ଶ୍ୱେତପ୍ରଦରର ଉପଚାର

ଶ୍ୱେତପ୍ରଦର ରୋଗ ନାରୀମାନଙ୍କୁ ହୋଇଥାଏ। ଅସାମଞ୍ଜସ୍ୟ ଆହାର, ବିହାର, ଦୂଷିତ ପରିବେଶ, ଅତ୍ୟଧିକ ପରିଶ୍ରମ, ମାସିକ ଋତୁସ୍ରାବ ସମୟରେ ପରିଷ୍କାର ନ ରହିବା ଦ୍ୱାରା ଏହି ରୋଗ ହୋଇଥାଏ।
ରୋଗରେ ଆକ୍ରାନ୍ତ ରୋଗୀର ଯୌନାଙ୍ଗ ସର୍ବଦା ଅସ୍ବଚ୍ଛ ଓ ଦୁର୍ଗନ୍ଧଯୁକ୍ତ ହୋଇଥାଏ ଏବଂ ଲଜ୍ଜା ଓ ସଙ୍କୋଚ କରି ଉକ୍ତ ରୋଗକୁ ଲୁଚାଇଥାନ୍ତି; ଯଦ୍ଦ୍ବାରା ରୋଗୀର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଏବେ ଶତକଡା ୬୫ ପ୍ରତିଶତ ମହିଳା ଏହି ରୋଗରେ ଆକ୍ରାନ୍ତ। ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କଲେ ଏହି ରୋଗକୁ ପ୍ରତିରୋଧ କରାଯାଇପାରିବ।
ରୋଗର କାରଣ: ଶରୀର ବିକାରଗ୍ରସ୍ତ କାରଣରୁ ଜରାୟୁରୁ ଅସ୍ବାଭାବିକ ବା ସର୍ବଦା ଧଳାସ୍ରାବ ଯୌନାଙ୍ଗରୁ ନିର୍ଗତ ହେବାକୁ ଶ୍ୱେତପ୍ରଦର କୁହାଯାଏ। ଏହି ରୋଗର ପ୍ରମୁଖ କାରଣ ଅହିତକର ଆହାର, ଦୂଷିତ ପରିବେଶ ଅର୍ଥାତ ଅଧିକ ମାତ୍ରାରେ ତେଲ, ଲୁଣ, ବାସି ଖାଦ୍ୟ, ଖଟା, ରାଗ ଓ ତେଲମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌, ଲୁଣି ମାଛ, ଶୁଖୁଆ, କଙ୍କଡ଼ା ଆଦି ଅଧିକ ପରିମାଣର ଭୋଜନ ଦ୍ୱାରା ଏହି ରୋଗ ହୋଇଥାଏ। ଏହା ବ୍ୟତୀତ ଖାଦ୍ୟର ଅନୁପଯୁକ୍ତ ସମୟ ତଥା ଯୌନାଙ୍ଗରେ ଦୂଷିତ କପଡ଼ା ବ୍ୟବହାର କରିବା ଏବଂ ଯୌନାଙ୍ଗ ଅପରିଷ୍କାର ରହିବା ଦ୍ୱାରା ଧଳାସ୍ରାବ ହୋଇଥାଏ।
ସିଫିଲିସ୍‌, ଗନେରିଆଯୁକ୍ତ ବ୍ୟକ୍ତିଙ୍କ ସହ ଯୌନ ସମ୍ବନ୍ଧ ସ୍ଥାପନାର ପ୍ରଥମ ଲକ୍ଷଣ ମଧ୍ୟ ଶ୍ୱେତପ୍ରଦର ହୋଇଥାଏ। ଏହି କାରଣରୁ ଯୋନିକଣ୍ଡୁ ଉତ୍ପନ୍ନ ହୋଇଥାଏ, ଯାହାଦ୍ୱାରା ଅପରିଷ୍କାର ଦ୍ରବ୍ୟ ବା ଅଙ୍ଗୁଳି ଦ୍ୱାରା କୁଣ୍ଡାଇଲେ ମଧ୍ୟ ସଂକ୍ରମଣ ହୋଇ ଏହି ରୋଗ ବଢ଼ିଯାଏ। ଏହି ରୋଗ ପୁରୁଣା ହେଲେ ଶରୀର ଦୁର୍ବଳ ହୋଇଯାଏ। ରୋଗୀ ସର୍ବଦା ଶୋଇବାକୁ ଇଚ୍ଛା କରେ ଓ ଚିଡିଚିଡା ହୋଇଯାଏ। ହାତଗୋଡ଼, ଅଣ୍ଟା ଦରଜ ହୁଏ, ଜ୍ୱର ହେଲାପରି ଲାଗେ। ସର୍ବଦା ଥଣ୍ଡା ଧରେ। ହାତ, ପାଦ, ମୁଖ ମଧ୍ୟ ଜ୍ୱଳନ ହେଲାପରି ଲାଗେ। ମାସିକ ଋତୁସ୍ରାବ ମଧ୍ୟ ଠିକ୍‌ ହୋଇ ନ ଥାଏ। ପରିସ୍ରା ମଧ୍ୟ ଜ୍ୱଳନ କରେ ଏବଂ ହଳଦିଆ ପରିସ୍ରା ହୋଇଥାଏ।
ରୋଗର ଲକ୍ଷଣ: ରୋଗ ଆରମ୍ଭରୁ ରୋଗୀକୁ ଅଜୀର୍ଣ୍ଣ, ଅରୁଚି, ଅଗ୍ନିମାନ୍ଦ୍ୟ, ଅମ୍ଳପିତ୍ତ, ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ତଥା ଧଳାସ୍ରାବ ସମୟରେ କଷ୍ଟ ହୋଇଥାଏ। ଏହି ରୋଗ ପୁରୁଣା ହେଲେ ସ୍ରାବରୁ ଉତ୍କଟ ଦୁର୍ଗନ୍ଧ ହୋଇଥାଏ। ରୋଗ ବହୁଦିନର ହୋଇଗଲେ ଭୋକ କମିଯିବା, ଓଜନ କମିବା, ରକ୍ତ କମ୍‌ ହୋଇଯିବା, ଶରୀର ବ୍ୟଥା ହେବା ଏବଂ ଦେହରେ ଜ୍ୱଳନ ହୋଇଥାଏ।
ଅନେକ ସମୟରେ ସନ୍ତାନହାନି, ଶରୀର ରୁକ୍ଷତା, ଜ୍ୱର, କୋଷ୍ଠକାଠିନ୍ୟ, ମୁଖମଣ୍ଡଳ ମଳିନ ଦେଖାଯିବା, ଆଖି ଭିତରକୁ ପଶିଯିବା, ଅନ୍ୟମନସ୍କ ଆଦି ଲକ୍ଷଣ ପ୍ରକାଶ ପାଏ। ରୋଗ ପୁରୁଣା ହେଲେ ଜରାୟୁ କର୍କଟ ମଧ୍ୟ ହେବାର ସମ୍ଭାବନା ଅଧିକ ମାତ୍ରରେ ରହିଥାଏ। ଚିକିତ୍ସଙ୍କ ବିନା ପରାମର୍ଶରେ ବାରମ୍ବାର ଗର୍ଭ ନଷ୍ଟ ପାଇଁ ଔଷଧ ସେବନ କରିବା ଦ୍ୱାରା ମଧ୍ୟ ସ୍ରାବ ହୋଇଥାଏ।
ପ୍ରତିକାର: ଶ୍ୱେତପ୍ରଦର ରୋଗୀ ଶୁଦ୍ଧ ଆହାର ସୁସ୍ଥ ପରିବେଶରେ ରହିବା ଆବଶ୍ୟକ ଏବଂ ସର୍ବଦା ସାତ୍ତ୍ୱିକ ଭୋଜନ କରିବା ଉଚିତ।
ଅନୁଭୂତ ଚିକିତ୍ସା
୧- ଅଁଳାଚୂର୍ଣ୍ଣ- ୮ ଭାଗ, ଚିନି- ୧ ଭାଗ ମିଶାଇ ରଖିବେ। ସକାଳ ଓ ସାରେ ୨ ରୁ ୩ ଗ୍ରାମ୍‌ ମାତ୍ରାରେ ମହୁ ମିଶାଇ ସେବନ କରିବେ।
୨- ଦାରୁହଳଦୀର କ୍ୱାଥ (ହଳଦୀ ସିଝାଇ ଛଣା ହୋଇଥିବା ପାଣି) ସହିତ ମହୁ ମିଶାଇ ସେବନ କଲେ ଉପଶମ ମିଳେ।
୩- ଅଶୋକ ଛାଲିର କ୍ୱାଥ ଓ ମହୁ କିଛି ଦିନ ସେବନ କଲେ ରୋଗ ଭଲ ହୁଏ।
୪- ପାଚିଲାକଦଳୀକୁ କଞ୍ଚା ଗୋଦୁଗ୍ଧରେ ଚକଟି ଖାଇଲେ ରୋଗରୁ ଉପଶମ ମିଳିଥାଏ।
୫- ହରିହରିକା ପତ୍ରର ରସ ଓ ମହୁ କିଛିଦିନ ସେବନ କରିବା ପରେ ରୋଗ ଉପଶମ ହୋଇଥାଏ।
୬- ରୋଗୀ ଅମ୍ଳ, ତିକ୍ତ, କଟୁ, ବାସି, ଅଧିକ ରାଗ, ତେଲମସଲାଯୁକ୍ତ ଖାଦ୍ୟ ଓ ଗରିଷ୍ଠ ଖାଦ୍ୟ ତଥା ଫାଷ୍ଟ ଫୁଡ ସେବନ କରନ୍ତୁ ନାହିଁ।
ଶ୍ୱେତପ୍ରଦର ରୋଗରୁ ଉପଶମ ନିମନ୍ତେ ଆୟୁର୍ବେଦରେ ପୁଷ୍ପ୍ୟାନୁଗ ଚୂର୍ଣ୍ଣ, ପ୍ରଦରାନ୍ତକ ଲୌହ, ଲାଧ୍ରାଦି ଚୂର୍ଣ୍ଣ, ଅଶୋକାରିଷ୍ଟ, ମେଥିମୋଦକ, ପତଙ୍ଗାସବ ଭଳି ଔଷଧସବୁ ସେବନ କରିବା ଦ୍ୱାରା ମଧ୍ୟ ଶ୍ୱେତପ୍ରଦର ରୋଗରୁ ଆରୋଗ୍ୟଲାଭ କରିଥାନ୍ତି। ତେବେ ଔଷଧ ସେବନ ପୂର୍ବରୁ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ।
-ଡା. ରଙ୍ଗନାଥ ଦାଶ
ପୁରୀଘାଟ ଥାନା ପାଖ, କଟକ
ମୋ: ୯୪୩୭୦୧୯୯୬୦

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri