କିଏ ହେବେ ଭାଜପାର ହାଇକମାଣ୍ଡ ? ରେସ୍‌ରେ ଅଛନ୍ତି…

ନୂଆଦିଲ୍ଲୀ, ୧୦ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ସମ୍ପର୍ଣ୍ଣ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ଏପରିସ୍ଥଳେ ଭାଜପାର ଆଗାମୀ ଅଧ୍ୟକ୍ଷ ବା ହାଇକମାଣ୍ଡ କିଏ ହେବେ ସେ ନେଇ ପ୍ରଶ୍ନ ଉଠିଛି । କାରଣ ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଗତକଲି ଶପଥ ନେଇଛନ୍ତି । ଭାଜପା ଦଳ ଜଣେ ଭଲ ଏବଂ ଦକ୍ଷ ଚେହେରା ଏହି ଗୁରୁତ଼୍ବପୂର୍ଣ୍ଣ ପଦ ପାଇଁ ଖୋଜୁଥିବା ଜଣାପଡ଼ିଛି ।
ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଗତ ବର୍ଷ ଡିସେମ଼୍ବର ମାସରେ ସରିଥିଲା । କିନ୍ତୁ ଦଳ ପକ୍ଷରୁ ତାଙ୍କ କର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରାଯାଇଥିଲା। ଯାହାକି ଚଳିତ ମାସ ୩୦ ତାରିଖରେ ଶେଷ ହେବ । ସେଥିପାଇଁ ଭାଜପାର ନୂଆ ଅଧ୍ୟକ୍ଷ ଖୋଜା ଚାଲିଛି। ଏଥିପାଇଁ ଯେଉଁ ବରିଷ୍ଠ ନେତାମାନଙ୍କ ନାମ ଚର୍ଚ୍ଚା ହୋଇଥିଲା ସେମାନଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ୍‌ କରାଯାଇଛି। ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପାର୍ଟିର ମୁଖ୍ୟ କରାଯିବା ନେଇ ଚର୍ଚ୍ଚା ହୋଇଥିଲା। ତାଙ୍କ ଛଡ଼ା ମନୋହର ଲାଲ୍‌ ଖଟ୍ଟର ମଧ୍ୟ ଏହି ରେସ୍‌ରେ ଥିଲେ। କିନ୍ତୁ ଏହି ଦୁଇ ନେତାଙ୍କୁ ଏବେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ଼୍ବ ମିଳିଛି। ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୂପେନ୍ଦ୍ର ଯାଦବଙ୍କ ନାମ ମଧ୍ୟ ଏହି ରେସ୍‌ରେ ଥିଲା । ଏମାନେ ପୁଣିଥରେ ମନ୍ତ୍ରୀ ହେବେ।
ତେବେ ହାଇକମାଣ୍ଡ ରେସ୍‌ରେ ଏବେ ତିନି ଜଣ ନେତାଙ୍କ ନାମ ରେସ୍‌ର ଆଗରେ ରହିଛି । ସେମାନେ ହେଲେ ବିନୋଦ ତାୱଡ଼େ, ସୁନୀଲ ବଂଶଲ ଏବଂ ଅନୁରାଗ ଠାକୁର ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଟୋକନ୍ ନ ମିଳିଲେ ରାଜପଥ ଅବରୋଧ କରିବୁ, DRCS ଅଫିସ ଆଗରେ ଧାରଣା ଦେଇ ଚେତାବନୀ ଦେଲେ…

ବରଗଡ଼, ୨୭।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri