Posted inଫୁରସତ

ଫେରିବ ‘ରାମପୁରୀ’ ଚମକ

ବଲିଉଡ୍‌ ବ୍ଲକ୍‌ବଷ୍ଟର ସିନେମା ‘ତେଜାବ୍‌’ର ଶେଷ ଦୃଶ୍ୟରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲା ପାର୍ଶ୍ୱ ଅଭିନେତା ବବନ୍‌ ଓରଫ ଚଁକି ପାଣ୍ଡେଙ୍କ ହାତରେ ଥିବା ଚାକୁ। ସୁଇଚ୍‌ ଟିପିଲେ ବଟ୍‌ରୁ ଚାକୁର ବ୍ଲେଡ୍‌ ବାହାରୁଥିଲା, ଯାହାକୁ ପୁନର୍ବାର ମୋଡ଼ି ତା’ ଭିତରେ ରଖାଯାଇପାରୁଥିଲା। ଆକର୍ଷଣୀୟ ଶୈଳୀରେ ନିର୍ମିତ ଏହି ତୀକ୍ଷ୍ଣ ଧାରଯୁକ୍ତ ଛୁରି ଚଳାଇବା କୌଶଳ ଦେଖିବା ପରେ ଏହା ବିଷୟରେ କିଛି ସମୟ ଭାବିବାକୁ ବାଧ୍ୟ ହୋଇଥିଲେ ଦର୍ଶକ। କେବଳ ‘ତେଜାବ’ ନୁହେଁ, ଅଶୀ ଦଶକର ବହୁ ସିନେମାରେ ରାଜ୍‌ କରିଥିଲା ଉତ୍ତରପ୍ରଦେଶ ରାଜ୍ୟ ରାମପୁରର ଏହି ଆଇକନିକ୍‌ ଚାକୁ ‘ରାମପୁରୀ’। ତେବେ ଆପରାଧିକ ଦୁନିଆରେ ଏହାର ବ୍ୟବହାର ପରେ ଏଥିରେ ଲାଗିଥିଲା ଦୁର୍ନାମର କଳଙ୍କ ଏବଂ ଧୀରେ ଧୀରେ ଜନମାନସରୁ ହଜିଗଲା ଏହାର କ୍ରେଜ୍‌…

‘ରାମପୁରୀ’ ବିନା ଖାପଛଡ଼ା ଲାଗୁଥିଲା ଊନବିଂଶ ଶତାବ୍ଦୀ ଅଶୀ ଦଶକର ବଲିଉଡ୍‌ ସିନେମା। କେବଳ ଭିଲେନ୍‌ ନୁହନ୍ତି, ହିରୋ ଭୂମିକାରେ ଅଭିନୟ କରୁଥିବା ଅଭିନେତାଙ୍କ ହାତରେ ମଧ୍ୟ ସିନେମାର ନିର୍ଦ୍ଦେଶକ ଧରାଇବାକୁ ଭୁଲୁ ନ ଥିଲେ ଏହି ତୀକ୍ଷ୍ଣ ଧାରଯୁକ୍ତ ଚାକୁ। ସ୍ବତନ୍ତ୍ର ନିର୍ମାଣ ଶୈଳୀ, ଖୋଲିବା ପାଇଁ ରହିଥିବା ଲକ୍‌ ଏବଂ ବ୍ୟବହାର କୌଶଳ ହିଁ ଏହାକୁ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ କରାଇଥିଲା। ହେଲେ ଏକଦା ସ୍ବତନ୍ତ୍ରତା ପାଇଁ ଲୋକପ୍ରିୟତା ଅର୍ଜନ କରିଥିବା ଏହି ଚାକୁ ଅପରାଧୀଙ୍କ ହାତକୁ ଆସିବା ପରେ ମୁଣ୍ଡାଇଲା ଦୁର୍ନାମ। ସ୍ଥିତି ଏମିତି ହେଲା ଯେ, ନବେ ଦଶକ ଶେଷ ଆଡ଼କୁ ‘ରାମପୁରୀ’ ହଜିଗଲା ଜନମାନସରୁ। ହେଲେ କଥା ଏତିକିରେ ଶେଷ ହେଲାନାହିଁ। ଏହା ସହିତ ଜଡ଼ିତ ଶିଳ୍ପଜଗତ ମଧ୍ୟ ଦୋହଲିଗଲା। ଏହାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଲକ୍ଷାଧିକ କାରିଗର ଜୀବିକା ହରାଇଲେ। ଦୀର୍ଘବର୍ଷ ପରେ ‘ରାମପୁରୀ’ ନିର୍ମାଣର ପେଣ୍ଠସ୍ଥଳ ରାମପୁରରେ ଏହାର ଚମକ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ।

ଏହିକ୍ରମରେ ରାମପୁର ନୈନିତାଲ ରୋଡ୍‌ର ଜୌହର ଛକରେ ନିର୍ମାଣ କରାଯାଇଛି ପୃଥିବୀର ସବୁଠାରୁ ବଡ଼ ରାମପୁରୀ ଚାକୁର ପ୍ରତିକୃତି। ପିତ୍ତଳ ଏବଂ ଷ୍ଟିଲ୍‌ରେ ନିର୍ମିତ ଏହି ଚାକୁର ଦୈର୍ଘ୍ୟ ୬.୧୦ ମିଟର ବା ପ୍ରାୟ ୨୦ ଫୁଟ। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ସାଢ଼େ ୫୨ ଲକ୍ଷ ଟଙ୍କା। ପୃଥିବୀର ସବୁଠାରୁ ବଡ଼ ଚାକୁ ହିସାବରେ ଖୁବ୍‌ଶୀଘ୍ର ଏହା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନିତ ହେବ ବୋଲି ପ୍ରଶାସନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
ଏମିତି ଏକ ସମୟ ଥିଲା ରାମପୁର ବଜାରରେ ଅତି ଶସ୍ତାରେ ମିଳୁଥିଲା ରାମପୁରୀ ଚାକୁ। ଏହାକୁ ନିର୍ମାଣ କରିବାକୁ ୪୦୦ ଜଣଙ୍କୁ ସ୍ବତନ୍ତ୍ର ଭାବେ ଲାଇସେନ୍ସ ଦିଆଯାଇଥିଲା। ଲକ୍ଷାଧିକ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇଥିଲା ଏହି ଶିଳ୍ପ। ଏହି ଚାକୁକୁ ସିନେମା, ଡ୍ରାମା, ଥିଏଟରରେ ମୁଖ୍ୟତଃ ବ୍ୟବହାର କରାଯାଉଥିଲା। ଘରେ ସୌଖୀନ ଭାବେ ଏହାକୁ ରଖିବାକୁ ଅନେକେ ପସନ୍ଦ କରୁଥିଲେ। ତେବେ ‘ରାମପୁରୀ’କୁ ଆପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରାଯିବା ପରେ ଏହା ମୁଣ୍ଡାଇଲା ଦୁର୍ନାମ। ଏହାପରେ ଚାକୁ ନିର୍ମାଣ ଶୈଳୀରେ ପରିବର୍ତ୍ତନ କରାଗଲା। ଅନେକ ଗାଇଡ୍‌ଲାଇନ ମଧ୍ୟ ଆସିଲା। ହେଲେ ନବେ ଦଶକ ଶେଷ ହେଉ ହେଉ ହଜିଗଲା ଏହାର ଚମକ।

‘ରାମପୁରୀ’ ତିଆରି କରି ପରିବାର ଚଳାଉଥିବା ଅନେକ କାରିଗର ଜୀବିକା ହରାଇ ଏବେ ଗଳିକନ୍ଦିରେ ରିକ୍ସା ଟାଣୁଛନ୍ତି। ଅନ୍ୟ କେତେଜଣ ନିଜ ନିଜ ସୁବିଧା ଦୃଷ୍ଟିରୁ ବିଭିନ୍ନ ବୃତ୍ତି ଆପଣାଇ ନେଲେଣି। ରାମପୁର ଛକରେ ଦୀର୍ଘବର୍ଷ ଧରି ଏହାର ବ୍ୟବସାୟ କରି ଆସୁଥିବା ଶେହେଜାଦା ନାମକ ଜଣେ ବ୍ୟବସାୟୀ କୁହନ୍ତି, ଏବେ ବି ଏହି ବୃତ୍ତି ବଞ୍ଚତ୍ଛି। ହେଲେ ଚାଇନା ନିର୍ମିତ ଶସ୍ତା ଚାକୁ ‘ରାମପୁରୀ’ ବ୍ୟବସାୟକୁ ପଛକୁ ଠେଲି ଦେଇଛି। ଅନ୍ୟଜଣେ କାରିଗର ୟାମିନ ଅନ୍‌ସାରୀ ନିଜ ଜରାଜୀର୍ଣ୍ଣ ଘରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ସେ କୁହନ୍ତି, ବର୍ଷ ବର୍ଷ ଧରି ରାମପୁରୀ ଚାକୁ ତିଆରି କରି ଆସୁଛନ୍ତି। ହେଲେ ଏକ ବର୍ଷ ହେଲା ସେ ଏହି କାମରୁ ଦୂରେଇ ଯାଇଥିଲେ। କାରଣ ଏବେ ‘ରାମପୁରୀ’ କିଣିବାକୁ କେହି ଆଗ୍ରହୀ ହେଉନାହାନ୍ତି। ଗ୍ରାହକ ମିଳିବା କଷ୍ଟକର ହୋଇଗଲାଣି।
ଅନ୍ୟପଟେ ଆଇକନିକ୍‌ ‘ରାମପୁରୀ’ ଚାକୁର ହୃତଗୌରବ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଏହି ଶିଳ୍ପକୁ ପୁଣି ଫେରିଛି ଚମକ। ଏହି ଚାକୁ ନିର୍ମାଣରେ ନିପୁଣ କାରିଗରଙ୍କୁ ‘ହୁନର ହାଟ’ରେ ପ୍ରତିଭା ପ୍ରଦର୍ଶନ କରିବାକୁ ପ୍ରୋତ୍ସାହିତ କରାଯାଉଛି। ଏଥିସହ ଏହାକୁ ଉପଯୋଗ କରି କର୍ମନିୟୋଜନ ସୃଷ୍ଟି କରିବାକୁ ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?