Posted inଜାତୀୟ

କିଏ ସେହି NEET ପେପର ଲିକର ମାଷ୍ଟର ମାଇଣ୍ଡ ସଞ୍ଜିବ ମୁଖିଆ… ଯାହାଙ୍କୁ ଖୋଜୁଛି ଇଓୟୁ

ପାଟନା,୨୦।୬: ନିଟ୍‌ ପେପର ଲିକ ବିଷୟରେ ବିହାରରୁ ଅନେକ ବଡ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ସକାଳେ ନିଟ ପେପର ଲିକରେ ଅଭିଯୁକ୍ତଙ୍କ ସ୍ବୀକାର ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାନିଟ ପେପର ଲିକ ମାମଲା ସହ ତେଜସ୍ବୀ ଯାଦବଙ୍କ ସମ୍ପର୍କକୁ ନେଇ ଏକ ବଡ଼ ତଥ୍ୟ ଦେଇଛି। ବର୍ତ୍ତମାନ ସଞ୍ଜୀବ ମୁଖିଆଙ୍କ ବିଷୟରେ ଏକ ବଡ ତଥ୍ୟ ଦିଆଯାଇଛି, ଯିଏକି ନିଟ ପେପର ଲିକର ମାଷ୍ଟରମାଇଣ୍ଡ ଭାବରେ ପରିଗଣିତ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସଞ୍ଜୟ ମୁଖିଆଙ୍କୁ NEET ପେପର ଲିକ ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ଏହା କୁହାଯାଉଛି ଯେ ନିଟ ୟୁଜି ପ୍ରଶ୍ନ ପେପର ଲିକ ମାମଲାରେ ଅର୍ଥନୈତିକ ଅଫେନ୍ସ ୟୁନିଟ (EOU) ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଯାହାଙ୍କ ନାମ ସଞ୍ଜୀବ ମୁଖିଆ ବୋଲି କୁହାଯାଉଛି।

କୁହାଯାଉଛି, ସଞ୍ଜୀବ ମୁଖିଆ ମୂଳତଃ ନାଲନ୍ଦାର ନାଗରନୌସାର ବାସିନ୍ଦା। ବର୍ତ୍ତମାନ ସେ ଫେରାର ଅଛନ୍ତି। ସଞ୍ଜୀବ ମୁଖିଆ ସୋଲଭର ଗ୍ୟାଙ୍ଗର ଜଣେ ପୁରୁଣା ସଦସ୍ୟ ରହିଆସିଛନ୍ତି। ଗତ ଦୁଇ ଦଶନ୍ଧି ଧରି ସେ ବିଭିନ୍ନ ପ୍ରତିଯୋଗୀତା ପରୀକ୍ଷଣରେ ଜଡିତ ଥିଲେ ଏବଂ ପୋଲିସ ମଧ୍ୟ ତାଙ୍କୁ ଗିରଫ କରିଥିଲା। ସେ ମଧ୍ୟ ଜେଲରେ ଅଛନ୍ତି। ସଞ୍ଜୀବ ମୁଖିଆଙ୍କ ପୁଅ ଡା. ଶିବ ବର୍ତ୍ତମାନ ଶିକ୍ଷକ ପୁନଃ ସ୍ଥାପନ ପେପର ଲିକ ମାମଲାରେ ଜେଲରେ ଅଛନ୍ତି। ବର୍ତ୍ତମାନ ସଞ୍ଜୀବ ମୁଖିଆ କୋର୍ଟରୁ ଜାମିନ ପାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଓକିଲ ଜରିଆରେ ସେ ପାଟନା ସାଦର ଏସିଜିଏମ ୯ କୋର୍ଟରେ ଆବେଦନ କରିଛନ୍ତି।
ତେବେ ସଞ୍ଜୀବ ମୁଖିଆ କୋର୍ଟରେ କହିଛନ୍ତି ଯେ ତାଙ୍କୁ NEET UG ପେପର ଲିକ ମାମଲାରେ ଜଡିତ କରିବା ପାଇଁ ଉଦ୍ୟମ ଚାଲିଛି। ସେ ବିହାର ସରକାରଙ୍କ ଜଣେ ପୁରୁଣା କର୍ମଚାରୀ। ସୂଚନା ଅନୁଯାୟୀ, ତାଙ୍କୁ ଲୋୟର ଡିଭିଜନାଲ କ୍ଲର୍କ ପଦରେ ପୋଷ୍ଟ କରାଯାଇଥିଲା। ବାସ୍ତବରେ ସେ ଜଣେ ପୁରୁଣା ସେଟର୍‌ ହୋଇସାରିଛନ୍ତି। ପ୍ରଶ୍ନପତ୍ର ଲେଖିବା ମାମଲାରେ ସେ ଜେଲ ଯାଇ ସାରିଛନ୍ତି। ଯଦି ଉତ୍ସକୁ ବିଶ୍ୱାସ କରାଯାଏ, ତେବେ ତାଙ୍କ ପୁଅ ଜଣେ ଡାକ୍ତର। ସେ ସୋଲଭର ଗ୍ୟାଙ୍ଗର ଜଣେ ସକ୍ରିୟ ସଦସ୍ୟ ମଧ୍ୟ ରହିଛନ୍ତି। ତେବେ ବର୍ତ୍ତମାନ ଶିକ୍ଷକ ପୁନଃ ସ୍ଥାପନ ପରୀକ୍ଷା ପେପର ଲିକ ମାମଲାରେ ସେ ବିହାରର ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ସାପ ଆତଙ୍କ: ଅଧ୍ୟାପକଙ୍କ ଘରେ ବିରାଟ ନାଗ, ଆଉ ତା’ ପରେ……

ଭଞ୍ଜନଗର,୨୯ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ମଝିରେ ମଝିରେ ବର୍ଷା ହେଉଛି। ତେଣୁ ଖାଲଖମାଗୁଡ଼ିକ ପାଣିରେ ଭର୍ତ୍ତି ହୋଇଥିବା ଯୋଗୁ ସାପ…

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକ ସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ୍

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ ହୋଇଛି । ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ୍ ପାରିତ ହୋଇଛି । ପରୀକ୍ଷାରେ ପେପର…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

ପଦ୍ମପୁର,୨୯।୭(ପ୍ରଦୀପ୍ତ ଦାଶ): ଲଗାଣ ବର୍ଷାରେ ପଦ୍ମପୁର ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଦ୍ମପୁରରେ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ…

୬୬ ଜଣଙ୍କୁ ଚୋରି ମୋବାଇଲ ଫେରାଇଲା ଛତ୍ରପୁର ଉପଖଣ୍ଡ ପୋଲିସ

ଛତ୍ରପୁର,୨୯।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଦାରା ଛତ୍ରପୁର ଉପଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବି.…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଜୁଲାଇ ୩୧ରୁ ମିଳିବନି ଚିକେନ୍! ବିକ୍ରି ବନ୍ଦ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୯ା୭: ଭାରତ ଏକ ବିବିଧତାରେ ପରିପୂର୍ଣ୍ଣ ଦେଶ, ଯେଉଁଠାରେ ଭିନ୍ନ ଭିନ୍ନ ଧର୍ମ, ବିଶ୍ୱାସ ଏବଂ ଚିନ୍ତାଧାରାର ଲୋକମାନେ ବାସ କରନ୍ତି। ଆମିଷ (ନନ୍-ଭେଜ୍) ଖାଉଥିବା ଲୋକଙ୍କ…

ଲୋକ ସଭାରେ ରାହୁଲ ଖୋଲାଖୋଲି କହିଦେଲେ ଏକ ବଡ଼ କଥା, ରାଗିଗଲେ କିରେନ ରିଜିଜୁ, କହିଲେ କ୍ଷମା ନ ମାଗିଲେ…

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ପେପର ଲିକ୍‌ ବିରୋଧୀ ବିଲ୍‌ ସମୟରେ ରାହୁଲ ଗାନ୍ଧୀ ତାଙ୍କର ଭାଷଣ ରଖିଥିଲେ। ଏହି ସମୟରେ ରାହୁଲ ଜୋର୍‌ ଦେଇ କହିଥିଲେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri