ଆମେରିକାରେ ମତଦାନ ଶେଷ: ଆଜି ଫଳାଫଳ

ଓ୍ବାଶିଂଟନ୍‌, ୬ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ବୁଥ୍‌ଗୁଡ଼ିକରେ ଭୋଟରମାନଙ୍କ ଧାଡ଼ି ଦେଖିବାକୁ ମିଳିଥିଲା। ପୂର୍ବରୁ ୮୨ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିସାରିଥିବାବେଳେ ମଙ୍ଗଳବାର ୨୪୪ ନିୟୁତ ଆମେରିକୀୟ ମତଦାନ କରିଛନ୍ତି। ବୁଧବାର ଭୋଟଗଣତି ପରେ ଫଳାଫଳ ପ୍ରକାଶ ପାଇବ। ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବାରୁ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି।
ବିଭିନ୍ନ ରାଜ୍ୟରେ ମତଦାନ ଆରମ୍ଭ ସମୟ ଭିନ୍ନ ଭିନ୍ନ ରହିଥିଲା। ସାଧାରଣ ଭାବେ ମତଦାନ ସ୍ଥାନୀୟ ସମୟ ସକାଳ ୬ରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା। ଭାରତୀୟ ସମୟ ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୪ଟା ୩୦ରୁ ଭୋଟଗ୍ରହଣ ଆରମ୍ଭ ହୋଇ ବୁଧବାର ସକାଳ ୬ରେ ଶେଷ ହେବ। ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଥିବା ୭ ଝୁଲା ରାଜ୍ୟ ପେନ୍‌ସିଲଭାନିଆ, ନେଭଡା, ନର୍ଥ କରୋଲିନା, ଜର୍ଜିଆ, ଆରିଜୋନା, ମିଚିଗାନ ଏବଂ ଓ୍ବିସ୍‌କନ୍‌ସିନ୍‌ ଉପରେ ସମସ୍ତଙ୍କ ନଜର ରହିଛି।
ଏଥର ନିର୍ବାଚନ ପ୍ରଚାର ସବୁଠୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା। ସୋମବାର ରାତିରେ ରିପବ୍ଲିକାନ୍‌ ପ୍ରାର୍ଥୀ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟ୍‌ ପ୍ରାର୍ଥୀ ହାରିସ୍‌ ପ୍ରଚାର କରିଥିଲେ। ଡେମୋକ୍ରାଟିକ୍‌ ପ୍ରାର୍ଥୀଙ୍କୁ ସାମାନ୍ୟ ଅଧିକ ଭୋଟ ମିଳିପାରେ ବୋଲି କେତେକ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି। ହାରିସ୍‌ ବିଜୟୀ ହେଲେ ସେ ପ୍ରଥମ ଅଣଶ୍ୱେତାଙ୍କ ମହିଳା ତଥା ଏସୀୟ-ଆମେରିକୀୟ ଭାବେ ରାଷ୍ଟ୍ରର ନେତୃତ୍ୱ ନେବେ। ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ ଗଣତନ୍ତ୍ର ପ୍ରତି ବିପଦ ବୋଲି ସେ କହିଛନ୍ତି। ପ୍ରଜନନ ଅଧିକାରର ସୁରକ୍ଷା ଏବଂ ଗୃହନିର୍ମାଣ ଓ ସ୍ବାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବା ନେଇ ହାରିସ୍‌ ତାଙ୍କ ପ୍ରତିଶ୍ରୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପକ୍ଷରେ ପୁନର୍ବାର କ୍ଷମତାକୁ ଫେରିବା ପାଇଁ ଟ୍ରମ୍ପ୍‌ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ଅର୍ଥନୈତିକ ନେତୃତ୍ୱ ପ୍ରତି ଆମେରିକୀୟଙ୍କ ସମର୍ଥନ ଥିବାରୁ ଏହାକୁ ସେ ଭୋଟରେ ପରିଣତ କରିବାକୁ ଉଦ୍ୟମ ଚଳାଇ ଆସିଛନ୍ତି। ଏହା ବ୍ୟତୀତ ଆମେରିକାରେ ବେଆଇନ ପ୍ରବେଶ ଉପରେ ସେ କଠୋର ଆଭିମୁଖ୍ୟ ରଖିଛନ୍ତି। ପ୍ରଚାର ବେଳେ ଟ୍ରମ୍ପ୍‌ ୨ ଥର ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଟ୍ରମ୍ପ୍‌ ବିଜୟୀ ହେଲେ ଗୁରୁତର ଅପରାଧରେ ଅଭିଯୁକ୍ତ ତଥା ଦୋଷୀସାବ୍ୟସ୍ତ ପ୍ରଥମ ରାଷ୍ଟ୍ରପତି ହେବେ। ସେ କ୍ଷମତାକୁ ଆସିଲେ ତାଙ୍କ ବିରୋଧରେ ରହିଥିବା ଅନ୍ୟାନ୍ୟ ସଂଘୀୟ ତଦନ୍ତକୁ ବନ୍ଦ କରିଦେବେ। ସେହିପରି ହ୍ବାଇଟ୍‌ ହାଉସ୍‌କୁ ଅଣକ୍ରମାଗତ ଭାବେ ବିଜୟୀ ହେବାରେ ସେ ଆମେରିକା ଇତିହାସରେ ଦ୍ୱିତୀୟ ରାଷ୍ଟ୍ରପତି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ…

