Posted inଜାତୀୟ

କିଏ ସେହି ଦିଶା ରବି, ଯାହାଙ୍କୁ ଟୁଲ୍‌କିଟ୍‌ ମାମଲାରେ ଗିରଫ କରିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ ମାମଲାରେ ଦିଲ୍ଲୀ ପୋଲିସ ରବିବାର ବେଙ୍ଗାଲୁରୁରୁ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛି। ଚାଷୀଙ୍କ ସହ ଜଡିତ ଥିବା ଟୁଲକିଟକୁ ଦିଶା ରବି ଏଡିଟ କରି ପଠାଇଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ ଦିଶା ରବିଙ୍କ ନାମ କୌଣସି ସ୍ଥାନରେ ଶୁଣାଯାଇ ନ ଥିଲା, କିନ୍ତୁ ପୋଲିସ ଗିରଫ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଦିଶା ରବି କିଏ ଜାଣନ୍ତୁ
ଦିଶା ରବି କିଏ
ଦିଶା ରବି ବେଙ୍ଗଲୁରୁର ପ୍ରତିଷ୍ଠିତ କଲେଜ ମାଉଣ୍ଟ କାର୍ମେଲର ଛାତ୍ରୀ। ୨୦୧୮ରେ ଗ୍ଲୋବାଲ କ୍ଲାଇମେଟ୍‌ ଷ୍ଟ୍ରାଇକ ମୁଭମେଣ୍ଟ ଆରମ୍ଭ କରିଥିବା ସଂଗଠନ ଏଫ୍‌ଏଫ୍‌ଏଫ୍‌ର ସହ-ପ୍ରତିଷ୍ଠାତା। ସେ ମାଉଣ୍ଟ କାର୍ମେଲ କଲେଜରୁ ବିଜ୍‌ନେସ୍‌ ଆଡମିନିଷ୍ଟ୍ରେସନ୍‌ରେ ସ୍ନାତକ ହାସଲ କରିଥିଲେ। ସେ ଏବେ ଗୁଡ ମାଇଲ୍ଡ କମ୍ପାନୀ ସହିତ ଜଡିତ ଅଛନ୍ତି । ଦିଶାଙ୍କ ପିତା ରବି ମୈସୁରରେ ଜଣେ ଆଥଲେଟିକ୍ସ ପ୍ରଶିକ୍ଷକ ଏବଂ ତାଙ୍କ ମା ଜଣେ ଗୃହିଣୀ। ଦେଶରେ ‘ଫ୍ରାଇଡେ ଫର୍‌ ଫ୍ୟୁଚର୍‌’ ଅଭିଯାନର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଦିଶା ରବି ଅନ୍ୟତମ। ନିଜ ଜେଜେବାପାଙ୍କୁ ଦେଖି ଜଳବାୟୁ କାର୍ଯ୍ୟକର୍ତ୍ତା ହେବାକୁ ମନବଳାଇଥିଲେ ଦିଶା। କାରଣ ତାଙ୍କ ଜେଜେବାପା ଜଣେ କୃଷକ ଥିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଚାଷ କାର୍ଯ୍ୟ ବାଧା ହେଉଥିବାରୁ ଦିଶା ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ।

ସୂଚନାଯୋଗ୍ୟ, ଭାରତରେ କୃଷକଙ୍କ ଆନ୍ଦୋଳନ ସମର୍ଥନରେ ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଇଟ କରିଥିଲେ। ଗ୍ରେଟା ନିଜର ଟୁଇଟରେ ଲେଖିଥିଲେ, ଆମେ ଭାରତର କୃଷକ ଆନ୍ଦୋଳନ ପ୍ରତି ଏକଜୁଟ ଅଛୁ। ଏହା ସହିତ ସେ ଦ୍ବିତୀୟ ଟୁଇଟରେ ଏକ ଡକ୍ୟୁମେଣ୍ଟ ଶେୟାର କରିଥିଲେ, ଯେଉଁଥିରେ ଭାରତ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାର କାର୍ଯ୍ୟଯୋଜନାକୁ ଶେୟାର କରିଥିଲେ ଓ ୫ଟି ପର୍ଯ୍ୟାୟରେ ଚାପ ପକାଇବାର କଥା କହିଥିଲେ। ତେବେ ପରେ ଗ୍ରେଟା ଥନବର୍ଗ ନିଜର ଟୁଇଟ ଡିଲିଟ କରିଦେଇଥିଲେ। ଗ୍ରେଟା ଥନବର୍ଗ ପୁରୁଣା ଟୁଇଟ ଡିଲିଟ କରିବା ପରେ ଏକ ନୂଆ ଟୁଇଟରେ ଅପଡେଟେଡ ଟୁଲକିଟ ଶେୟାର କରିଥିଲେ। ନୂଆ ଟୁଲକିଟରେ ବହୁ ପରିବର୍ତ୍ତନ କରାଯାଇଛି। ଏଥିରେ ୨୬ ଜାନୁଆରୀରେ ଭାରତ ସହିତ ବିଦେଶରେ ବହୁ ପରିମାଣରେ ପ୍ରଦର୍ଶନର ପ୍ଲାନକୁ ହଟାଇ ଦିଆଯାଇଥିଲା। ଟୁଲକିଟ ମାଧ୍ୟମରେ ସାରା ବିଶ୍ୱରେ ଭାରତର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିବାର ଯୋଜନା ଚାଲିଥିଲା। ଦିଲ୍ଲୀ ପୋଲିସର ସାଇବର ସେଲ ଦେଶ ବିରୋଧରେ ଷଡଯନ୍ତ୍ର, ହିଂସା ସୃଷ୍ଟି କରିବା ଏବଂ ଘୃଣା ବ୍ୟାପିବା ପାଇଁ ଉଦ୍ଦିଷ୍ଟ ଟୁଲକିଟ୍‌ ମାମଲାରେ ବେପୃୟାରୀ ୪ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ରବିବାର ପ୍ରଥମ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ୱାରା ଗିରଫ ହେବାବେଳେ ଦିଶା ରବି ଘରୁ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri