ ମଣ୍ଡଳ ଓ ବିଧାୟକ ଜିତେନ୍ଦ୍ର ତିଓ୍ବାରୀଙ୍କ ସମେତ ଶାସକ ଦଳର ଅନେକ ବିଦ୍ରୋହୀ ନେତା ଯୋଗଦେଇଥିଲେ। ସୁନୀଲଙ୍କ ପଶ୍ଚିମ ବର୍ଦ୍ଧମାନ ଜିଲାସ୍ଥିତ କଙ୍କସା ବାସଭବନରେ ହୋଇଥିବା ଉକ୍ତ ବୈଠକକୁ ନେଇ ଅନେକ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଆହୁରି ଅନେକ ନେତା ଟିଏମ୍‌ସି ଛାଡ଼ି ଭାଜପାରେ ମିଶିବା ଚର୍ଚ୍ଚା ହେଉଛି। ବୀରଭୂମ, ବର୍ଦ୍ଧମାନ ଓ ଅନ୍ୟ କେତେକ ଜିଲାର ନେତା ମଧ୍ୟ ସେଥିରେ ଯୋଗଦେଇଥିଲେ। ସେମାନେ ଟିଏମ୍‌ସି ସରକାରକୁ ଖୋଲାଖୋଲି ସମାଲୋଚନା କରି ନନ୍ଦିଗ୍ରାମ ହେଭିଓ୍ବେଟ୍‌ ଶୁଭେନ୍ଦୁଙ୍କ ସମର୍ଥନରେ ବାହାରିଛନ୍ତି। ତେଣୁ ମମତାଙ୍କ ବିରୋଧରେ ଶୁଭେନ୍ଦୁଙ୍କୁ ଭାଜପା ବ୍ୟବହାର କରିପାରେ। ଇତିମଧ୍ୟରେ ପାଣ୍ଡବେଶ୍ୱର ନିର୍ବାଚନମଣ୍ଡଳୀର ବିଦ୍ରୋହୀ ବିଧାୟକ ଜିତେନ୍ଦ୍ର ତିଓ୍ବାରୀ ମଧ୍ୟ ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି। କହିଛନ୍ତି, ତାଙ୍କ ପାଖରେ ପର୍ଯ୍ୟାପ୍ତ ରାଜନୈତିକ ଇଚ୍ଛାଶକ୍ତି ରହିଛି। ତେଣୁ ସେ ନିଜ ଦମ୍‌ରେ ନିର୍ବାଚନ ଜିତିପାରିବେ। ଏହି ପରିବର୍ତ୍ତନଶୀଳ ପାଣିପାଗକୁ ଦେଖି ଟିଏମ୍‌ସି ମୁଖ୍ୟ ମମତା କହିଛନ୍ତି, ବିରୋଧୀ ଦଳ ସହ ଯୋଗସୂତ୍ର ରଖିଥିବା ନେତାମାନେ ଟିଏମ୍‌ସି ଛାଡ଼ିପାରନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପକୁ ବରଦାସ୍ତ କରାଯାଇ ପାରିବ ନାହିଁ। ଦଳ ଭିତରେ ଥାଇ ଅନ୍ତର୍ଘାତୀ କାର୍ଯ୍ୟ କରିବା ଅପେକ୍ଷା ସେମାନେ ଅନ୍ୟ ଦଳକୁ ଚାଲିଯିବା ଭଲ। ସେ ଏପରି ଲକ୍ଷେ ନେତା ତିଆରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?