Posted inଜାତୀୟ

କିଏ ସେହି ଦିଶା ରବି, ଯାହାଙ୍କୁ ଟୁଲ୍‌କିଟ୍‌ ମାମଲାରେ ଗିରଫ କରିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ ମାମଲାରେ ଦିଲ୍ଲୀ ପୋଲିସ ରବିବାର ବେଙ୍ଗାଲୁରୁରୁ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛି। ଚାଷୀଙ୍କ ସହ ଜଡିତ ଥିବା ଟୁଲକିଟକୁ ଦିଶା ରବି ଏଡିଟ କରି ପଠାଇଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ ଦିଶା ରବିଙ୍କ ନାମ କୌଣସି ସ୍ଥାନରେ ଶୁଣାଯାଇ ନ ଥିଲା, କିନ୍ତୁ ପୋଲିସ ଗିରଫ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଦିଶା ରବି କିଏ ଜାଣନ୍ତୁ
ଦିଶା ରବି କିଏ
ଦିଶା ରବି ବେଙ୍ଗଲୁରୁର ପ୍ରତିଷ୍ଠିତ କଲେଜ ମାଉଣ୍ଟ କାର୍ମେଲର ଛାତ୍ରୀ। ୨୦୧୮ରେ ଗ୍ଲୋବାଲ କ୍ଲାଇମେଟ୍‌ ଷ୍ଟ୍ରାଇକ ମୁଭମେଣ୍ଟ ଆରମ୍ଭ କରିଥିବା ସଂଗଠନ ଏଫ୍‌ଏଫ୍‌ଏଫ୍‌ର ସହ-ପ୍ରତିଷ୍ଠାତା। ସେ ମାଉଣ୍ଟ କାର୍ମେଲ କଲେଜରୁ ବିଜ୍‌ନେସ୍‌ ଆଡମିନିଷ୍ଟ୍ରେସନ୍‌ରେ ସ୍ନାତକ ହାସଲ କରିଥିଲେ। ସେ ଏବେ ଗୁଡ ମାଇଲ୍ଡ କମ୍ପାନୀ ସହିତ ଜଡିତ ଅଛନ୍ତି । ଦିଶାଙ୍କ ପିତା ରବି ମୈସୁରରେ ଜଣେ ଆଥଲେଟିକ୍ସ ପ୍ରଶିକ୍ଷକ ଏବଂ ତାଙ୍କ ମା ଜଣେ ଗୃହିଣୀ। ଦେଶରେ ‘ଫ୍ରାଇଡେ ଫର୍‌ ଫ୍ୟୁଚର୍‌’ ଅଭିଯାନର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଦିଶା ରବି ଅନ୍ୟତମ। ନିଜ ଜେଜେବାପାଙ୍କୁ ଦେଖି ଜଳବାୟୁ କାର୍ଯ୍ୟକର୍ତ୍ତା ହେବାକୁ ମନବଳାଇଥିଲେ ଦିଶା। କାରଣ ତାଙ୍କ ଜେଜେବାପା ଜଣେ କୃଷକ ଥିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଚାଷ କାର୍ଯ୍ୟ ବାଧା ହେଉଥିବାରୁ ଦିଶା ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ।

ସୂଚନାଯୋଗ୍ୟ, ଭାରତରେ କୃଷକଙ୍କ ଆନ୍ଦୋଳନ ସମର୍ଥନରେ ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଇଟ କରିଥିଲେ। ଗ୍ରେଟା ନିଜର ଟୁଇଟରେ ଲେଖିଥିଲେ, ଆମେ ଭାରତର କୃଷକ ଆନ୍ଦୋଳନ ପ୍ରତି ଏକଜୁଟ ଅଛୁ। ଏହା ସହିତ ସେ ଦ୍ବିତୀୟ ଟୁଇଟରେ ଏକ ଡକ୍ୟୁମେଣ୍ଟ ଶେୟାର କରିଥିଲେ, ଯେଉଁଥିରେ ଭାରତ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାର କାର୍ଯ୍ୟଯୋଜନାକୁ ଶେୟାର କରିଥିଲେ ଓ ୫ଟି ପର୍ଯ୍ୟାୟରେ ଚାପ ପକାଇବାର କଥା କହିଥିଲେ। ତେବେ ପରେ ଗ୍ରେଟା ଥନବର୍ଗ ନିଜର ଟୁଇଟ ଡିଲିଟ କରିଦେଇଥିଲେ। ଗ୍ରେଟା ଥନବର୍ଗ ପୁରୁଣା ଟୁଇଟ ଡିଲିଟ କରିବା ପରେ ଏକ ନୂଆ ଟୁଇଟରେ ଅପଡେଟେଡ ଟୁଲକିଟ ଶେୟାର କରିଥିଲେ। ନୂଆ ଟୁଲକିଟରେ ବହୁ ପରିବର୍ତ୍ତନ କରାଯାଇଛି। ଏଥିରେ ୨୬ ଜାନୁଆରୀରେ ଭାରତ ସହିତ ବିଦେଶରେ ବହୁ ପରିମାଣରେ ପ୍ରଦର୍ଶନର ପ୍ଲାନକୁ ହଟାଇ ଦିଆଯାଇଥିଲା। ଟୁଲକିଟ ମାଧ୍ୟମରେ ସାରା ବିଶ୍ୱରେ ଭାରତର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିବାର ଯୋଜନା ଚାଲିଥିଲା। ଦିଲ୍ଲୀ ପୋଲିସର ସାଇବର ସେଲ ଦେଶ ବିରୋଧରେ ଷଡଯନ୍ତ୍ର, ହିଂସା ସୃଷ୍ଟି କରିବା ଏବଂ ଘୃଣା ବ୍ୟାପିବା ପାଇଁ ଉଦ୍ଦିଷ୍ଟ ଟୁଲକିଟ୍‌ ମାମଲାରେ ବେପୃୟାରୀ ୪ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ରବିବାର ପ୍ରଥମ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ୱାରା ଗିରଫ ହେବାବେଳେ ଦିଶା ରବି ଘରୁ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ କୋଟି ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ, ୨୬।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ୨...

ମହିଳାଙ୍କ ପୋଷାକକୁ ନେଇ ଭାଜପା ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୮।୪: ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗିୟ ପ୍ରାୟତଃ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ ଏଥର ମହିଳାମାନଙ୍କ ପୋଷାକକୁ ନେଇ ଭାଜପା ନେତାଙ୍କ...

ଶିବସେନାରେ ବିଦ୍ରୋହ ମଧ୍ୟରେ ଏମ୍‌ଭିଏର ମନ୍ଥନ: ମୁଖ୍ୟମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

ମୁମ୍ବାଇ,୨୨।୬: ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ବର୍ତ୍ତମାନ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନ ଉଦ୍ଧବ ସରକାରଙ୍କ ଉପରେ ଘାରିଥିବା ସଙ୍କଟକୁ ଦୃଷ୍ଟିରେ ରଖି...

ମଣିପୁରରେ ତଲାସି ଅଭିଯାନ ଜାରି

ଇମ୍ଫାଲ, ୨୭ା୬: ମଣିପୁରରେ ସେନା ଯବାନମାନେ ଶନିବାର ଏକ ସ୍ବତନ୍ତ୍ର ଅଭିଯାନରେ ଗିରଫ କରିଥିବା ୧୨ ଜଣ ଉଗ୍ରପନ୍ଥୀଙ୍କୁ ସ୍ଥାନୀୟ ମହିଳାମାନଙ୍କ ନେତୃତ୍ୱରେ ୧,୨୦୦ରୁ ଊର୍ଦ୍ଧ୍ୱ ଲୋକେ...

କରୋନା ଆକ୍ରାନ୍ତ ସତ୍ତ୍ୱେ ହାଥରସ୍‌ ଯାଇଥିଲେ ଏହି ଦଳର ବିଧାୟକ

ହାଥରସ୍‌, ୭।୧୦: ବହୁଚର୍ଚ୍ଚିତ ହାଥରସ୍‌ କେସ୍‌ରେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଏକ ପ୍ରତିନିଧି ମଣ୍ଡଳ ଯାଇଥିଲା। ଯେଉଁଥିରେ ବିଧାୟକ କୁଲଦୀପ...

ଅନ୍ତର୍ଜାତୀୟ ଯାତ୍ରୀଙ୍କ ବିବରଣୀ ସୀମା ଶୁଳ୍କ ବିଭାଗକୁ ଦେବେ ଏୟାରଲାଇନ୍ସ

ନୂଆଦିଲ୍ଲୀ,୧୦।୮: ବିମାନ ଉଡ଼ାଣର ୨୪ ଘଣ୍ଟା ପୂର୍ବରୁ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ସବିଶେଷ ବିବରଣୀ ସୀମା ଶୁଳ୍କ ବିଭାଗକୁ ଦେବା ଲାଗି କେନ୍ଦ୍ର ସରକାର ଏୟାରଲାଇନ୍ସଗୁଡ଼ିକୁ ନିର୍ଦ୍ଦେଶ...

୨୮ସପ୍ତାହରେ ଗର୍ଭପାତ କରିବାକୁ ଅନୁମତି ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ,୧୧।୧: ଜଣେ ମହିଳାଙ୍କୁ ୨୮ ସପ୍ତାହରେ ଗର୍ଭପାତ କରିବାକୁ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। ଗର୍ଭରେ ବଢୁଥିବା ଭ୍ରୁଣର ମସ୍ତିଷ୍କ ଉପରେ ଖପୁରୀ ଠିକ୍‌ ଭାବେ...

ମୋଦି ପୁଣିଥରେ ଚୌକିଦାର

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏନଡିଏ ମେଣ୍ଟକୁ ମିଳିଥିବା ବହୁମତ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement
Archives

Model This Week