ହ୍ବିସିଲବ୍ଲୋୟରଙ୍କ ବଦଳି

ଜମ୍ମୁ-କଶ୍ମୀରର ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି)ର ତିନିଜଣ ଅଧିକାରୀଙ୍କୁ ସ୍ବରାଷ୍ଟ୍ର ବିଭାଗରେ ପୁନଃନିଯୁକ୍ତ କରାଯାଇଛି। ସେମାନେ ଶ୍ରୀନଗର ସ୍ମାର୍ଟ ସିଟି ମିଶନରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିଲେ। ପ୍ରୋଜେକ୍ଟ କାର୍ଯ୍ୟକାରିତାରେ ବଡ଼ ଦୁର୍ନୀତି ହୋଇଥିଲା ବୋଲି ଏସ୍‌ପି ଅବଦୁଲ ଓ୍ବାହିଦ ଶାହା ନାମକ ଜଣେ ଅଧିକାରୀ ସର୍ବସାଧାରଣରେ ପ୍ରକାଶ କରିବାର ଦିନକ ପରେ ଏହିସବୁ ବଦଳି କରାଯାଇଛି। ଶାହାଙ୍କ ଅନୁଯାୟୀ, ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାପିତ ଶ୍ରୀନଗର ସ୍ମାର୍ଟ ସିଟି ଲିମିଟେଡ(ଏସ୍‌ଏସ୍‌ସିଏଲ୍‌)ର ବରିଷ୍ଠ ଅଧିକାରୀଙ୍କ ସମ୍ପତ୍ତି ସହିତ ସେମାନଙ୍କ ଘୋଷିତ ଆୟ ମେଳ ଖାଉ ନ ଥିଲା । ଏପରି କି ଏସିବି ଦୁର୍ନୀତି ନିବାରଣ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ଏକାଧିକ ସ୍ଥାନରେ ଚଢାଉ କରିଥିଲା। ସେମାନଙ୍କ କାର୍ଯ୍ୟ ପାଇଁ ଅଧିକାରୀମାନଙ୍କୁ ପ୍ରଶଂସା କରିବା ପରିବର୍ତ୍ତେ ପ୍ରଶାସନ ସେମାନଙ୍କୁ ତଡ଼ିଦେଲା। ଏହା ହ୍ବିସିଲବ୍ଲୋୟରଙ୍କୁ ଦଣ୍ଡିତ କରିବା ଭଳି ଘଟଣା ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ସିଧାସଳଖ କହିଥିଲେ। ଶ୍ରୀନଗର ଭଳି ସହରଗୁଡ଼ିକର କଳେବର ପରିବର୍ତ୍ତନ ପାଇଁ ସ୍ମାର୍ଟ ସିଟି ମିଶନ ୨୦୧୫ରେ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରୋଜେକ୍ଟରେ ଅନିୟମିତତା ଓ ନିମ୍ନମାନର ଜିନିଷ ବ୍ୟବହାର ହେଉଥିବା ଅଭିଯୋଗ ଯଦି ସତ, ତେବେ ଏହା ସମ୍ପୂର୍ଣ୍ଣ ପ୍ରକଳ୍ପର ଦୁର୍ବଳ କାର୍ଯ୍ୟାନ୍ବୟନକୁ ଦର୍ଶାଉଛି। ମୁଫତି ମଧ୍ୟ ଦର୍ଶାଇଛନ୍ତି ଯେ ଦୁର୍ନୀତିକୁ ଉଜାଗର କରିବା ବଦଳରେ ଅସନ୍ତୁଷ୍ଟଙ୍କୁ ନୀରବ କରିବା ପାଇଁ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି। ଯଦି ଏହି ଧାରା ଜାରି ରହେ, ତେବେ କେବଳ ହ୍ବିସିଲବ୍ଲୋୟର ନୁହନ୍ତି, ଏହା ଲୋକଙ୍କର କ୍ଷତି କରିବ। ଯଦି ହ୍ବିସିଲବ୍ଲୋୟରଙ୍କୁ ଦଣ୍ଡ ଦିଆଯାଏ, ତେବେ ପରବର୍ତ୍ତୀ ସମୟରେ କିଏ ଦୁର୍ନୀତି ବିରୋଧରେ ମୁହଁ ଖୋଲିବ।
ସଂସ୍କାରଭିତ୍ତିକ ନୀତି
ସରକାରୀ କାର୍ଯ୍ୟକୁ ବ୍ୟବସ୍ଥିତ କରିବା ସକାଶେ ଆର୍ଜେଣ୍ଟିନା ୪୦,୦୦୦ ପବ୍ଲିକ ସର୍ଭାଣ୍ଟଙ୍କ ପାଇଁ ଏକ ବାଧ୍ୟତାମୂଳକ ‘ଯୋଗ୍ୟତା ବା ଦକ୍ଷତା ପରୀକ୍ଷା’ କରିବାକୁ ନିଷ୍ପତ୍ତି ନେଇଛି ।
ଏଥିରେ ଦର୍ଶାଯାଇଛି ଯେ ସାମୟିକ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେମାନଙ୍କର ପଦବୀରେ ରହିବା ପାଇଁ ଏକ ଅନ୍‌ଲାଇନ ପରୀକ୍ଷା ପାସ୍‌ କରିବା ବାଧ୍ୟତାମୂଳକ। ଏହି ପଦକ୍ଷେପ ବିତ୍ତୀୟ ନିଅଣ୍ଟ ହ୍ରାସ କରିବା ଏବଂ ସରକାରୀ ଦକ୍ଷତା ବୃଦ୍ଧି ପାଇଁ ରାଷ୍ଟ୍ରପତି ଜାଭିୟର ମିଲେଇଙ୍କ ବ୍ୟାପକ ପ୍ରୟାସର ଏକ ଅଂଶ । ଏହି ନୀତିକୁ ଏଲନ ମସ୍କ ପ୍ରଶଂସା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ମିଲେଇଙ୍କୁ ଜଣେ ଦୃଢ ନେତା ବୋଲି ମତ ଦେଇଛନ୍ତି। ତେବେ ଭାରତ ସମେତ ଅନ୍ୟ ଦେଶଗୁଡ଼ିକରେ ଏଭଳି ନୀତି କାର୍ଯ୍ୟକାରୀ କରିବା ଉପରେ ପ୍ରଶ୍ନ ଉଠିଛି। ଭାରତରେ ବାବୁ ବା ସରକାରୀ କର୍ମଚାରୀଙ୍କୁ ପ୍ରାୟତଃ ଅହଙ୍କାରୀ, ଦୁର୍ନୀତିଗ୍ରସ୍ତ ଏବଂ ନାଗରିକଙ୍କ ପ୍ରତି ଉଦାସୀନ ବୋଲି ସମାଲୋଚନା କରାଯାଏ । ତେବେ ଏଭଳି ଦକ୍ଷତା ପରୀକ୍ଷା ସରକାରୀ ଚାକିରିଆଙ୍କ ଯୋଗ୍ୟତା ନିଶ୍ଚିତ କରି ସେମାନଙ୍କ ପ୍ରତି ଥିବା ନକାରାମତ୍କ ଚିନ୍ତାଧାରା ଦୂର କରିପାରିବ। କିନ୍ତୁ ଭାରତର ବିରାଟ ଅମଲାତନ୍ତ୍ରରେ ଏକ ମାନକୀକୃତ ପରୀକ୍ଷା ପଦ୍ଧତି ଲାଗୁ କରିବା କଠିନ । ଚାକିରି ସୁରକ୍ଷାରୁ ଆରମ୍ଭ କରି ପର୍ଯ୍ୟାୟକ୍ରମିକ ମୂଲ୍ୟାଙ୍କନ କର୍ମଚାରୀଙ୍କ ମଧ୍ୟରେ ଚାପ ଏବଂ ଅସନ୍ତୋଷ ସୃଷ୍ଟି କରିପାରେ। ସିଭିଲ ସର୍ଭିସ ୟୁନିୟନ ଏବଂ ରାଜନୈତିକ ସଂସ୍ଥାମାନେ ଏଭଳି ସଂସ୍କାରକୁ ବିରୋଧ ନ କରିବାର ସମ୍ଭାବନା ରହିଛି। ଶକ୍ତିଶାଳୀ ବାବୁଙ୍କ ଉପରେ ଲଗାମ ଲଗାଇବାରେ ଏହା ଏକ ଅତ୍ୟାବଶ୍ୟକ ପଦକ୍ଷେପ ଭାବେ ଜନସାଧାରଣ ସ୍ବାଗତ କରିବେ। ଯଦି ଏଭଳି ସଂସ୍କାରଭିତ୍ତିକ ନୀତିକୁ ସୁଚିନ୍ତିତ ଭାବେ ଲାଗୁ କରାଯାଏ, ତେବେ ଏହା ସରକାରୀ ଓ ନାଗରିକଙ୍କ ମଧ୍ୟରେ ଥିବା ବିଶ୍ୱାସର ଅଭାବକୁ ଦୂର କରି ସରକାରୀ ଚାକିରିଆଙ୍କ ପ୍ରତି ଥିବା ଧାରଣାକୁ ବଦଳାଇପାରିବ।
ବିକଶିତ ଆକାଂକ୍ଷା
ନିକଟରେ ୨୦୦୬ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଶିବଦୀପ୍‌ ଓ୍ବାମାନ ରାଓ ଲାଣ୍ଡେଙ୍କ ଇସ୍ତଫାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବ୍ୟକ୍ତିଗତ କାରଣ ଦର୍ଶାଇ ପାଟନା ପୋଲିସ ଟ୍ରେନିଂ ସେଣ୍ଟରର ଡିଜି ପଦବୀରୁ ଇସ୍ତଫା ଦେବା ଘଟଣା ରାଜନୀତି ପ୍ରବେଶ ମନୋଭାବକୁ ସୂଚିତ କରୁଛି। ଆଗକୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଗଠିତ ଜନ ସୂରଯ ପାର୍ଟି ଆଡକୁ ଲାଣ୍ଡେ ଢଳୁଛନ୍ତି ବୋଲି ଗୁଜବ ସୃଷ୍ଟି ହେଉଛି। ବିହାରରେ ଏହା ପ୍ରଥମ ଘଟଣା ନୁହେଁ। ଅମଲାତନ୍ତ୍ରୀମାନେ ସଂଘର୍ଷପୂର୍ଣ୍ଣ ନିର୍ବାଚନ ରାଜନୀତି ପାଇଁ ପ୍ରଶାସନିକ ବ୍ୟବସ୍ଥାର ସୁବିଧାକୁ ଛାଡ଼ିଦେବାର ଅନେକ ଉଦାହରଣ ରହିଛି। ବହୁ ସମୟରେ ଅନେକ ସଫଳ ସିଭିଲ ସର୍ଭାଣ୍ଟ ଭାଜପା କିମ୍ବା କଂଗ୍ରେସ ଭଳି ପ୍ରତିଷ୍ଠିତ ରାଜନୈତିକ ଦଳ ଆଡକୁ ଆକର୍ଷିତ ହୋଇଛନ୍ତି। କିନ୍ତୁ ଏକ ନୂତନ ଦଳରେ ଲାଣ୍ଡେ ଯୋଗଦେବା ଉପରେ ଯେଉଁ ଆଲୋଚନା ହେଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖନୀୟ ଯେ ପ୍ରଶାନ୍ତ କିଶୋର ଭାରତର ଜଣେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ଭାବେ ପ୍ରତିଷ୍ଠିତ ହେବା ପୂର୍ବରୁ ଜାତିସଂଘରେ କାର୍ଯ୍ୟ କରିଛନ୍ତି। ଅନ୍ତର୍ଜାତୀୟ ଅମଲାତନ୍ତ୍ରରୁ ଶୀଘ୍ର ରାଜନୈତିିକ କ୍ଷେତ୍ରକୁ ପରିବର୍ତ୍ତନ କରିବା ପଥକୁ ଏବେ ଲାଣ୍ଡେ ଗ୍ରହଣ କରିବାକୁ ଯାଉଥିବା ମନେହେଉଛି। ଲାଣ୍ଡେ ସଫଳ ହେବେ କି ରାଜନୀତି କ୍ୟାରିୟରରେ ବିଫଳ ହୋଇଥିବା ବାବୁଙ୍କ ତାଲିକାରେ ସ୍ଥାନିତ ହେବେ ତାହା ସମୟ କହିବ। ତେବେ ବର୍ତ୍ତମାନ ପାଇଁ ଏହା ଏକ ଦୃଢ ପଦକ୍ଷେପ, ଯାହା ଭାରତର ବାବୁଙ୍କ ବିକଶିତ ଆକାଂକ୍ଷାକୁ ପ୍ରତିଫଳନ କରେ ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?