ଫାର୍ମାସିଷ୍ଟ ଭରସାରେ ରୋଗୀ ସେବା

ଭବାନୀପାଟଣା,୨୩।୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ଫେଲ ମାରୁଥିବା ଦେଖିବାକୁ ମିଳୁଛି। ଏବେ ବି ଅନେକ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ପଡ଼ିଛି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଫରଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ସାସ୍ଥ୍ୟକେନ୍ଦ୍ର ଚକାଚକ ଥିବା ବେଳେ ଡାକ୍ତର ନ ଥିବା ଯୋଗୁ ଏହି ସୁନ୍ଦରତା କୌଣସି କାମରେ ଆସୁନି। ମନ୍ଦିର ଅଛି ହେଲେ, ମନ୍ଦିର ଭିତରେ ଦେବତା ନ ଥିବା ଯୋଗୁଁ ତାହା କୌଣସି କାମରେ ନୁହେଁ, ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅନେକ ଦିନରୁ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ କେବଳ ଫାର୍ମାସିଷ୍ଟ ହିଁ ଅଞ୍ଚଳବାସୀଙ୍କ ଭରସା ସାଜିଛନ୍ତି।

ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ ଫରଙ୍ଗଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଗୋଟିଏ ପାର୍କଠାରୁ ମଧ୍ୟ କୌଣସି ଗୁଣରେ କମ ନାହିଁ। ଦେଖିବାକୁ ଚକାଚକ, ହେଲେ ବିନା ଡାକ୍ତରରେ ରୋଗୀ ସେବା ଚାଲିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଏବଂ ଏମବିବିଏସ ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିଭଳି ୪ଜଣ ଆଟେଣ୍ଡାଣ୍ଟ ପଦବୀରୁ ୨ଜଣ ଅଛନ୍ତି। ସୁଇପର ମଧ୍ୟ ନାହାନ୍ତି। ଫଳରେ ଅନେକ ସମୟରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଗୋଟିଏ ଫାର୍ମାସିଷ୍ଟ, ଗୋଟିଏ ଷ୍ଟାଫନର୍ସ, ଗୋଟିଏ ଏନଏମ, ୨ଟି ଆଟେଣ୍ଡାଣ୍ଟ ଓ ଗୋଟିଏ ସିକ୍ୟୁରିଟି ଗାର୍ଡରେ ଚାଲୁଛି ଏହି ଡାକ୍ତରଖାନା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ୧୨ଟି ପଞ୍ଚାୟତ ଲୋକେ ନିର୍ଭର କରନ୍ତି। ଅନେକ ଲୋକ ଗରିବ ଶ୍ରେଣୀର ଅଟନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହି ଏଠାରେ ଡାକ୍ତର ନିଯୁକ୍ତି କରିନାହାନ୍ତି। ଫଳରେ ଲୋକେ ବାଧ୍ୟ ହୋଇ ଧର୍ମଗଡ଼, ଜୁନାଗଡ଼ କିମ୍ବା ଭବାନୀପାଟଣା ଡାକ୍ତରଖାନାକୁ ଯାଇ ଖର୍ଚ୍ଚନ୍ତ ହୋଇଥାନ୍ତି। ଏହି ଡାକ୍ତରଖାନା ମଧ୍ୟ ଠିକ ସମୟରେ ଖୋଲେ ନାହିଁ। ସମୟ ସାରଣୀ ବୋର୍ଡରେ ଲେଖା ଅନୁଯାୟୀ ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସକାଳ ୭ରୁ ୧୧ ଓ ଅପରାହ୍ନ ୪ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିଭଳି ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ସକାଳ ୮ରୁ ୧୨ ଓ ଅପରାହ୍ନ ୩ରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ସରକାରୀ ଛୁଟି ସମୟରେ କେବଳ ସକାଳେ ଖୋଲା ରହିବ, ଅନ୍ୟ ସମୟରେ ବନ୍ଦ ରହିବ ବୋଲି ଉଲ୍ଲେଖ ଅଛି। ଏହି ସମୟ ବାହାରେ କୌଣସି ରୋଗୀ ଆସିଲେ ତାହା ଭଗବାନ ଭରସାରେ। ଏହି ଡାକ୍ତରଖାନାକୁ ଅପଗ୍ରେଡ ଡାକ୍ତରଖାନାର ମାନ୍ୟତା ଦେବା ସହିତ ୨୪ ଘଣ୍ଟା ଡାକ୍ତରଖାନା ଖୋଲା ରଖିବା ପାଇଁ ଜନସାଧାରଣ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri