କିଏ ଏହି ମଡେଲ, ଯାହାଙ୍କୁ ଟ୍ରମ୍ପ୍‌ କରିଥିଲେ ବ୍ଲକ; ବାଇଡେନ କରୁଛନ୍ତି ଫଲୋ

ଓ୍ବାଶିଂଟନ,୨୪।୧ : ଆମେରିକାର ନବନିଯୁକ୍ତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଫିସିଆଲ ଟୁଇଟର ଆକାଉଣ୍ଟ ମିଳିଛି। ଏହି ଆକାଉଣ୍ଟରେ ସେ ୧୩ ଜଣ ଲୋକଙ୍କୁ ଫଲୋ କରୁଛନ୍ତି। ଏହି ୧୩ ଜଣଙ୍କ ମଧ୍ୟରେ ବାଇଡେନଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ, କମଳା ହାରିସଙ୍କ ସମେତ ହ୍ବାଇଟ୍‌ ହାଉସର ଆଉ କିଛି ଅଧିକାରୀ ଅଛନ୍ତି। ତେବେ ସବୁଠୁ ଚର୍ଚ୍ଚାର ବିଷୟ ହେଲା ୧୩ ଜଣଙ୍କ ମଧ୍ୟରେ କ୍ରିସୀ ଟିଗେନ୍‌ ନାମକ ଜଣେ ମଡେଲ ଅଛନ୍ତି। ଟିଗେନ ବାଇଡେନଙ୍କୁ ଫଲୋ କରିବା ପାଇଁ ଅନୁରୋଧ କରିଥିଲେ।


କ୍ରିସୀ ଟୁଇଟ୍‌ କରି କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟରୁ ବ୍ଲକ କରି ଦେଇଛନ୍ତି। ଫଳରେ ମୁଁ ୪ ବର୍ଷ ହେଲା ରାଷ୍ଟ୍ରପତିଙ୍କ ଟୁଇଟ୍‌ ଦେଖିପାରୁନାହିଁ। କ୍ରିସୀ ନିଜ ଦୁଃଖ ଜଣାଇବା ସହ ବାଇଡେନଙ୍କୁ ଅନୁରୋଧ କରିଥିଲେ ମୋତେ ଫଲୋ କରିପାରିବେ କି? ବାଇଡେନ ତୁରନ୍ତ ତାଙ୍କ ରିକ୍ୱେଷ୍ଟ ଗ୍ରହଣ କରିଥିଲେ। ଏହା ପରେ କ୍ରିସୀ ଏବଂ ତାଙ୍କ ଫଲୋଅର୍ସ ବହୁତ ଖୁସି ହୋଇଛନ୍ତି।


୩୫ ବର୍ଷୀୟା କ୍ରିସୀ ଟ୍ରମ୍ପଙ୍କ ନୀତିର ଜଣେ ସମାଲୋଚିକା। ୨୦୧୭ରେ ଏକ ଟୁଇଟ୍‌ ମାଧ୍ୟମରେ ଗୋଟିଏ କଥା ଖୋଲି କହିଥିଲେ। ଏହା ପରେ ଟ୍ରମ୍ପ ତାଙ୍କୁ ବ୍ଲକ କରିଦେଇଥିଲେ। କ୍ରିସୀ ପେସାରେ ଜଣେ ମଡେଲ। ସେ ୨୦୧୦ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ମା ଥାଇଲାଣ୍ଡର ହୋଇଥିବା ବେଳେ ବାପା ଆମେରିକାନ। କ୍ରିସୀ ମଡେଲିଂ କରିବା ପାଇଁ ଫୁଡ୍‌ ଶୋ’କୁ ଯାଇଥାନ୍ତି। ସେଥିପାଇଁ ଲୋକେ ତାଙ୍କୁ ‘ଫୁଡି’ କୁହନ୍ତି। କେତେକ ଟିଭି ଶୋ’ରେ ମଧ୍ୟ ସେ ହୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri