ଫାର୍ମାସିଷ୍ଟ ଭରସାରେ ରୋଗୀ ସେବା

ଭବାନୀପାଟଣା,୨୩।୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ଫେଲ ମାରୁଥିବା ଦେଖିବାକୁ ମିଳୁଛି। ଏବେ ବି ଅନେକ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ପଡ଼ିଛି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଫରଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ସାସ୍ଥ୍ୟକେନ୍ଦ୍ର ଚକାଚକ ଥିବା ବେଳେ ଡାକ୍ତର ନ ଥିବା ଯୋଗୁ ଏହି ସୁନ୍ଦରତା କୌଣସି କାମରେ ଆସୁନି। ମନ୍ଦିର ଅଛି ହେଲେ, ମନ୍ଦିର ଭିତରେ ଦେବତା ନ ଥିବା ଯୋଗୁଁ ତାହା କୌଣସି କାମରେ ନୁହେଁ, ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅନେକ ଦିନରୁ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ କେବଳ ଫାର୍ମାସିଷ୍ଟ ହିଁ ଅଞ୍ଚଳବାସୀଙ୍କ ଭରସା ସାଜିଛନ୍ତି।

ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ ଫରଙ୍ଗଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଗୋଟିଏ ପାର୍କଠାରୁ ମଧ୍ୟ କୌଣସି ଗୁଣରେ କମ ନାହିଁ। ଦେଖିବାକୁ ଚକାଚକ, ହେଲେ ବିନା ଡାକ୍ତରରେ ରୋଗୀ ସେବା ଚାଲିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଏବଂ ଏମବିବିଏସ ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିଭଳି ୪ଜଣ ଆଟେଣ୍ଡାଣ୍ଟ ପଦବୀରୁ ୨ଜଣ ଅଛନ୍ତି। ସୁଇପର ମଧ୍ୟ ନାହାନ୍ତି। ଫଳରେ ଅନେକ ସମୟରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଗୋଟିଏ ଫାର୍ମାସିଷ୍ଟ, ଗୋଟିଏ ଷ୍ଟାଫନର୍ସ, ଗୋଟିଏ ଏନଏମ, ୨ଟି ଆଟେଣ୍ଡାଣ୍ଟ ଓ ଗୋଟିଏ ସିକ୍ୟୁରିଟି ଗାର୍ଡରେ ଚାଲୁଛି ଏହି ଡାକ୍ତରଖାନା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ୧୨ଟି ପଞ୍ଚାୟତ ଲୋକେ ନିର୍ଭର କରନ୍ତି। ଅନେକ ଲୋକ ଗରିବ ଶ୍ରେଣୀର ଅଟନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହି ଏଠାରେ ଡାକ୍ତର ନିଯୁକ୍ତି କରିନାହାନ୍ତି। ଫଳରେ ଲୋକେ ବାଧ୍ୟ ହୋଇ ଧର୍ମଗଡ଼, ଜୁନାଗଡ଼ କିମ୍ବା ଭବାନୀପାଟଣା ଡାକ୍ତରଖାନାକୁ ଯାଇ ଖର୍ଚ୍ଚନ୍ତ ହୋଇଥାନ୍ତି। ଏହି ଡାକ୍ତରଖାନା ମଧ୍ୟ ଠିକ ସମୟରେ ଖୋଲେ ନାହିଁ। ସମୟ ସାରଣୀ ବୋର୍ଡରେ ଲେଖା ଅନୁଯାୟୀ ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସକାଳ ୭ରୁ ୧୧ ଓ ଅପରାହ୍ନ ୪ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିଭଳି ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ସକାଳ ୮ରୁ ୧୨ ଓ ଅପରାହ୍ନ ୩ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ସରକାରୀ ଛୁଟି ସମୟରେ କେବଳ ସକାଳେ ଖୋଲା ରହିବ, ଅନ୍ୟ ସମୟରେ ବନ୍ଦ ରହିବ ବୋଲି ଉଲ୍ଲେଖ ଅଛି। ଏହି ସମୟ ବାହାରେ କୌଣସି ରୋଗୀ ଆସିଲେ ତାହା ଭଗବାନ ଭରସାରେ। ଏହି ଡାକ୍ତରଖାନାକୁ ଅପଗ୍ରେଡ ଡାକ୍ତରଖାନାର ମାନ୍ୟତା ଦେବା ସହିତ ୨୪ ଘଣ୍ଟା ଡାକ୍ତରଖାନା ଖୋଲା ରଖିବା ପାଇଁ ଜନସାଧାରଣ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?