ଶ୍ୱେତପ୍ରଦରର ଉପଚାର

ଶ୍ୱେତପ୍ରଦର ରୋଗ ନାରୀମାନଙ୍କୁ ହୋଇଥାଏ। ଅସାମଞ୍ଜସ୍ୟ ଆହାର, ବିହାର, ଦୂଷିତ ପରିବେଶ, ଅତ୍ୟଧିକ ପରିଶ୍ରମ, ମାସିକ ଋତୁସ୍ରାବ ସମୟରେ ପରିଷ୍କାର ନ ରହିବା ଦ୍ୱାରା ଏହି ରୋଗ ହୋଇଥାଏ।
ରୋଗରେ ଆକ୍ରାନ୍ତ ରୋଗୀର ଯୌନାଙ୍ଗ ସର୍ବଦା ଅସ୍ବଚ୍ଛ ଓ ଦୁର୍ଗନ୍ଧଯୁକ୍ତ ହୋଇଥାଏ ଏବଂ ଲଜ୍ଜା ଓ ସଙ୍କୋଚ କରି ଉକ୍ତ ରୋଗକୁ ଲୁଚାଇଥାନ୍ତି; ଯଦ୍ଦ୍ବାରା ରୋଗୀର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଏବେ ଶତକଡା ୬୫ ପ୍ରତିଶତ ମହିଳା ଏହି ରୋଗରେ ଆକ୍ରାନ୍ତ। ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା କଲେ ଏହି ରୋଗକୁ ପ୍ରତିରୋଧ କରାଯାଇପାରିବ।
ରୋଗର କାରଣ: ଶରୀର ବିକାରଗ୍ରସ୍ତ କାରଣରୁ ଜରାୟୁରୁ ଅସ୍ବାଭାବିକ ବା ସର୍ବଦା ଧଳାସ୍ରାବ ଯୌନାଙ୍ଗରୁ ନିର୍ଗତ ହେବାକୁ ଶ୍ୱେତପ୍ରଦର କୁହାଯାଏ। ଏହି ରୋଗର ପ୍ରମୁଖ କାରଣ ଅହିତକର ଆହାର, ଦୂଷିତ ପରିବେଶ ଅର୍ଥାତ ଅଧିକ ମାତ୍ରାରେ ତେଲ, ଲୁଣ, ବାସି ଖାଦ୍ୟ, ଖଟା, ରାଗ ଓ ତେଲମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌, ଲୁଣି ମାଛ, ଶୁଖୁଆ, କଙ୍କଡ଼ା ଆଦି ଅଧିକ ପରିମାଣର ଭୋଜନ ଦ୍ୱାରା ଏହି ରୋଗ ହୋଇଥାଏ। ଏହା ବ୍ୟତୀତ ଖାଦ୍ୟର ଅନୁପଯୁକ୍ତ ସମୟ ତଥା ଯୌନାଙ୍ଗରେ ଦୂଷିତ କପଡ଼ା ବ୍ୟବହାର କରିବା ଏବଂ ଯୌନାଙ୍ଗ ଅପରିଷ୍କାର ରହିବା ଦ୍ୱାରା ଧଳାସ୍ରାବ ହୋଇଥାଏ।
ସିଫିଲିସ୍‌, ଗନେରିଆଯୁକ୍ତ ବ୍ୟକ୍ତିଙ୍କ ସହ ଯୌନ ସମ୍ବନ୍ଧ ସ୍ଥାପନାର ପ୍ରଥମ ଲକ୍ଷଣ ମଧ୍ୟ ଶ୍ୱେତପ୍ରଦର ହୋଇଥାଏ। ଏହି କାରଣରୁ ଯୋନିକଣ୍ଡୁ ଉତ୍ପନ୍ନ ହୋଇଥାଏ, ଯାହାଦ୍ୱାରା ଅପରିଷ୍କାର ଦ୍ରବ୍ୟ ବା ଅଙ୍ଗୁଳି ଦ୍ୱାରା କୁଣ୍ଡାଇଲେ ମଧ୍ୟ ସଂକ୍ରମଣ ହୋଇ ଏହି ରୋଗ ବଢ଼ିଯାଏ। ଏହି ରୋଗ ପୁରୁଣା ହେଲେ ଶରୀର ଦୁର୍ବଳ ହୋଇଯାଏ। ରୋଗୀ ସର୍ବଦା ଶୋଇବାକୁ ଇଚ୍ଛା କରେ ଓ ଚିଡିଚିଡା ହୋଇଯାଏ। ହାତଗୋଡ଼, ଅଣ୍ଟା ଦରଜ ହୁଏ, ଜ୍ୱର ହେଲାପରି ଲାଗେ। ସର୍ବଦା ଥଣ୍ଡା ଧରେ। ହାତ, ପାଦ, ମୁଖ ମଧ୍ୟ ଜ୍ୱଳନ ହେଲାପରି ଲାଗେ। ମାସିକ ଋତୁସ୍ରାବ ମଧ୍ୟ ଠିକ୍‌ ହୋଇ ନ ଥାଏ। ପରିସ୍ରା ମଧ୍ୟ ଜ୍ୱଳନ କରେ ଏବଂ ହଳଦିଆ ପରିସ୍ରା ହୋଇଥାଏ।
ରୋଗର ଲକ୍ଷଣ: ରୋଗ ଆରମ୍ଭରୁ ରୋଗୀକୁ ଅଜୀର୍ଣ୍ଣ, ଅରୁଚି, ଅଗ୍ନିମାନ୍ଦ୍ୟ, ଅମ୍ଳପିତ୍ତ, ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ତଥା ଧଳାସ୍ରାବ ସମୟରେ କଷ୍ଟ ହୋଇଥାଏ। ଏହି ରୋଗ ପୁରୁଣା ହେଲେ ସ୍ରାବରୁ ଉତ୍କଟ ଦୁର୍ଗନ୍ଧ ହୋଇଥାଏ। ରୋଗ ବହୁଦିନର ହୋଇଗଲେ ଭୋକ କମିଯିବା, ଓଜନ କମିବା, ରକ୍ତ କମ୍‌ ହୋଇଯିବା, ଶରୀର ବ୍ୟଥା ହେବା ଏବଂ ଦେହରେ ଜ୍ୱଳନ ହୋଇଥାଏ।
ଅନେକ ସମୟରେ ସନ୍ତାନହାନି, ଶରୀର ରୁକ୍ଷତା, ଜ୍ୱର, କୋଷ୍ଠକାଠିନ୍ୟ, ମୁଖମଣ୍ଡଳ ମଳିନ ଦେଖାଯିବା, ଆଖି ଭିତରକୁ ପଶିଯିବା, ଅନ୍ୟମନସ୍କ ଆଦି ଲକ୍ଷଣ ପ୍ରକାଶ ପାଏ। ରୋଗ ପୁରୁଣା ହେଲେ ଜରାୟୁ କର୍କଟ ମଧ୍ୟ ହେବାର ସମ୍ଭାବନା ଅଧିକ ମାତ୍ରରେ ରହିଥାଏ। ଚିକିତ୍ସଙ୍କ ବିନା ପରାମର୍ଶରେ ବାରମ୍ବାର ଗର୍ଭ ନଷ୍ଟ ପାଇଁ ଔଷଧ ସେବନ କରିବା ଦ୍ୱାରା ମଧ୍ୟ ସ୍ରାବ ହୋଇଥାଏ।
ପ୍ରତିକାର: ଶ୍ୱେତପ୍ରଦର ରୋଗୀ ଶୁଦ୍ଧ ଆହାର ସୁସ୍ଥ ପରିବେଶରେ ରହିବା ଆବଶ୍ୟକ ଏବଂ ସର୍ବଦା ସାତ୍ତ୍ୱିକ ଭୋଜନ କରିବା ଉଚିତ।
ଅନୁଭୂତ ଚିକିତ୍ସା
୧- ଅଁଳାଚୂର୍ଣ୍ଣ- ୮ ଭାଗ, ଚିନି- ୧ ଭାଗ ମିଶାଇ ରଖିବେ। ସକାଳ ଓ ସାରେ ୨ ରୁ ୩ ଗ୍ରାମ୍‌ ମାତ୍ରାରେ ମହୁ ମିଶାଇ ସେବନ କରିବେ।
୨- ଦାରୁହଳଦୀର କ୍ୱାଥ (ହଳଦୀ ସିଝାଇ ଛଣା ହୋଇଥିବା ପାଣି) ସହିତ ମହୁ ମିଶାଇ ସେବନ କଲେ ଉପଶମ ମିଳେ।
୩- ଅଶୋକ ଛାଲିର କ୍ୱାଥ ଓ ମହୁ କିଛି ଦିନ ସେବନ କଲେ ରୋଗ ଭଲ ହୁଏ।
୪- ପାଚିଲାକଦଳୀକୁ କଞ୍ଚା ଗୋଦୁଗ୍ଧରେ ଚକଟି ଖାଇଲେ ରୋଗରୁ ଉପଶମ ମିଳିଥାଏ।
୫- ହରିହରିକା ପତ୍ରର ରସ ଓ ମହୁ କିଛିଦିନ ସେବନ କରିବା ପରେ ରୋଗ ଉପଶମ ହୋଇଥାଏ।
୬- ରୋଗୀ ଅମ୍ଳ, ତିକ୍ତ, କଟୁ, ବାସି, ଅଧିକ ରାଗ, ତେଲମସଲାଯୁକ୍ତ ଖାଦ୍ୟ ଓ ଗରିଷ୍ଠ ଖାଦ୍ୟ ତଥା ଫାଷ୍ଟ ଫୁଡ ସେବନ କରନ୍ତୁ ନାହିଁ।
ଶ୍ୱେତପ୍ରଦର ରୋଗରୁ ଉପଶମ ନିମନ୍ତେ ଆୟୁର୍ବେଦରେ ପୁଷ୍ପ୍ୟାନୁଗ ଚୂର୍ଣ୍ଣ, ପ୍ରଦରାନ୍ତକ ଲୌହ, ଲାଧ୍ରାଦି ଚୂର୍ଣ୍ଣ, ଅଶୋକାରିଷ୍ଟ, ମେଥିମୋଦକ, ପତଙ୍ଗାସବ ଭଳି ଔଷଧସବୁ ସେବନ କରିବା ଦ୍ୱାରା ମଧ୍ୟ ଶ୍ୱେତପ୍ରଦର ରୋଗରୁ ଆରୋଗ୍ୟଲାଭ କରିଥାନ୍ତି। ତେବେ ଔଷଧ ସେବନ ପୂର୍ବରୁ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ।
-ଡା. ରଙ୍ଗନାଥ ଦାଶ
ପୁରୀଘାଟ ଥାନା ପାଖ, କଟକ
ମୋ: ୯୪୩୭୦୧୯୯୬୦

 


Enter your email to get our daily news in your inbox.

All Right Reserved By Dharitri.Com

ଏ ସବୁ ସମସ୍ୟାରୁ ମୁକ୍ତିଦିଏ କର୍ପୂରତେଲ

ଘରେ ବିଭିନ୍ନ ପୂଜାପାର୍ବଣ ବା ଆଳତି ସମୟରେ କର୍ପୂରର ବ୍ୟବହାର କରାଯାଇଥାଏ। ଏହା ପରେ ମଧ୍ୟ କର୍ପୂରକୁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ। ଏଥିରୁ...

ରାତିରେ ଏଭଳି ଶୋଉଛନ୍ତି କି? ରୋଗଗ୍ରସ୍ତ ହେବେ; ଜାଣନ୍ତୁ..

ନିଦ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ରାତିରେ ଭଲ ନିଦ ହେଲେ, ତା’ ପରଦିନ ଶରୀର ଓ ମସ୍ତିଷ୍କ ଫୂର୍ତ୍ତି ରହିଥାଏ। ଆଉ ଯଦି...

ରକ୍ତହୀନତା ସମସ୍ୟାରୁ ରକ୍ଷା କରେ ହ୍ବାଇଟ୍‌ ଟି’

ଗ୍ରୀନ୍‌ ଟି’ ଉପକାରିତା ବିଷୟରେ ତ ଶୁଣିଥିବେ। କିନ୍ତୁ ହ୍ବାଇଟ୍‌ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ...

ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ? ଘରେ ପୂଜା କରୁଥିଲେ ଏସବୁ ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ..

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ପୂଜା ସମୟରେ ଠାକୁରଙ୍କ ପାଖେ କର୍ପୂର ଆଳତି କଲେ ବୃଦ୍ଧି ପାଇଥାଏ ସୁଖଶାନ୍ତି, ସମ୍ପର୍କକୁ ଦୃଢ କରେ…

ପୂଜା କରିବା ସମୟରେ ଠାକୁରଙ୍କ ପାଖେ କର୍ପୂର ଆଳତି କଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଏହି କର୍ପୂର ଆଳତି...

ମନକୁ ଶାନ୍ତ ରଖିବାକୁ ହେଲେ…

କୌଣସି ପ୍ରକାର ଷ୍ଟ୍ରେସ୍‌ ହେଲେ ମନକୁ ଶାନ୍ତ ରଖିବା ପାଇଁ ଆମେ ବିଭିନ୍ନ ପ୍ରଣାଳୀ ଆପଣେଇଥାଉ । ଏଥିଯୋଗୁ କିଛି ବ୍ୟକ୍ତି ଧ୍ୟାନ ଯୋଗ କରୁଥିବା...

ସ୍ତନ୍ୟଦାତ୍ରୀ ମା’ ଲାଗି …

ମା’ ସ୍ତନରୁ ଝରୁଥିବା କଷକ୍ଷୀରକୁ ଅପରିଷ୍କାର ଭାବି ନ ଫିଙ୍ଗି ଶିଶୁକୁ ଖୁଆନ୍ତୁ। ଏଥିରେ ଶିଶୁ ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଏବଂ ରୋଗ ପ୍ରତିରୋଧକ...

ଶୃଙ୍ଗାର ବଦଳିଛି ପରିଭାଷା

ଶୃଙ୍ଗାର ପ୍ରିୟ ନାରୀ। ଏମିତି କୌଣସି ନାରୀ ହିଁ ନ ଥିବେ ଯାହାଙ୍କୁ ଶୃଙ୍ଗାର କରିବା ବା ସଜେଇ ହେବାକୁ ଭଲ ନ ଲାଗେ। ହେଲେ...

Advertisement
Archives

Model This Week