ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି) ରହିଛି। ଏହା ନିକଟରେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଏକ ରାସ୍ତା ଯାଇଛି। ଏହି ରାସ୍ତା ପଟେ ଅପରାଧୀଙ୍କ ସହଯୋଗୀମାନେ ଉପକାରାଗାର ଭିତରକୁ ମୋବାଇଲ, ଗଞ୍ଜେଇ, ଅଫିମ, ନିଶା ଔଷଧ ଆଦି ପ୍ୟାକେଟ୍‌ କରି ଫିଙ୍ଗି ଦେଉଛନ୍ତି। ଏହାଦ୍ୱାରା ଅପରାଧୀମାନେ ମୋବାଇଲ ଯୋଗେ ନିଜ ଆପରାଧିକ କାରବାର କରିବାକୁ ସମର୍ଥ ହେଉଛନ୍ତି। ଏହି ଅଞ୍ଚଳରେ ଜାମର୍‌ ବ୍ୟବସ୍ଥା କରାଯାଇ ନ ଥିବାରୁ ଅପରାଧୀମାନଙ୍କୁ ବେଶ୍‌ ସୁହାଉଛି। ଏଥିସହ ଉପକାରାଗାର ପରିସରରେ ୱାଚ୍‌ ଟାୱାର ନ ଥିବାରୁ ସମସ୍ୟା ହେଉଛି।
ଉପକାରାଗାରଟି ୫ ଏକର ପରିମିତ ଜମିରେ ରହିଛି। ଏହା ଭିତରେ ୧୬୭ ଜଣ ପୁରୁଷ ଏବଂ ୯ ମହିଳା ଏହିପରି ମୋଟ ୧୭୬ ବନ୍ଦୀ ରହିବା ପାଇଁ ବ୍ୟବସ୍ଥା ରହିଛିି। କିନ୍ତୁ ବର୍ତ୍ତମାନ ୧୬୧ କଏଦୀ ଏଠାରେ ଅଛନ୍ତି। ଏହି ଉପକାରାଗାରରେ ଅନେକ ଅପରାଧୀ ଥିଲେ ସୁଦ୍ଧା ସେମାନଙ୍କ କାର୍ଯ୍ୟକଳାପ ଉପରେ ସେଭଳି ଦୃଷ୍ଟି ଦିଆଯାଉନାହିଁ। ଉପକାରାଗାର ଦକ୍ଷିଣ ପାର୍ଶ୍ୱ ଡି ୱାଲ୍‌ ନିକଟରେ ଯାଇଥିବା ରାସ୍ତାରେ ନାଉଗାଁ ସମେତ ପାଖାପାଖି ୫୦ ଗ୍ରାମର ଲୋକେ ଯିବାଆସିବା କରୁଛନ୍ତି। ନିରୋଳା ସମୟରେ ଅପରାଧୀଙ୍କ ସହଯୋଗୀମାନେ ଏହି ପାଚେରି ପଟେ ଉପକାରାଗାର ଭିତରେ ଥିବା ବନ୍ଦୀଙ୍କୁ ବିଭିନ୍ନ ବେଆଇନ ସାମଗ୍ରୀ ଯୋଗାଇ ଦେଉଛନ୍ତି। ବେଳେବେଳେ ଏହା ଜେଲ୍‌ ୱାର୍ଡରମାନଙ୍କ ହାତରେ ପଡୁଛି। ମାତ୍ର ଅଧିକାଂଶ ସମୟ ବନ୍ଦୀମାନଙ୍କ ହାତକୁ ଏହା ଚାଲିଯାଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ ହେବା ଜରୁରୀ। ଡି ୱାଲ୍‌ ପାର୍ଶ୍ୱରେ ୭ ଫୁଟ ଉଚ୍ଚର ଏକ ପାଚେରି ହୋଇଥିଲେ ସୁଦ୍ଧା ଏହାର ଉଚ୍ଚତା ବୃଦ୍ଧି ହୋଇ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଏଥିସହ ଜାମର୍‌ ବ୍ୟବସ୍ଥା ହେଲେ ମୋବାଇଲ ଯୋଗେ କଥାବାର୍ତ୍ତା ସମ୍ଭବ ହେବନି। ସମ୍ପୂର୍ଣ୍ଣ ପରିସର ଅନୁଧ୍ୟାନ କରିବା ପାଇଁ ଅନୂ୍ୟନ ୨ଟି ୱାଚ୍‌ ଟାୱାରର ଆବଶ୍ୟକତା ରହିଛି। ଉପକାରାଗାର ପରିସରରେ ଲାଗିଥିବା ସିସି ଟିଭି କ୍ୟାମେରା ସଂଖ୍ୟା ଯଥେଷ୍ଟ ନୁହେଁ। ତେଣୁ ଏହି ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ। କାରାଗାର ଭିତରେ ୭ ପୁରୁଷ ଏବଂ ଗୋଟିଏ ମହିଳା ୱାର୍ଡ ରହିଛି। ସେହିପରି ୪ ପୁରୁଷ ଏବଂ ଗୋଟିଏ ମହିଳା ସେଲ୍‌ କରାଯାଇଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ଅଧିକ ବିଶୃଙ୍ଖଳିତ କଏଦୀମାନଙ୍କ ପାଇଁ ଅର୍ଥାତ୍‌ ୫ ଜଣିଆ ଗୋଟିଏ ସେଲ୍‌ ଏବଂ ଜଣିକିଆ ରହିବା ଭଳି ୫ଟି ସେଲ୍‌ କରାଯିବା ଆବଶ୍ୟକ। ଅନ୍ତେବାସୀଙ୍କ ଚିକିତ୍ସା ପାଇଁ ଡିସ୍ପେନ୍‌ସାରି ଥିଲେ ସୁଦ୍ଧା ଅଧିକ ସୁବିଧା ଦରକାର। ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୂର୍ବତନ ଜେଲର ରବୀନ୍ଦ୍ର ନାଥ ବେହେରା ଜିଲା ପ୍ରଶାସନ ଏବଂ ବିଭାଗୀୟ ଅତିରିକ୍ତ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଡିଆଇଜି ଗସ୍ତ କରି ଏସବୁ କରାଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ପରିଦର୍ଶନରେ ଆସି ଅନୁଧ୍ୟାନ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଏହାର ପ୍ରତିକାର ହୋଇପାରି ନାହିଁ। ଏସମ୍ପର୍କରେ ଜେଲର ରତିକାନ୍ତ ଶୁକ୍ଳା କହିଛନ୍ତି, ପାଚେରି ପାର୍ଶ୍ୱରେ ବେଳେବେଳେ ନିଶା ଦ୍ରବ୍ୟ ଫିଙ୍ଗା ଯାଉଛି। ବିଭିନ୍ନ ସମୟରେ ଉପକାରାଗାର କର୍ମଚାରୀମାନେ ଏହାକୁ ଜବତ କରୁଛନ୍ତି। ପାଚେରି ଆଉ କିଛି ଉଚ୍ଚ କରାଗଲେ ଏହି ସମସ୍ୟା ରହିବ ନାହିଁ। ୱାଚ୍‌ ଟାୱାର ଓ ଜାମର ଜରୁରୀ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ବିଭାଗ, ଫ୍ଲାଇଂ ସ୍ବାଡ୍‌ର ମିଳିତ ଚଢ଼ାଉ: ୩୫୦ ଲିଟର ମଦ ଜବତ

ପଦ୍ମପୁର,୧।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍ବାଡ୍‌ ରବିବାର ମିଳିତ ଚଢ଼ାଉ କରି ୩ ଶହ ୫୦ ଲିଟର ରନ୍ଧାମଦ ଜବତ କରିଛି।...

ବଢୁଛି ମାପ ଓଜନରେ ଜାଲିଆତି: ୩ ବର୍ଷରେ ୬୮୦ ପେଟ୍ରୋଲ ପମ୍ପ୍‌ରେ ଠକେଇ

ଯାଜପୁର ଅଫିସ,୫।୪: ଜନସାଧାରଣ କେବଳ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧିଜନିତ ଆର୍ଥିକ ବୋଝକୁ ସହୁନାହାନ୍ତି, ପେଟ୍ରୋଲ ପମ୍ପ୍‌ରେ ମାପ ଠକେଇର ମଧ୍ୟ ଶିକାର...

କୋକସରାରେ ମା’ ଠାକୁରାଣୀଙ୍କ ଘଟଯାତ୍ରା; ଅଞ୍ଚଳରେ ଭକ୍ତିମୟ ପରିବେଶ

କୋକସରା, ୧୨।୪(ଡି.ଏନ୍‌.ଏ.): ଚୈତ୍ର ମାସରେ କଳାହାଣ୍ଡି ଜିଲା କୋକସରାରେ ଅନୁଷ୍ଠିତ ହୋଇଥାଏ ମା’ ଠାକୁରାଣୀଙ୍କ ଘଟଯାତ୍ରା। ଏହାକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ।...

ନିର୍ବାଚନ, ବିକାଶମୂଳକ କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚେତାବନୀ

ମାଲକାନଗିରି,୫ା୨(ଡି.ଏନ.ଏ.):ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀରେ ଗୁରୁବାର ନିର୍ବାଚନକୁ ନେଇ ମାଓବାଦୀଙ୍କ ଧମକପୂର୍ଣ୍ଟ ପୋଷ୍ଟର ଲାଗିବା ପରେ ଶୁକ୍ରବାର ସ୍ବାଭିମାନ ଅଞ୍ଚଳର ସମାନ ସ୍ଥାନରେ ମାଓବାଦୀଙ୍କୁ...

ମହିଳାଙ୍କୁ ହତ୍ୟା ଉଦ୍ୟମ ମାମଲା, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିବା ମହୁଡ଼ା ନିକଟ ବରପଲ୍ଲି ଗାଁର କୃଷ୍ଣ ନାୟକଙ୍କୁ ମାମଲା ନଂ.୧୦୮/୨୨...

ସାଢେ ୪ ଫୁଟ ଉଚ୍ଚ ସିଂହ ମୂର୍ତ୍ତି ଗଢୁଛନ୍ତି ଅଶୋକ

ପୁରୀ ଅଫିସ, ୧୩।୧୦: ଶାରଦୀୟ ଦୁର୍ଗାପୂଜାରେ କାକଟପୁରର ଅଧିଷ୍ଠାତ୍ରୀ ଠାକୁରାଣୀ ମା’ ମଙ୍ଗଳାଙ୍କ ସିଂହବାହିନୀ ବେଶ ପାଇଁ ପୁରୀରେ ଚାଲିଛି ସିଂହ ମୂର୍ତ୍ତି ନିର୍ମାଣ। ପଥୁରିଆ...

ସଫେଇ କର୍ମଚାରୀଙ୍କୁ ଆକ୍ରମଣ ପ୍ରତିବାଦରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବାରିପଦା ଅଫିସ,୮ା୧୦- ବାରିପଦା ପୌର ପରିଷଦର ସଫେଇ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କର୍ମଚାରୀମାନେ ମଙ୍ଗଳବାର ସକାଳେ ପୌର କାର୍ଯ୍ୟାଳୟ ସମ୍ମୁଖରେ...

ମହିଳାଙ୍କୁ ଅସଦାଚରଣ କରି କାଠ ଫାଳିଆରେ ଆକ୍ରମଣ: ବନ୍ଧା ହେଲେ ୨ ଯୁବକ

ବ୍ରହ୍ମପୁର ଅଫିସ,୨୯ା୭: ସମାଜରେ ମହିଳାଙ୍କ ପ୍ରତି ହିଂସା ଏବଂ ଦୁର୍ବ୍ୟବହାର ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଣେ ମହିଳାଙ୍କୁ ଅସଦାଚରଣ କରି ଆକ୍ରମଣ...

Advertisement
Archives

Model This Week