ଦୁଇ ବର୍ଷ ମଧ୍ୟରେ ଶେଷ ହୋଇଯିବ କରୋନା ଭାଇରସ: ଡବ୍ଲୁଏଚ୍‌ଓ !

ଜେନେଭା,୨୨।୮: ଏବେ କରୋନାକୁ ହରାଇବା ପାଇଁ ସବୁ ବିକାଶଶୀଳ ଦେଶ ଏହାର ଭ୍ୟାକ୍ସିନ ବା ଟିକା ଉପରେ ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ମୁଖ୍ୟ ଟେଡ୍ରସ୍‌ ଅଧାନମ ଘେବ୍ରିୟେସସ କହିଛନ୍ତି ମାତ୍ର ଦୁଇ ବର୍ଷ ମଧ୍ୟରେ ବିଶ୍ୱରୁ କରୋନା ଭାଇରସ ବିଦାୟ ନେବ। ୧୯୧୮ରେ ହୋଇଥିବା ଫ୍ଲୁ ମହାମାରୀଠାରୁ ମଧ୍ୟ ଏହା କମ୍‌ ସମୟ ମଧ୍ୟରେ ନଷ୍ଟ ହୋଇଯିବ ବୋଲି ସେ ମତ ରଖିଛନ୍ତି। ତେବେ ପ୍ରାୟ ୧୦୨ ବର୍ଷ ତଳେ ଆସିଥିବା ସ୍ପେନିସ ଫ୍ଲୁ ମାତ୍ର ୨ ବର୍ଷ ମଧ୍ୟରେ ମରି ଯାଇଥିଲା। ଡବ୍ଲୁଏଚ୍‌ଓ ମୁଖ୍ୟ କହିଛନ୍ତି ଯଦି ବିଶ୍ୱ ଏକାଠି ରୁହେ ଓ ଶୀଘ୍ର କରୋନା ଭ୍ୟାକ୍ସିନ ଆସିଯାଏ ତେବେ ଏହି ମହାମାରୀ ମାତ୍ର ଦୁଇ ବର୍ଷ ମଧ୍ୟରେ ଲୋପ ପାଇଯିବ। ଟେଡ୍ରସ୍‌ ଆହୁରି ମଧ୍ୟ କହିଛନ୍ତି ଗୋଟିଏ ଶତାଦ୍ଦି ମଧ୍ୟରେ ଏମିତି ସ୍ବାସ୍ଥ୍ୟ ସଙ୍କଟ ବିଶ୍ୱରେ ଦେଖାଦେଇଥାଏ। ତେବେ ଫେବୃୟାରୀ ୧୯୧୮ରୁ ଏପ୍ରିଲ ୧୯୨୦ ପାଖାପାଖି ୨ ବର୍ଷ ମଧ୍ୟରେ ସ୍ପେନିସ ଫ୍ଲୁରେ ସାରା ବିଶ୍ୱରେ ପ୍ରାୟ ୨ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା। ଗ୍ଲୋବାଲାଇଜେଶନ ଦୃଷ୍ଟିରୁ ସ୍ପେନିସ ଫ୍ଲୁ ତୁଳନାରେ କରୋନା ଭାଇରସ କ୍ଷିପ୍ର ଗତିରେ ବିସ୍ତାର ଲାଭ କରିଛି। ଏବେ ଆମ ପାଖରେ ଆଧୁନିକ ଜ୍ଞାନ କୌଶଳ ଥାଇ ବି ଆମେ ଏହାକୁ ରୋକି ପାରିନେ। କିନ୍ତୁ ଶହେ ବର୍ଷ ପୂର୍ବେ ଅର୍ଥାତ୍‌ ଯେବେ ସ୍ପେନିସ ଫ୍ଲୁ ଆସିଥିଲା ସେତେବେଳେ ଆମ ନିକଟରେ ପ୍ରାୟ କୌଣସି ଜ୍ଞାନ କୌଶଳ ନ ଥିଲା କହିଲେ ଚଳେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ ଆକାଶରେ ରହସ୍ୟମୟ ଧୂଆଁ

ଲଣ୍ଡନ,୧୮ା୪: ବ୍ରିଟେନ ଆକାଶରେ ଗୁରୁବାର ରାତି ୮ଟାରେ ଏକ ରହସ୍ୟଜନକ ବସ୍ତୁ ଜଳି ଜଳି ଯାଉଥିବାବେଳେ ତା’ ପଛପଟରୁ ଧୂଆ ବାହାରୁଥିବା ଦେଖିବାକୁ ମିଳିଥିଲା। ତାହା...

ୟୁକ୍ରେନ୍‌ର ରୁଷିଆ ଆକ୍ରମଣ

କିଭ୍‌/ମସ୍କୋ,୨ା୪: ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଆରମ୍ଭ କରିଥିଲା। ସେବେଠୁ ରାଜଧାନୀ କିଭ୍‌ ସମେତ ଅନେକ ସହରରେ ରୁଷୀୟ ସୈନ୍ୟ ବୋମା, ରକେଟ...

୫୮୮ ପ୍ରବାସୀଙ୍କୁ ନେଇ ଭାରତରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲାଶ୍ୱ

କୋଚି,୧୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ...

ଜାଣନ୍ତି କରୋନା ମହାମାରୀ ସମୟରେ କେତେଥର ହାତ ଧୋଇବା ଉଚିତ୍‌, ନଚେତ୍‌…

ଓ୍ବାଶିଂଟନ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ମୁହଁରେ ମାସ୍କ ବାନ୍ଧିବା ସହିତ ହାତ ଧୋଇବା ଅଭ୍ୟାସ ସହ ସାମାଜିକ ଦୂରତା...

ଇମ୍ରାନ୍‌ଙ୍କ ପ୍ରତିକ୍ରିୟା ନେବା ବେଳେ ଦୁର୍ଘଟଣା ଘଟି ମହିଳା ଖବରଦାତାଙ୍କ ମୃତ୍ୟୁ

ଇସଲାମାବାଦ୍‌, ୩୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ଦ୍ୱାରା ଆରମ୍ଭ ହୋଇଛି ଆଜାଦୀ ମାର୍ଚ୍ଚ । ଏହି ଅବସରରେ ରବିବାର...

ପାକିସ୍ତାନରେ ଜଣେ ମୌଲାନାଙ୍କୁ ହତ୍ୟା, ବିନା ପ୍ରମାଣରେ ଭାରତ ଉପରେ ଦୋଷ ଲଦିଲେ ଇମ୍ରାନ ଖାନ୍‌

ଇସଲମାବାଦ,୧୧।୧୦: ପାକିସ୍ତାନର କରାଚିରେ ଜଣେ ପ୍ରଭାବଶାଳୀ ସୁନ୍ନି ମୌଲାନା ଆଦିଲ ଖାନଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟାକୁ ସବୁଆଡେ ସମାଲୋଚନା କରାଯାଉଛି।...

୩ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ସରପଞ୍ଚ

ବନ୍ତ,୩୦ା୫(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ପରିପେକ୍ଷୀରେ ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକ ଷେଣ୍ଢତୀରା ପଞ୍ଚାୟତର ଚାରିପୋଖରିଆ, ଷଠତୀରା, ଷେଣ୍ଢତୀରା ଗ୍ରାମ ସମେତ ଷେଣ୍ଢତୀରା ବଜାର ଅଞ୍ଚଳକୁ...

ତାଇଓ୍ବାନ ଉପରେ ସାଇବର ଆକ୍ରମଣ କରିବାକୁ ଚାଇନାର ଷଡ଼ଯନ୍ତ୍ର…

ବେଜିଂ,୨।୧୧ : ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତାଇୱାନକୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। ସେକହିଛନ୍ତି ଯେ ଚାଇନା ସେନା ତାଇୱାନ ଉପରେ ଯେ କୌଣସି...

Advertisement
Archives

Model This Week