ଓଡିଶା କଂଗ୍ରେସର ସଙ୍କଟ ମୋଚନ ସାଜିବେ କାନୁଗୋଲୁ, ଯିଏ ଭାଜପାକୁ ଆଣିଥିଲେ ସରକାରକୁ

ଭୁବନେଶ୍ୱର,୭।୩: ଓଡିଶାରେ ଏବେ ନୂଆ ମେଣ୍ଟକୁ ନେଇ ଚହଳ ପଡିଛି। ଗତକାଲି ରାତିରେ ପ୍ରଥମେ ବିଜେଡିର ବୈଠକ ଓ ତା’ପରେ ଭାଜପାର କୋର କମିଟି ବୈଠକ ପରେ ଏବେ ବିଜେଡି-ଭାଜପା ମେଣ୍ଟ ସମ୍ଭାବନା ଆହୁରି ବଢିଯାଇଛି। ଏଭଳି ସ୍ଥିତିରେ ମଉକା ଦେଖି ଛକା ମାରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଏହି ସମୟରେ କଂଗ୍ରେସର ଭେଟେରାନ ଶ୍ରୀକାନ୍ତ ଜେନା ମଧ୍ୟ କଂଗ୍ରେସକୁ କମବ୍ୟାକ୍‌ କରିଛନ୍ତି। ଯଦି ବିଜେଡି-ଭାଜପା ମେଣ୍ଟ ହୁଏ ତେବେ କଂଗ୍ରେସ ଏହାର ଫାଇଦା ନେବ ବୋଲି କୁହାଯାଉଛି। କଂଗ୍ରେସ ନିଜ ଦଳକୁ ଆହୁରି ସୁଦୃଢ କରିବାକୁ ଏବଂ ନିର୍ବାଚନରେ ଲୋକମତକୁ ନିଜ ସପକ୍ଷକୁ ନେବାକୁ ଏକ ପାଓ୍ବାରଫୁଲ ରଣନୀତିଜ୍ଞଙ୍କୁ ନିଯୁକ୍ତି କରିଛି ବୋଲି ଜଣାପଡିଛି। ଆଉ ସେହି ରଣନୀତିକାରଙ୍କ ଟିମ୍‌ ପୁରା ଓଡିଶାରେ ସର୍ଭେ କରୁଛନ୍ତି। ତେବେ ସର୍ଭେର ରିପୋର୍ଟ ଅନୁସାରେ ହିଁ କଂଗ୍ରେସ ତା’ର ବିଧାୟକ ପ୍ରାର୍ଥୀ ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଏବେ ଆସନ୍ତୁ ଜାଣିବା କଂଗ୍ରେସ ନିଯୁକ୍ତ କରିଥିବା ଏହି ରଣନୀତିକାର କିଏ।

ଅଗାମୀ ଲୋକସଭା ନିର୍ବାଚନର ଓଡିଶା କଂଗ୍ରେସର ଷ୍ଟ୍ରାଟେଜି ପ୍ଲାନର ସାଜିଛନ୍ତି ସୁନୀଲ କାନୁଗୋଲୁ ଓ କୌଶଲ ବିଦ୍ୟାର୍ଥୀ। କୌଶଲ ରାହୁଲଙ୍କ ଘନିଷ୍ଠ ତଥା ପରାମର୍ଶଦାତା ହୋଇଥିବାବେଳେ ସୁନୀଲ କଂଗ୍ରେସର ବିଶିଷ୍ଟ ରଣନୀତିକାର ଭାବେ ରହି ଆସିଛନ୍ତି।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କ ସହ ସୁନୀଲ ଏକାଠି କାମ କରିଥିଲେ। ପ୍ରଶାନ୍ତ କିଶୋର ଭାଜପା ସହ ଅଲଗା ହେବା ପରେ ମଧ୍ୟ ୨୦୧୭ରେ ସୁନୀଲ ଭାଜପା ପାଇଁ ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟ ରାଜ୍ୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

From BJP Campaign Strategist to Chief Advisor to Siddaramaiah: Sunil Kanugolu's Story

୨୦୨୨ ଏପ୍ରିଲରେ ସେ ପାର୍ଟିର ଷ୍ଟ୍ରାଟେଜି ଷ୍ଟ୍ରାଟେଜି ପ୍ଲାନର ଭାବେ କଂଗ୍ରେସରେ ଯୋଗ ଦେଇଥିଲେ। ଗତବର୍ଷ କଂଗ୍ରେସ ଆରମ୍ଭ ହୋଇଥିବା ‘ଭାରତ ଯୋଡଯାତ୍ରା’ର ମାଷ୍ଟର ପ୍ଲାନ ମଧ୍ୟ କାନୁଗୋଲୁ ଥିଲେ। ସେ ରାହୁଲଙ୍କ ଜଣେ ନିକଟତର ପରାମର୍ଶଦାତା।
ଗତ ତେଲଙ୍ଗାନା ଓ କର୍ନାଟକ ନିର୍ବାଚନରେ ତାଙ୍କର ସଫଳ ରଣନୀତିଜ୍ଞ ଯୋଗୁ ଦଳକୁ ସଫଳତା ମିଳିଥିଲା। କର୍ନାଟକ ବିଧାନସଭା ନିର୍ବାଚନରେ ସବୁଠାରୁ ପୁରୁଣା ପାର୍ଟିକୁ କ୍ଷମତାକୁ ଆଣିବାର ସେ ସୂତ୍ରଧର ସାଜିଥିଲେ। ଏଥିପାଇଁ ସିଦ୍ଧରମେୟା ସରକାରଙ୍କ କ୍ୟାବିନେଟରେ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ। ସେହିପରି କାନୁଗୋଲୁ ତେଲଙ୍ଗାନାରେ କଂଗ୍ରେସ କମିଟି ପ୍ରମୁଖ ରେବନ୍ଥ ରେଡ୍ଡୀଙ୍କ ସହ ମିଶି କେ ଚନ୍ଦ୍ରଶେଖର ରାଓଙ୍କୁ କ୍ଷମତାରୁ ହଟାଇଥିଲେ। କାନୁଗୋଲୁଙ୍କ ରଣନୀତିରେ ତେଲଙ୍ଗାନାରେ କଂଗ୍ରେସ ହାଟ୍ରିକ୍‌ ବିଜୟ ହାସଲ କରିଥିଲା। କିନ୍ତୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ତାଙ୍କର ରଣନୀତିକୁ କମଲ ନାଥ ଓ ଅଶୋକ ଗେହଲଟ ଗ୍ରହଣ କରି ନ ଥିଲେ। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ଭାଜପା, ଡିଏମକେ ଓ ଏଆଇଡିଏମକେର ରଣନୀତିଜ୍ଞ ଭାବେ କାର୍ଯ୍ୟ କରୁଥିଲେ।

ତେବେ କର୍ନାଟକ ତେଲଙ୍ଗାନାରେ କ୍ଷମତାକୁ ଫେରିବା ପରେ ଓଡିଶାରେ ଗଡ ସଜାଡିବା ନେଇ ସୁନୀଲଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳର ଶୀର୍ଷନେତା। ଏହି ସମୟରେ ଭାଜପା-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଭିତରେ କଂଗ୍ରେସ କିପରି ଲାଭ ପାିପାରିବ ସେ ସେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ସୁନୀଲ।

୪୨ବର୍ଷିୟ ସୁନୀଲ କାନୁଗୋଲୁ ରାଜ୍ୟରେ କଂଗ୍ରେସ ସ୍ଥିତି ସୁଧାରିବା ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି । ତାଙ୍କର ଏକ ସ୍ବତନ୍ତ୍ର ଟିମ୍‌ ରାଜ୍ୟରେ ବିଭିନ୍ନ ଅଞ୍ଚଳ ବୁଲି ଟିକ୍‌ ନିଖ୍‌ ତଥ୍ୟ ସଂଗ୍ରହ କରୁଛନ୍ତି। ଭୁବନେଶ୍ୱରରେ ଟିମ୍‌ର ବଛାବଛା ସଦସ୍ୟ ଟିମର ତଥ୍ୟ ସଂଗୃହୀତ କରି ନୂଆଦିଲ୍ଲୀ ସ୍ଥିିତି ଦଳର ମୁଖ୍ୟାଳୟକୁ ପଠାଉଛନ୍ତି। ଦଳ କେଉଁ କେଉଁ ସମସ୍ୟା ସାମ୍ନା କରିବାକୁ ଯାଉଛି ଆଉ ଏହାର କିପରି ସମାଧାନ କରାଯାଇପାରିବ ଏନେଇ ଟିମ୍‌ ରିପୋର୍ଟ ପ୍ରସ୍ତୁତ କରି ରାହୁଲ ଗାନ୍ଧୀଙ୍କୁ ଏକ ସ୍ବତନ୍ତ୍ର ରିପୋର୍ଟ ପଠାଇଥିବା ଜଣାପଡିଛି। ଏଥିରେ ଦଳ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଛି। ପ୍ରତମତଃ ରାଜ୍ୟରେ ଦଳ ନିକଟରେ ଆର୍ଥିକ ସମସ୍ୟା ରହିଥିବା କୁହାଯାଉଛି। ଦ୍ୱିତୀୟ, ଦଳ ପାଖରେ ପୁଳା ପୁଳା ପ୍ରସଙ୍ଗ ରହିଥିଲେ ବି ଲୋକଙ୍କ ପାଖକୁ ଯାଇ ମୁଦ୍ଦା ଉଠାଇପାରୁନି ଦଳ। ତୃତୀୟତଃ ବିଶ୍ୱାସଯୋଗ୍ୟ ନେତା ନ ପାଇଁ କଂଗ୍ରେସକର୍ମୀ ଏକ ପ୍ରକାର ଦିଶାହୀନ ହୋଇପଡିଛନ୍ତି। ଚତୁର୍ଥରେ ଦକ୍ଷିଣ ଓଡିଶାରେ ଦଳ ପ୍ରତି ବିପୁଳ ସମର୍ଥନ ରହିଛି ହେଲେ ଗୋଷ୍ଠୀ କନ୍ଦଳ ଦଳକୁ ପଛକୁ ଟାଣୁଛି। ତେବେ ଦେଖିବା ବାକି ରହିଲା ସୁନୀଲଙ୍କ ଷ୍ଟ୍ରାଟେଜିରେ ଓଡିଶା କଂଗ୍ରେସକୁ ଆଗାମୀ ନିର୍ବାଚନରେ କ’ଣ ଲାଭ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri