ମା’ ହେଲା ମୌସୁମୀ

ବାରଙ୍ଗ,୩୧।୭(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ ବର୍ଷୀୟା ଧଳା ବାଘୁଣୀ ମୌସୁମୀ ପ୍ରଥମ ଥର ପାଇଁ ମା’ ହୋଇଛି। ମୌସୁମୀ ପର୍ଯ୍ୟାୟକ୍ରମେ ୩ଟି ଛୁଆକୁ ଜନ୍ମ ଦେଇଛି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ସୋମବାର ରାତି ୮ଟା ୫୧ ମିନିଟ୍‌ରେ ଗୋଟିଏ, ମଙ୍ଗଳବାର ସକାଳେ ଗୋଟିଏ ଓ ରାତିରେ ଆଉ ଏକ ଛୁଆକୁ ସେ ଜନ୍ମ ଦେଇଛି। ଜନ୍ମିତ ୩ ଛୁଆଙ୍କ ମଧ୍ୟରୁ ଗୋଟିଏ ଛୁଆ ଜୀବିତ ରହିଛି। ସେହି ସାଧାରଣ ରଙ୍ଗର ଛୁଆକୁ ମା’ଠାରୁ ଅଲଗା କରି କର୍ତ୍ତୃପକ୍ଷ ଲାଳନପାଳନ କେନ୍ଦ୍ରକୁ ଆଣିଥିବା ଜଣାପଡ଼ିଛି। ମହାବଳ ବାଘ ରାଜେଶ ସହ ମିଳନରେ ମୌସୁମୀ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛି। ଗତ ଜୁନ ୨୭ରୁ ୨୯ ମଧ୍ୟରେ ରାଜେଶ ସହ ମୌସୁମୀର ମିଳନ ହୋଇଥିବାବେଳେ ଜୁଲାଇ ୧ରେ ଅଲଟ୍ରା ସୋନୋଗ୍ରାଫି ମାଧ୍ୟମରେ ଏଠାକାର ଡାକ୍ତର ମୌସୁମି ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଥିବା ଧଳା ବାଘୁଣୀ ଗର୍ଭଧାରଣ କରିଥିବା ଜଣାପଡ଼ିବା ପରେ ସିସି କ୍ୟାମେରା ଲଗାଯାଇ ତାର ଗତିବିଧି ଉପରେ କର୍ତ୍ତୃପକ୍ଷ ତୀକ୍ଷ୍ମ ଦୃଷ୍ଟି ରଖିବା ସହ ଏଠାକାର ଡାକ୍ତରଙ୍କ ନଜରବନ୍ଦୀରେ ରଖାଯାଇଥିଲା। ମଙ୍ଗଳବାର ସକାଳେ ଦାୟିତ୍ୱରେ ଥିବା କର୍ମଚାରୀ ସିସି କ୍ୟାମେରା ଯାଞ୍ଚ କରିବାରୁ ମୌସୁମୀ ଛୁଆ ଦେଇଥିବା ଜଣାପଡ଼ିଥିଲା। ତେବେ ଡାକ୍ତରଙ୍କ ଆକଳନ ଅନୁସାରେ ମୌସୁମୀ ୫ ଦିନ ଆଗରୁ ଛୁଆକୁ ଜନ୍ମ ଦେଇଛି। ନବଜାତକର ଲିଙ୍ଗ ନିରୂପଣ ହୋଇ ନ ଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍ତି। ମନିଷ ଓ ସ୍ନେହା ଗର୍ଭରୁ ୨୦୧୬ ମସିହାରେ ମୌସୁମୀ ଜନ୍ମଗ୍ରହଣ କରିଥିଲା। ମୌସୁମୀର ଶାବକ ଜନ୍ମ ପରେ ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ୫ଟି ଧଳା ବାଘ (୩ ଅଣ୍ଡିରା, ୨ମାଈ), ୪ଟି କଳା ଲୋମଯୁକ୍ତ ବାଘ (୩ ଅଣ୍ଡିରା, ୧ମାଈ), ୧୬ଟି ସାଧାରଣ ନାଲି ବାଘ(୮ ଅଣ୍ଡିରା, ୮ ମାଈ) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri