Posted inଜାତୀୟ

କିଏ ହେବେ ମୁଖ୍ୟମନ୍ତ୍ରୀ: ନିଷ୍ପତ୍ତି ବୁଧବାରକୁ ଲଟକିଲା…

ବେଙ୍ଗାଲୁରୁ,୧୬।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଂଗ୍ରେସ ହାଇ କମାଣ୍ଡ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସମସ୍ତ ନେତାଙ୍କୁ ଭେଟି ସାରିଛନ୍ତି। ସୂତ୍ରରୁ ପ୍ରକାଶ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ପରାମର୍ଶ ପରେ ବର୍ତ୍ତମାନ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଫଳରେ ମୁଖ୍ୟମନ୍ତ୍ରୀ ନାମ ନେଇ ନିଷ୍ପତ୍ତି ପୁଣି ବୁଧବାର ଯାଏଁ ଲଟକିଛି। ଏହି ଘୋଷଣା ବେଙ୍ଗାଲୁରୁରେ କରାଯାଇପାରେ ।

ରାହୁଲ ଗାନ୍ଧୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହା ବ୍ୟତୀତ କର୍ନାଟକର ନବ ନିର୍ବାଚିତ ବିଧାୟକମାନେ ଖାର୍ଗେଙ୍କ ଘରେ ପହଞ୍ଚିଛନ୍ତି। ଡି.କେ ଶିବକୁମାର ମଙ୍ଗଳବାର କର୍ନାଟକରୁ ଦିଲ୍ଲୀ ଆସିଥିବାବେଳେ ସୋମବାର ସିଦ୍ଧରମୈୟା ଜାତୀୟ ରାଜଧାନୀ ପହଞ୍ଚିଥିଲେ। ପର୍ଯ୍ୟବେକ୍ଷକମାନେ ନବ ନିର୍ବାଚିତ ବିଧାୟକ ଦଳର ରିପୋର୍ଟ ମଲ୍ଲିକାର୍ଜୁନଙ୍କ ନିକଟରେ ଦାଖଲ କରିବା ପରେ ଏହି ବୈଠକ ଡକାଯାଇଥିଲା। କିନ୍ତୁ କର୍ନାଟକର ମୁଖ୍ୟମନ୍ତ୍ରୀ କିଏ ହେବେ ତାହାର ନିଷ୍ପତ୍ତି ବୈଠକରେ ନିଆଯାଇପାରି ନାହିଁ।

ସେପଟେ କର୍ନାଟକର ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ କଳ୍ପନା ଜଳ୍ପନାର ବିଷୟ କଂଗ୍ରେସ ବିଧାୟକ ୟୁ.ଟି ଖାଦର ମଙ୍ଗଳବାର କହିଛନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ପର୍ଯ୍ୟବେକ୍ଷକ ନବ ନିର୍ବାଚିତ ବିଧାୟକଙ୍କ ମତାମତ ନେଇଛନ୍ତି। ହାଇ କମାଣ୍ଡ ପରବର୍ତ୍ତୀ ନିଷ୍ପତ୍ତି ନେବେ। କଂଗ୍ରେସ ଏକ ୧୦୦ ବର୍ଷ ପୁରୁଣା ଦଳ ଏବଂ ଏହା ଦଳ ପାଇଁ ଏକ ଛୋଟ ପ୍ରସଙ୍ଗ। ଏହା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେଲା ପେଟ୍ରୋଲ-ଡିଜେଲର ନୂଆ ଦାମ୍‌

ନୂଆଦିଲ୍ଲୀ,୩।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଦର ଏବଂ ତେଲ କମ୍ପାନୀଗୁଡ଼ିକର ରୋଜଗାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଲାଗୁ…

ଭାଜପା ହାରିବାର ୫ ବଡ଼ କାରଣ, ଜାଣନ୍ତୁ…

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିସାରିଛି ଏବଂ ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଯାଇଛି। ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା…

ପିକେଙ୍କ ବିଜୟଠୁ ଭାଜପାର ପରାଜୟ କାହିଁକି ଚର୍ଚ୍ଚାରେ? ବାଙ୍କୀପୁର ଫଳାଫଳର ପ୍ରଭାବ ପଡ଼ିବ ଦିଲ୍ଲୀ ଗାଦି ଉପରେ!

ପାଟନା,୩।୮: ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ରାଜନୀତିରେ ଏକ ନୂଆ କୌତୂହଳ ସୃଷ୍ଟି କରିଛି। ଆଜି ସକାଳ ପର୍ଯ୍ୟନ୍ତ ଯେଉଁ ବାଙ୍କୀପୁର ବିଧାନସଭା ଆସନକୁ ଭାଜପାର ଦୁର୍ଗ…

ପ୍ରଶାନ୍ତ କିଶୋରଙ୍କୁ ଜିତାଇଦେଲେ Gen-Z? ହେଲା ବଡ଼ ଖୁଲାସା…

ପାଟନା,୩।୮: ପାଟନାର ହାଇ-ପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ୧୯,୩୨୪ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ୩୨ ରାଉଣ୍ଡ ଗଣତିରେ…

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

ଝାଡ଼ଖଣ୍ଡର ‘ସୋନମ ୱାଙ୍ଗଚୁକ୍’! ଜାଣନ୍ତୁ କିଏ ଏହି ଦେବେନ୍ଦ୍ର ମାହାତୋ, ଯିଏ ଛାତ୍ରଙ୍କ ହକ୍‌ ପାଇଁ ଆମରଣ ଅନଶନରେ…

ନୂଆଦିଲ୍ଲୀ,୩।୮: ନିଟ୍ (NEET) ପେପର ଲିକ୍‌କୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ କିଛିଟା ପ୍ରଶମିତ ହୋଇଥିଲେ ବି ଝାଡ଼ଖଣ୍ଡରେ ଏବେ ବି ନିଆଁ ଜଳୁଛି, ଆଉ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri