Posted inଜାତୀୟ

ନାଁ ଶୁଣି ଜାହାଜରୁ ପଳାୟନ କରିଥିଲେ ଜଳଦସ୍ୟୁ, ଜାଣନ୍ତୁ କିଏ ଏହି ଭାରତୀୟ ନୌସେନାର ମାର୍କୋସ କମାଣ୍ଡୋ

ନୂଆଦିଲ୍ଲୀ,୬।୧: ଭାରତୀୟ ନୌସେନାର ମାର୍କୋସ କମାଣ୍ଡର ଏବେ ପୁଣି ଚର୍ଚ୍ଚାରେ। ଦିନକ ପୂର୍ବରୁ ସୋମାଲିଆ ତଟରେ ଏମଭି ଲିଲା ନରଫୋକ ଜାହାଜକୁ ଜଳଦସ୍ୟୁଙ୍କ ଠାରୁ ବଞ୍ଚାଇ ୨୧ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏଥିରେ ୧୫ଭାରତୀୟ ମଧ୍ୟ ସାମିଲ୍‌ ଅଛନ୍ତି। ଏହି ସବୁ କମାଣ୍ଡୋ ଭାରତୀୟ ନାଭିର ଜାହାଜ ଆଇଏନଏସ ଚେନ୍ନାଇରେ ବସି ହାଇଜ୍ୟାକ ହୋଇଥିବା ଜାହାଜ ପାଖରେ ପହଞ୍ଚିଥିଲେ। ତେବେ ଜଳଦସ୍ୟୁଙ୍କୁ ଯେତେବେଳେ ଖବର ମିଳିଥିଲା କି ମାର୍କୋସ କମାଣ୍ଡୋ ଜାହାଜ ପାଖରେ ପହଞ୍ଚିଗଲେଣି, ସେମାନେ ଜାହାଜ ଛାଡି ପଳାୟନ କରିଥିଲେ। କାରଣ ସେମାନେ ଜାଣିଥିଲେ ଭାରତୀୟ ନୌସେନାର ଏହି ଇଲାଇଟି ମ୍ୟାରିନ କମାଣ୍ଡୋ କେତେ ଶକ୍ତିଶାଳୀ ଅଟନ୍ତି।

ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମଧବାଲ କହିଛନ୍ତି, ହାଇଜ୍ୟାକ ଜାହାଜ ପାଖରେ ପହଞ୍ଚିବା ପରେ ମାର୍କୋସ କମାଣ୍ଡୋମାନେ ଜାହାଜର ଯାଞ୍ଚ କରିଥିଲେ ଆଉ ଅପହୃତକାରୀ ନ ଥିବା ସ୍ପଷ୍ଟ କରିଥିଲେ। ଭାରତୀୟ ନୌସେନାର ଚେତାବନୀ ଓ ମାର୍କୋସ କମାଣ୍ଡୋଙ୍କ ପହଞ୍ଚିବା ଖବର ଶୁଣି ଜଳଦସ୍ୟୁମାନେ ଭୟରେ ସ୍ଥାନ ଖାଲି କରି ଦେଇଥିଲେ। ତେବେ ଏହି ମାର୍କୋସ କମାଣ୍ଡୋମାନଙ୍କୁ ବିଶେଷ ରୂପେ ସମୁଦ୍ର ଇଲାକାର ଯୋଦ୍ଧା କୁହାଯାଇଥାଏ। ଆସନ୍ତୁ ଜାଣିବା କିଏ ଏହି ମାର୍କୋସ କମାଣ୍ଡୋ…

ଭାରତୀୟ ନୌସେନା ପାଖରେ ଏକ ବିଶେଷ କମାଣ୍ଡିଂ ଦଳ ରହିଛି। ତାହା ‘ମ୍ୟାରିନ କମାଣ୍ଡୋ’ ବା ‘ମାର୍କୋସ’ ଭାବେ ପରିଚିତ। ଏହି ମ୍ୟାରିନ କମାଣ୍ଡୋ ଏକ ଘାତକ ଦଳ ଅଟେ। ଯେଉଁଥିରେ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ସୈନିକ ସାମିଲ ଅଛନ୍ତି। ସେମାନେ ବିପଦଜ୍ଜନକ ସ୍ଥାନକୁ ଯାଇ ଲୁଚିକରି ଶତ୍ରୁଙ୍କୁ ଜୋରଦାର ପ୍ରତିକ୍ରିୟା ଦେବାରେ ଧୁରନ୍ଧର ଅଟନ୍ତି। ଏଥିପାଇଁ ସେମାନଙ୍କୁ କଠୋର ପ୍ରଶିକ୍ଷଣ ଦିଆଯାଇଥାଏ। ଏହାକୁ ମ୍ୟାରିନ କମାଣ୍ଡୋ ଫୋର୍ସ(ଏମସିଏଫ) କୁହାଯାଇଥାଏ। ୧୯୮୭ମସିହାରେ ଏହାର ଗଠନ ହୋଇଥିଲା। ଏହି କମାଣ୍ଡୋମାନେ ସମୁଦ୍ର, ବାୟୁ କିମ୍ବା ସ୍ଥଳବିଶେଷରେ ପ୍ରତିରକ୍ଷା କରିବା ପାଇଁ କଠୋର ପ୍ରଶିକ୍ଷଣ ନେଇଛନ୍ତି। ଏହି ସ୍ପେଶିଆଲ ଫୋର୍ସ ଭାରତୀୟ ନୌସେନାକୁ ସାହାର୍ଯ୍ୟ କରିବା ସହ କୌଣସି ଜରୁରୀକାଳୀନ ସ୍ଥିତିକୁ ପ୍ରତିହିତ କରିିଥାନ୍ତି।

ଏହି ଫୋର୍ସ କଶ୍ମିର କ୍ଷେତ୍ରରେ କୌଣସି ଅପରେଶନ ପାଇଁ ଭାରତୀୟ ସେନାଙ୍କୁ ସାହାର୍ଯ୍ୟ କରିଥାନ୍ତି। ଏହି ଇଲାଆଇଟି କମାଣ୍ଡୋ ୨୬।୧୧ ଆକ୍ରମଣ ସମୟରେ ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ୱାରେଣ୍ଟ ବଳରେ ଜେଲ୍ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ଗ୍ରାମର ଅଶ୍ଵିନୀ ଗୌଡ଼ଙ୍କୁ ରବିବାର ପାଟପୁର ପୋଲିସ ଗିରଫ କରି କୋଦଳା କୋର୍ଟକୁ ଚାଲାଣ କରିଛନ୍ତି…

ସୁନାଥର ଗ୍ରାମରେ ଗ୍ଯାସ ଲଗାଇବା ବେଳେ ଫାଟିଗଲା ସିଲିଣ୍ଡର; ଉଡିଗଲା ଟିଣ, ୬….

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ରବିବାର ସଂଧ୍ଯ୍ଯାରେ ରୋଷେଇ ଲାଗି ଗ୍ଯାସ ଲଗାଇବା ବେଳେ ହଠାତ୍…

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri