କେଉଁ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ!

ଜେନେଭା,୨୩।୮: ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଯେଉଁ ଗାଇଡ୍‌ଲାଇନ ଜାରି କରାଯାଇଛି ସେଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନେକଙ୍କ ମନରେ ପ୍ରଶ୍ନ ଉଠେ ବଡମାନେ ମାସ୍କ ପିନ୍ଧିବା ଜରୁରୀ। ହେଲେ ପିଲାମାନଙ୍କ ପାଇଁ ଏହା କେତେଦୂର ସୁରକ୍ଷିତ। ଏବେ ଏହି ପ୍ରଶ୍ନକୁ ନେଇ ମାସ୍କ ପିନ୍ଧିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ନୂଆ ଗାଇଡଲାଇନ ଜାରି କରିଛି। ଏଥିରେ ଉଲ୍ଲେଖ ରହିଛି ଯେ ୧୨ ବର୍ଷରୁ ଅଧିକ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ। କାରଣ ୧୨ ବର୍ଷରୁ ଅଧିକ ବୟସ ହେଲେ କରୋନା ସଂକ୍ରମଣର ଆଶଙ୍କା ମଧ୍ୟ ବଡମାନଙ୍କ ଭଳି ବଢିଯାଇଥାଏ। ତେବେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ଯେଉଁଠି ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉ ନ ଥିବ ଅବା କରୋନା ବ୍ୟାପୁଥିବା ଅଞ୍ଚଳରେ ନିଶ୍ଚିତ ଭାବେ ମାସ୍କ ପିନ୍ଧାଇବା ଜରୁରୀ ବୋଲି କହିଛି ଡବ୍ଲୁଏଚ୍‌ଓ। ତେବେ ଏହା ପିଲାମାନଙ୍କ ପାଇଁ କେତେ ହାନୀକାରକ ହେବ ତାହା ସ୍ପଷ୍ଟ କରାଯାଇ ନାହିଁ। ଏହାସହ ଡବ୍ଲୁଏଚ୍‌ଓ ଏକ ପ୍ରକାର ସ୍ପଷ୍ଟ କରିଛି କି ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ମାସ୍କ ପିନ୍ଧାଇବା ଜରୁରୀ ନୁହେଁ। ତେବେ ଡବ୍ଲୁଏଚ୍‌ଓ ମତରେ ୬-୧୧ ବର୍ଷ ବୟସର ଶିଶୁଙ୍କ ପାଖରେ କରୋନା ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ। ତେବେ ପିଲାମାନେ ପଡିଆରେ ଖେଳିବା ବେଳେ ମାସ୍କ ନ ପିନ୍ଧିବା ସହ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବା ଭଲ ବୋଲି କହିଛି ଡବ୍ଲୁଏଚ୍‌ଓ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୬୧୫ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ୨ହଜାର ତଳେ ରହୁଛି। ଇତିମଧ୍ୟରେ...

ଆଜି ରାଜ୍ୟରୁ ୪୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୪ ଶିଶୁ

ଭୁବନେଶ୍ୱର,୧।୧୦(ବ୍ୟୁରୋ):  ଶୁକ୍ରବାର ରାଜ୍ୟରୁ ୨୮୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ  ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୬,୯୫୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଚାଇନାର ଭିକାରି କ୍ୟୁଆର୍‌ କୋଡ୍‌ ସହାୟତାରେ ମାଗୁଛନ୍ତି ଭିକ

ବେଜିଂ,୧୩।୭: ଭାରତରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଜୋର୍‌ସୋର୍‌ରେ ଜାରି ରହିଛି। ତେବେ ଚାଇନାର ଭିକାରି ମଧ୍ୟ ଏ କ୍ଷେତ୍ରରେ ବେଶ୍‌ ଆଗୁଆ ରହିଛନ୍ତି। ସେମାନେ ଭିକ...

କରୋନା ଟୀକା ପ୍ରଥମେ ଏହି ଦେଶର ଲୋକଙ୍କୁ ଦିଆଯିବ…

ମସ୍କୋ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଗତ ୬ ମାସ ଧରି ଆତଙ୍କ ଦେଖାଦେଇଥିବାବେଳେ ଆଶାର କିରଣ ଦେଖାଦେଇଛି। ବିଭିନ୍ନ ଦେଶର ବହୁ...

୧୧ ଦିନରେ ୧୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଦୁଇ ସପ୍ତାହ ଧରି ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ...

ଜାତିସଂଘରେ ପାକିସ୍ତାନକୁ ଝଟ୍‌କା: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଦାବିକୁ ମନା

ଜେନେଭା,୧୧।୯: ଜାତିସଂଘରେ ପାକିସ୍ତାନକୁ ଏକ ଝଟ୍‌କା ଲାଗିଛି। କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଆାଲୋଚନା ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ...

ରାଜ୍ୟରେ ଖସୁଛି ଦୈନିକ କରୋନା ସଂକ୍ରମଣ: ବଢ଼ୁଛି ପିଲାଙ୍କ ଚିନ୍ତା

ଭୁବନେଶ୍ୱର,୨୮।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗି ଥିବା ବେଳେ ସଂକ୍ରମିତ ପିଲାଙ୍କ ସଂଖ୍ୟା ବଢ଼ୁଛି। ଶନିବାର ରାଜ୍ୟରେ ୯୭୯ ଜଣ କରୋନା...

ୟୁକ୍ରେନକୁ ୬୦ କୋଟି ଡଲାର ସାମରିକ ସହାୟତା ଦେବାକୁ ଘୋଷଣା କଲା ଆମେରିକା

ନ୍ୟୁୟର୍କ,୧୬।୯: ରୁଷିଆ ସହିତ ଯୁଦ୍ଧ କରୁଥିବା ୟୁକ୍ରେନକୁ ଆମେରିକା ଅତିରିକ୍ତ ୬୦୦ ମିଲିୟନ ଡଲାର ସାମରିକ ସହାୟତା ଘୋଷଣା କରିଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର...

Advertisement
Archives

Model This Week