ବଡ଼ ପ୍ୟାକେଜ୍‌ ନେଇ ଭାରତ ଆସିଛନ୍ତି ପୁଟିନ: ରୁଷିଆର କେଉଁ ପ୍ରସ୍ତାବକୁ ‘ହଁ’ କହିବ ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ପୁଟିନଙ୍କ ଭାରତ ଗସ୍ତ ସମୟରେ ରୁଷିଆର ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଫାଇଟର ଜେଟ…

ଓରାଙ୍ଗ୍‌ଉଟାନ ଶାବକଙ୍କ ଡିଏନ୍‌ଏ ପରୀକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା):ବାଲେଶ୍ୱର ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗ୍‌ଉଟାନ ଶାବକଙ୍କୁ ନେଇ ସବୁ ପ୍ରକାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ…

ଆମେରିକା ଛାଡ଼ିବାକୁ ‘ମିଷ୍ଟର ସିଂ’ଙ୍କୁ ଧମକ, US ବିଜ୍ଞାପନକୁ ନେଇ ହଙ୍ଗାମା

ୱାଶିଂଟନ,୧୧।୯(ପି.ଟି.): ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହୋମଲ୍ୟାଣ୍ଡ୍‌ ସିକ୍ୟୁରିଟି’ (ଡିଏଚ୍‌ଏସ୍‌) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ଜାରି କରାଯାଇଥିବା ଏକ ବିଜ୍ଞାପନକୁ ନେଇ ସାରା ବିଶ୍ୱରେ ତୀବ୍ର…

ଲଘୁଚାପ ସକ୍ରିୟ: ଏହି ୧୦ ଜିଲାରେ ଛେଚିବ ବର୍ଷା, ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୧ା୯:ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଫଳରେ ଗୁରୁବାର ଅଧିକାଂଶ ଜିଲାରେ ବର୍ଷା ହୋଇଥିବାବେଳେ କଟକ ଜିଲା ବାଙ୍କୀଠାରେ ସର୍ବାଧିକ ୧୦୪ ମି.ମି. ବର୍ଷ…

ଭାରତରେ ପହଞ୍ଚିଲେ ପୁଟିନ: ଜୋରଦାର ସ୍ବାଗତ, ଜିନ୍‌ପିଙ୍ଗଙ୍କୁ ଅପେକ୍ଷା

ନୂଆଦିଲ୍ଲୀ,୧୧।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୧୧।୯(ପି.ଟି.): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ କ୍ରୁଡ୍‌) ଦର ବୃଦ୍ଧି ଏବଂ ବୈଦେଶିକ ପୁଞ୍ଜି ପ୍ରତ୍ୟାହାର ଯୋଗୁ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟରେ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?