ଦୁଇ ବର୍ଷ ମଧ୍ୟରେ ଶେଷ ହୋଇଯିବ କରୋନା ଭାଇରସ: ଡବ୍ଲୁଏଚ୍‌ଓ !

ଜେନେଭା,୨୨।୮: ଏବେ କରୋନାକୁ ହରାଇବା ପାଇଁ ସବୁ ବିକାଶଶୀଳ ଦେଶ ଏହାର ଭ୍ୟାକ୍ସିନ ବା ଟିକା ଉପରେ ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ମୁଖ୍ୟ ଟେଡ୍ରସ୍‌ ଅଧାନମ ଘେବ୍ରିୟେସସ କହିଛନ୍ତି ମାତ୍ର ଦୁଇ ବର୍ଷ ମଧ୍ୟରେ ବିଶ୍ୱରୁ କରୋନା ଭାଇରସ ବିଦାୟ ନେବ। ୧୯୧୮ରେ ହୋଇଥିବା ଫ୍ଲୁ ମହାମାରୀଠାରୁ ମଧ୍ୟ ଏହା କମ୍‌ ସମୟ ମଧ୍ୟରେ ନଷ୍ଟ ହୋଇଯିବ ବୋଲି ସେ ମତ ରଖିଛନ୍ତି। ତେବେ ପ୍ରାୟ ୧୦୨ ବର୍ଷ ତଳେ ଆସିଥିବା ସ୍ପେନିସ ଫ୍ଲୁ ମାତ୍ର ୨ ବର୍ଷ ମଧ୍ୟରେ ମରି ଯାଇଥିଲା। ଡବ୍ଲୁଏଚ୍‌ଓ ମୁଖ୍ୟ କହିଛନ୍ତି ଯଦି ବିଶ୍ୱ ଏକାଠି ରୁହେ ଓ ଶୀଘ୍ର କରୋନା ଭ୍ୟାକ୍ସିନ ଆସିଯାଏ ତେବେ ଏହି ମହାମାରୀ ମାତ୍ର ଦୁଇ ବର୍ଷ ମଧ୍ୟରେ ଲୋପ ପାଇଯିବ। ଟେଡ୍ରସ୍‌ ଆହୁରି ମଧ୍ୟ କହିଛନ୍ତି ଗୋଟିଏ ଶତାଦ୍ଦି ମଧ୍ୟରେ ଏମିତି ସ୍ବାସ୍ଥ୍ୟ ସଙ୍କଟ ବିଶ୍ୱରେ ଦେଖାଦେଇଥାଏ। ତେବେ ଫେବୃୟାରୀ ୧୯୧୮ରୁ ଏପ୍ରିଲ ୧୯୨୦ ପାଖାପାଖି ୨ ବର୍ଷ ମଧ୍ୟରେ ସ୍ପେନିସ ଫ୍ଲୁରେ ସାରା ବିଶ୍ୱରେ ପ୍ରାୟ ୨ କୋଟି ଲୋକଙ୍କ ମୃତ୍ୟୁ ହୋଇଥିଲା। ଗ୍ଲୋବାଲାଇଜେଶନ ଦୃଷ୍ଟିରୁ ସ୍ପେନିସ ଫ୍ଲୁ ତୁଳନାରେ କରୋନା ଭାଇରସ କ୍ଷିପ୍ର ଗତିରେ ବିସ୍ତାର ଲାଭ କରିଛି। ଏବେ ଆମ ପାଖରେ ଆଧୁନିକ ଜ୍ଞାନ କୌଶଳ ଥାଇ ବି ଆମେ ଏହାକୁ ରୋକି ପାରିନେ। କିନ୍ତୁ ଶହେ ବର୍ଷ ପୂର୍ବେ ଅର୍ଥାତ୍‌ ଯେବେ ସ୍ପେନିସ ଫ୍ଲୁ ଆସିଥିଲା ସେତେବେଳେ ଆମ ନିକଟରେ ପ୍ରାୟ କୌଣସି ଜ୍ଞାନ କୌଶଳ ନ ଥିଲା କହିଲେ ଚଳେ।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri