Posted inଜାତୀୟ

କିଏ ଲୋକପ୍ରିୟ ଶିନ୍ଦେ ନା ଫଡନାଭିସ ?…

ମୁମ୍ବାଇ,୨୦।୬ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଜ୍ଞାପନ ସମସ୍ୟାର ସମାଧାନ କରିଥାଇ ପାରନ୍ତି, କିନ୍ତୁ ମହାରାଷ୍ଟ୍ରରେ ଶିନ୍ଦେ ବନାମ ଫଡନାଭିସ ପ୍ରସଙ୍ଗ ଏପର୍ଯ୍ୟନ୍ତ ଥଣ୍ଡା ପଡିନାହିଁ। ଶିନ୍ଦେ ଏବଂ ଫଡନାଭିସ ମଧ୍ୟରେ ଲୋକପ୍ରିୟତା ତୁଳନା କରିବାର ମନୋଭାବ ଭାଜପାର ରହିଛି। ମଙ୍ଗଳବାର ଭାଜପାର ମୁଖ୍ୟ ମୁଖପାତ୍ର କେଶବ ଉପାଧ୍ୟାୟ ଏକ ଲେଖା ଲେଖି ଶିନ୍ଦେ କ୍ୟାମ୍ପକୁ ସମାଲୋଚନା କରିଛନ୍ତି। ଏଥିରେ ସେ ଏକ ଚେତାବନୀ ଢଙ୍ଗରେ ସେ କହିଛନ୍ତି ଆମେ ୨୦୨୪ର ଯୁଦ୍ଧରେ ଜିତିବାକୁ ଚାହୁଁ, ଅହଂକାରରେ ପଡ଼ ନାହିଁ । ମିଳିତ ମେଣ୍ଟରେ ମତଭେଦ ସୃଷ୍ଟି କର ନାହିଁ’।

ବିଜ୍ଞାପନରେ ଶିନ୍ଦେ ଏବଂ ଫଡନାଭିସଙ୍କ ମଧ୍ୟରେ କରାଯାଇଥିବା ତୁଳନା ନେଇ କେଶବ ଉପାଧ୍ୟାୟ ଲେଖିଛନ୍ତି ଫଡନାଭିସ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଥିଲେ, ତେଣୁ ସେ ଉପମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ଭାବିଥିଲେ ରାଜ୍ୟର କଲ୍ୟାଣ ପାଇଁ ସେ କ୍ୟାବିନେଟରେ ରହିବା ଉଚିତ। ତେଣୁ ଆମର ବରିଷ୍ଠ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ ସେ କ୍ୟାବିନେଟର ଏକ ଅଂଶ ହେବାକୁ ପରାମର୍ଶ ଗ୍ରହଣ କଲେ। ଆମର ଲକ୍ଷ୍ୟ ମହାରାଷ୍ଟ୍ର ନୁହେଁ ତେଣୁ ଆମେ ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଛୁ। ତେଣୁ କେବଳ ଆମ ପାଇଁ ଭାଜପା କ୍ଷମତାରେ ଅଛି ବୋଲି କହିବାକୁ ସାହସ କରନ୍ତୁ ନାହିଁ।

ଆମେ କ୍ଷମତା ପାଇଁ କେବେ ଲୋଭୀ ହୋଇନାହୁଁ। ଲୋକପ୍ରିୟତା ପ୍ରସଙ୍ଗରେ ସେ କହିଛନ୍ତି ଆଜି ପର୍ଯ୍ୟନ୍ତ ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ଏକମାତ୍ର ନେତା ଯିଏକି ରାଜ୍ୟବାସୀଙ୍କ ମଧ୍ୟରେ ଲୋକପ୍ରିୟ। ସେ ଏହାକୁ ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରିବାକୁ ଆବଶ୍ୟକ କରନ୍ତି ନାହିଁ । ତାଙ୍କଠାରୁ ଉଦାହରଣ ଶିଖନ୍ତୁ ଏବଂ ଛୋଟ ଛୋଟ ଜିନିଷ ଉପରେ ପରସ୍ପର ସହିତ ଲଢ଼େଇ କରନ୍ତୁ ନାହିଁ । ଜୁନ ୧୩ ରେ, ବେସରକାରୀ ଏଜେନ୍ସି ଦ୍ୱାରା କରାଯାଇଥିବା ସର୍ଭେ ବିଷୟରେ ପ୍ରତ୍ୟେକ ଖବରକାଗଜର ପ୍ରଥମ ପୃଷ୍ଠାରେ ଏକ ବଡ଼ ବିଜ୍ଞାପନ ଥିଲା ଏବଂ ଏଥିରେ ଦାବି କରାଯାଇଥିଲା ଫଡନାଭିସଙ୍କ ଅପେକ୍ଷା ଶିନ୍ଦେ ଅଧିକ ଲୋକପ୍ରିୟ ।

ବିଜ୍ଞାପନ ନେଇ ଭାଜପାର ଅସନ୍ତୋଷ ପରେ ଶିନ୍ଦେ କ୍ୟାମ୍ପ ଏହା ତାଙ୍କୁ ଜଣା ନ ଥିବା କହିଥିଲେ। ପରେ ସ୍ପଷ୍ଟ କରି ଥିଲେ ଏଭଳି ବିବାଦୀୟ ବିଜ୍ଞାପନ ସହିତ ଆମର କୌଣସି ସମ୍ପର୍କ ନାହିଁ। ସରକାରଙ୍କ କିଛି ଶୁଭେଚ୍ଛୁ ଏହି ବିଜ୍ଞାପନ ଦେଇଛନ୍ତି । ଆମେ ଏହାକୁ ସମର୍ଥନ କରୁନାହୁଁ।

ଏହାର ଗୋଟିଏ ଦିନ ପରେ ଶିନ୍ଦେ କ୍ୟାମ୍ପର ନଅଜଣ ମନ୍ତ୍ରୀଙ୍କ ଫଟୋ ସହିତ ଏକ ସରକାରୀ ବିଜ୍ଞାପନ ପ୍ରକାଶ ପାଇଥିଲା ୮୪ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରନ୍ତି ଏବଂ ୪୬ ପ୍ରତିଶତ ଲୋକ ଶିନ୍ଦେ-ଫଡନାଭିସଙ୍କ ନେତୃତ୍ୱକୁ ପସନ୍ଦ କରନ୍ତି।

ଏନେଇ ଫଡନାଭିସ କହିଥିଲେ ଆମର ସହଯୋଗୀତା ଏତେ ଦୁର୍ବଳ ନୁହେଁ, ଏହାକୁ ଏକ ଛୋଟ ବିଜ୍ଞାପନ ଦ୍ୱାରା ଭାଙ୍ଗି ଦିଆଯାଇପାରେ। ଅନ୍ୟପକ୍ଷରେ ଶିନ୍ଦେ ଫଡନାଭିସଙ୍କ ନେତୃତ୍ୱ ଗୁଣକୁ ପ୍ରଶଂସା କରି କହିଥିଲେ ଲୋକମାନେ ସେମାନଙ୍କୁ ଶୋଲେ ଫିଲ୍ମର ‘ଜୟ-ବୀରୁ’ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ‘ୟେ ଫେଭିକଲ କା ଜୋଡ ହୈ ତୁଟେଗା ନାହି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?