ସଙ୍କଟ ପାଇଁ ଦାୟୀ କିଏ

ନିକଟରେ ଉତ୍ତର କାଲିଫର୍ନିଆରେ ସିଲିକନ୍‌ ଭ୍ୟାଲି ବ୍ୟାଙ୍କ(ଏସ୍‌ଭିବି) ଏବଂ ନ୍ୟୁୟର୍କରେ ସିଗ୍‌ନେଚର ବ୍ୟାଙ୍କ ଡୁବିଯାଇଛି। ୨୦୦୮ ପରେ ଏଭଳି ବ୍ୟାଙ୍କ ବନ୍ଦ ହେବା ସବୁଠୁ ବଡ଼ ଘଟଣା। ଏହା ଯୋଗୁ ଆଞ୍ଚଳିକ ଏବଂ ମଧ୍ୟମ ଆକାର ବ୍ୟାଙ୍କର ଶେୟାରଗୁଡ଼ିକରେ ହ୍ରାସ ଘଟିଛି। ଏହାପରେ ଅନ୍ୟ ବ୍ୟାଙ୍କ ବନ୍ଦ ହେବା ଆଶଙ୍କାରେ ଜମାକାରୀ ଓ ବ୍ୟବସାୟୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନ ଏବଂ ଫେଡେରାଲ ରିଜର୍ଭ ତୁରନ୍ତ ବ୍ୟାଙ୍କ କାର୍ଯ୍ୟକଳାପ ନେଇ ସୃଷ୍ଟି ହେଉଥିବା ଭୟ ଦୂର କରିବା ଲାଗି ତୁରନ୍ତ ପଦକ୍ଷେପ ନେଇଛନ୍ତି ଏବଂ ଆବଶ୍ୟକ ହେଲେ ଆର୍ଥିକ ବ୍ୟବସ୍ଥାକୁ ମଜଭୁତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅକସ୍ମାତ ଏହି ଦୁଇ ବ୍ୟାଙ୍କର ବିଫଳତା ସବୁଠି ଆଇନ ନିର୍ମାତା, ନିୟାମକ ସଂସ୍ଥା, ବ୍ୟାଙ୍କ ବୋର୍ଡ ଏବଂ ସିଇଓମାନଙ୍କ ପାଇଁ ଏକ କଡ଼ା ଚେତାବନୀ। ଦେଖିବାକୁ ଗଲେ ଏସ୍‌ଭିପି ଓ ସିଗ୍‌ନେଚର ବ୍ୟାଙ୍କ ଘଟଣାରେ ବିଭିନ୍ନ ଦିଗରୁ ବହୁ ତ୍ରୁଟି ରହିଛି। ପୂର୍ବରୁ କଂଗ୍ରେସ ସଦସ୍ୟ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ବ୍ୟାଙ୍କ ଲବିଷ୍ଟମାନଙ୍କ କଥା ଶୁଣିବା ସହ ରେଗୁଲେଟୋରି ଏବଂ ତଥାକଥିତ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକର ପୁଞ୍ଜି ବୋଝ ସାମ୍‌ନାକୁ ଆଣିବା ବିଜ୍ଞତା ହେବ ବୋଲି ନିଷ୍ପତ୍ତି ନେଇଥିଲା। ୨୦୧୮ରେ ଆଇନରେ ପରିବର୍ତ୍ତନ ଅଣାଯାଇଥିଲା। ଯେଉଁ ବ୍ୟାଙ୍କଗୁଡ଼ିକର ସମ୍ପତ୍ତି ୨୫୦ ବିଲିୟନ ଡଲାରରୁ କମ୍‌ ଥିଲା ସେଗୁଡ଼ିକୁ କଠୋର ନିରୀକ୍ଷଣ ବ୍ୟବସ୍ଥାରୁ ମୁକ୍ତ କରାଯାଇଥିଲା। ଏଭଳି ଯାଞ୍ଚ ସାଧାରଣତଃ ବୃହତ୍‌ ବ୍ୟାଙ୍କଗୁଡ଼ିକ ପାଇଁ ରଖାଯାଇଥାଏ। ଏଭଳି କରିବାର ଉଦ୍ଦେଶ୍ୟ ହେଉଛି, ଏହିସବୁ ବ୍ୟାଙ୍କ ଆମେରିକାର ଆର୍ଥିକ ବ୍ୟବସ୍ଥା ପ୍ରତି କୌଣସି ବିପଦ ସୃଷ୍ଟି କରିବେ ନାହିଁ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ବିଚାର ଉପରେ ଆଧାରିତ ଥିଲା, ଯାହା ଏବେ ସ୍ପଷ୍ଟ ହେଲା। ଦୁଃଖର ବିଷୟ, ୨୦୦୮ ପରବର୍ତ୍ତୀ ଡଡ୍‌-ଫ୍ରାଙ୍କ୍‌ ବ୍ୟାଙ୍କିଙ୍ଗ୍‌ ଆଇନର ନିର୍ମାତା ହେଉଛନ୍ତି ବାର୍ନି ଫ୍ରାଙ୍କ୍‌ ଏହି ଆଇନଗତ ଛାଡକୁ ସମର୍ଥନ କରିଥିଲେ। ସେବେଠାରୁ ସେ ସିଗ୍‌ନେଚର ବ୍ୟାଙ୍କର ବୋର୍ଡ ସଦସ୍ୟ ରହିଛନ୍ତି। ଏହା ସ୍ପଷ୍ଟ ଯେ, ବ୍ୟାଙ୍କ ବୋର୍ଡ ସଦସ୍ୟମାନେ ବ୍ୟାଙ୍କଗୁଡ଼ିକର ସ୍ଥାୟିତ୍ୱକୁ ଅଣଦେଖା କରିବା ଯୋଗୁ ଦୁଇ ବ୍ୟାଙ୍କ ଡୁବିଯାଇଛି। କ୍ଷୁଦ୍ର ସଂସ୍ଥାଗୁଡ଼ିକ ସହ ଏସ୍‌ଭିବି ଓ ସିଗ୍‌ନେଚର ବ୍ୟାଙ୍କ ପାଇଁ ଥିବା ଭୋକର୍‌ସ ଆଇନ (ଜମା ଅର୍ଥକୁ ମାଲିକାନା ବେପାରରେ ବ୍ୟବହାର କରିବା ଉପରେ କଟକଣା ) ହଟାଇବାକୁ ନେଇ ପଲ ଭୋକରସ ସତର୍କ କରିଦେଇଥିଲେ। ଯଦି ଆଇନ ନିର୍ମାତାମାନେ ଭୋକରସ୍‌ଙ୍କ କଥା ଶୁଣିଥାଆନ୍ତେ, ତେବେ ଏଭଳି ଘଟି ନ ଥାନ୍ତା। ଏହି ଦୁଇ ବ୍ୟାଙ୍କକୁ ରକ୍ଷା କରାଯାଇପାରିଥାଆନ୍ତା।
ଆମେ ଏବେ ୨୦୦୭-୦୮ର ଆର୍ଥିକ ସଙ୍କଟ ଭଳି ସ୍ଥିତି ଦେଖବାକୁ ପାଇବା। ଏକ କ୍ଷୁଦ୍ର ବ୍ୟାଙ୍କରୁ ସୃଷ୍ଟି ହୋଇଥିବା ଭୟ ବା ଆତଙ୍କ ବଡ଼ ବ୍ୟାଙ୍କ ଆଡକୁ ବ୍ୟାପିବ। ପ୍ରଥମେ ଏହା ଦେଶରେ ଏବଂ ପରେ ଦେଶ ବାହାରକୁ ଓ ମାର୍କେଟକୁ ସମ୍ପ୍ରସାରିତ ହେବା ସମ୍ଭାବନା ରହିଛି। ଏଭଳି ଗତିଶୀଳତାକୁ ଦେଖିଲେ, ଡୋଡ୍‌- ଫ୍ରାଙ୍କରେ ସ୍ପଷ୍ଟ ହୋଇଥିବା ଅନୁଚିତ ନିୟାମକ ଉପରେ କଂଗ୍ରେସ ପୁନର୍ବିଚାର କରିବା ଆବଶ୍ୟକ। କିନ୍ତୁ ଏହା କଲେ ବି ସେତିକିରେ ସମସ୍ୟା ସମାଧାନ ହେବ ନାହିଁ। ଏହାବାଦ୍‌ ଆର୍ଥିକ ନିୟମ, ନିୟାମକଗୁଡ଼ିକ କୋହଳ କରିବା ସହ ପର୍ଯ୍ୟବେକ୍ଷକମାନେ କାମ ନ କରିବା ଭଳି ତ୍ରୁଟି ବା ବିଫଳତା ରହିଛି। ଏହି ଆଞ୍ଚଳିକ ବ୍ୟାଙ୍କଗୁଡ଼ିକ ଉପରେ ବିପଦ ଏବଂ ଅତ୍ୟଧିକ ପରିବର୍ତ୍ତନଶୀଳ ଅସ୍ଥିିର ଟେକ୍‌ନୋଲୋଜି, କ୍ରିପ୍ଟୋ ଓ ଅନ୍ୟ ଆସେଟ୍‌ଜନିତ ଚାପ ବଢୁଥିବାବେଳେ ସାନ୍‌ଫ୍ରାନ୍ସିସ୍‌କୋ ଓ ଓ୍ବାଶିଂଟନରେ ଫେଡେରାଲ ରିଜର୍ଭ ବୋର୍ଡର ସୁପର୍‌ଭାଇଜରମାନେ କେଉଁଠି ଥିଲେ? କାହିଁକି ସୁପରଭାଇଜର ଓ ସଞ୍ଚାଳକମାନେ ସେମାନଙ୍କ ସୂକ୍ଷ୍ମ ତଥା ବିବେକପୂର୍ଣ୍ଣ ଦାୟିତ୍ୱବୋଧ ପ୍ରତି ସଚେତନ ହେଲେ ନାହିଁ? କଡ଼ା ଆର୍ଥିକ ନୀତିର ପ୍ରଭାବ ବ୍ୟାଙ୍କର ଆର୍ଥିକ ସ୍ଥାୟିତ୍ୱ ଉପରେ କି ପ୍ରଭାବ ରହିଛି ତାହା ପ୍ରତି ଧ୍ୟାନ କାହିଁକି ଦେଲେ ନାହିଁ?କୁଆଡେ ଗଲେ କାଲିଫର୍ନିଆର ବ୍ୟାଙ୍କ ନିୟାମକମାନେ? ଆମେରିକାର ନାଗରିକମାନଙ୍କର ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବାର ଅଧିକାର ଅଛି। ନିବେଶକ, କ୍ରିପ୍ଟୋ ନିବେଶକ ଏବଂ ଅନ୍ୟମାନଙ୍କ ଅଧୀନରେ ଥିବା ୧୦୦ ପ୍ରତିଶତ ଅଣବୀମାଭୁକ୍ତ ଜମାର ଗ୍ୟାରେଣ୍ଟି ଦେଉଥିବା ବ୍ୟାଙ୍କରୁ ଲାଭ ପାଇବା ଆଶା କରି ଆମେରିକୀୟମାନେ ମୂଲ୍ୟ ଦେଉଛନ୍ତି।
ସହୈି ନିବେଶକମାନେ ସେମାନଙ୍କ କାର୍ଯ୍ୟକଳାପ ଯୋଗୁ ହୋଇଥିବା ଆର୍ଥିକ କ୍ଷତି ସହିବା ଉଚିତ।
