Posted inଜାତୀୟ

ସଚିନ ପାଇଲଟଙ୍କୁ ନିଜର କ୍ରଶ୍‌ କହିଥିବା ମହିଳା ସରପଞ୍ଚ ଜଣଙ୍କ କିଏ? ରଖିଛନ୍ତି କେବଳ ଏତିକି ଇଚ୍ଛା

ନୂଆଦିଲ୍ଲୀ,୩।୪: କଂଗ୍ରେସ ଦଳର ନେତା ଏବଂ ଟୋଙ୍କ ବିଧାୟକ ସଚିନ ପାଇଲଟ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ସମାଜର ଅନ୍ୟ ଲୋକଙ୍କ ମଧ୍ୟରେ ମଧ୍ୟ ତାଙ୍କର ଲୋକପ୍ରିୟତା ଦେଖାଯାଏ, କିନ୍ତୁ ସମ୍ପ୍ରତି ଜଣେ ହରିୟାଣାର ସରପଞ୍ଚ ତାଙ୍କର ପ୍ରଶଂସକ ଭାବେ ଚର୍ଚ୍ଚାକୁ ଆସିଛନ୍ତି। ଯୁବ ସରପଞ୍ଚ ନୈନା କଂଗ୍ରେସ ନେତା ସଚିନଙ୍କର ଜଣେ ବଡ଼ ପ୍ରଶଂସକ। ସେ ସଚିନଙ୍କୁ ତାଙ୍କର କ୍ରଶ୍‌ ବୋଲି କହିିଛନ୍ତି। ତେବେ ନୈନା ସିରସାର ଜଣେ ସରପଞ୍ଚ ବୋଲି ଜଣାପଡ଼ିଛି।
ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ନୈନା କହିଛନ୍ତି, ସମସ୍ତଙ୍କର କେହି ନା କେହି କ୍ରଶ ଅଛି, କିନ୍ତୁ ସେମାନେ ଏହା କହି ପାରୁନାହାଁନ୍ତି… ହେଲେ ମୋର କହିବାର ସାହସ ଅଛି। ସଚିନ ପାଇଲଟ ମୋର କ୍ରଶ୍‌।  ଏଥିରେ କେହି କିଛି ବି ମତାମତ ଦିଅନ୍ତୁ, ମୋ ପାଇଁ କିଛି ଫରକ ପଡ଼ିବ ନାହିଁ। ସଚିନ ପାଇଲଟ ମୋର ପ୍ରିୟ ଥିଲେ, ଅଛନ୍ତି ଏବଂ ରହିବେ। ସେ କହିଥିଲେ ଯେ ମୁଁ ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ଚାହୁଁଛି।
ଯେତେବେଳେ ସରପଞ୍ଚ ନୈନାଙ୍କୁ ପଚରାଗଲା ଯେ ସଚିନ ପାଇଲଟଙ୍କ ନିକଟରେ କ’ଣ ବିଶେଷତା ଅଛି? ସେ କହିଥିଲେ ଯେ ସେ ସୁନ୍ଦର, ସରଳ ଏବଂ ସୌମ୍ୟ। ଏହା ତାଙ୍କ ବ୍ୟକ୍ତିତ୍ୱ। ଏପର୍ଯ୍ୟନ୍ତ ତାଙ୍କୁ ଭେଟିବାର ସୁଯୋଗ ମିଳିନାହିଁ, କିନ୍ତୁ ସଚିନଙ୍କୁ ଭେଟିବାକୁ ବହୁତ ଇଚ୍ଛା ଅଛି। ନିଶ୍ଚିତ ଭାବରେ ତାଙ୍କ ସହିତ ଏକା ବସି ଗୋଟିଏ କପ କଫି ପିଇବାକୁ ଚାହେଁ ବୋଲି ସେ କହିଛନ୍ତି।
ନୈନା ଝୋରଡ୍‌ ଇଣ୍ଡିଆ ନ୍ୟାସନାଲ ଲୋକଦଳର ଜଣେ କର୍ମୀ ଭାବରେ କାମ କରନ୍ତି। ସେ କହିଛନ୍ତି ଯେ ସେ ୧୭ ବର୍ଷ ବୟସରୁ ସଚିନ ପାଇଲଟଙ୍କୁ ପସନ୍ଦ କରନ୍ତି ଏବଂ ସେ ତାଙ୍କର କ୍ରଶ। ଏଣୁ ଦିନେ ସେ ତାଙ୍କ ସହିତ କଫି ପିଇବାକୁ ଚାହାନ୍ତି।
କହିରଖୁଛୁ, ସଚିନ ପାଇଲଟ ତାଙ୍କ ପ୍ରଥମ ପତ୍ନୀ ସାରାଙ୍କ ଠାରୁ ଛାଡପତ୍ର ନେଇଛନ୍ତି। ସେ ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଝିଅ। ଏହା ପରେ ଯେତେବେଳେ ସରପଞ୍ଚ ନୈନା ସେମାନଙ୍କୁ ତାଙ୍କ ପ୍ରେମ ବିଷୟରେ କହିଲେ, ଲୋକମାନେ ତାଙ୍କୁ ପୁଣି ଥରେ ବିବାହ କରିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ପଚାରୁଛନ୍ତି ଯେ କଂଗ୍ରେସ ନେତା କ’ଣ ସରପଞ୍ଚ ନୈନାଙ୍କୁ ଦ୍ୱିତୀୟ ଥର ବିବାହ କରିବେ?
ଏହା ଉପରେ ନୈନା ଉତ୍ତର ଦେଇଥିଲେ ଯେ କାହାକୁ ନିଜର କ୍ରଶ୍‌ କହିବା ଅର୍ଥ ବିବାହ ନୁହେଁ। ସେ କହିଲେ ଯେ ଯଦି କେହି ସଲମାନ ଖାନଙ୍କୁ ପସନ୍ଦ କରନ୍ତି, ତେବେ ସେ କ’ଣ ତାଙ୍କୁ ବିବାହ କରିନିଅନ୍ତି?

Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri