ଶ୍ୱେତ କବକ

କିଛି ରିପୋର୍ଟ ଅନୁଯାୟୀ, ଧଳା ଫଙ୍ଗସ୍‌ ରୋଗ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍‌ରେ ଆକ୍ରାନ୍ତ ରୋଗୀମାନେ ଧଳା ଫଙ୍ଗସ୍‌ ବା ଶ୍ୱେତ କବକ (ହ୍ବାଇଟ୍‌ ଫଙ୍ଗସ୍‌)ରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥାଆନ୍ତି, କାରଣ ଏହା ରୋଗ ପ୍ରତିରୋଧକ କ୍ଷମତାକୁ ଦମନ କରିଥାଏ ତଥା ଫୁସ୍‌ଫୁସ୍‌କୁ ପ୍ରଭାବିତ କରି ସମାନ ଲକ୍ଷଣ ସୃଷ୍ଟି କରିଥାଏ। ଏପରି ସମସ୍ୟା ପାଇଁ କ୍ୟାଣ୍ଡିଡା ଏବଂ ଆସ୍ପର୍ଗିଲସ୍‌ ନାମକ ଦୁଇଟି କବକ ମୁଖ୍ୟତଃ ଦାୟୀ। କଳା ଫଙ୍ଗସ୍‌ ଅପେକ୍ଷା ଏଗୁଡ଼ିକ ଅଧିକ ମାତ୍ରାରେ ଦେଖାଦିଏ ଏବଂ ଅଧିକ ଗୁରୁତର ରୋଗର କାରଣ ହୋଇପାରେ। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଏହି ସଂକ୍ରମଣ ଆଶଙ୍କା ଅଧିକ ମାତ୍ରାରେ ଥାଏ।
କ୍ୟାଣ୍ଡିଡିଆସିସ୍‌ : ସୁସ୍ଥ ମନୁଷ୍ୟ ଶରୀରରେ କ୍ୟାଣ୍ଡିଡା ଚର୍ମ ତଥା ମୁଖ୍ୟ ଏବଂ ଅନ୍ତନଳୀରେ ଅବସ୍ଥିତ ଥାଏ। ଏହାର ସଂକ୍ରମଣ ଶିଶୁ, ବୃଦ୍ଧ ଏବଂ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। କୃତ୍ରିମ ଦାନ୍ତ ସମୂହ, ଗର୍ଭ ନିରୋଧକ ବଟିକା, ହରମୋନ ରିପ୍ଲେସମେଣ୍ଟ ଥେରାପି, ବନ୍ଧ୍ୟାକରଣ ଚିକିତ୍ସା ଦ୍ୱାରା ଏହି ସଂକ୍ରମଣର ଆଶଙ୍କା ବଢ଼ିଥାଏ। ଏହି ଫଙ୍ଗସ୍‌ ଚର୍ମ, ନଖ, ପାଟି, ଗଳା, ଅନ୍ତନଳୀର ଉପରିଭାଗ, ଯୌନାଙ୍ଗକୁ ସାଧାରଣତଃ ପ୍ରଭାବିତ କରିଥାଏ। କିଛି କ୍ଷେତ୍ରରେ ପାକସ୍ଥଳୀ, ଅନ୍ତନଳୀ, ମୂତ୍ରନଳୀ ଏବଂ ଶ୍ୱାସକ୍ରିୟାକୁ ସଂକ୍ରମିତ କରିପାରେ। ଦୀର୍ଘ ସମୟ ଧରି ପହଁରିବା ପୋଷାକ, ଡାଏପର ପରିଧାନ ଦ୍ୱାରା ଚର୍ମ ଆର୍ଦ୍ର ହୋଇ କ୍ୟାଣ୍ଡିନାରେ ସଂକ୍ରମିତ ହୋଇଥାଏ। ଡିଟରଜେଣ୍ଟ ଅଥବା ଡୋଉଚ୍‌ (ଶରୀର ସଫା ରଖିବା ପାଇଁ ବ୍ୟବହୃତ ହେଉଥିବା ତରଳ ପଦାର୍ଥ) ସହ ସଂସ୍ପର୍ଶରେ ଆସିବା ପରେ ତଥା ଗର୍ଭାବସ୍ଥାରେ ଘଟୁଥିବା ହରମୋନ ସ୍ତରରେ ପରିବର୍ତ୍ତନ ଯୋଗୁ ନାରୀମାନଙ୍କ ଯୌନାଙ୍ଗରେ ଏହି ଇନ୍‌ଫେକ୍ସନ ଦେଖାଦିଏ। ସ୍ତନ୍ୟପାନ କରାଉଥିବା ନାରୀମାନଙ୍କର ସ୍ତନାଗ୍ରରେ କ୍ୟାଣ୍ଡିଡା ହୋଇପାରେ। କ୍ୟାଣ୍ଡିଡିଆସିସ୍‌ରେ ଆକ୍ରାନ୍ତ ଯୋନିବାଟେ ଜନ୍ମ ନେଇଥିବା ନବଜାତ ଶିଶୁମାନଙ୍କଠାରେ ମଧ୍ୟ ଏହି ଇନ୍‌ଫେକ୍ସନ ଦେଖାଦିଏ। ଏହାର ସାଧାରଣ ଲକ୍ଷଣ ହେଲା ଜିଭ, ପାଟି ଏବଂ ଗଳାରେ ଉତ୍ତେଜନା, ଧଳା ପ୍ୟାଚ୍‌ ଆଦି। ଏକ୍ସୋଫଙ୍ଗସ୍‌ ସଂକ୍ରମିତ ହେଲେ ଗିଳିବାରେ ଅସୁବିଧା, ଯନ୍ତ୍ରଣା ସହ ପେଟ ଦରଜ, ବାନ୍ତି ଆଦି ଦେଖାଦିଏ। ଚର୍ମ କୁଣ୍ଡେଇ ହେବା, ଉତ୍ତେଜନା, ଘା, ନଖ ନଷ୍ଟ ହେବା ଆଦି ସମ୍ଭବ। ପାକସ୍ଥଳୀ, ଅନ୍ତନଳୀ ସଂକ୍ରମିତ ହେଲେ ପେଟ କାଟିବା, ଫୁଲିବା, ବାନ୍ତି, ପତଳା ଝାଡ଼ା, ହାକୁଟି, ଗ୍ୟାସ୍‌, ମଳଦ୍ୱାର କୁଣ୍ଡେଇ ହେବା, ଗ୍ୟାଷ୍ଟ୍ରିକ ଅଲସର୍‌ ଦେଖାଦିଏ। ମୂତ୍ର ତଥା ଶ୍ୱାସକ୍ରିୟା ଜନିତ ଲକ୍ଷଣ ମଧ୍ୟ ଦେଖାଦେଇପାରେ। (କ୍ରମଶଃ..)

ଡା. ସୁନୀଲ କୁମାର କୋଟା
-ମଧୁମେହ, ହରମୋନ୍‌ ରୋଗ ବିଶେଷଜ୍ଞ
ଡାଏବେଟିସ୍‌ ଏଣ୍ଡ୍‌ ଏଣ୍ଡୋକେୟାର କ୍ଲିନିକ୍‌, ବ୍ରହ୍ମପୁର
ମୋ: ୭୭୪୯୮୦୪୪୦୧


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri