ବିକାଶ, ବିନାଶକୁ ନେଇ ଚର୍ଚ୍ଚା

ଯାଜପୁର ଅଫିସ,୭ା୧୧: ଯାଜପୁର ଜିଲାର ଯାଜପୁର ପୌରାଞ୍ଚଳରେ ବିକାଶ ଚାଲିଥିବା ବେଳେ ଓ ବ୍ୟାସନଗର ପୌରାଞ୍ଚଳରେ ତାହା ନାହିଁ। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଯାଜପୁର ସହରରେ ବିକାଶମୁଖୀ ବିଭିନ୍ନ ପ୍ରକଳ୍ପ ଆଶାତୀତ ହେଉଥିବାବେଳେ ଏପଟେ ବ୍ୟାସନଗର ସହର ସବୁ କ୍ଷେତ୍ରରେ ଅବହେଳିତ ବୋଲି ମତ ପ୍ରକାଶ ପାଇଛି। ଏନେଇ ନିୟମିତ ଭାବେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଲୋକେ ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ ଜନପ୍ରତିନିଧିମାନେ ଏ ସଂକ୍ରାନ୍ତରେ କୌଣସି ଗୁରୁତ୍ୱ ନ ଦେଇ କେବଳ ଠିକାଦାରୀ ରାଜନୀତିରେ ବୁଡି ରହୁଛନ୍ତି ବୋଲି ଏବେ ସବୁଠି ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଛି।

ଐତିହ୍ୟ ତଥା ସଂସ୍କୃତ ସମ୍ପନ୍ନ ଜିଲା ଭାବେ ଯାଜପୁର ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ା ଏହି ଜିଲାରେ ଶିଳ୍ପ, ଶିକ୍ଷା, ସାହିତ୍ୟ, ସଂସ୍କୃତି, ଭାଷା, କଳା, ଭାସ୍କର୍ଯ୍ୟ, ବ୍ୟବସାୟ ବାଣିଜ୍ୟ, ରାଜନୀତି ଓ କୃଷି କ୍ଷେତ୍ରରେ ସ୍ବତନ୍ତ୍ର ଭୂମିକା ଗ୍ରହଣ କରିଛି। ମାତ୍ର ରାଜନୈତିକ ଉଦାସୀନତା ଯୋଗୁ ଏବେ ଜିଲାର ବ୍ୟାସନଗର ପୌରାଞ୍ଚଳର ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ ଅଞ୍ଚଳରେ ପରିଗଣିତ ହେଉଛି। ଏହାବାଦ୍‌ ବ୍ୟାସନଗର ସହରର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପୌରାଣିକ କୀର୍ତ୍ତିରାଜି ମଧ୍ୟ ବଳି ପଡିବାରେ ଲାଗିଛି। ପୌରାଣିକ କୀର୍ତ୍ତି ବହନ କରୁଥିବା ବ୍ୟାସ ସରୋବରର ବିକାଶ କଥା କେବଳ ପ୍ରତିଶ୍ରୁତିରେ ଅଟକିଛି। ଏଠାକାର ପୌରାଣିକ ସରୋବରର ଉନ୍ନତିକରଣ ଦୀର୍ଘ ୩ ବର୍ଷ ହେଲା ଅଧାରେ ଲାଖିଛି। ପ୍ରଶାସନିକ ଅଧିକାରୀମାନେ ନିୟମିତ ବ୍ୟବଧାନରେ ବୈଠକ କରି ଚାକଚକ୍ୟ ସହର ଭାବେ ଗଢି ତୋଳିବାକୁ କେବଳ ସହରବାସୀଙ୍କୁ ଭୁଆଁ ବୁଲାଉଛନ୍ତି ା କିନ୍ତୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଭଳି ଦିନ ଗଡି ଯାଉଛି ା ପ୍ରତିଶ୍ରୁତି ସବୁ ବୈଠକରେ ସୀମିତ ରହି ଯାଉଛି ା ବ୍ୟାସନଗର ସହରର ରାସ୍ତାଘାଟ ସମେତ ଦର୍ଶନୀୟ ସ୍ଥାନ, ପାର୍କ ଓ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟର ଉନ୍ନତି ହେଉ ନ ଥିବାରୁ ଏବେ ସହରବାସୀଙ୍କ ସାମାଜିକ ଜୀବନକୁ କଳୁଷିତ କରୁଛି ା ଅନ୍ୟପକ୍ଷେ ଯାଜପୁର ସହରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଗକୁ ମାଡୁଛି। କେବଳ ପର୍ଯ୍ୟଟନ କ୍ଷେତ୍ରରେ ଯାଜପୁର ପୌରାଞ୍ଚଳରେ ୨୭.୦୬ କୋଟି ଟଙ୍କାର ୪ଟି ପ୍ରକଳ୍ପ କାମ ଚାଲିଛି। ମା ବିରଜା ଓ ବରାହ କ୍ଷେତ୍ରରେ ଡେଷ୍ଟିନେଶନ ଟୁରିଷ୍ଟ ସ୍ପଟ, ବରାହପୀଠରେ ହେରିଟେଜ ପାର୍କ ନିର୍ମାଣ, କୁସୁମା ପୋଖରୀରେ ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନ ବ୍ୟତୀତ ମେଡିକାଲ କଲେଜ ଗୃହ ନିର୍ମାଣ, ମିନି ସଚିବାଳୟ, ସହରର ରାସ୍ତାଘାଟର ପ୍ରଶସ୍ତିକରଣ, ଅତ୍ୟାଧୁନିକ ହାଟ ପ୍ରସ୍ତାବ ଆଦି ଉନ୍ନୟନ କାର୍ଯ୍ୟ ଯୋଗୁ ସ୍ଥାନୀୟ ଲୋକ ପ୍ରତିନିଧିମାନେ ସହରବାସୀଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି।

ବ୍ୟାସନଗର ପୌରାଞ୍ଚଳରେ ୨୬ ଟି ୱାର୍ଡ ଏବଂ ଏହାର ଲୋକସଂଖ୍ୟା ପ୍ରାୟ ଦେଢ ଲକ୍ଷ ଟପିଲାଣି ା ଏହାର ଭୌଗୋଳିକ ସ୍ଥିତି ପାଣିକୋଇଲିରୁ ଦାନଗଦି ପର୍ଯ୍ୟନ୍ତ ଲମ୍ବିବାରେ ଲାଗିଛି ା କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏହି ସହରରେ ନିୟମିତ ଭାବେ ଦେଶ ତଥା ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ବିପର୍ଯ୍ୟସ୍ତ ଏହି ସହରର ଅବସ୍ଥାକୁ ଦେଖି ପର୍ଯ୍ୟଟକଙ୍କ ମଧ୍ୟରେ ନକରାମତ୍କ ଚିନ୍ତାଧାରା ପ୍ରକାଶ ପାଉଛି। ବ୍ୟାସସରୋବର ସମେତ ଏଠାରେ ଜଗନ୍ନାଥ ଉଦ୍ୟାନ କେବଳ ଫଳକରେ ସୀମିତ ରହିଛି ା ଟାଉନ ହଲ କାର୍ଯ୍ୟ ନିର୍ମାଣାଧୀନ ରହିଥିଲେ ହେଁ ସଂସ୍କୃତି ଭବନ ବାହାରେ ଚକାଚକ୍ୟ ଦିଶୁଥିବାବେଳେ ଭିତର ଅବସ୍ଥା ଭୁଶୁଡି ପଡିଛି। ତେଣୁ ଯାଜପୁର ସହର ଭଳି ବ୍ୟାସନଗରର ବିକାଶ ଉପରେ ସମସ୍ତେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ତଥା ବ୍ୟାସନଗର ପୌରାଞ୍ଚଳର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ବ୍ୟାସନଗର ସହରର ବିକାଶ ପାଇଁ ପ୍ରଶାସନ ତପତ୍ର ରହିଛି। ଇତିମଧ୍ୟରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌...

‘ଚକ୍ରାନ୍ତ କରି ମୋ ଟିକେଟ୍ କାଟିଦେଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ’: ସୁନନ୍ଦା ଦାସ

ଭୁବନେଶ୍ୱର, ୨୨।୪: ସୋମବାର ବିଜୁ ଜନତା ଦଳ ପକ୍ଷରୁ ସପ୍ତମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରାଯାଇଛି। ଏଥିରେ ବରୀ ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ...

ଗାଁରେ ପିଇବା ପାଣି ଅଭାବ

କାଏମା,୨୨ା୪(ଶିବପ୍ରସାଦ ମହାନ୍ତି):ସରକାର ଲୋକଙ୍କ ସର୍ବନିମ୍ନ ମୌଳିକ ସମସ୍ୟାରେ ସୁଧାର ଆଣିବାକୁ ଅହରହ ପ୍ରଚେଷ୍ଠା କରିଆସୁଛନ୍ତି। ମାତ୍ର କେତେଜଣ ଅଧିକାରୀଙ୍କ ଅପାରଗତା କାରଣରୁ ଧର୍ମଶାଳା ବ୍ଲକରେ ପାନୀୟ...

ଭାଜପା, ବିଜେଡିକୁ ଘାରିଛି ବିଦ୍ରୋହୀ ଚିନ୍ତା

ଯାଜପୁର,୨୨ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକ ସଭା ଓ ଏହା ଅଧୀନ ଜିଲାର ୭ ବିଧାନସଭା ଆସନରେ ଭୋଟ ଜୁନ୍‌ ୧ରେ ହେବାକୁ ଥିବାବେଳେ ମେ’ ମାସ ୭ରୁ...

ବଡଚଣା ରାଜନୀତି ସରଗରମ: ଅମରଙ୍କୁ ଭେଟିଲେ ବର୍ଷା

ଚଣ୍ଡିଖୋଲ,୨୨ା୪(ପ୍ରଦୀପ୍ତ କୁମାର ପୃଷ୍ଟି):ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ଘୋଷଣା ପରେ ରାଜନୀତି ସରଗରମ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri