Posted inଜାତୀୟ

କୁଳାଧିପତି କିଏ: ଧନକର ବନାମ ମମତା

କୋଲକାତା,୨ା୭: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି କ୍ରମରେ ରାଜ୍ୟପାଳ ଶୁକ୍ରବାର ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ(ଆର୍‌ବିୟୁ)ର ନୃତ୍ୟ ବିଭାଗ ପ୍ରେଫେସର ମହୁଆ ମୁଖାର୍ଜୀଙ୍କୁ ନୂତନ କୁଳପତି ନିଯୁକ୍ତ କରିଛନ୍ତି। ବର୍ତ୍ତମାନର କୁଳପତି ସବ୍ୟସାଚୀ ବସୁ ରୟ ଚୌଧୁରୀଙ୍କ କାର୍ଯ୍ୟକାଳ ଖୁବ୍‌ଶୀଘ୍ର ଶେଷ ହେଉଥିବାବେଳେ ରାଜ୍ୟପାଳ ଏହି ସରକାରୀ ୟୁନିଭର୍ସିଟିର କୁଳାଧିପତି ରୂପେ ଏପରି ପଦକ୍ଷେପ ନେଇଛନ୍ତି। ରବୀନ୍ଦ୍ର ଭାରତୀ ଆଇନ, ୧୯୮୧ର ଧାରା ୯(୧)(ଖ) ଅନୁସାରେ ମୁଖାର୍ଜୀଙ୍କୁ ନିଯୁକ୍ତ କରାଯାଇଥିବା ନେଇ ରାଜ୍ୟପାଳ ଟୁଇଟ୍‌ କରିଛନ୍ତି। ଏଥିସହ ସରକାରଙ୍କ ସର୍ଚ୍ଚ କମିଟି ପକ୍ଷରୁ କରାଯାଇଥିବା ସୁପାରିସ ପତ୍ରକୁ ମଧ୍ୟ ସେ ଏଥିରେ ସଂଲଗ୍ନ କରିଛନ୍ତି। ସୁପାରିସ ପତ୍ରର ସର୍ବାଗ୍ରେ ମୁଖାର୍ଜୀଙ୍କ ନାମ ରହିଥିବା ରାଜ୍ୟପାଳ କହିଛନ୍ତି।
ପ୍ରକାଶ ଯେ, ଏହା ପୂର୍ବରୁ ମମତାଙ୍କୁ ରାଜ୍ୟରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି କ୍ଷମତା ପ୍ରଦାନ ପାଇଁ ନିକଟରେ ବିଧାନସଭାରେ ଏକ ବିଧେୟକ ଗୃହୀତ କରାଯାଇଥିଲା। ଉକ୍ତ ବିଲ୍‌ ଉପରେ ରାଜ୍ୟପାଳଙ୍କ ମୋହରକୁ ଅପେକ୍ଷା କରାଯାଇଥିଲା। ଏନେଇ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ରାଜ୍ୟପାଳ ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ, ସେ ଗଣତାନ୍ତ୍ରିକ ଓ ସଂଘୀୟ ମୂଲ୍ୟବୋଧରେ ବିଶ୍ୱାସ କରନ୍ତ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳାଧିପତି ନିଯୁକ୍ତ କରିବା ନେଇ ବିଧାନସଭାରେ ଗୃହୀତ ବିଲ୍‌କୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବାବେଳେ ସେ ତରବରିଆ ଭାବେ ଆର୍‌ବିୟୁ ଭିସିଙ୍କ ନାମ ଘୋଷଣା କରିଛନ୍ତି। ଧନକର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ ମଧ୍ୟ ନେଇନାହାନ୍ତି। ରାଜ୍ୟପାଳ ସୀମା ଲଂଘିଛନ୍ତି ବୋଲି ଟିଏମ୍‌ସି ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?