କିଏ ଲାଭ ପାଇବ

କନ୍‌ଷ୍ଟାଣ୍ଟିନ୍‌ ସୋନିନ୍‌

 

ନିକଟରେ ଭିଲିନିୟସ୍‌ରେ ନାଟୋ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରୁଷିଆ ସହ ଯୁଦ୍ଧ ଶେଷହେବା ପରେ ୟୁକ୍ରେନ୍‌କୁ ନାଟୋରେ ଗ୍ରହଣ କରାଯିବ ବୋଲି ସଙ୍କଳ୍ପ ନିଆଯାଇ ସମ୍ମିଳନୀ ଉଦ୍‌ଯାପନ ହୋଇଥିଲା। ଏହି ମିଳିତ ମଞ୍ଚରେ ଅଧିକାଂଶ ନାଟୋ ଦେଶ ୟୁକ୍ରେନ୍‌କୁ ଏକ ଆଶାବାଦୀ ସଦସ୍ୟ ଭାବରେ ଦେଖୁଛନ୍ତି। କିନ୍ତୁ ନାଟୋରେ ଏହି ଦେଶର ତୁରନ୍ତ ଯୋଗଦାନ ଉପରେ ସହମତି ପ୍ରକାଶ ପାଇବା କଷ୍ଟକର ହୋଇଛି। ଦେଖିବାକୁ ଗଲେ ୟୁକ୍ରେନ୍‌ ଏବଂ ନାଟୋର ଏବକାର ସଦସ୍ୟମାନେ ୟୁକ୍ରେନ୍‌ ସଦସ୍ୟତାରୁ ଲାଭ ପାଇପାରିବେ ନାହିଁ। କିନ୍ତୁ ମିଳିତ ମଞ୍ଚର ବିସ୍ତାରକୁ ରୋକିବା ବାହାନାରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିବା ରୁଷିଆ ଏହି ସମ୍ଭାବନାରୁ ଅନେକ କିଛି ଲାଭ କରିବାର ଅଛି। ନାଟୋରେ ୟୁକ୍ରେନ୍‌ର ଯୋଗଦାନ ବିଷୟ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ତାଙ୍କ ସାଥୀମାନଙ୍କ ପାଇଁ ଏକ ଖରାପ ଖବର ହୋଇଥିବାବେଳେ ଏହା ରୁଷିଆର ନାଗରିକଙ୍କ ପାଇଁ ଅତ୍ୟଧିକ ଲାଭଦାୟକ ହୋଇପାରେ।
ଯୁଦ୍ଧର କ୍ଷତି ଦିଗକୁ ଦେଖାଯାଉ। ୟୁକ୍ରେନ୍‌ ବିରୋଧରେ ରୁଷିଆ ଆକ୍ରମଣର ପ୍ରତ୍ୟକ୍ଷ କ୍ଷତି ହିସାବ କରିବା କଷ୍ଟସାଧ୍ୟ ହୋଇଥିଲେ ବି ପାରମ୍ପରିକ ଆକଳନଗୁଡ଼ିକ ଏହି ସଂଘର୍ଷର ବ୍ୟାପକ ଅର୍ଥନୈତିକ ପରିମାଣ ଦର୍ଶାଇଛନ୍ତି। ବିଗତ ୨୦ ବର୍ଷ ହେଲା ରୁଷିଆ ଅନେକ କୋଟି ଡଲାରର ସାମରିକ ଉପକରଣ ଯଥା ଶେଲ୍‌, ଟ୍ୟାଙ୍କ୍‌, ହୱାଇଜର, ଯୁଦ୍ଧବିମାନ ଏବଂ ହେଲିକପ୍ଟର ଉପତ୍ାଦନରେ; ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ଅତ୍ୟାବଶ୍ୟକ ସେବାରେ ସଂସାଧନକୁ ଉପଯୋଗ କରିବାରେ ବ୍ୟୟ କରିଆସିଛି। ବର୍ଷ ବର୍ଷ ଧରି ପୁଟିନ୍‌ଙ୍କ ଶାସନ ରୁଷିଆର ଅର୍ଥ ବ୍ୟବସ୍ଥାକୁ ବୈଶ୍ୱିକ ଆର୍ଥିକ ବଜାରରୁ ଅଲଗା କରିବା ଲାଗି ଚାହଁି ଆସିଛି। ଫଳସ୍ବରୂପ,୨୦୦୦ ଦଶକର ଶେଷରୁ ରୁଷିଆର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇଛି, ଯାହା ଲିଓନିଡ୍‌ ବ୍ରେଜ୍‌ନେଭ୍‌ଙ୍କ ସମୟରେ ସୋଭିଏଟ୍‌ ସଂଘର ଲମ୍ବା ସମୟ ଧରି ଆର୍ଥିକ ମାନ୍ଦାବସ୍ଥାକୁ ସ୍ମରଣ କରାଇଦିଏ। ୨୦୦୯ରୁ ୨୦୨୨ ମଧ୍ୟରେ ରୁଷିଆ ଉପତ୍ାଦନ ଓ ଆୟରେ ଯାହା ହରାଇଥିଲା ତାହା ତା’ର ଜିଡିପିର ୧୦-୧୫% ଥିଲା ଏବଂ ୟୁକ୍ରେନ୍‌ ଉପରେ ଏହା ଆକ୍ରମଣ କରିବା ଯୋଗୁ ଦେଶର ଆର୍ଥିକ ସମସ୍ୟା ବଢ଼ିଛି ଓ ୨୦୨୨ରେ ଜିଡିପିରେ ୨-୩% ହ୍ରାସ ହେବା ସହ ଖୁଚୁରା ବିକ୍ରି ୬.୭% ହ୍ରାସ ପାଇଛି। ୟୁକ୍ରେନ୍‌ ଯୁଦ୍ଧ ପ୍ରସ୍ତୁତି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ଫଳରେ ଅର୍ଥନୀତିରେ ହୋଇଥିବା ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କ୍ଷତି ଭରଣା କରିବା ଲାଗି ରୁଷିଆକୁ ଅନେକ ଦଶନ୍ଧି ଲାଗିଯାଇପାରେ। ଏହା ନିଶ୍ଚିତ ଯେ, ୟୁକ୍ରେନ୍‌କୁ ନାଟୋରେ ମିଶାଇଲେ ରୁଷିଆକୁ ଅନ୍ୟ ଦିଗରୁ ଲାଭ ମିଳିପାରେ, କିନ୍ତୁ ପୁଟିନ୍‌ଙ୍କ ଦ୍ୱାରା ଅର୍ଥନୀତିରେ ହୋଇଥିବା କ୍ଷତି ଦୂରହୋଇପାରିବ ନାହିଁ। ଯୁଦ୍ଧ ସମାପ୍ତ ହେବା ପରେ ସାମରିକ ଉତ୍ପାଦନକୁ ପ୍ରାଧାନ୍ୟ ଦେଇ ଅର୍ଥନୈତିକ ଅଭିବୃଦ୍ଧି କରିବା ଅଧିକ କଷ୍ଟସାଧ୍ୟ ହେବ। କିନ୍ତୁ ୟୁକ୍ରେନ୍‌ର ନିରାପତ୍ତା ସୁନିଶ୍ଚିତ କରିବା ଦ୍ୱାରା ରୁଷିଆ ଏହାର ଅର୍ଥନୈତିକ ପୁନରୁଦ୍ଧାରକୁ ତ୍ୱରାନ୍ବିତ କରିପାରିବ। ଏହାସହ ବୈଶ୍ୱିକ ବଜାରରେ ଏହାକୁ ଶୀଘ୍ର ସାମିଲ କରିବା ସହଜ ଓ ନିରାପଦ ହେବ । ଆର୍ଥିକ କ୍ଷତି ନିଶ୍ଚିତ କରିବ ଯେ, ଯୁଦ୍ଧ ପରେ ଭବିଷ୍ୟତରେ ରୁଷିଆ ଆଉ କୌଣସି ଆକ୍ରମଣକୁ ପାଣ୍ଠି ଯୋଗାଇବ ନାହିଁ।
ପୁଟିନ୍‌ଙ୍କ ଷ୍ଟାଲିନ୍‌ବାଦୀ ମୋଡ଼କୁ ଲକ୍ଷ୍ୟ କରାଯାଉ। ସୋଭିଏଟ୍‌ ଏକଚ୍ଛତ୍ରବାଦୀ ଶାସକ କିପରି ବ୍ୟକ୍ତିଗତ ଶକ୍ତି ହାସଲ କରିବା ପାଇଁ ବାହ୍ୟ ବିପଦକୁ ଉପଯୋଗ କରିଥିଲେ ତାହା ଜୋସେଫ୍‌ ଷ୍ଟାଲିନ୍‌ଙ୍କ ଜୀବନୀରେ ଐତିହାସିକ ଷ୍ଟିଫେନ୍‌ କୋଟକିନ୍‌ ପ୍ରତିପାଦିତ କରିଥିଲେ। ବିରୋଧୀ ଦଳକୁ ନିଷେଧ କରିବା ଏବଂ ନିଜ କମ୍ୟୁନିଷ୍ଟ ପାର୍ଟି ଭିତରେ ଥିବା ଅସନ୍ତୋଷକୁ ଦମନ କରିବା ପାଇଁ ଷ୍ଟାଲିନ୍‌ ଲଗାତର ବୈଦେଶିକ ଆକ୍ରମଣ ଓ ରାଜତନ୍ତ୍ରବାଦୀ ବିଦ୍ରୋହକୁ ଦର୍ଶାଇବା ସହ ଏକାଧିକ କୁଳୀନ ବର୍ଗଙ୍କୁ ହଟାଇ ନାଗରିକଙ୍କୁ ଆତଙ୍କିତ କରିଥିଲେ। ଯିଏ ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ ତାଙ୍କୁ ବିଦେଶୀ ଶକ୍ତିର ଏଜେଣ୍ଟ ବୋଲି ଦର୍ଶାଇଥିଲେ। ଯଦିଓ ଷ୍ଟାଲିନ୍‌ଙ୍କ ମୃତ୍ୟୁ ପରେ ୧୯୫୩ରେ ୟୁଏସ୍‌ଏସ୍‌ଆର୍‌ର ନିଷ୍ଠୁର ଦମନ କିଛି ମାତ୍ରାରେ ହ୍ରାସ ପାଇଥିଲା, ତଥାପି ତାଙ୍କ ଶାସନର ଅବିଶ୍ୱାସ ଓ ସନ୍ଦେହ ଅନେକ ପିଢ଼ି ଯାଏ ରହିଗଲା। ଫଳରେ ପରବର୍ତ୍ତୀ ସୋଭିଏଟ୍‌ ନେତାମାନେ ବିଚ୍ଛିନ୍ନତାବାଦୀ ନୀତି ଏବଂ କ୍ଷମତାରେ ରହିବା ପାଇଁ ସାମରିକ ଶକ୍ତିକୁ ବ୍ୟବହାର କରିଥିଲେ। ହେଲେ ଏହି ଦୃଷ୍ଟିକୋଣ ବିଫଳ ହେଲା। ସାମରିକ କ୍ଷେତ୍ରରେ ଅତ୍ୟଧିକ ବ୍ୟୟ ୧୯୯୧ରେ ସୋଭିଏଟ୍‌ ୟୁନିୟନର ପତନର ଏକ ମୁଖ୍ୟ କାରଣ ହେଲା। ଲକ୍ଷ ଲକ୍ଷ ଲୋକ ରୁଟି, ଅଣ୍ଡା ଏବଂ ଚିନି ପାଇଁ ଧାଡ଼ିରେ ଅପେକ୍ଷା କରିଥିବାବେଳେ ୟୁଏସ୍‌ଏସ୍‌ଆର୍‌ ଟ୍ୟାଙ୍କ୍‌ ଏବଂ କ୍ଷେପଣାସ୍ତ୍ର ଉପତ୍ାଦନ ପାଇଁ ଅତ୍ୟଧିକ ସଂସାଧନ ବ୍ୟବହାର କରିଥିଲା। ସୋଭିଏଟ୍‌ ସାମରିକ-ଶିଳ୍ପ ସମ୍ବନ୍ଧ ଦ୍ୱାରା ପରିଚାଳିତ ଦୃଢ଼ ରାଜନୈତିକ ଶକ୍ତି ଯୋଗୁ ପ୍ରତିରକ୍ଷା ଖର୍ଚ୍ଚ ବହୁତ ବଢ଼ିଯାଇଥିଲା। ଶେଷରେ ସରକାରୀ ଆଦେଶ ଦ୍ୱାରା ସାମରିକ ବଜେଟ ହ୍ରାସ କରାଯାଇ ନ ଥିଲା, ବରଂ ରାଜ୍ୟ ବିଲୋପ ହେବା ଯୋଗୁ ଏହା ଘଟିଥିଲା।
ଷ୍ଟାଲିନ୍‌ଙ୍କ ପଦ୍ଧତିରେ ପୁଟିନ୍‌ ଏକ ନୂତନ ବିଷୟ ଯୋଡ଼ିଛନ୍ତି। ଷ୍ଟାଲିନ୍‌ ଦଳର ନେତାମାନଙ୍କୁ ଠିକ୍‌ ରଖିବା ପାଇଁ ଭୟଭୀତ କରୁଥିବାବେଳେ ପୁଟିନ୍‌ ଲୋଭ ଦେଖାଇ ମିଲିଟାରି ଖର୍ଚ୍ଚ ବଳରେ ନିଜର ସହଯୋଗୀଙ୍କୁ କୋଟିପତି କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଯୋଜନା କରି ତାହାକୁ କାର୍ଯ୍ୟକାରୀ କରିଥିବା ପୁଟିନ୍‌ଙ୍କଠାରୁ ଆରମ୍ଭକରି ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ, ସୁରକ୍ଷା ପରିଷଦ ସଚିବ ନିକୋଲାଇ ପାତ୍ରୁଶେଭଙ୍କ ପର୍ଯ୍ୟନ୍ତ ଏବଂ ବିଭିନ୍ନ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ପରିବାର ଗତ ୧ ଦଶନ୍ଧି ମଧ୍ୟରେ ଅତ୍ୟଧିକ ଧନୀ ହୋଇଛନ୍ତି। ୟୁକ୍ରେନ୍‌ ଯୁଦ୍ଧର ପ୍ରଥମ ବର୍ଷରେ ରୁଷିଆର ସାମରିକ-ଶିଳ୍ପ ସମ୍ବନ୍ଧରେ ବ୍ୟାପକ ଦୁର୍ନୀତି ପ୍ରକାଶ ପାଇଛି। ତଥାପି, ଏହି ଦୁର୍ନୀତିରୁ ଲାଭବାନ୍‌ ହୋଇଥିବା ସମସ୍ତ ପ୍ରମୁଖ ବ୍ୟକ୍ତି ନିଜ ପଦବୀରେ ଦୃଢ଼ ହୋଇ ରହିଛନ୍ତି।
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଷ୍ଟିଫେନ୍‌ ୱାଲ୍ଟ ଏବଂ ଶିକାଗୋ ବିଶ୍ୱବିଦ୍ୟାଳୟର ଜନ୍‌ ମିର୍‌ସାଇମରଙ୍କ ପରି ବୈଦେଶିକ ବ୍ୟାପାର ବିଶେଷଜ୍ଞ ଯୁକ୍ତି ବାଢ଼ିଛନ୍ତି ଯେ ନାଟୋର ବିସ୍ତାର ଉପରେ ରୁଷିଆର ଆଭିମୁଖ୍ୟ ୟୁକ୍ରେନ୍‌ ଏବଂ ଅନ୍ୟ ପଡ଼ୋଶୀ ଦେଶ ପାଇଁ ଏକ ପରିଣାମ ହେବ। ରୁଷିଆ ପ୍ରକୃତରେ ନାଟୋ ବିସ୍ତାରକୁ ୟୁକ୍ରେନ୍‌ ଉପରେ ଆକ୍ରମଣର ଏକ ଯଥାର୍ଥ କାରଣ ବୋଲି କହିଥିବାବେଳେ ସେପ୍ଟେମ୍ବର ୨୦୨୨ରେ ୟୁକ୍ରେନ୍‌ର ୪ଟି ଅଞ୍ଚଳକୁ ତା’ ସହ ମିଶାଇବା ପ୍ରମାଣ କରିଛି ଯେ ଏହି ଯୁଦ୍ଧ ବିଜୟ ଲାଭ ପାଇଁ କରାଯାଇଛି। ରୁଷିଆର ଅଧିକାରୀମାନେ ଦେଶ ଭାବରେ ୟୁକ୍ରେନ୍‌ର ଅସ୍ତିତ୍ୱକୁ ନିୟମିତ ଅସ୍ବୀକାର କରିଆସୁଛନ୍ତି, ଯେପରି ନାଜି ଏବଂ ସୋଭିଏଟ୍‌ ଅଧିକାରୀମାନେ ୧୯୩୯ରେ ପୋଲାଣ୍ଡକୁ ସ୍ବୀକୃତି ହେବାକୁ ମନା କରିଦେଇଥିଲେ। ବାସ୍ତବତା ହେଉଛି, ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ନାଟୋର ପୁନଃ ସମ୍ପ୍ରସାରଣକୁ ଶକ୍ତି ଯୋଗାଇଛି। ଅନ୍ୟପକ୍ଷରେ ଆକ୍ରମଣ ପରେ ଫିନ୍‌ଲାଣ୍ଡ ଓ ସୁଇଡେନ୍‌ ଦୀର୍ଘଦିନର ନିରପେକ୍ଷତା ଛାଡ଼ି ତୁରନ୍ତ ନାଟୋରେ ଯୋଗଦେବାକୁ ଆଗଭର ହେଲେ। ଫିନ୍‌ଲାଣ୍ଡ ଏପ୍ରିଲରେ ଯୋଗ ଦେଇଥିବାବେଳେ ଏବଂ ସୁଇଡେନ୍‌ ଆସନ୍ତା କୌଣସି ମାସରେ ସାମିଲ ହେବାକୁ ପାଗ ଭିଡ଼ୁଛି। ଯୁଦ୍ଧକ୍ଷେତ୍ରରେ ରୁଷିଆ ଅସୁବିଧାର ସମ୍ମୁଖୀନ ହେଉଥିବା ସମୟରେ ନାଟୋରେ ୟୁକ୍ରେନ୍‌ର ସମ୍ଭାବ୍ୟ ଯୋଗଦାନର ଗୁରୁତ୍ୱ ରହିପାରେ, କିନ୍ତୁ ଯୁଦ୍ଧ ସମାପ୍ତ ହେବା ପରେ ଏହାର ଉପଯୋଗିତା ହ୍ରାସ ପାଇବ।
ୟୁକ୍ରେନ୍‌ ସମେତ ଏହାର ମିତ୍ର ସଦସ୍ୟମାନେ ଯେଉଁମାନେ ୟୁକ୍ରେନ୍‌ର ନାଟୋ ସଦସ୍ୟତା ଉପରେ ନିଷ୍ପତ୍ତି ନେଉଛନ୍ତି, ସେମାନେ ବିଚାର କରିବା ଉଚିତ ଯେ, ରୁଷିଆର ସ୍ବାର୍ଥ ହିଁ ଶେଷ କଥା ହୋଇପାରେ। କିନ୍ତୁ ନାଟୋରେ ୟୁକ୍ରେନ୍‌ର ଯୋଗଦାନରୁ ରୁଷିଆକୁ ବାସ୍ତବରେ ଲାଭ ହେବ। ପ୍ରଥମେ, ୟୁକ୍ରେନ୍‌ର ସୁରକ୍ଷାକୁ ଦୃଢ଼ କରିବା ଦ୍ୱାରା ରୁଷିଆ ସମେତ ପଡ଼ୋଶୀ ଦେଶଗୁଡ଼ିକର ସୁରକ୍ଷାକୁ ବଢ଼ାଇଦେବ। ଦ୍ୱିତୀୟରେ ରୁଷିଆର ସାମ୍ରାଜ୍ୟବାଦ ବିଫଳ ହେଲେ ଏହା ରୁଷିଆର ନାଗରିକଙ୍କୁ ଆରାମ ପ୍ରଦାନ କରିବ, ଯେଉଁମାନେ ପୁଟିନ୍‌ଙ୍କ ଗର୍ବର ମୂଲ୍ୟ ବହନ କରୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନାଟୋରେ ୟୁକ୍ରେନ୍‌ର ଯୋଗଦାନ ବିଚ୍ଛିନ୍ନତାବାଦ ଏବଂ ସାମରିକବାଦ ଉପରେ ନିର୍ଭର କରି କ୍ଷମତା ଧରି ରଖିବାକୁ ଚେଷ୍ଟା କରୁଥିବା ଭବିଷ୍ୟତର ଷ୍ଟାଲିନ୍‌ କିମ୍ବା ପୁଟିନ୍‌ଙ୍କ ବିରୋଧରେ ଏକ ପ୍ରତିରୋଧକ ଭାବରେ କାର୍ଯ୍ୟ କରିପାରିବ।
ପ୍ରାଧ୍ୟାପକ, ହାରିସ୍‌ ସ୍କୁଲ ଅଫ୍‌ ପବ୍ଲିକ
ପଲିସି (ଶିକାଗୋ ବିଶ୍ୱବିଦ୍ୟାଳୟ)


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri