ଧଳା କେଶ ପୁଣି ହେବ କଳା…

କଲମ୍ବିଆ,୨୪।୬: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅବସାଦ ବୃଦ୍ଧି ଯୋଗୁ କେତେକଙ୍କର ଧଳାର କେଶ ଧଳା ହୋଇଯାଇଥାଏ। ତେବେ ଏହା ପୁଣି ଥରେ କଳା ହୋଇ ପାରିବ। ଅବସାଦ ଦୂର ହେବାପରେ ଏଭଳି ସମ୍ଭବ ହେବ ବୋଲି କଲମ୍ବିଆ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅବସାଦ ଯୋଗୁ ଧଳା ହୋଇଥିବା କେଶ ଉପରେ କ୍ୱାଣ୍ଟିଟେଟିଭ୍‌ ଅଧ୍ୟୟନ କରାଯାଇ ଗବେଷକ ଏହା ଜାଣି ପାରିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ପୂର୍ବରୁ ହୋଇଥିବା ଗବେଷଣା ରିପୋର୍ଟରେ କୁହାଯାଇଥିଲା ଯେ, ଅବସାଦ ଯୋଗୁ କେଶ ସ୍ଥାୟୀ ଭାବେ ଧଳା ହୋଇଥାଏ। ମାତ୍ର ସମ୍ପ୍ରତି ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଧଳା କେଶ ପୁଣି ନିଜର ଯୁବା ଅବସ୍ଥାକୁ ଫେରି କଳା ହୋଇପାରିବ। ଏହି ରିପୋର୍ଟ ଲାଇଫ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ବୟସ ବୃଦ୍ଧି ସହିତ ଶରୀରର ବିଭିନ୍ନ ଅଙ୍ଗ ନିଜର ସ୍ବାଭାବିକ କାର୍ଯ୍ୟକାରିତା ହରାଉଥାନ୍ତି। କିନ୍ତୁ ଏହି ଗବେଷଣାରୁ ଜଣାପଡ଼ିଛି, ସମ୍ପୃକ୍ତ ଅଙ୍ଗକୁ ପୁଣି ନିଜର ଯୁବାବସ୍ଥା ପ୍ରଦାନ କରାଯାଇ ପାରିବ। ଏଭଳି ହେଲେ ବୃଦ୍ଧାବସ୍ଥାରେ ମଣିଷକୁ ପୁଣି ଯୁବାବସ୍ଥା ପ୍ରଦାନ କରିବା ସମ୍ଭବ ହୋଇପାରିବ। ବୃଦ୍ଧାବସ୍ଥାକୁ ଏକ ସାଧାରଣ ଜୈବିକ ସ୍ଥିତ ଭାବେ ଗ୍ରହଣ କରାଯାଇଥାଏ। ଏହା ମଣିଷ ଜୀବନରେ ନିଶ୍ଚିିତ ଭାବେ ଘଟିଥାଏ। ତେବେ ବାର୍ଦ୍ଧକ୍ୟକୁ ଏଡ଼ାଇ ଦେଇ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁମ୍ବର କୁଲର

  ଆବଶ୍ୟକ ସାମଗ୍ରୀ: କାକୁଡ଼ି- ୩୦୦ ଗ୍ରାମ୍‌, ଲେମ୍ବୁ ରସ- ୧୫ ମିଲିଗ୍ରାମ୍‌, ବରଫ ଖଣ୍ଡ- ୧୫୦ ଗ୍ରାମ୍‌, ସୋଡ଼ା- ଅଳ୍ପ, ପୁଦିନା- ଅଳ୍ପ ପ୍ରସ୍ତୁତି...

ଘରେ ଏସବୁ ଥିଲେ ବଢ଼େ କଳହ, ଧନହାନିର ସମ୍ଭାବନା: ଅଶୁଭ ଯୋଗୁ ତୁରନ୍ତ କରନ୍ତୁ ଏପରି…

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ବାସ୍ତୁ ଖରାପ ଥିଲେ ପରିବାର ଲୋକଙ୍କ ଉନ୍ନତି ହୋଇ ନ ଥାଏ। ଘରେ ଅଭାବ ଅନଟନ ଲାଗି ରହିଥାଏ। ଫଳରେ ଘରେ...

ମା’ବାପା ପିଲାମାନଙ୍କୁ ଶିଖାନ୍ତୁ ଏହି ସବୁ ବ୍ୟବହାର: ଯାହା ଭବିଷ୍ୟତରେ ହେବ ବରଦାନ ସଦୃଶ

ମା’ବାପା ପିଲାମାନଙ୍କର ସବୁଠୁ ପ୍ରିୟ ହୋଇଥା’ନ୍ତି। ତେବେ ମା’ବାପା ହେବା କୌଣସି ସହଜ କଥା ନୁହେଁ। ପିଲାଙ୍କୁ ଛୋଟରୁ ବଡ଼ କରି ସେମାନଙ୍କୁ ଭଲ ନୀତି,...

ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଖାସ୍‌ କରି ଟ୍ରାଇ କଲର୍‌ ଲୁକ୍‌ରେ ଫ୍ୟାଶନେବଲ୍‌ ଲାଗିବାକୁ କିଏ...

କାମ ଆରମ୍ଭ କରିବା ପୂର୍ବରୁ ନିଜକୁ ପଚାରନ୍ତୁ ଏ ୩ ପ୍ରଶ୍ନ: ଚାଣକ୍ୟ କହିଛନ୍ତି ମିଳିବ ସଫଳତା

ଜୀବନରେ ସଫଳତା, ମୂଲ୍ୟବୋଧ, ସଂସ୍କୃତି, ବ୍ୟବସାୟ, ଚାକିରି ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଉଲ୍ଲେଖ କରିଛନ୍ତି। ଚାକିରି,...

ସନ୍‌ଟ୍ୟାନ୍‌ କମାଇବ କାକୁଡ଼ି

ଖରାଦିନ ଆସିଲେ ସନ୍‌ଟ୍ୟାନ୍‌ ବଢ଼ାଇଦିଏ ଅନେକଙ୍କ ଟେନ୍‌ସନ । ଏହାକୁ ଦୂରେଇବା ଲାଗି ଅନେକେ ବିୟୁଟିପାର୍ଲର ଯିବାଠୁ ଆରମ୍ଭକରି ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିବାକୁ ପଛାନ୍ତି...

ଫୁସ୍‌ଫୁସ୍‌ର ଆୟୁ କମାଏ ଆଜ୍‌ବେଷ୍ଟୋସିସ୍‌

ନୂଆଦିଲ୍ଲୀ: ଆଜବେଷ୍ଟସ ସଂସ୍ପର୍ଶରେ ଦୀର୍ଘ ସମୟ ରହିଲେ ମଣିଷର ଫୁସଫୁସରେ ସଂକ୍ରମଣ ହେବା ସହ କ୍ଷତ ହୋଇ ଏଥିରୁ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ...

ମକର ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ଏହି ବ୍ୟଞ୍ଜନ

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ଭାବେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହି ପର୍ବର ଏକ ସ୍ବତନ୍ତ୍ର ମହତ୍ୱ ରହିଛି।...

Advertisement
Archives

Model This Week