ବିରୋଧୀ ଦଳ ନେତାକୁ ନେଇ ଆସିଲା ବଡ଼ ଟ୍ବିଷ୍ଟ, ନବୀନ ନା…

ଭୁବନେଶ୍ୱର,୧୩।୬: ଓଡ଼ିଶାରେ ପ୍ରଥମ ଥର ଭାଜପା ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଦାୟିତ୍ୱ ସମ୍ଭାଳିଛନ୍ତି। ନବୀନ ଲଗାତାର ୨୪ବର୍ଷ ଧରି ଏହି ପଦ ସମ୍ଭାଳିଥିଲେ। ନିଜର ୨୪ବର୍ଷର ରାଜନୈତିକ ଯାତ୍ରା ଶେଷ ପରେ ନବୀନ ବିରୋଧୀ ଦଳ ନେତା ଭାବେ ବସିବେ। ଯାହାପରେ ରାଜ୍ୟରେ ରାଜନୀତି-ସାମାଜିକ ଚାଲିଚଳଣି ପରିବର୍ତ୍ତନ ହୋଇଯିବ ବୋଲି ଆଲୋଚନା ହେଉଛି। ୨୦୨୪ରେ ବିଜେଡିର ଶୋଚନୀୟ ପରାଜୟ ପରେ ଭାଜପା କ୍ଷମତାକୁ ଫେରିଛି। ବିଜେଡିର ଏପରି ପରାଜୟ କେବଳ ବିଜେଡି ନେତା କିମ୍ବା କର୍ମୀଙ୍କୁ ନୁହେଁ ସାରା ରାଜ୍ୟକୁ ମଧ୍ୟ ସ୍ତବ୍ଧ କରିଛି। ତେବେ ବୁଧବାର ଠାରୁ ଓଡ଼ିଶାରେ ଭାଜପା ସରକାର ଆରମ୍ଭ ହୋଇଛି।

ଏହାରି ଭିତରେ ବିଜୁ ଜନତା ଦଳ ଓଡ଼ିଶାରେ ବିରୋଧୀ ଦଳ ଆସନର ବସିଛି । ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି। ଆଗକୁ ମୌସୁମୀ ଅଧିବେଶନ ଥିବାବେଳେ ଚଳିତ ବିଧାନସଭା ଅଧିବେଶନ ରୋଚକ ହେବ ବୋଲି କୁହାଯାଉଛି। କାରଣ ଓଡ଼ିଶାରେ ବିଧାନସଭାରେ କ୍ଷମତାସୀନ ଭାଜପା ଦଳକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୧ କଂଗ୍ରେସକୁ ୧୪ଟି ସିଟ୍‌ ମିଳିଛି। ଆଉ ସ୍ବାଧୀନ ଆସନରେ ରାଜ୍ୟ ବିଧାନସଭା ୪ଟି ସିଟ୍‌ ପାଇଛି। ତେବେ ଭାଜପା ସଂଖ୍ୟା ଗରିଷ୍ଠତା ଛୁଇଁଥିଲେ ମଧ୍ୟ ବିଧାନସଭାରେ ବିରୋଧୀ ମଧ୍ୟ ଟାଣୁଆ ଭାବରେ ନଜର ଆସିବେ। ଏଥର ବିଧାନସଭାର ପ୍ରଶ୍ନକାଳ ଜମିବା ସହ ବିରୋଧୀ ମଧ୍ୟ ସଶକ୍ତ ନଜର ଆାସିବେ ବୋଲି ରାଜନୈତିକ ପାଣିପାଗ କହୁଛି। ତେବେ ମୋଟ ବିରୋଧୀ ଦଳଙ୍କୁ ପ୍ରତିନିଧିତ୍ୱ କିଏ କରିବ ସେନେଇ ସସପେନ୍ସ ଜାରି ରହିଛି।

ଏନେଇ ନବୀନ ନିବାସରେ କିଛି ବରିଷ୍ଠ ନେତାଙ୍କୁ ନେଇ ବିଚାରବିମର୍ଶ କରାଯାଇଛି। ବିଜେଡିର ସବୁ ବିଧାୟକ ଓ ବରିଷ୍ଠ ନେତା ନବୀନଙ୍କୁ ବିରୋଧୀ ଦଳ ନେତା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ବିଜେଡି ସୁପ୍ରିମୋ, ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ଏନେଇ ନିଷ୍ପତ୍ତି ନେବେ। ଏପରିକି ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମଧ୍ୟରୁ କିଏ ଜଣେ ବିରୋଧୀ ଦଳ ନେତା ହେବା ନେଇ ନାଁ ସାମ୍ନାକୁ ଆସିଛି।

ଗୃହର ନେତା ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଗତ ୫ ବର୍ଷ ଭିତରେ ଖୁବ୍‌ ସ୍ବଳ୍ପ ସମୟ ଦେଖିବାକୁ ମିଳିଛି। ଏପରିକି ଗୃହ ଚାଲିଥିବା ସମୟରେ ସେ ବିରୋଧୀ ଦଳର ପ୍ରଶ୍ନକୁ ମଧ୍ୟ ଶୁଣି ତାକୁ ଉତ୍ତର ଦେଉ ନ ଥିବାରୁ ଅନେକ ସମୟରେ ଅଭିଯୋଗ ହୋଇଛି। ବହୁବାର ଗୃହରେ ମୁଖ୍ୟମନ୍ତ୍ରୀ ରହୁ ନଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏବେ ପ୍ରଶ୍ନ ହେଉଛି କେମିତି ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇବେ ନବୀନ?

ଏ ଭିତରେ ଚର୍ଚ୍ଚା ହେଉଛି ବିଜେଡି ସୁପ୍ରିମୋ ନବୀନ ବିରୋଧୀ ଦଳ ନେତା ଭାବେ ଅନ୍ୟ ନେତାଙ୍କୁ ବାଛି ପାରନ୍ତି। ନିଜ ଛଡା ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ ଓ ପ୍ରତାପ ଦେବଙ୍କ ପରି ପ୍ରମୁଖ ନେତାଙ୍କୁ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଦେଇପାରନ୍ତି।
ଏସବୁ ନେତାଙ୍କର ବହୁବର୍ଷରୁ ରାଜନୀତିରେ ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି। ବିରୋଧୀ ଦଳ ନେତା ବିଧି ଅନୁସାରେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ହୋଇଥିବା ଦରକାର।

ବିରୋଧୀ ଦଳ ନେତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟ ସମସ୍ତ ସୁବିଧା ଦେଇଥାଏ। ଏଣୁ ଏ ପଦବୀ ପାଇଁ ଦଳର ବରିଷ୍ଠ ନେତାଙ୍କ ଭିତରେ ଆଗ୍ରହ ରହିବା ସ୍ବାଭାବିକ। କିନ୍ତୁ ଦଳର ସଭାପତି ଭାବେ ଏହା ନିର୍ଭର କରୁଛି ନବୀନ ଖୋଦ ଏ ପଦବୀକୁ ରଖୁଛନ୍ତି ନା କାହାକୁ ହସ୍ତାନ୍ତର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?