ବ୍ୟାଙ୍କର ସଫଳତା ଓ ବିଫଳତା ପାଇଁ ମ୍ୟାନେଜରମାନେ ଦାୟୀ। ସେମାନେ ଭୁଲ କରିଛନ୍ତି ଓ ସେଥିପାଇଁ ତାହାର ଜବାବ ଦେବା ଉଚିତ। ସଙ୍କଟ ଅତ୍ୟଧିକ ବଢିବା ସହ କ୍ଷତି ବୃଦ୍ଧି ପାଉଥିବାବେଳେ ଏସ୍‌ଭିବି ଓ ସିଗ୍‌ନେଚର ବ୍ୟାଙ୍କ ଏ ସମ୍ପର୍କରେ ଦର୍ଶାଉଥିଲେ କି ନାହିଁ ତାହା ଆମେରିକା ନାଗରିକମାନେ ଜାଣିବାର ଦରକାର। ଏସ୍‌ଭିବି ବ୍ୟାଙ୍କ ବୁଡ଼ିବାର ଠିକ୍‌ ପୂର୍ବରୁ ଏହାର ସିଇଓ ଗ୍ରେଗ୍‌ ବେକର କର୍ମଚାରୀମାନଙ୍କୁ ବୋନସ ଦେଇଥିବା ଜଣାପଡ଼ିଛି। କାହିଁକି ଏସ୍‌ଭିବି ବୋର୍ଡ ଏହା କରିବାକୁ ଚାହଁିଲା? ଆଶ୍ଚର୍ଯ୍ୟର କଥା , ବେକର ମଧ୍ୟ ଡୋଡ୍‌- ଫ୍ରାଙ୍କ୍‌ ଆଇନ କୋହଳ କରିବା ସପକ୍ଷରେ ମତ ଦେଇଥିଲେ। ସେ ଯାହା ଚାହଁୁୁଥିଲେ ପରେ ତାହା ପାଇଗଲେ।
ଅପ୍ରତ୍ୟାଶିତ ରୂପେ ପରିବର୍ତ୍ତନ ହେଉଥିବା କ୍ରିପ୍ଟୋ କରେନ୍ସି ଏବଂ ଟେକ୍‌ ଷ୍ଟାର୍ଟଅପ୍‌କୁ ନେଇ ବଢୁଥିବା ବିପଦ ଜନିତ ସଙ୍କଟରୁ ଅନ୍ୟ ବ୍ୟାଙ୍କଗୁଡ଼ିକ ଦୂରେଇ ଗଲାବେଳେ ଏସ୍‌ଭିବି ଓ ସିଗ୍‌ନେଚର ବ୍ୟାଙ୍କ ସେଥିରୁ ଶିକ୍ଷା କରିବାର ଥିଲା। ସବୁଠି ସଙ୍କଟ ଟାଳିପାରୁଥିବା ମ୍ୟାନେଜରମାନେ ଫେଡେରାଲ ରିଜର୍ଭ ସ୍ପଷ୍ଟ ସଙ୍କେତ ଦେଇଥିବା ଆଥିର୍କ କଠିନତାର ଆକଳନ କରି ସେମାନଙ୍କ ଶେୟାର ଓ ନିବେଶକୁ ଠିକ୍‌ କରି ନେଇଥିବା ବେଳେ ଏସ୍‌ଭିବି ଓ ସିଗ୍‌ନେଚର ବ୍ୟାଙ୍କ ଏହା କରିବାକୁ ବିଫଳ ହେଲେ। ଏପରିକି ସଙ୍କଟ ଟାଳିବା ଭଳି କ୍ଷମତା ଥିବା ଜଣେ ବରିଷ୍ଠ ମ୍ୟାନେଜର ଏସ୍‌ଭିବି ଡୁବିକା ପୂର୍ବରୁ ଥିଲେ ତାହା ହୋଇପାରିଲା ନାହିଁ। ଅନ୍ୟ ବ୍ୟାଙ୍କଗୁଡ଼ିକର ମ୍ୟାନେଜରମାନେ ଫେଡେରାଲ ରିଜର୍ଭର ଇଜିି ମିନର ଝଟକାଠାରୁ ନିଜକୁ ଦୂରେଇନେଇଥିଲେ ବି ଏସ୍‌ଭିବି ଓ ସିଗ୍‌ନେଚର ବ୍ୟାଙ୍କ ତାହା ବୁଝିପାରିଲେ ନାହିଁ। ସେମାନେ ଶୀଘ୍ର ଆଗେଇଗଲେ, ଶୀଘ୍ର ଟଙ୍କା ଯୋଗାଇଦେଲେ ଓ ଶେଷରେ ନିଜକୁ ଧୂଳିସାତ କରିଦେଲେ।
ବହୁ ଆଇନ ନିର୍ମାତା ଏବଂ ନୀତି ନିର୍ଦ୍ଧାରକମାନେ (ବିଶେଷକରି ଟ୍ରମ୍ପ୍‌ଙ୍କ ସମୟରେ) ବ୍ୟାଙ୍କ୍‌ ଲବିଷ୍ଟମାନଙ୍କୁ, ଯେଉଁମାନେ ବିପଦର ରାସ୍ତା ବତାଇଥିଲେ, ସେମାନଙ୍କୁ ବିଶ୍ୱାସ କରିଗଲେ। ଶେଷରେ ମୁଦ୍ରାସ୍ଫୀତି ରୋକିବା ଲାଗି ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବା ପରେ ନିୟାମକ, ପର୍ଯ୍ୟବେକ୍ଷକମାନଙ୍କ ଭୁଲ୍‌ ସ୍ପଷ୍ଟ ହେଲା। ହ୍ବାଇଟ୍‌ ହାଉସ, ଟ୍ରେଜେରି, ଏଫ୍‌ଡିଆଇସି ଏବଂ ଫେଡେରାଲର ତୁରନ୍ତ ହସ୍ତକ୍ଷେପ ପରେ ଏହି ସଙ୍କଟ ଧୀରେ ଧୀରେ ଟଳିବ ବୋଲି ଆଶା କରାଯାଏ। କିନ୍ତୁ ଗ୍ଲୋବାଲ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ୍‌ କ୍ରେଡିଟ ସୁଇସ୍‌ର ସମସ୍ୟା ସୂଚିତ କରୁଛି ଯେ, ଗତ ସପ୍ତାହର ଘଟଣାର ବିଶ୍ୱସ୍ତରରେ ଖରାପ ପ୍ରଭାବ ପଡ଼ିଥିବା ଆଶଙ୍କା କରାଯାଉଛି। ଯଦି ଆମେରିକାର ଅର୍ଥ ବ୍ୟବସ୍ଥା ଆଉ ଏକ ଆଥିର୍କ ବିପର୍ଯ୍ୟୟରୁ ଉଦ୍ଧାର ପାଇଯାଏ, ଆମେ ଅତୀତ ବ୍ୟାଙ୍କିଙ୍ଗ୍‌ ସଙ୍କଟ ଉପରେ ପୁନର୍ବିଚାର କରିବା ସହ ଏଥିରୁ ପୁଣି ଶିକ୍ଷା କରିବା ଉଚିତ। ଅର୍ଥାତ୍‌ ଯେଉଁମାନେ ଏହିସବୁ ବ୍ୟାଙ୍କ ଡୁବିବା ପାଇଁ ଦାୟୀ ସେମାନେ କିଭଳି କଠିନ ପ୍ରଶ୍ନ ଓ ଦଣ୍ଡର ସମ୍ମୁଖୀନ ହେବେ ତାହା ନିଶ୍ଚିତ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri