କିଏ ଏହି ଟ୍ରମ୍ପଙ୍କ ଘନିଷ୍ଠ କାଶ୍‌ ପଟେଲ, ହୋଇପାରନ୍ତି CIA ମୁଖ୍ୟ, ରାମ ମନ୍ଦିର ସହ ଅଛି ଲିଙ୍କ୍‌

ଓ୍ବାଶିଂଟନ୍‌,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ହରାଇଛନ୍ତି। ୪ ବର୍ଷ ପରେ ପୁଣି ଟ୍ରମ୍ପ ଦିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଟ୍ରମ୍ପ ବହୁମତ ୨୭୦ ହାସଲ କରିବା ସହ ୨୭୭ ଇଲେକ୍ଟୋରାଲ ଭୋଟ ପାଇ ସାରିଛନ୍ତି। ନିର୍ବାଚନ ଜିତିବା ପରେ ଟ୍ରମ୍ପ ଓ ତାଙ୍କ ଦଳ ଆଗାମୀ ସପ୍ତାହରେ ନିଜ ମନ୍ତ୍ରିମଣ୍ଡଳ ଓ ପ୍ରଶାସନରେ ଉଚ୍ଚ ଅଧିକାରୀଙ୍କ ନିଯୁକ୍ତି ପକ୍ରିୟା ଆରମ୍ଭ କରି ଦେବେ।

ନୂଆ ପ୍ରଶାସନରେ ଉଚ୍ଚ ପଦ ପାଇଁ ପ୍ରବଳ ଦାବିଦାରଙ୍କ ମଧ୍ୟରେ ଟ୍ରମ୍ପଙ୍କ ସହଯୋଗୀ ଜେମି ଡିମନ, ସ୍କଟ ବେସେଣ୍ଟ ଓ ଜନ ପଲସନ ସାମିଲ। ତେବେ ଟ୍ରମ୍ପ ନିଜର ବିଶ୍ୱସ୍ତ ଓ ଘନିଷ୍ଠ ଭାରତ ବଂଶଜ କଶ୍ୟପ କାଶ ପଟେଲଙ୍କୁ ଜାତୀୟ ସୁରକ୍ଷା ଦାୟିତ୍ୱ ଦେଇ ଏକ ବଡ଼ ପଦରେ ନିଯୁକ୍ତି ଦେଇ ପାରନ୍ତି। ପଟେଲଙ୍କୁ ଟ୍ରମ୍ପ ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିିଜେନ୍ସ ଏଜେନ୍ସି(ସିଆଇଏ)ର ମୁଖ୍ୟ କରି ପାରନ୍ତି। ଏହି ପଦରେ ନିଯୁକ୍ତି ପାଇଁ ଦାବିଦାରଙ୍କ ଦୌଡରେ କାଶ ପଟେଲ ସବୁଠୁ ଆଗରେ ରହିଛନ୍ତି। ଟ୍ରମ୍ପଙ୍କ ଅନେକ ସହଯୋଗୀ ସିଆଇଏ ପ୍ରମୁଖ ଭାବେ ପଟେଲଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

୪୪ ବର୍ଷୀୟ ତଥା ଭାରତୀୟ ବଂଶୋଦ୍ଭବ ପଟେଲ ଟ୍ରମ୍ପଙ୍କ ବିଶସ୍ତ। ୧୯୮୦ ମସିହାରେ ନ୍ୟୁୟର୍କର ଗାର୍ଡେନ ସିଟିରେ ଏକ ଗୁଜରାଟୀ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ କାଶ ପଟେଲ। ପଟେଲଙ୍କ ବାପା ଏକ ବିମାନ ଚଳାଚଳ ଫାର୍ମରେ ବିତ୍ତୀୟ ଅଧିକାରୀ ଭାବେ କାମ କରିଥିଲେ। ପଟେଲ ପେସ ୟୁର୍ନିଭସିଟିରେ ଲ ସ୍କୁଲରୁ ସ୍ନାତକରେ ପାଠ୍ୟକ୍ରମ ପୂରା କରିଥିଲେ। କୌଣସି ପ୍ରତିଷ୍ଠିତ ଲ ଫାର୍ମରେ ଚାକିରି ନ ମିଳିବାରୁ ସେ ଏକ ପବ୍ଲିକ ଡିଫେଣ୍ଡର ଭାବେ କାମ କରିଥିଲେ। ନ୍ୟାୟ ବିଭାଗରେ ଯୋଗ ଦେବା ପୂର୍ବରୁ ସେ ମିଆମିରେ ସ୍ଥାନୀୟ ଓ ସଂଘ ଅଦାଲତରେ ପାଖାପାଖି ୯ ବର୍ଷ କାମ କରିଥିଲେ।

ସେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦରେ ଟ୍ରମ୍ପଙ୍କ ଆତଙ୍କବାଦ ବିରୋଧୀ ପରାମର୍ଶଦାତା ଓ ତାଙ୍କ ଗତ କାର୍ଯ୍ୟକାଳରେ କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବର ଚିଫ ଅଫ ଷ୍ଟାଫ ଭାବେ କାମ କରିଛନ୍ତି। ଟ୍ରମ୍ପଙ୍କ ଘନିଷ୍ଠ ଓ ବିଶ୍ୱସ୍ତ ଭାବେ ପରିଚିତ ପଟେଲ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ସୁରକ୍ଷା ପରାମର୍ଶଦାତା ଗୋଷ୍ଠୀରେ ଶୀର୍ଷ ଆସନ ଦିଆଯାଇଥିଲା। ପଟେଲ ୨୦୧୯ରେ ହାଉସ ଇଣ୍ଟେଲିଜେନ୍ସ କମିଟିର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର କର୍ମଚାରୀ ଥିଲେ। ସେ ଯୁକ୍ତ ରାଷ୍ଟ୍ର ଆମେରିକାରେ ଅନେକ ସୁରକ୍ଷା ଓ ପ୍ରତିରକ୍ଷା ପ୍ରସଙ୍ଗରେ ନିଜ ବିଚାର ବଳରେ ଟ୍ରମ୍ପଙ୍କୁ ପ୍ରଭାବିତ କରିଥିଲେ। ତେବେ ପଟେଲ ନିଜର ପୂରା କ୍ୟାରିୟରରେ ବିବାଦ ଘେରରେ ରହିଛନ୍ତି। ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ସେ ଅନେକ ଅନୁଭବୀ ରାଷ୍ଟ୍ରୀୟ ସୁରକ୍ଷା ଅଧିକାରୀଙ୍କ ସହ ତିକ୍ତତା ସଂପର୍କ ରହିଛି। ତେବେ ପଟେଲ ଭାରତୀୟ ବଂଶୋଦ୍ଭବ ହୋଇଥିବା ହେତୁ ସେ ହିନ୍ଦୁ ଧର୍ମ ଓ ଭାରତୀୟ ସଂସ୍କୃତି-ପରମ୍ପରା ସହ ଜଡିତ ଅଟନ୍ତି। ଯେତେବେଳେ ରାମ ମନ୍ଦିର ପ୍ରସଙ୍ଗ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ଆସିଲା ସେ ଏହାକୁ ଖୋଲାଖୋଲି ସମର୍ଥନ କରିଥିଲେ। ସେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri