ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବେ ଏହି ପଦ? କ’ଣ କହୁଛି ସମ୍ବିଧାନ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ଉଦ୍ଧାରକାରୀ ଦଳ ରେଡ କ୍ରେସେଣ୍ଟ ଘଣ୍ଟା ଘଣ୍ଟା ପରିଶ୍ରମ ପରେ ହେଲିକପ୍ଟର ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ, ଯେଉଁଠାରେ କେହି ବଞ୍ଚିବାର କୌଣସି ଚିହ୍ନ ନଥିଲା।
ଏହି ହେଲିକପ୍ଟରରେ ରାଷ୍ଟ୍ରପତି ରଇସି ଏବଂ ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଆମୀର ଅବଦୁଲ୍ଲାୟାନଙ୍କ ସମେତ ମୋଟ ୯ଜଣ ଲୋକ ଥିଲେ ଏବଂ ଏହି ଦୁର୍ଘଟଣାରେ ସମସ୍ତେ ମରିଥିବେ ବୋଲି ଆଶଙ୍କା କରାଯାଉଛି। ଇବ୍ରାହିମ ରାଇସିଙ୍କ ହଠାତ୍ ଦେହାନ୍ତ ପରେ ପ୍ରଶ୍ନ ଉଠୁଛି ଯେ ତାଙ୍କ ପରେ ଇରାନର ଦାୟିତ୍ୱ କିଏ ନେବେ? ଇରାନର ସମ୍ବିଧାନ କ’ଣ କହୁଛି ଜାଣନ୍ତୁ।
ଇରାନର ସମ୍ବିଧାନ ଅନୁଯାୟୀ, ଯଦି ଜଣେ ସିଟିଂ ରାଷ୍ଟ୍ରପତିଙ୍କର ହଠାତ୍‌ ମୃତ୍ୟୁ ହୁଏ, ତେବେ ଧାରା ୧୩୧ ଅନୁଯାୟୀ, ପ୍ରଥମ ଉପରାଷ୍ଟ୍ରପତିଙ୍କୁ ସର୍ବାଧିକ ୫୦ ଦିନ ଏହି ଦାୟିତ୍ୱ ଦିଆଯାଇପାରିବ। ତେବେ ଏଥିପାଇଁ ଇରାନର ସର୍ବୋଚ୍ଚ ନେତା ଅର୍ଥାତ୍‌ ଅଯାତୁଲ୍ଲା ଖାମୋନେଇଙ୍କ ଅନୁମୋଦନ ଆବଶ୍ୟକ ହେବ। ଏହି ଅନୁଯାୟୀ ଇରାନର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ମୋଖବରଙ୍କୁ ବର୍ତ୍ତମାନ ରାଷ୍ଟ୍ରପତି କରାଯାଇପାରିବ।

ଏହା ପରେ ଉପରାଷ୍ଟ୍ରପତି, ସଂସଦର ବାଚସ୍ପତି ଏବଂ ନ୍ୟାୟପାଳିକାର ମୁଖ୍ୟଙ୍କୁ ନେଇ ଗଠିତ ପରିଷଦକୁ ସର୍ବାଧିକ ୫୦ ଦିନ ମଧ୍ୟରେ ନୂତନ ରାଷ୍ଟ୍ରପତିଙ୍କ ପାଇଁ ନିର୍ବାଚନ ବ୍ୟବସ୍ଥା କରିବାକୁ ପଡ଼ିବ। ୨୦୨୧ରେ ଇବ୍ରାହିମ ରଇସି ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ବର୍ତ୍ତମାନ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ୨୦୨୫ରେ ହେବ। ତେବେ ତାଙ୍କ ମୃତ୍ୟୁ ପରେ ଖୁବ ଶୀଘ୍ର ସେଠାରେ ପୁଣି ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲେ ଏହି ଦମ୍ପତି: ଉଚ୍ଚତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବ୍ରାସିଲିଆ:ଗିନିଜ ୱାଲର୍‌ଡ ରେକର୍ଡସ୍‌ ସଂଗଠନ କ୍ରମାଗତ ବିଭିନ୍ନ ଉଲ୍ଲେଖନୀୟ ମାନବୀୟ ସଫଳତାକୁ ସ୍ବୀକୃତି ଦେଇଥାଏ। ନିକଟରେ ଏହା ବ୍ରାଜିଲର ଏକ ଦମ୍ପତିଙ୍କୁ ବିଶ୍ୱର ସବୁଠାରୁ କମ୍‌...

ମଣିଷ ବେଶରେ ରୁହନ୍ତି ଏଲିଅନ

ଲଣ୍ଡନ, ୧୪।୬:ସାରା ବିଶ୍ୱର ବୈଜ୍ଞାନିକମାନେ ଏଲିଅନଙ୍କ ରହସ୍ୟକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା କରୁଥିଲେ ମଧ୍ୟ ଏବେ ସୁଦ୍ଧା ଏହି ପ୍ରଶ୍ନର କୌଣସି ଠୋସ୍‌...

ନୁଡୁଲ୍ସ ଉପରେ ଲାଗିଲା ବ୍ୟାନ

କୋପେନହାଗେନ,୧୪।୬: ଏବେ ମସଲାଯୁକ୍ତ ନୁଡୁଲ୍ସ ଅନେକ ଲୋକଙ୍କ ପାଇଁ ଏକ ପ୍ରିୟ ଖାଦ୍ୟ ହୋଇପାରିଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକମାନେ ନୁଡୁଲ୍ସକୁ...

ଇସ୍ରାଏଲର ନିଦ ହଜାଇଲା ହିଜବୁଲ: ୨୫୦ରୁ ଅଧିକ ରକେଟ୍‌ ମାଡ଼

ଜେରୁଜେଲମ,୧୪।୬: ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହିଜବୁଲ ଇସ୍ରାଏଲକୁ ନିଦ ହଜାଇ ଦେଇଛି। ଇସ୍ରାଏଲର ଅନେକ ସାମରିକ ବେସ ଉପରେ ହିଜବୁଲ ପକ୍ଷରୁ ଆକ୍ରମଣ କରାଯାଇଛି।...

କୁଏଟ୍‌ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ

ନୂଆଦିଲ୍ଲୀ,୧୪ା୬: କୁଏଟ୍‌ରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଶୁକ୍ରବାର ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। ବିମାନରେ ରାଜ୍ୟ...

ଇଟାଲୀରେ ପହଞ୍ଚିଲେ ମୋଦି

ରୋମ୍‌,୧୪ା୬: ୫୦ତମ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ସହ ସାକ୍ଷାତ...

କୁଏତରେ ଜଳିଯାଇଥିବା ୪୫ ଭାରତୀୟଙ୍କ ମୃତଦେହ ଚିହ୍ନଟ, ଆହତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଦୁବଇ,୧୩।୬: କୁଏତ କର୍ତ୍ତୃପକ୍ଷ ବିଲ୍ଡିଂ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଜଣ ଭାରତୀୟ ଏବଂ ତିନି ଜଣ ଫିଲିପାଇନ୍ସ ନାଗରିକଙ୍କ ମୃତଦେହ ଚିହ୍ନଟ କରିଛନ୍ତି। କୁଏତ...

ଇଟାଲୀ ପହଞ୍ଚିବା ପରେ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବେ ମୋଦି

ନୂଆଦିଲ୍ଲୀ,୧୩।୬: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀର ଶିଖର ସମ୍ମିଳନୀ ଇଟାଲୀର ଆପୁଲିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri