ପ୍ରଥମେ କାହାକୁ ଦିଆଯିବ କରୋନା ଟିକା

ନ୍ୟୁୟର୍କ,୩୧।୭: କରୋନା ଭୁତାଣୁ ସାରା ବିଶ୍ୱରେ ହୁ ହୁ ହୋଇ ବଢି ଚାଲିଛି। ଏବେ ଏହାର ଟିକା ପାଇଁ ବିଭିନ୍ନ ଦେଶ ଚେଷ୍ଟା ଚଳାଇଛନ୍ତି। କିଛି ଟିକା ପରୀକ୍ଷଣର ଶେୟ ପର୍ଯ୍ୟାୟରେ ଅଛି। ତେବେ ଏହି ଟିକାର ସମ୍ପୂର୍ଣ୍ଣ ମାତ୍ରା ପ୍ରଥମେ କାହାକୁ ଦିଆଯିବ ତାହାକୁ ନେଇ ଦ୍ୱନ୍ଦ ଲାଗି ରହିଛି। ଏବେ ଆମେରିକା ସମେତ ଅନ୍ୟାନ୍ୟ ଦେଶ ଗୁଡିକ ଏମିତି ଲୋକଙ୍କୁ ଖୋଜିବା ଆରମ୍ଭ କରାଯାଉଛି, ଯାହାକୁ ପ୍ରଥମେ ଏହି ଟିକା ସମ୍ପୂର୍ଣ୍ଣ ମାତ୍ରା ଦିଆଯାଇପାରିବ। ଏହାର ପ୍ରସ୍ତୁତିରେ ବଡ ବଡ ଡାକ୍ତରଙ୍କ ସମେତ ୨୦୦୯ରେ ଏଚ୍‌୧ଏନ୍‌୧ ଇନଫ୍ଲୁଏଞ୍ଜା ସମୟରେ ଯୋଜନା ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ମଧ୍ୟ ସାମିଲ ହୋଇଛନ୍ତି। ଆମେରିକାରେ ସର୍ବପ୍ରଥମେ କରୋନା ଟିକା ସ୍ବାସ୍ଥ୍ୟକର୍ମୀ, ବୃଦ୍ଧାବୃଦ୍ଧ, ଆଇସିୟୁରେ ଭର୍ତ୍ତି ଥିବା ଲୋକ ଏବଂ ଅଧିକ ଅସୁସ୍ଥ ଥିବା ରୋଗୀଙ୍କୁ ଦିଆଯିବ ବୋଲି ଆଲୋଚନା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଆମେରିକାରେ ୨ଟି କରୋନା ଟିକା ପ୍ରସ୍ତୁତ କରାଯାଇଛି। ଯାହାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ରହିଛି। ଚଳିତବର୍ଷ ଶେଷ ଆଡକୁ ଏହି ଟିକାର ପ୍ରଥମ ମାତ୍ରା ରୋଗୀଙ୍କୁ ଦିଆଯିବ ବୋଲି କୁହାଯାଉଛି। ଏବେ ଏହି ଟିକା କାହାକୁ ଦିଆଯିବ ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଉଛି। ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ର ନିର୍ଦ୍ଦେଶକ ଫ୍ରାନଶିଶ୍‌ କୋଲିନ୍ସ କହିଛନ୍ତି, କରୋନା ଟିକା ପ୍ରଥମେ କାହାକୁ ଦିଆଯିବ, ଏହା ଏକ ବଡ ବିବାଦ ସୃଷ୍ଟି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

Read more

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସେପ୍ଟେମ୍ବର ଆରମ୍ଭରୁ ଏହି ୩ ରାଶିଙ୍କ ଉପରେ ବିପଦ! ଶନି-ଶୁକ୍ରଙ୍କ ଷଡ଼ାଷ୍ଟକ ଯୋଗ କରିବ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୨ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଗୋଚର କରିବେ। ଅନ୍ୟପଟେ…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri