ଆମେରିକା ନିର୍ବାଚନରେ କିଏ ମାରିବେ ବାଜି: ଜାଣନ୍ତୁ କ’ଣ ରହିଛି ଆଗଧାଡି ଗଣମାଧ୍ୟମର ଆକଳନ

ଦୁଇ ବଡ଼ ଦଳର ତିକ୍ତତାପୂର୍ଣ୍ଣ ମାରାଥନ୍‌ ପ୍ରଚାର ଶେଷରେ ନୂଆ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ନଭେମ୍ବର ୫ରେ ଭୋଟ ଦେଇଛନ୍ତି ଆମେରିକୀୟ ମତଦାତା। ଡେମୋକ୍ରାଟ୍‌ ଉପରାଷ୍ଟ୍ରପତି କମଲା ହାରିସ୍‌ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ ନା ରିପବ୍ଲିକାନ୍‌ ଓଲ୍ଡ ହର୍ସ ଡୋନାଲ୍ଡ ଟ୍ରମ୍ପ୍‌ ୪ ବର୍ଷର ବ୍ୟବଧାନ ପରେ ପୁଣି ହ୍ବାଇଟ୍‌ ହାଉସ୍‌କୁ ଫେରିବେ ତାହା ସ୍ଥିର ହୋଇସାରିଛି । ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଭିନ୍ନ ଭିନ୍ନ ଆକଳନ:

ବିବିସି
୭ ସୁଇଙ୍ଗ୍‌ ଷ୍ଟେଟ୍‌ ନିର୍ବାଚନ ଫଳାଫଳକୁ ସ୍ଥିର କରିବେ। ପ୍ରାକ୍‌ ନିର୍ବାଚନୀ ସର୍ଭେଠାରୁ ଅଳ୍ପ କିଛି ପଏଣ୍ଟର ଫରକ୍‌ ଆସିଲେ ସୁଇଙ୍ଗ୍‌ ଷ୍ଟେଟ୍‌ଗୁଡ଼ିକରେ ବିଜୟୀ ପ୍ରାର୍ଥୀଙ୍କ ବ୍ୟବଧାନ ବଢ଼ିବ।

ଓ୍ବାଶିଂଟନ ପୋଷ୍ଟ
ସେପ୍ଟେମ୍ବର ଯାଏ ଟ୍ରମ୍ପ୍‌ ଆଗରେ ଥିଲେ। ଏହା ପରଠାରୁ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା ଅଧିକ ତୀବ୍ର ହୋଇଛି। ଆରିଜୋନା, ନର୍ଥ କ୍ୟାରୋଲିନା ପରି ରାଜ୍ୟରେ ଟ୍ରମ୍ପ୍‌ଙ୍କ ଲିଡ୍‌ କମିଛି। ମିଶିଗାନ୍‌, ପେନ୍‌ସିଲ୍‌ଭାନିଆ ଓ ଓ୍ବିସ୍କୋନ୍‌ସିନରେ ହାରିସ୍‌ଙ୍କ ସ୍ଥିତି ଦୃଢ଼ ରହିଛି।

ରଏଟର୍ସ
ପ୍ରାରମ୍ଭିକ ଗଣତି ସର୍ବଦା ଭ୍ରମାତ୍ମକ ହୋଇଥାଏ। ସେଥିପାଇଁ ଭୋଟ ଗଣତିର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଅଧିକ ଜନସଂଖ୍ୟା ଥିବା ସହରାଞ୍ଚଳଗୁଡ଼ିକରେ ଗଣତି ଲମ୍ବା ସମୟ ଧରି ଚାଲିବ।

ନ୍ୟୁୟର୍କ ଟାଇମ୍ସ
କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କହିହେବ ନାହିଁ। ପ୍ରତି ସର୍ଭେର କିଛି ମାର୍ଜିନ ଅଫ୍‌ ଏରର୍‌ ରହିଥାଏ। ଫଳାଫଳ ଏକତରଫା ମଧ୍ୟ ହୋଇପାରେ। ୭ ସୁଇଙ୍ଗ୍‌ ଷ୍ଟେଟ୍‌ ହାରିସ୍‌ଙ୍କ ସପକ୍ଷରେ ଗଲେ ୩୧୯ ଇଲେକ୍ଟୋରାଲ ଭୋଟ ସହ ସେ ବିଜୟୀ ହେବେ। କିନ୍ତୁ ଏହି ରାଜ୍ୟଗୁଡ଼ିକରୁ ଟ୍ରମ୍ପ୍‌ ଅଧିକ ସମର୍ଥନ ପାଇଲେ ସେ ୩୧୨ ଇଲେକ୍ଟୋରାଲ ଭୋଟ ସହ ବିଜୟୀ ହେବେ।

ସିଏନ୍‌ଏନ୍‌
କଡ଼ା ମୁକାବିଲା ହେଉଥିବାରୁ କିଏ ଜିତିବା ଆକଳନ କରିବା କଷ୍ଟକର। ପ୍ରଚାର ଆରମ୍ଭର ପ୍ରାରମ୍ଭିକ ସମୟରେ ଏହା ଟ୍ରମ୍ପ୍‌ଙ୍କ ସପକ୍ଷରେ ଗଣମତ ପରି ମନେହେଉଥିଲା। ତେବେ ଜୋ ବାଇଡେନ୍‌ ନିର୍ବାଚନରୁ ଓହରି ହାରିସ୍‌ଙ୍କୁ ପ୍ରାର୍ଥୀ କରିବା ପରେ ନିର୍ବାଚନର ଟ୍ରେଣ୍ଡ୍‌ରେ ପରିବର୍ତ୍ତନ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri