ବିକାଶ, ବିନାଶକୁ ନେଇ ଚର୍ଚ୍ଚା

ଯାଜପୁର ଅଫିସ,୭ା୧୧: ଯାଜପୁର ଜିଲାର ଯାଜପୁର ପୌରାଞ୍ଚଳରେ ବିକାଶ ଚାଲିଥିବା ବେଳେ ଓ ବ୍ୟାସନଗର ପୌରାଞ୍ଚଳରେ ତାହା ନାହିଁ। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଯାଜପୁର ସହରରେ ବିକାଶମୁଖୀ ବିଭିନ୍ନ ପ୍ରକଳ୍ପ ଆଶାତୀତ ହେଉଥିବାବେଳେ ଏପଟେ ବ୍ୟାସନଗର ସହର ସବୁ କ୍ଷେତ୍ରରେ ଅବହେଳିତ ବୋଲି ମତ ପ୍ରକାଶ ପାଇଛି। ଏନେଇ ନିୟମିତ ଭାବେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଲୋକେ ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ ଜନପ୍ରତିନିଧିମାନେ ଏ ସଂକ୍ରାନ୍ତରେ କୌଣସି ଗୁରୁତ୍ୱ ନ ଦେଇ କେବଳ ଠିକାଦାରୀ ରାଜନୀତିରେ ବୁଡି ରହୁଛନ୍ତି ବୋଲି ଏବେ ସବୁଠି ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଛି।

ଐତିହ୍ୟ ତଥା ସଂସ୍କୃତ ସମ୍ପନ୍ନ ଜିଲା ଭାବେ ଯାଜପୁର ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ା ଏହି ଜିଲାରେ ଶିଳ୍ପ, ଶିକ୍ଷା, ସାହିତ୍ୟ, ସଂସ୍କୃତି, ଭାଷା, କଳା, ଭାସ୍କର୍ଯ୍ୟ, ବ୍ୟବସାୟ ବାଣିଜ୍ୟ, ରାଜନୀତି ଓ କୃଷି କ୍ଷେତ୍ରରେ ସ୍ବତନ୍ତ୍ର ଭୂମିକା ଗ୍ରହଣ କରିଛି। ମାତ୍ର ରାଜନୈତିକ ଉଦାସୀନତା ଯୋଗୁ ଏବେ ଜିଲାର ବ୍ୟାସନଗର ପୌରାଞ୍ଚଳର ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ ଅଞ୍ଚଳରେ ପରିଗଣିତ ହେଉଛି। ଏହାବାଦ୍‌ ବ୍ୟାସନଗର ସହରର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପୌରାଣିକ କୀର୍ତ୍ତିରାଜି ମଧ୍ୟ ବଳି ପଡିବାରେ ଲାଗିଛି। ପୌରାଣିକ କୀର୍ତ୍ତି ବହନ କରୁଥିବା ବ୍ୟାସ ସରୋବରର ବିକାଶ କଥା କେବଳ ପ୍ରତିଶ୍ରୁତିରେ ଅଟକିଛି। ଏଠାକାର ପୌରାଣିକ ସରୋବରର ଉନ୍ନତିକରଣ ଦୀର୍ଘ ୩ ବର୍ଷ ହେଲା ଅଧାରେ ଲାଖିଛି। ପ୍ରଶାସନିକ ଅଧିକାରୀମାନେ ନିୟମିତ ବ୍ୟବଧାନରେ ବୈଠକ କରି ଚାକଚକ୍ୟ ସହର ଭାବେ ଗଢି ତୋଳିବାକୁ କେବଳ ସହରବାସୀଙ୍କୁ ଭୁଆଁ ବୁଲାଉଛନ୍ତି ା କିନ୍ତୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଭଳି ଦିନ ଗଡି ଯାଉଛି ା ପ୍ରତିଶ୍ରୁତି ସବୁ ବୈଠକରେ ସୀମିତ ରହି ଯାଉଛି ା ବ୍ୟାସନଗର ସହରର ରାସ୍ତାଘାଟ ସମେତ ଦର୍ଶନୀୟ ସ୍ଥାନ, ପାର୍କ ଓ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟର ଉନ୍ନତି ହେଉ ନ ଥିବାରୁ ଏବେ ସହରବାସୀଙ୍କ ସାମାଜିକ ଜୀବନକୁ କଳୁଷିତ କରୁଛି ା ଅନ୍ୟପକ୍ଷେ ଯାଜପୁର ସହରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଗକୁ ମାଡୁଛି। କେବଳ ପର୍ଯ୍ୟଟନ କ୍ଷେତ୍ରରେ ଯାଜପୁର ପୌରାଞ୍ଚଳରେ ୨୭.୦୬ କୋଟି ଟଙ୍କାର ୪ଟି ପ୍ରକଳ୍ପ କାମ ଚାଲିଛି। ମା ବିରଜା ଓ ବରାହ କ୍ଷେତ୍ରରେ ଡେଷ୍ଟିନେଶନ ଟୁରିଷ୍ଟ ସ୍ପଟ, ବରାହପୀଠରେ ହେରିଟେଜ ପାର୍କ ନିର୍ମାଣ, କୁସୁମା ପୋଖରୀରେ ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନ ବ୍ୟତୀତ ମେଡିକାଲ କଲେଜ ଗୃହ ନିର୍ମାଣ, ମିନି ସଚିବାଳୟ, ସହରର ରାସ୍ତାଘାଟର ପ୍ରଶସ୍ତିକରଣ, ଅତ୍ୟାଧୁନିକ ହାଟ ପ୍ରସ୍ତାବ ଆଦି ଉନ୍ନୟନ କାର୍ଯ୍ୟ ଯୋଗୁ ସ୍ଥାନୀୟ ଲୋକ ପ୍ରତିନିଧିମାନେ ସହରବାସୀଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି।

ବ୍ୟାସନଗର ପୌରାଞ୍ଚଳରେ ୨୬ ଟି ୱାର୍ଡ ଏବଂ ଏହାର ଲୋକସଂଖ୍ୟା ପ୍ରାୟ ଦେଢ ଲକ୍ଷ ଟପିଲାଣି ା ଏହାର ଭୌଗୋଳିକ ସ୍ଥିତି ପାଣିକୋଇଲିରୁ ଦାନଗଦି ପର୍ଯ୍ୟନ୍ତ ଲମ୍ବିବାରେ ଲାଗିଛି ା କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏହି ସହରରେ ନିୟମିତ ଭାବେ ଦେଶ ତଥା ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ବିପର୍ଯ୍ୟସ୍ତ ଏହି ସହରର ଅବସ୍ଥାକୁ ଦେଖି ପର୍ଯ୍ୟଟକଙ୍କ ମଧ୍ୟରେ ନକରାମତ୍କ ଚିନ୍ତାଧାରା ପ୍ରକାଶ ପାଉଛି। ବ୍ୟାସସରୋବର ସମେତ ଏଠାରେ ଜଗନ୍ନାଥ ଉଦ୍ୟାନ କେବଳ ଫଳକରେ ସୀମିତ ରହିଛି ା ଟାଉନ ହଲ କାର୍ଯ୍ୟ ନିର୍ମାଣାଧୀନ ରହିଥିଲେ ହେଁ ସଂସ୍କୃତି ଭବନ ବାହାରେ ଚକାଚକ୍ୟ ଦିଶୁଥିବାବେଳେ ଭିତର ଅବସ୍ଥା ଭୁଶୁଡି ପଡିଛି। ତେଣୁ ଯାଜପୁର ସହର ଭଳି ବ୍ୟାସନଗରର ବିକାଶ ଉପରେ ସମସ୍ତେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ତଥା ବ୍ୟାସନଗର ପୌରାଞ୍ଚଳର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ବ୍ୟାସନଗର ସହରର ବିକାଶ ପାଇଁ ପ୍ରଶାସନ ତପତ୍ର ରହିଛି। ଇତିମଧ୍ୟରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri