ପାରାଦୀପରେ ରାବଣ କିଏ? ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରି….

 

ଭୁବନେଶ୍ୱର,୧୩।୧୦: ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି । ପାରାଦୀପର ଆୟୋଜିତ ରାବଣ ପେଡ଼ିା ଉତ୍ସବରେ ନାଁ ନ ନେଇ ତେରଛା ବାଣ ମାରିଛନ୍ତି ମନ୍ତ୍ରୀ। ଶ୍ରମିକ ନେତା ତଥା ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଛନ୍ତି ଶିଳ୍ପ ମନ୍ତ୍ରୀ ।
ସେ କହିଛନ୍ତି, ପାରାଦୀପରେ ରାବଣ କିଏ ? ଏଠାକାର ଲୋକେ ଜାଣିଛନ୍ତି। ‘ମୁନ୍ନା ପତି ଓ ମହେନ୍ଦ୍ର ସ୍ବାଇଁ ହତ୍ୟାରେ ସମ୍ପୃକ୍ତ ମନୁଷ୍ୟକୃତ ରାବଣ ଏଠି ବୁଲୁଛନ୍ତି। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ। ପାରାଦୀପବାସୀଙ୍କ ପାଖରେ ମୁଁ ଏହି ସଂକଳ୍ପ କରୁଛି।

ସେହିପରି ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି, ଦାମ ବାବୁ ଜଣେ ସ୍ବାଭିମାନୀ ନେତା ଥିଲେ। ଦାମ ବାବୁ ତାଙ୍କ ରାଜନୈତିକ କାଳ ମଧ୍ୟରେ ଯେଉଁମାନେ ପାରାଦୀପରେ ହତ୍ୟାକାଣ୍ଡ ଘଟାଇଛନ୍ତି, ସେମାନଙ୍କୁ ଦୀର୍ଘ ଦିନ ଧରି ପାଖ ପୂରାଇ ଦେଉ ନ ଥିଲେ। କିନ୍ତ ବର୍ତ୍ତମାନ ତାଙ୍କ ପୁଅ ସମ୍ବିତ ରାଉତରାୟ ସେମାନଙ୍କୁ ସାଙ୍ଗରେ ଧରି ବୁଲୁଛନ୍ତି। ତାଙ୍କ ସହିତ ମିଶିକି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ସମ୍ବିତ ରାଉତରାୟ ନିଜକୁ ଯେତେବେଳେ ଅସହାୟ ମଣୁଛନ୍ତି ,ସେତେବେଳେ ଏଭଳି ଲୋକଙ୍କୁ ସାଙ୍ଗରେ ଧରି ବୁଲୁଛନ୍ତି। ଏସବୁ ଦେଖି ଦାମ ବାବୁଙ୍କ ଆତ୍ମା କାନ୍ଦୁଥିବ। କେବେ ଦାମ ବାବୁଙ୍କ ଆତ୍ମା ଶାନ୍ତି ପାଇନଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କଲେ ବିଧାୟକ ସିଦ୍ଧାନ୍ତ: ହିତାଧିକାରୀ ପାଇବେ ଅତିରିକ୍ତ ଚାଉଳ, ତାଲିକାରେ ଏମାନେ…

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ୱର , କୋଟିନଡା , କୁଶପଡା ଓ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ସତନ୍ତ୍ର କାର୍ଯ୍ୟକ୍ରମରେ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ

ରିଷିଡା, ୨୨/୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

ଲଭ୍, ସେକ୍ସ ଓ ଧୋକା: ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର, ୨୨।୬: ପ୍ରେମ ସମ୍ପର୍କର ଆଳରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଠକି…

ଷ୍ଟାର୍ମରଙ୍କ ଇସ୍ତଫା ପରେ ଜାଣନ୍ତୁ କିଏ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨।୬: ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଷ୍ଟାର୍ମର କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri