କିଏ ଏହି କାମିଆ ଜାନି, ଯାହାକୁ ନେଇ ଓଡିଶା ରାଜନୀତିରେ ଏତେ ହଲଚଲ

ଭୁବନେଶ୍ୱର,୨୩।୧୨: ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି ଜଣାଶୁଣା ବ୍ଲଗର ଓ ୟୁଟ୍ୟୁବର କାମିଆ ଜାନ। ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ କାମିଆ ନଜର ଆସିବା ପରେ ଜାତୀୟ ରାଜନୀତି ଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଛିି।
କାମିଆ ଗୋ ମାଂସ ସେବନ କରିଥିବାରୁ ତାଙ୍କୁ କାହିଁକି ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା କାହିଁକି ମହାପ୍ରସାଦ ସେବନ ପାଇଁ ଦିଆଯାଇଥିଲା ଏନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ ରାଜ୍ୟର ବିରୋଧୀ ଦଳ ଭାଜପା ସହ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ସୂଚନାଯୋଗ୍ୟ, କାମିଆ ଶ୍ରୀକ୍ଷେତ୍ର ପରିକ୍ରମାକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହାକୁ ନେଇ ଭାଜପା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। କାମିଆ ଜାନିଙ୍କୁ ମନ୍ଦିରରେ ପ୍ରବେଶ କରି ସରକାର ବିଶ୍ୱର ହିନ୍ଦୁମାନଙ୍କ ଧାର୍ମିକ ଭାବନା ଉପରେ କୁଠାରଘାତ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, କାମିଆଙ୍କ ଭିଡିଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ସେ ପୂର୍ବରୁ ଗୋ ମାଂସ ଖାଇଥିବା ସ୍ବୀକାର କରିଛନ୍ତି। ଶ୍ରୀମନ୍ଦିର ନିୟମନୁସାରେ, ଗୋ ମାଂସ ଭକ୍ଷଣକାରୀ ଶୁଦ୍ଧି ନ ହେବା ପର୍ଯ୍ୟନ୍ତ ମନ୍ଦିରରେ ପ୍ରବେଶ କରିବା ଅର୍ନିବାର୍ଯ୍ୟ।
ଏହାକୁ ନେଇ ବିଜେଡିର ମୁଖପାତ୍ର ଇପ୍ସିତା ସାହୁ ଓ ସଂୟପ୍ରକାଶ ମହାପ୍ରକାଶ କହିଛନ୍ତି, ପରିକ୍ରମା ପ୍ରକଳ୍ପକୁ ଜାତୀୟ ସ୍ତରରେ ପ୍ରଶଂସା ହେଉଛି ବୋଲି ଭାଜପା ସହି ପାରୁନାହିଁ। ସେଥିପାଇଁ ଭିଡିଓକୁ ନେଇ ମିଛ ତଥ୍ୟ ଦେଇ ନାଟକ ରଚନା କରୁଛି।

ସୋସିଆଲ ମିଡିଆ ଓ ୟୁଟ୍ୟୁବର ଦୁନିଆର ବଡ ଚେହେରା କାମିଆ ଜାନି। ଯାହାଙ୍କ ଭିଡିଓକୁ ସୋସିଆଲ ମଡିଆରେ ଲକ୍ଷ ଲକ୍ଷ ଲୋକ ଦେଖିଥାନ୍ତି। କାମିଆଙ୍କ ୟୁଟ୍ୟୁବ ଚ୍ୟାନେଲର ଏବେ ପ୍ରାୟ ୩୦ ଲକ୍ଷ ଏବେ ସବସ୍କ୍ରାଇବର ରହିଛନ୍ତ। ତାଙ୍କ ୟୁଟ୍ୟୁବ ଚ୍ୟାନେଲର ନାଁ ହେଉଛି “କର୍ଲି ଟେଲ୍ସ”। ସେହିପରି ଇନଷ୍ଚାଗ୍ରାମରେ କାମିଆଙ୍କର ୭୫୬ କେ’ ଫର୍ଲୋସ ଅଛନ୍ତି। ୟୁଟ୍ୟୁବର ପୂର୍ବରୁ ସେ ଜଣେ ସାମ୍ବାଦିକା ଥିଲେ। ତାଙ୍କ କ୍ୟାରିୟର ସାମ୍ବାଦିକତାରୁ ଆରମ୍ଭ ହୁଏ । ସେ ୨୦୦୬ରେ ‘ଟାଇମ୍ସ ଅଫ ଇଣ୍ତିଆ’ରୁ ସାମ୍ବାଦିକା ଭାବେ କ୍ୟାରିୟର ଆରମ୍ଭ କରିଥଲେ । ଏହାପରେ ସିଏନବିସି ଟିଭି ୧୮ରେ ମଧ୍ୟ ସାମ୍ବାଦିକତା କରିଥିଲେ। ଦୀର୍ଘଦିନର ସାମ୍ବାଦିକତା ପରେ ସେ ୨୦୧୬ରେ ସୋସିଆଲ ମିଡିଆ ଦୁନିଆରେ ପାଦ ଦେଇଥିଲେ। ଦେଶ ବିଦେଶର ପର୍ଯ୍ୟଟନ ସ୍ଥଳ ବୁଲି ୟୁଟ୍ୟୁବରେ ବ୍ଲଗ ବନାଇଥିଲେ। ଯାହା ତାଙ୍କୁ ଲୋକପ୍ରିୟ ୟୁଟ୍ୟୁବର ଭାବରେ ପରିଚିତ କରାଇଥିଲା।

ଶ୍ରୀମନ୍ଦିର ମହାପ୍ରସାଦ ସେବନକୁ ନେଇ ବିବାଦ ଦେଖା ଦେବା ପରେ ଏଥିରେ ପ୍ରତିକ୍ରିୟା ରଖିଛନ୍ତି ୟୁଟ୍ୟୁବର କାମିଆ ଜାନି । ସୋସିଆଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି, ମୁଁ ଗୋ-ମାଂସ ଖାଏ ନାହିଁ କି ଏହାକୁ କେବେ ଖାଇବି ନାହିଁ । କାମିଆଙ୍କ ପ୍ରତିକ୍ରିୟା ମିଳିବା ପରେ ରାଜ୍ୟ ରାଜନୀତିରେ ପୁଣି ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ପାକିସ୍ତାନ: ଆଫଗାନିସ୍ତାନ ଉପରେ କଲା ବଡ଼ ଆକ୍ରମଣ

ଇସଲାମାବାଦ୍‌,୧୦।୬: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ବିମାନ ଆକ୍ରମଣ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ତାଲିବାନର ମୁଖ୍ୟ…

ସରକାରଙ୍କ ବଡ଼ ପଦକ୍ଷେପ, ଶେଷ ହେବ ‘ଦୁଇ ସନ୍ତାନ’ ନିୟମ

ଇନ୍ଦୋର,୧୦।୬: ମଧ୍ୟପ୍ରଦେଶ ସରକାର ଚାକିରି ଆଶାୟୀ ଏବଂ ବର୍ତ୍ତମାନର ସରକାରୀ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମୋହନ ଯାଦବ ପ୍ରଶାସନ ୨୩ ବର୍ଷ ପୁରୁଣା ‘ଦୁଇ…

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ସରକାରଙ୍କ ବଡ଼ ଘୋଷଣା: ମେଟ୍ରୋ, ବସ୍‌ରେ ଅଫିସ ଯିବାଆସିବା କରୁଥିବା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ସରକାର ନିଜ କର୍ମଚାରୀଙ୍କ ହିତ ପାଇଁ ଏବଂ ବଢୁଥିବା ଇନ୍ଧନ (ଫ୍ୟୁଏଲ) ସଙ୍କଟର ମୁକାବିଲା କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର…

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜ, ଆଜି ହୋଇପାରେ ଆଲୋଚନା

ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

୧୫ IPS ଅଫିସରଙ୍କୁ ଦିଆଗଲା ୧୭ ଜିଲା ନିରୀକ୍ଷଣ ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲାରେ କିଏ…

ଭୁବନେଶ୍ୱର, ୧୦।୬: ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ। ୧୫ IPS ଅଫିସରଙ୍କୁ ଦିଆଗଲା ୧୭ଟି ଜିଲାର ସ୍ବତନ୍ତ୍ର ନିରୀକ୍ଷଣ ଓ ତଦାରଖ…

ନେହେରୁଙ୍କୁ ଟପିଲେ ମୋଦି: ଦେଶର ରାଜନୀତିରେ ନୂତନ ଅଧ୍ୟାୟ

ନୂଆଦିଲ୍ଲୀ,୧୦।୬: ଜୁନ ୧୦ ଅର୍ଥାତ୍‌ ଆଜି ଦେଶର ରାଜନୀତିରେ ଏକ ନୂତନ ଅଧ୍ୟାୟ ଲେଖାହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri