ହ୍ବିସିଲବ୍ଲୋୟରଙ୍କ ବଦଳି

ଜମ୍ମୁ-କଶ୍ମୀରର ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି)ର ତିନିଜଣ ଅଧିକାରୀଙ୍କୁ ସ୍ବରାଷ୍ଟ୍ର ବିଭାଗରେ ପୁନଃନିଯୁକ୍ତ କରାଯାଇଛି। ସେମାନେ ଶ୍ରୀନଗର ସ୍ମାର୍ଟ ସିଟି ମିଶନରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିଲେ। ପ୍ରୋଜେକ୍ଟ କାର୍ଯ୍ୟକାରିତାରେ ବଡ଼ ଦୁର୍ନୀତି ହୋଇଥିଲା ବୋଲି ଏସ୍‌ପି ଅବଦୁଲ ଓ୍ବାହିଦ ଶାହା ନାମକ ଜଣେ ଅଧିକାରୀ ସର୍ବସାଧାରଣରେ ପ୍ରକାଶ କରିବାର ଦିନକ ପରେ ଏହିସବୁ ବଦଳି କରାଯାଇଛି। ଶାହାଙ୍କ ଅନୁଯାୟୀ, ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାପିତ ଶ୍ରୀନଗର ସ୍ମାର୍ଟ ସିଟି ଲିମିଟେଡ(ଏସ୍‌ଏସ୍‌ସିଏଲ୍‌)ର ବରିଷ୍ଠ ଅଧିକାରୀଙ୍କ ସମ୍ପତ୍ତି ସହିତ ସେମାନଙ୍କ ଘୋଷିତ ଆୟ ମେଳ ଖାଉ ନ ଥିଲା । ଏପରି କି ଏସିବି ଦୁର୍ନୀତି ନିବାରଣ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ଏକାଧିକ ସ୍ଥାନରେ ଚଢାଉ କରିଥିଲା। ସେମାନଙ୍କ କାର୍ଯ୍ୟ ପାଇଁ ଅଧିକାରୀମାନଙ୍କୁ ପ୍ରଶଂସା କରିବା ପରିବର୍ତ୍ତେ ପ୍ରଶାସନ ସେମାନଙ୍କୁ ତଡ଼ିଦେଲା। ଏହା ହ୍ବିସିଲବ୍ଲୋୟରଙ୍କୁ ଦଣ୍ଡିତ କରିବା ଭଳି ଘଟଣା ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ସିଧାସଳଖ କହିଥିଲେ। ଶ୍ରୀନଗର ଭଳି ସହରଗୁଡ଼ିକର କଳେବର ପରିବର୍ତ୍ତନ ପାଇଁ ସ୍ମାର୍ଟ ସିଟି ମିଶନ ୨୦୧୫ରେ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରୋଜେକ୍ଟରେ ଅନିୟମିତତା ଓ ନିମ୍ନମାନର ଜିନିଷ ବ୍ୟବହାର ହେଉଥିବା ଅଭିଯୋଗ ଯଦି ସତ, ତେବେ ଏହା ସମ୍ପୂର୍ଣ୍ଣ ପ୍ରକଳ୍ପର ଦୁର୍ବଳ କାର୍ଯ୍ୟାନ୍ବୟନକୁ ଦର୍ଶାଉଛି। ମୁଫତି ମଧ୍ୟ ଦର୍ଶାଇଛନ୍ତି ଯେ ଦୁର୍ନୀତିକୁ ଉଜାଗର କରିବା ବଦଳରେ ଅସନ୍ତୁଷ୍ଟଙ୍କୁ ନୀରବ କରିବା ପାଇଁ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି। ଯଦି ଏହି ଧାରା ଜାରି ରହେ, ତେବେ କେବଳ ହ୍ବିସିଲବ୍ଲୋୟର ନୁହନ୍ତି, ଏହା ଲୋକଙ୍କର କ୍ଷତି କରିବ। ଯଦି ହ୍ବିସିଲବ୍ଲୋୟରଙ୍କୁ ଦଣ୍ଡ ଦିଆଯାଏ, ତେବେ ପରବର୍ତ୍ତୀ ସମୟରେ କିଏ ଦୁର୍ନୀତି ବିରୋଧରେ ମୁହଁ ଖୋଲିବ।
ସଂସ୍କାରଭିତ୍ତିକ ନୀତି
ସରକାରୀ କାର୍ଯ୍ୟକୁ ବ୍ୟବସ୍ଥିତ କରିବା ସକାଶେ ଆର୍ଜେଣ୍ଟିନା ୪୦,୦୦୦ ପବ୍ଲିକ ସର୍ଭାଣ୍ଟଙ୍କ ପାଇଁ ଏକ ବାଧ୍ୟତାମୂଳକ ‘ଯୋଗ୍ୟତା ବା ଦକ୍ଷତା ପରୀକ୍ଷା’ କରିବାକୁ ନିଷ୍ପତ୍ତି ନେଇଛି ।
ଏଥିରେ ଦର୍ଶାଯାଇଛି ଯେ ସାମୟିକ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେମାନଙ୍କର ପଦବୀରେ ରହିବା ପାଇଁ ଏକ ଅନ୍‌ଲାଇନ ପରୀକ୍ଷା ପାସ୍‌ କରିବା ବାଧ୍ୟତାମୂଳକ। ଏହି ପଦକ୍ଷେପ ବିତ୍ତୀୟ ନିଅଣ୍ଟ ହ୍ରାସ କରିବା ଏବଂ ସରକାରୀ ଦକ୍ଷତା ବୃଦ୍ଧି ପାଇଁ ରାଷ୍ଟ୍ରପତି ଜାଭିୟର ମିଲେଇଙ୍କ ବ୍ୟାପକ ପ୍ରୟାସର ଏକ ଅଂଶ । ଏହି ନୀତିକୁ ଏଲନ ମସ୍କ ପ୍ରଶଂସା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ମିଲେଇଙ୍କୁ ଜଣେ ଦୃଢ ନେତା ବୋଲି ମତ ଦେଇଛନ୍ତି। ତେବେ ଭାରତ ସମେତ ଅନ୍ୟ ଦେଶଗୁଡ଼ିକରେ ଏଭଳି ନୀତି କାର୍ଯ୍ୟକାରୀ କରିବା ଉପରେ ପ୍ରଶ୍ନ ଉଠିଛି। ଭାରତରେ ବାବୁ ବା ସରକାରୀ କର୍ମଚାରୀଙ୍କୁ ପ୍ରାୟତଃ ଅହଙ୍କାରୀ, ଦୁର୍ନୀତିଗ୍ରସ୍ତ ଏବଂ ନାଗରିକଙ୍କ ପ୍ରତି ଉଦାସୀନ ବୋଲି ସମାଲୋଚନା କରାଯାଏ । ତେବେ ଏଭଳି ଦକ୍ଷତା ପରୀକ୍ଷା ସରକାରୀ ଚାକିରିଆଙ୍କ ଯୋଗ୍ୟତା ନିଶ୍ଚିତ କରି ସେମାନଙ୍କ ପ୍ରତି ଥିବା ନକାରାମତ୍କ ଚିନ୍ତାଧାରା ଦୂର କରିପାରିବ। କିନ୍ତୁ ଭାରତର ବିରାଟ ଅମଲାତନ୍ତ୍ରରେ ଏକ ମାନକୀକୃତ ପରୀକ୍ଷା ପଦ୍ଧତି ଲାଗୁ କରିବା କଠିନ । ଚାକିରି ସୁରକ୍ଷାରୁ ଆରମ୍ଭ କରି ପର୍ଯ୍ୟାୟକ୍ରମିକ ମୂଲ୍ୟାଙ୍କନ କର୍ମଚାରୀଙ୍କ ମଧ୍ୟରେ ଚାପ ଏବଂ ଅସନ୍ତୋଷ ସୃଷ୍ଟି କରିପାରେ। ସିଭିଲ ସର୍ଭିସ ୟୁନିୟନ ଏବଂ ରାଜନୈତିକ ସଂସ୍ଥାମାନେ ଏଭଳି ସଂସ୍କାରକୁ ବିରୋଧ ନ କରିବାର ସମ୍ଭାବନା ରହିଛି। ଶକ୍ତିଶାଳୀ ବାବୁଙ୍କ ଉପରେ ଲଗାମ ଲଗାଇବାରେ ଏହା ଏକ ଅତ୍ୟାବଶ୍ୟକ ପଦକ୍ଷେପ ଭାବେ ଜନସାଧାରଣ ସ୍ବାଗତ କରିବେ। ଯଦି ଏଭଳି ସଂସ୍କାରଭିତ୍ତିକ ନୀତିକୁ ସୁଚିନ୍ତିତ ଭାବେ ଲାଗୁ କରାଯାଏ, ତେବେ ଏହା ସରକାରୀ ଓ ନାଗରିକଙ୍କ ମଧ୍ୟରେ ଥିବା ବିଶ୍ୱାସର ଅଭାବକୁ ଦୂର କରି ସରକାରୀ ଚାକିରିଆଙ୍କ ପ୍ରତି ଥିବା ଧାରଣାକୁ ବଦଳାଇପାରିବ।
ବିକଶିତ ଆକାଂକ୍ଷା
ନିକଟରେ ୨୦୦୬ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଶିବଦୀପ୍‌ ଓ୍ବାମାନ ରାଓ ଲାଣ୍ଡେଙ୍କ ଇସ୍ତଫାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବ୍ୟକ୍ତିଗତ କାରଣ ଦର୍ଶାଇ ପାଟନା ପୋଲିସ ଟ୍ରେନିଂ ସେଣ୍ଟରର ଡିଜି ପଦବୀରୁ ଇସ୍ତଫା ଦେବା ଘଟଣା ରାଜନୀତି ପ୍ରବେଶ ମନୋଭାବକୁ ସୂଚିତ କରୁଛି। ଆଗକୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଗଠିତ ଜନ ସୂରଯ ପାର୍ଟି ଆଡକୁ ଲାଣ୍ଡେ ଢଳୁଛନ୍ତି ବୋଲି ଗୁଜବ ସୃଷ୍ଟି ହେଉଛି। ବିହାରରେ ଏହା ପ୍ରଥମ ଘଟଣା ନୁହେଁ। ଅମଲାତନ୍ତ୍ରୀମାନେ ସଂଘର୍ଷପୂର୍ଣ୍ଣ ନିର୍ବାଚନ ରାଜନୀତି ପାଇଁ ପ୍ରଶାସନିକ ବ୍ୟବସ୍ଥାର ସୁବିଧାକୁ ଛାଡ଼ିଦେବାର ଅନେକ ଉଦାହରଣ ରହିଛି। ବହୁ ସମୟରେ ଅନେକ ସଫଳ ସିଭିଲ ସର୍ଭାଣ୍ଟ ଭାଜପା କିମ୍ବା କଂଗ୍ରେସ ଭଳି ପ୍ରତିଷ୍ଠିତ ରାଜନୈତିକ ଦଳ ଆଡକୁ ଆକର୍ଷିତ ହୋଇଛନ୍ତି। କିନ୍ତୁ ଏକ ନୂତନ ଦଳରେ ଲାଣ୍ଡେ ଯୋଗଦେବା ଉପରେ ଯେଉଁ ଆଲୋଚନା ହେଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖନୀୟ ଯେ ପ୍ରଶାନ୍ତ କିଶୋର ଭାରତର ଜଣେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ଭାବେ ପ୍ରତିଷ୍ଠିତ ହେବା ପୂର୍ବରୁ ଜାତିସଂଘରେ କାର୍ଯ୍ୟ କରିଛନ୍ତି। ଅନ୍ତର୍ଜାତୀୟ ଅମଲାତନ୍ତ୍ରରୁ ଶୀଘ୍ର ରାଜନୈତିିକ କ୍ଷେତ୍ରକୁ ପରିବର୍ତ୍ତନ କରିବା ପଥକୁ ଏବେ ଲାଣ୍ଡେ ଗ୍ରହଣ କରିବାକୁ ଯାଉଥିବା ମନେହେଉଛି। ଲାଣ୍ଡେ ସଫଳ ହେବେ କି ରାଜନୀତି କ୍ୟାରିୟରରେ ବିଫଳ ହୋଇଥିବା ବାବୁଙ୍କ ତାଲିକାରେ ସ୍ଥାନିତ ହେବେ ତାହା ସମୟ କହିବ। ତେବେ ବର୍ତ୍ତମାନ ପାଇଁ ଏହା ଏକ ଦୃଢ ପଦକ୍ଷେପ, ଯାହା ଭାରତର ବାବୁଙ୍କ ବିକଶିତ ଆକାଂକ୍ଷାକୁ ପ୍ରତିଫଳନ କରେ ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri