ଆମେରିକା ନିର୍ବାଚନରେ କିଏ ମାରିବେ ବାଜି: ଜାଣନ୍ତୁ କ’ଣ ରହିଛି ଆଗଧାଡି ଗଣମାଧ୍ୟମର ଆକଳନ

ଦୁଇ ବଡ଼ ଦଳର ତିକ୍ତତାପୂର୍ଣ୍ଣ ମାରାଥନ୍‌ ପ୍ରଚାର ଶେଷରେ ନୂଆ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ନଭେମ୍ବର ୫ରେ ଭୋଟ ଦେଇଛନ୍ତି ଆମେରିକୀୟ ମତଦାତା। ଡେମୋକ୍ରାଟ୍‌ ଉପରାଷ୍ଟ୍ରପତି କମଲା ହାରିସ୍‌ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ ନା ରିପବ୍ଲିକାନ୍‌ ଓଲ୍ଡ ହର୍ସ ଡୋନାଲ୍ଡ ଟ୍ରମ୍ପ୍‌ ୪ ବର୍ଷର ବ୍ୟବଧାନ ପରେ ପୁଣି ହ୍ବାଇଟ୍‌ ହାଉସ୍‌କୁ ଫେରିବେ ତାହା ସ୍ଥିର ହୋଇସାରିଛି । ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଭିନ୍ନ ଭିନ୍ନ ଆକଳନ:

ବିବିସି
୭ ସୁଇଙ୍ଗ୍‌ ଷ୍ଟେଟ୍‌ ନିର୍ବାଚନ ଫଳାଫଳକୁ ସ୍ଥିର କରିବେ। ପ୍ରାକ୍‌ ନିର୍ବାଚନୀ ସର୍ଭେଠାରୁ ଅଳ୍ପ କିଛି ପଏଣ୍ଟର ଫରକ୍‌ ଆସିଲେ ସୁଇଙ୍ଗ୍‌ ଷ୍ଟେଟ୍‌ଗୁଡ଼ିକରେ ବିଜୟୀ ପ୍ରାର୍ଥୀଙ୍କ ବ୍ୟବଧାନ ବଢ଼ିବ।

ଓ୍ବାଶିଂଟନ ପୋଷ୍ଟ
ସେପ୍ଟେମ୍ବର ଯାଏ ଟ୍ରମ୍ପ୍‌ ଆଗରେ ଥିଲେ। ଏହା ପରଠାରୁ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା ଅଧିକ ତୀବ୍ର ହୋଇଛି। ଆରିଜୋନା, ନର୍ଥ କ୍ୟାରୋଲିନା ପରି ରାଜ୍ୟରେ ଟ୍ରମ୍ପ୍‌ଙ୍କ ଲିଡ୍‌ କମିଛି। ମିଶିଗାନ୍‌, ପେନ୍‌ସିଲ୍‌ଭାନିଆ ଓ ଓ୍ବିସ୍କୋନ୍‌ସିନରେ ହାରିସ୍‌ଙ୍କ ସ୍ଥିତି ଦୃଢ଼ ରହିଛି।

ରଏଟର୍ସ
ପ୍ରାରମ୍ଭିକ ଗଣତି ସର୍ବଦା ଭ୍ରମାତ୍ମକ ହୋଇଥାଏ। ସେଥିପାଇଁ ଭୋଟ ଗଣତିର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଅଧିକ ଜନସଂଖ୍ୟା ଥିବା ସହରାଞ୍ଚଳଗୁଡ଼ିକରେ ଗଣତି ଲମ୍ବା ସମୟ ଧରି ଚାଲିବ।

ନ୍ୟୁୟର୍କ ଟାଇମ୍ସ
କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କହିହେବ ନାହିଁ। ପ୍ରତି ସର୍ଭେର କିଛି ମାର୍ଜିନ ଅଫ୍‌ ଏରର୍‌ ରହିଥାଏ। ଫଳାଫଳ ଏକତରଫା ମଧ୍ୟ ହୋଇପାରେ। ୭ ସୁଇଙ୍ଗ୍‌ ଷ୍ଟେଟ୍‌ ହାରିସ୍‌ଙ୍କ ସପକ୍ଷରେ ଗଲେ ୩୧୯ ଇଲେକ୍ଟୋରାଲ ଭୋଟ ସହ ସେ ବିଜୟୀ ହେବେ। କିନ୍ତୁ ଏହି ରାଜ୍ୟଗୁଡ଼ିକରୁ ଟ୍ରମ୍ପ୍‌ ଅଧିକ ସମର୍ଥନ ପାଇଲେ ସେ ୩୧୨ ଇଲେକ୍ଟୋରାଲ ଭୋଟ ସହ ବିଜୟୀ ହେବେ।

ସିଏନ୍‌ଏନ୍‌
କଡ଼ା ମୁକାବିଲା ହେଉଥିବାରୁ କିଏ ଜିତିବା ଆକଳନ କରିବା କଷ୍ଟକର। ପ୍ରଚାର ଆରମ୍ଭର ପ୍ରାରମ୍ଭିକ ସମୟରେ ଏହା ଟ୍ରମ୍ପ୍‌ଙ୍କ ସପକ୍ଷରେ ଗଣମତ ପରି ମନେହେଉଥିଲା। ତେବେ ଜୋ ବାଇଡେନ୍‌ ନିର୍ବାଚନରୁ ଓହରି ହାରିସ୍‌ଙ୍କୁ ପ୍ରାର୍ଥୀ କରିବା ପରେ ନିର୍ବାଚନର ଟ୍ରେଣ୍ଡ୍‌ରେ ପରିବର୍ତ୍ତନ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri