ବକ୍ସାଇଟ ଆମଦାନୀ ବିଲ୍‌ ଯୋଗାଣ ଚେନ୍‌ରେ ବିନିଯୋଗ ହେଉ

ନୂଆଦିଲ୍ଲୀ: ଆଲୁମିନିୟମ୍‌ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ବକ୍ସାଇଟ୍‌ ଆମଦାନୀ ଯୋଗୁ ଭାରତ ବୃହତ୍ତ ପରିମାଣର ବିଦେଶୀ ମୁଦ୍ରା କ୍ଷତି ସହୁଛି। ୨୦୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସରେ ଏଥିଯୋଗୁ ୫୧.୯୭ ନିୟୁତ ଡଲାର(୩୯୦ କୋଟି ଟଙ୍କା)ର କ୍ଷତି ହୋଇଥିବା ଇଣ୍ଡିଆନ ଇଣ୍ଡଷ୍ଟ୍ର୍ରିଆଲ ଭାଲ୍ୟୁ ଚେନ୍‌ କଲେକ୍ଟିଭ (ଆଇଆଇଭିସିସି) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ଉତ୍ତୋଳନ, ପରିବହନ, ପ୍ରକ୍ରିୟାକରଣ ଏବଂ ବକ୍ସାଇଟ୍‌ ଯୋଗାଣ ତଥା ଶେଷ ଉପତ୍ାଦ ପ୍ରସ୍ତୁତିରେ ବିସ୍ତୃତ ପରିମାଣର ଭାଲ୍ୟୁଚେନ୍‌ ଉପଲବ୍ଧ ହୋଇପାରିଥାନ୍ତା। ଏହି ଅବସରରେ ଆଇଆଇଭିସିସିର ସଦସ୍ୟ ତଥା ପବ୍ଲିକ୍‌ ରେସପନ୍ସ ଏଗନେଷ୍ଟ୍‌ ହେଲ୍ପଲେସ୍‌ ଆଣ୍ଡ୍‌ ଆକ୍ସନ ଫର୍‌ ରିଡ୍ରେସାଲ୍‌(ପିଆର୍‌ଏଏଚ୍‌ଏଆର୍‌)ର ସଭାପତି ଅଭୟରାଜ ମିଶ୍ର କହିଛନ୍ତି, କୌଣସି ଅଞ୍ଚଳର ପ୍ରାକୃତିକ ସମ୍ପଦର ସୁବିନିଯୋଗ ଏହାର ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ହେବା ଆବଶ୍ୟକ। ଏପରିସ୍ଥଳେ ଭାରତ ପୃଥିବୀର ପଞ୍ଚମ ବୃହତ୍‌ ବକ୍ସାଇଟ୍‌ ଗଚ୍ଛିତ ଥିବା ଦେଶର ମାନ୍ୟତା ହାସଲ କରିଛି।
ଓଡ଼ିଶାରେ ୫୦ ପ୍ରତିଶତ ବକ୍ସାଇଟ୍‌ ସମ୍ପଦ ମହଜୁଦ୍‌ ଥିଲେ ମଧ୍ୟ ବାହାର ଦେଶରୁ ଏହା ଲଗାତର ଆମଦାନୀ ଦ୍ୱାରା ଗତ ୬ ବର୍ଷ ମଧ୍ୟରେ ଦେଶ ୫୭୧ ନିୟୁତ ଡଲାର (୪,୪୦୦କୋଟି ଟଙ୍କା)ର ବିଦେଶୀ ମୁଦ୍ରାର କ୍ଷତି ସହିଛି। ଭାରତରେ ୩.୮ ବିଲିୟନ୍‌ ଟନ୍‌ ବକ୍ସାଇଟ୍‌ ଗଚ୍ଛିତ ଥିଲେ ମଧ୍ୟ ଚାହିଦା ପୂରଣ ପାଇଁ ବାହାର ଦେଶରୁ ଏହା ଆମଦାନୀ କରାଯାଉଛି। ଦେଶରେ ଗୋଟିଏ ବକ୍ସାଇଟ୍‌ ଖଣି ନିଲାମ କରାଗଲେ ୫ ହଜାର କୋଟିର ରାଜସ୍ବ ସଂଗ୍ରହ ହେବା ସହିତ ୧୦ ହଜାରରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ହୋଇପାରିବ। ଏହାଦ୍ୱାରା ସାମାଜିକ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ଭାରତ ବକ୍ସାଇଟ୍‌ ଆମଦାନୀ ଯୋଗୁ ବିପୁଳ ପରିମାଣର ବିଦେଶୀ ମୁଦ୍ରା ହରାଉଛି। ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହୋଇଥିବା ଇମ୍ପୋର୍ଟ-ଏକ୍ସପୋର୍ଟ ଡାଟାବ୍ୟାଙ୍କ ଅନୁସାରେ ଗତ ୬ ବର୍ଷ ମଧ୍ୟରେ ବକ୍ସାଇଟ୍‌ ଆମଦାନୀ ୩୦୦ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri