ଚାଇନା-ତାଇଓ୍ବାନ ଯୁଦ୍ଧ ହେଲେ କାହାର ହେବ କ୍ଷତି ?…

ବେଜିଂ, ୧୬।୪ : ତାଇୱାନ ପ୍ରସଙ୍ଗରେ ଚାଇନ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିିବାରେ ଲାଗିଛି। କିନ୍ତୁ ନିକଟରେ ତାଇୱାନ ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ତାଇୱାନ ଚାଇନାକୁ ୨୭୦ ବିଲିୟନ ଡଲାରର ରପ୍ତାନି କରିଛି। ତାଇୱାନର ବାର୍ଷିକ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ଏହା ୪୦ ପ୍ରତିଶତ। ଗତ ବର୍ଷ ତାଇୱାନର ଜିଡିପି ୬୬୮ ବିଲିୟନ ଡ଼ଲାରରେ ପହଞ୍ଚିଥିଲା। ଏହି ସମୟ ମଧ୍ୟରେ ଚାଇନାରେ ତାଇୱାନର ପୁଞ୍ଜି ନିବେଶ ୨୦୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ।

ତାଇୱାନ ସରକାରଙ୍କ ୱେବସାଇଟ ଅନୁଯାୟୀ, ତାଇୱାନ ବର୍ତ୍ତମାନ ଚାଇନାର ସବୁଠାରୁ ବଡ ବିଦେଶୀ ନିବେଶକ ହୋଇପାରିଛି। ୧୯୯୧ ରୁ ମେ ୨୦୨୧ ପର୍ଯ୍ୟନ୍ତ ଚାଇନାରେ ତାଇୱାନର ୪୪,୫୭୭ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହା ଅନ୍ତର୍ଗତ ୧୯୩.୫୧ ବିଲିୟନ ଡ଼ଲାରର ପୁଞ୍ଜି ବିନିଯୋଗ ହୋଇଥିଲା।

ବର୍ତ୍ତମାନ ଚାଇନାରେ ତାଇୱାନ କମ୍ପ୍ୟୁଟର ଚିପ୍ସରେ ସର୍ବାଧିକ ପୁଞ୍ଜି ବିନିଯୋଗ କରୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଯିବା ପରଠାରୁ ତାଇୱାନ ଚାଇନାର ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ପ୍ରମୁଖ ପ୍ରୋତ୍ସାହକ ପାଲଟିଛି।

ୱେବସାଇଟ ଏସିଆ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଚାଇନାରେ କାର୍ଯ୍ୟ କରୁଥିବା ପ୍ରାୟ ୨୦ ପ୍ରତିଶତ ଚିପ ଫ୍ୟାକେସନ ଇଞ୍ଜିନିୟର୍‌ ତାଇୱାନୀ ଅଟନ୍ତି। ଚାଇନାରେ ଚିପ ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବାରେ ଏହି ଲୋକମାନେ ଏକ ବଡ଼ ଭୂମିକା ଗ୍ରହଣ କରୁଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଗତ ଦୁଇ ବର୍ଷ ମଧ୍ୟରେ ଚାଇନା, ଆମେରିକା ଏବଂ ତାଇୱାନର ନିର୍ଭରଶୀଳତା ପରସ୍ପର ଉପରେ ବୃଦ୍ଧି ପାଇଛି। ରଣନୈତିକ ଉତ୍ତେଜନା ଯୋଗୁ ଯଦି ସେମାନଙ୍କ ମଧ୍ୟରେ ବାଣିଜ୍ୟ ବାଧାପ୍ରାପ୍ତ ହୁଏ, ତେବେ ଏହା ଉଭୟ ଦେଶର ଉତ୍ପାଦନ ଏବଂ ବ୍ୟବହାର ଉପରେ ବହୁତ ପ୍ରଭାବ ପକାଇବ।

ଏହି ରିପୋର୍ଟ ଅନୁଯାୟୀ, ଚିପ ଇଣ୍ଡଷ୍ଟ୍ରିରେ ତାଇୱାନର ବିପୁଳ ବିନିଯୋଗର ସଫଳତା ଚାଇନାରୁ ଆସୁଥିବା ଚାହିଦା ଉପରେ ନିର୍ଭରଶୀଳ। ୨୦୨୦୨ରେ, ଚାଇନା ତାଇୱାନରୁ ୩୫୦ବିଲିୟନ ଡଲାର ମୂଲ୍ୟର ଚିପ୍ସ ଆମଦାନୀ କରିଥିଲା। ବିଶେଷଜ୍ଞମାନଙ୍କ ଅନୁସାରେ ଯେ ଯଦି ଚାଇନାକୁ ତାଇୱାନର ରପ୍ତାନିରେ ବାଧା ସୃଷ୍ଟି ହୁଏ, ତେବେ ତାଇୱାନର ଚିପ ଇଣ୍ଡଷ୍ଟ୍ରିରେ ବ୍ୟାପକ କ୍ଷତି ହେବ। ଅପରପକ୍ଷରେ ଚାଇନାର ବୈଦ୍ୟୁତିକ ଶିଳ୍ପ ମଧ୍ୟ ସମାନ ପରିମାଣରେ କ୍ଷତି ସହିବ।

ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ତାଇୱାନ ଉପରେ ଚାଇନା ନିର୍ଭରଶୀଳତା ଏତେ ଅଧିକ ଯେ ତାଇୱାନ ଉପରେ ଆକ୍ରମଣ କରିବା ଏହାର ସ୍ବାର୍ଥରେ ରହିବ ନାହିଁ। ଏଭଳି ପରିସ୍ଥିତିରେ ତାଇୱାନ ହଠାତ୍‌ ଏହାର ସ୍ବାଧୀନତା ଘୋଷଣା କଲେ ହିଁ ତାଙ୍କ ଆକ୍ରମଣର ସମ୍ଭାବନା ସୃଷ୍ଟି ହେବ। ଉଲ୍ଲେଖନୀୟ କଥା ହେଉଛି, ଚାଇନା ତାଇୱାନକୁ ଏହାର ଅଂଶ ଭାବରେ ଗ୍ରହଣ କରେ। କିନ୍ତୁ ଚାଇନାରେ କମ୍ୟୁନିଷ୍ଟ ବିପ୍ଳବ ପରଠାରୁ ଚାଇନା ସରକାର ସେଠାରେ ଶାସନ କରିନାହାଁନ୍ତି।

ଏସିଆ ଟାଇମ୍ସ ରିପୋର୍ଟରେ ଅର୍ଥନୀତିଜ୍ଞଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ ଯଦି ଚାଇନା ତାଇୱାନ ଉପରେ ଆକ୍ରମଣ କରେ ଏବଂ ଏହାର ଜବାବରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତା’ହେଲେ ଏହାର ଆର୍ଥିକ କ୍ଷତି ଆକଳନ କରିବା କଷ୍ଟକର। ଏହି ଘଟଣାର ପ୍ରଭାବ ବିଶ୍ୱର ପ୍ରାୟ ସମସ୍ତ ଶିଳ୍ପ ଏବଂ ବଜାର ଉପରେ ପ୍ରଭାବ ପକାଇବ। ଅର୍ଥନୀତିଜ୍ଞମାନେ ସୂଚାଇ ଦେଇଛନ୍ତି ଯେ କୂଟନୈତିକ ପ୍ରସଙ୍ଗରେ ବଢୁଥିବା ଉତ୍ତେଜନା ସତ୍ତ୍ୱେ ଆମେରିକାକୁ ଚାଇନାରୁ ଆମଦାନୀ କ୍ରମାଗତ ଭାବେ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri