ଶ୍ୱେତ କବକ

ଆସ୍ପର୍ଗିଲୋସିସ୍‌
ଏହି ଫଙ୍ଗସ୍‌ ସର୍ବତ୍ର ଦେଖାଦିଏ। ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ଫୁସ୍‌ଫୁସ୍‌ ରୋଗ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଫଙ୍ଗାଲ୍‌ ସ୍ପୋର ନିଃଶ୍ୱାସବାଟେ ଶରୀରରେ ପ୍ରବେଶ କରେ। କମ୍ପୋଷ୍ଟ ଗଦା, ଗଚ୍ଛିତ ଶସ୍ୟ, ଅପରିଷ୍କାର ଜଳ, ପଚିଯାଉଥିବା ପତ୍ର, ଫୁଲ ଏବଂ ପନିପରିବାରେ ଏହି ଫଙ୍ଗସ୍‌ ରହିଥାଏ। ଅମ୍ଳଜାନ ସିଲିଣ୍ଡରରେ ବ୍ୟବହୃତ ହେଉଥିବା ଅପରିଷ୍କାର ପାଣି ଯୋଗୁ ମଧ୍ୟ ଏହି ସଂକ୍ରମଣର ଆଶଙ୍କା ଦେଖାଦିଏ।
ଶ୍ୱାସ ପ୍ରକ୍ରିୟାରେ ପ୍ରବେଶ କଲା ପରେ ଫଙ୍ଗଲ ସ୍କୋର ଏକ ଆଲର୍ଜିକ ଫୁସ୍‌ଫୁସ୍‌ ସମସ୍ୟା ସୃଷ୍ଟି କରିଥାଏ। ଏହାର ଲକ୍ଷଣ ହେଲା ଜ୍ୱର, କାଶ, କଫ, ରକ୍ତଜଡ଼ିତ କଫ, ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ, ଆଜ୍‌ମା ଲକ୍ଷଣର ଅବନତି, ଥକ୍କାପଣ ଓ ଓଜନ ହ୍ରାସ ।
ପ୍ରତିରୋଧ : ଠିକ୍‌ ରକ୍ତ ଶର୍କରା ନିୟନ୍ତ୍ରଣ, ଆବଶ୍ୟକତା ପୂର୍ବକ ଷ୍ଟେରଏଡ୍‌ ଆଣ୍ଟିବାୟୋଟିକ୍‌ ବ୍ୟବହାର, ଅମ୍ଳଜାନ ଚିକିତ୍ସାରେ ବିଶୁଦ୍ଧ ଜଳ ବ୍ୟବହାର କରିବା ଉଚିତ। ବହୁ ସମୟ ଧରି ଆର୍ଦ୍ରତାଠାରୁ ଦୂରେଇ ରହିବା ସହ ନିର୍ମାଣ ସ୍ଥାନ, କମ୍ପୋଷ୍ଟ ଗଦା ଏବଂ ଶସ୍ୟ ସଂରକ୍ଷଣ କରୁଥିବା ଗୃହଠାରୁ ଦୂରେଇ ରହିବା ଆବଶ୍ୟକ। ଏହି ସବୁ ଜାଗାକୁ ଆବଶ୍ୟକ କ୍ଷେତ୍ରରେ ଗଲେ ମାସ୍କ, ଫେସ୍‌ ଶିଲ୍‌ଡ, ଗ୍ଲୋଭସ ପିନ୍ଧି ଯାଆନ୍ତୁ। କଫର ଫଙ୍ଗାଲ ଷ୍ଟେନ୍‌ (KOH) କଲଚର, ଆଲର୍ଜି ତଥା ଆଣ୍ଟିବଡି ଚିହ୍ନଟ ପାଇଁ ଚର୍ମ ତଥା ରକ୍ତ ପରୀକ୍ଷା, ଛାତିର ଏକ୍ସ-ରେ, ସିଟି ସ୍କାନ୍‌, ଟିସୁର ବାୟୋପ୍‌ସି ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ। ଶ୍ୱାସକ୍ର୍ରିୟା, ପାକସ୍ଥଳୀ ଏବଂ ଅନ୍ତଃନଳୀରେ ରୋଗ ନିର୍ଣ୍ଣୟ କରିବା ପାଇଁ ଏଣ୍ଡୋସ୍କୋପି ଆବଶ୍ୟକ ହୋଇଥାଏ।
ଚିକିତ୍ସା
କ୍ୟାଣ୍ଡିଡ୍‌ ଆସିସ୍‌: କ୍ଲୋଟ୍ରିମାଜୋଲ୍‌, ନିଷ୍ଟାଟିନ୍‌, ପ୍ଲକୋନାଜୋଲ୍‌, ଭୋରିକୋନାଜୋଲ୍‌ ପରି ଆଣ୍ଟିଫଙ୍ଗାଲ ବଟିକା ରୂପେ ଦିଆଯାଏ। ଶରୀରରେ ବ୍ୟାପକ ରୂପେ ସଂପ୍ରସାରିତ ହୋଇଥିବା ଇନ୍‌ଫେକ୍ସନ୍‌ ନିୟନ୍ତ୍ରଣ ପାଇଁ ଧମନୀ ଦ୍ୱାରା ଆମ୍ପୋଟେରିସିନ୍‌-ବି, କ୍ୟାପ୍‌ସୋଫୁଙ୍ଗିନ୍‌ ଆବଶ୍ୟକ ହୋଇଥାଏ।
ଆସ୍ପର୍ଗିଲୋସିସ୍‌: ସରଳ ଧରଣର ଏବଂ ଏକକ ଫଙ୍ଗାଲ ବଲ୍‌ କ୍ଷେତ୍ରରେ ସାଧାରଣତଃ ଚିକିତ୍ସା ଆବଶ୍ୟକତା ନ ଥାଏ। ଲକ୍ଷଣ ବିକଶିତ ହେଲେ ଛାତି ଏକ୍ସ-ରେ ଦ୍ୱାରା ଏହା ଉପରେ ନଜର ରଖାଯାଏ। ଅଗ୍ରଗତି ଅବସ୍ଥା କ୍ଷେତ୍ରରେ ଆଣ୍ଟିଫଙ୍ଗାଲ ଚିକିତ୍ସା କରାଯାଏ। ଆଲର୍ଜି ଜନିତ ଫୁସ୍‌ଫୁସ୍‌ ସମସ୍ୟା ଦେଖାଗଲେ ଷ୍ଟେରଏଡ୍‌ ବ୍ୟବହାର କରାଯାଏ। ଗୁରୁତର ଧରଣର ଫୁସ୍‌ଫୁସ୍‌ ସମସ୍ୟା ଦେଖାଗଲେ ଭୋରିକୋନାଜୋଲ୍‌ ଅଥବା ଆମ୍ପୋଟେରିସିନ୍‌ ବି ବ୍ୟବହାର ସହ କିଡ୍‌ନୀ ତଥା ଲିଭର ପରୀକ୍ଷା ନିୟମିତ ରୂପେ କରାଯାଏ। ପଙ୍ଗାଲ ବଲ୍‌ ହଟାଇବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଏ। ଫୁସ୍‌ଫୁସ୍‌ରେ ରକ୍ତସ୍ରାବ କମାଇବା ପାଇଁ ବେଳେ ବେଳେ ରେଡିଓଲୋଜିଷ୍ଟଙ୍କ ତତ୍ତ୍ୱାବଧାନରେ ଏମ୍ବୋଲାଇଜେସନ୍‌ ଚିକିତ୍ସା ମଧ୍ୟ କରାଯାଏ।
-ଡା. ସୁନୀଲ କୁମାର କୋଟା ମଧୁମେହ, ହରମୋନ୍‌ ରୋଗ
ବିଶେଷଜ୍ଞ, ଡାଏବେଟିସ୍‌ ଏଣ୍ଡ୍‌ ଏଣ୍ଡୋକେୟାର କ୍ଲିନିକ୍‌, ବ୍ରହ୍ମପୁର

(ଶେଷ ଭାଗ)


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri